ବାଣିଜ୍ୟ

ଜିଏସ୍‌ଟି ଠକେଇ ରୋକିବାକୁ ଉଦ୍ୟମ: ନୂଆ ଡିଲରଙ୍କ ପାଇଁ ଆଧାର ଯାଞ୍ଚ ହେବ ବାଧ୍ୟତାମୂଳକ

ବାଙ୍ଗାଲୋର,୧୫-୯: ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ହେଉଥିବା ଟିକସ ଠକେଇ ରୋକିବା ଦିଗରେ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଧାରାରେ ୨୦୨୦ ଜାନୁୟାରୀଠାରୁ ନୂଆ ଡିଲରଙ୍କ ଲାଗି ଆଧାର ଯାଞ୍ଚ ବାଧ୍ୟତାମୂଳକ କରାଯିବ। ପୂର୍ବରୁ...

ରାଜ୍ୟଗୁଡିକର ଦାବି; ୩ ବର୍ଷ ବଢୁ ଜିଏସ୍‌ଟି ସେସ୍‌

ନୂଆଦିଲ୍ଲୀ,୧୫-୯: ଦେଶରେ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବା ପରେ ରାଜସ୍ବ କ୍ଷତି ସହୁଥିବା ଅଧିକାଂଶ ରାଜ୍ୟ ଜିଏସ୍‌ଟି ସେସ୍‌ ବଢାଇବା ଲାଗି ଦାବି କରୁଛନ୍ତି। ଏହାକୁ ଆଉ ୩ ବର୍ଷ ବଢାଇବା ଲାଗି ଦାବି ହେଉଥିବା...

୨୦ରେ ଜିଏସ୍‌ଟି ପରିଷଦ ବୈଠକ; ଟିକସ ହ୍ରାସ ନେଇ ନେଇ ହୋଇ ପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୧୫-୯: ଜିଏସ୍‌ଟି ପରିଷଦ ବୈଠକ ଚଳିତ ମାସ ୨୦ରେ ଗୋଆରେ ଅନୁଷ୍ଠିତ ହେବ। କାର ଏବଂ ବିସ୍କୁଟ ଉପରେ ଲାଗୁ ହେଉଥିବା ଜିଏସ୍‌ଟି ହ୍ରାସ କରିବା ଲାଗି ଶିଳ୍ପଜଗତ ପକ୍ଷରୁ ଦାବି ହେଉଥିବା ବେଳେ ଏ ଉପରେ ପରିଷଦ ନିଷ୍ପତ୍ତି...

ଲେହ୍‌ରେ ଏସ୍‌ବିଆଇ ଖୋଲିଲା ନୂଆ ବ୍ରାଞ୍ଚ

ଲେହ୍‌,୧୫-୯: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) କ୍ରମାଗତ ନିଜର ସୁବିଧା ବଢ଼ାଇବା ସହିତ ସୁଦୂର କ୍ଷେତ୍ରରେ ଉପସ୍ଥିତି ଜାହିର କରିବାରେ ଲାଗିଛି। ଏହି କ୍ରମରେ ଲଦାଖର ଲେହ୍‌ରେ ଏକ ବ୍ରାଞ୍ଚ ଖୋଲିଛି। ଏସ୍‌ବିଆଇ ଅଧ୍ୟକ୍ଷ ରଜନୀଶ କୁମାର ଲେହ୍‌ ଜିଲ୍ଲାର ନୁବ୍ରା...

ରୁପେ ଡେବିଟ କାର୍ଡରେ ଶପିଂ ହେବ ଶସ୍ତା

ନୂଆଦିଲ୍ଲୀ,୧୫-୯: ନ୍ୟାଶନାଲ ପେମେଣ୍ଟସ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏନ୍‌ପିସିଆଇ) ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରବାକୁ ଯାଇ ରୁପେ ଡେବିଟ୍‌ କାର୍ଡ ଜରିଆରେ ନେଣଦେଣ ଉପରେ ମର୍ଚ୍ଚେଣ୍ଟ ଡିସ୍‌କାଉଣ୍ଟ ରେଟ୍‌(ଏମ୍‌ଡିଆର୍‌) ହ୍ରାସ କରିଛି। ନୂଆ ଏମ୍‌ଡିଆର୍‌ ଅକ୍ଟୋବର ୨୦ରୁ ଲାଗୁ ହୋଇଯିବ। ଏନ୍‌ପିସିଆଇର...

ଆଇଟି ରିଟର୍ନର ହେବ ଫେସ୍‌ଲେସ ଇ-ଆସେସ୍‌ମେଣ୍ଟ; ଜାରି ହେଲା ବିଜ୍ଞପ୍ତି

ମୁମ୍ବାଇ,୧୫-୯: ଆୟକର ରିଟର୍ନ ପ୍ରକ୍ରିୟାରେ ଫେସ୍‌ଲେସ୍‌ (ସାମ୍ନାସାମ୍ନି ନ ହୋଇ) ଆସେସ୍‌ମେଣ୍ଟ କରାଇବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଇ-ଆସେସ୍‌ମେଣ୍ଟ ସ୍କିମ୍‌ର ବିଜ୍ଞପ୍ତି ଜାରି କରାଯାଇଛି। ନୂଆ ବ୍ୟବସ୍ଥା ଦ୍ୱାରା ଆୟକର ଅଧିକାରୀଙ୍କୁ ସାମ୍ନା ନ କରି ଟିକସଦାତାଙ୍କ ରିଟର୍ନ...

ଅର୍ଥ କମିଶନ ସର୍ତ୍ତ ପ୍ରସଙ୍ଗରେ ସରକାର ମୁଖ୍ୟମନ୍ତ୍ରୀମାନଙ୍କ ସହ ପରାମର୍