ବାଣିଜ୍ୟ

ଦେବାଳିଆ ସଂସ୍ଥାଙ୍କଠୁ ଆଦାୟ ଦେବ ଏଜିଆର୍‌ ଦେୟ

ନୂଆଦିଲ୍ଲୀ,୧୧।୮: ଦେବାଳିଆ ସ୍ଥିତିକୁ ଚାଲିଯାଇଥିବା ଟେଲିକମ୍‌ କମ୍ପାନୀଗୁଡିକ ଉପରେ ରହିଥିବା ଆଡଜଷ୍ଟେଡ୍‌ ଗ୍ରସ୍‌ ରେଭେନ୍ୟୁ(ଏଜିଆର୍‌)ର ବକେୟା ଅର୍ଥ ଆଦାୟ କରାଯିବ। ଏହି ଅର୍ଥକୁ ଆଦାୟ କରିବା ଲାଗି ଏକ ବିସ୍ତୃତ ଯୋଜନା ଆଣିବାକୁ ସୁପ୍ରିମକୋର୍ଟ ସୋମବାର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।...

୪୦% ଖସିଲା ଯାନ ବିକ୍ରି

ଭୁବନେଶ୍ୱର,୧୧।୮: କରୋନା ଯୋଗୁ ଅଟୋମୋବାଇଲ ବଜାର ପ୍ରଭାବିତ ସ୍ଥିତିରେ ରହିଛି। ଲଗାତର ଭାବେ ବିକ୍ରି ହ୍ରାସ ହେଉଥିବା ବେଳେ ଜୁଲାଇ ମାସରେ ଯାନ ବିକ୍ରି କମିଥିବା ନଜରକୁ ଆସିଛି। ଜୁଲାଇରେ ବିଭିନ୍ନ କମ୍ପାନୀଗୁଡିକର ଓଡିଶାରେ ୩୮,୭୩୦ ୟୁନିଟ ଯାନ ବିକ୍ରି...

ଜାଣନ୍ତୁ ମୁକେଶ ଅମ୍ବାନୀଙ୍କ ଶିକ୍ଷାଗତ ଯୋଗ୍ୟତା…

ବଲିଉଡର ବଡ଼ ବଡ଼ କଳାକାରଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ତାହା ଅଳ୍ପବହୁତ ପ୍ରାୟ ସମସ୍ତେ ଜାଣନ୍ତି। କାରଣ ଅନେକ ସମୟରେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଚର୍ଚ୍ଚା ଚାଲିଥାଏ। ମାତ୍ର ଦେଶର ସବୁଠାରୁ ଧନୀ ବ୍ୟକ୍ତିଙ୍କୁ ସମସ୍ତେ ଚିହ୍ନିଥିବା ବେଳେ...

ସମୁଦ୍ରରେ କେବୁଲ ବିଛାଇବାରେ ଆତ୍ମନିର୍ଭରଶୀଳ ହେଲା ଭାରତ

ନୂଆଦିଲ୍ଲୀ, ୧୦।୮: ସମୁଦ୍ରରେ କେବୁଲ ବିଛାଇବାରେ ଭାରତ ଆତ୍ମନିର୍ଭରଶୀଳ ହୋଇଛି। ଏହା ଅର୍ନ୍ତଗତ ଚେନ୍ନାଇଠାରୁ ପୋର୍ଟବ୍ଲେୟାର ପର୍ଯ୍ୟନ୍ତ ୨୩୦୦ କିଲୋମିଟରର କେବୁଲ ବିଛାଯାଇଛି। ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଏହା କରାଯାଇଛି। ଅପ୍ଟିକାଲ ଫାଇବର ବିଛା ହେବା ଦ୍ୱାରା ଏଠାରେ ଟେଲିକମ୍‌ ଯୋଗାଯୋଗ...

ଅମ୍ବାନୀ ପରିବାରର ପିଲାମାନଙ୍କୁ ଏତିକି ଟଙ୍କା ମିଳୁଥିଲା ପକେଟ୍‌ ମନି: ଜାଣନ୍ତୁ ସ୍କୁଲରେ କ’ଣ କହୁଥିଲେ ସାଙ୍ଗମାନେ…

ଦେଶର ସବୁଠାରୁ ଧନୀ ଅମ୍ବାନୀ ପରିବାରରେ କ’ଣ ଚାଲିଛି, ସେମାନଙ୍କ ପିଲାମାନେ କିପରି ବଢ଼ିଛନ୍ତି ତାହା ଜାଣିବାକୁ ସମସ୍ତେ ଚାହାନ୍ତି। ହେଲେ ଅମ୍ବାନୀ ପରିବାର ଏକ ଅଧ୍ୟବୀତ ପରିବାର ପରି ଜୀବନ ବିତାଉଥିବାକୁ ନେଇ ବେଶ୍‌ ଜଣାଶୁଣା। ମୁକେଶ ଅମ୍ବାନୀଙ୍କ...

ସୁପ୍ରିମକୋର୍ଟରେ ହଜିଲା ମାଲ୍ୟା ମାମଲାର ଦସ୍ତାବିଜ

ନୂଆଦିଲ୍ଲୀ,୭।୮: ବିଜୟ ମାଲ୍ୟା ମାମଲାରେ ପୁଣି ଥରେ ନୂଆ ଘଟଣା ସାମ୍ନାକୁ ଆସିଛି। ଏହି ମାମଲା ସହ ଜଡ଼ିତ ଏକ ନିର୍ଦ୍ଦିଷ୍ଟ ଦସ୍ତାବିଜ ସୁପ୍ରିମକୋର୍ଟଙ୍କ ଫାଇଲରୁ ହଜିଥିବା ଘଟଣା ନଜରକୁ ଆସିଛି। ଜଷ୍ଟିସ ୟୁ.ୟୁ. ଲଳିତ ଏବଂ ଜଷ୍ଟିସ ଅଶୋକ...

ନେଗେଟିଭ ଜୋନ୍‌ରେ ରହିବ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ,୭।୮: ଦେଶ ମଧ୍ୟରେ କରୋନା ମାମଲା ବୃଦ୍ଧି ହେଉଥିବାରୁ ଏହା ଘରୋଇ ବଜାରକୁ କ୍ଷତିଗ୍ରସ୍ତ କରୁଛି। ଏଥିଯୋଗୁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ନିମ୍ନଗାମୀ ହେଉଥିବା ନଜରକୁ ଆସିଛି। ଚଳିତ ଆର୍ଥତ୍କ ବର୍ଷରେ ଦେଶର ଅର୍ଥ ବ୍ୟବସ୍ଥା ନେଗେଟିଭ ଜୋନ୍‌ରେ ରହିବ...

କର୍ପୋରେଟଗୁଡ଼ିକ ଲାଗି ଋଣ ପୁନର୍ଗଠନ ସୁବିଧା

ନୂଆଦିଲ୍ଲୀ,୭।୮: ବର୍ତ୍ତମାନ ସମୟରେ ଘରୋଇ ବଜାର ପ୍ରଭାବିତ ହୋଇ ରହିଛି। ବଜାରର ଦାବିକୁ ନଜରରେ ରଖି କର୍ପୋରେଟ ଏବଂ ବ୍ୟକ୍ତିଗତ ଋଣ ଗ୍ରହୀତାଙ୍କ ଲାଗି ରିଜର୍ଭ ବ୍ୟାଙ୍କ ଋଣ ପୁନର୍ଗଠନ ନେଇ ଅନୁମତି ପ୍ରଦାନ କରିଛି। ଏ ନେଇ ବ୍ୟାଙ୍କଗୁଡିକ...

ଆର୍‌ବିଆଇ ସ୍ଥାପନ କରିବ ଇନୋଭେଶନ ହବ୍‌

ନୂଆଦିଲ୍ଲୀ,୭।୮: ରିଜର୍ଭ ବ୍ୟାଙ୍କ ଇନୋଭେଶନ ହବ୍‌ ସ୍ଥାପନ କରିବାକୁ ଯୋଜନା ରଖିଛି। ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣ ଏବଂ ଉନ୍ନତ ବ୍ୟାଙ୍କିଙ୍ଗ୍‌ ସେବାକୁ ଉତ୍ସାହିତ କରିବା ଲାଗି ଏଭଳି ବ୍ୟବସ୍ଥା ଆସିବ। ଏହା ସାଧାରଣତଃ ଇନ୍‌କୁବେଶନ ହବ୍‌ ଭାବେ କାର୍ଯ୍ୟ କରିବ ବୋଲି...

କାର୍ଡରେ ହେବ ଅଫ୍‌ଲାଇନ ପେମେଣ୍ଟ

ନୂଆଦିଲ୍ଲୀ,୭।୮: କାର୍ଡ ଏବଂ ମୋବାଇଲ ଡିଭାଇସ ବ୍ୟବହାର ଦ୍ୱାରା ଦେଶ ମଧ୍ୟରେ ଅଫ୍‌ଲାଇନ ପେମେଣ୍ଟ ହୋଇପାରିବ। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗୁରୁବାର ଘୋଷଣା କରିଛି। ପରୀକ୍ଷାମୂଳକ ଭିତ୍ତିରେ ଏହି ସେବାକୁ ଘରୋଇ ବଜାରରେ ଆରମ୍ଭ କରାଯିବା ନେଇ ବ୍ୟବସ୍ଥା...

ଚେକ୍‌ କ୍ଲିୟରିଂ ହେବ ଅଧିକ ସୁରକ୍ଷିତ

ନୂଆଦିଲ୍ଲୀ,୭।୮: ଆର୍‌ବିଆଇ ପଜିଟିଭ୍‌ ପେ ନାମକ ଏକ ଫିଚର ଆଣିବାକୁ ଯାଉଛି। ଏହାଦ୍ୱାରା ଚେକ୍‌ କ୍ଲିୟରିଂ ଅଧିକ ନିରାପଦ ଏବଂ ଦକ୍ଷ ହୋଇପାରିବ। ଆକାଉଣ୍ଟଧାରୀ ଜାରି କରିଥିବା ଚେକ୍‌ର ବ୍ୟାଙ୍କ ସଂକ୍ରାନ୍ତ ତଥ୍ୟ ତୃତୀୟ ପକ୍ଷଙ୍କୁ ଏହାଦ୍ୱାରା ସହଜରେ ପଠାଇପାରିବେ।...

ରେପୋ ରେଟ୍‌ ଅପରିବର୍ତ୍ତିତ

ମୁମ୍ବାଇ,୭।୮: କରୋନା ମହାମାରୀ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ଏଭଳି ସ୍ଥିତିରେ ବଜାରକୁ ଧ୍ୟାନରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗୁରୁବାର ଶେଷ ହୋଇଥିବା ଏହାର ମୁଦ୍ରାନୀତି କମିଟି(ଏମ୍‌ପିସି) ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri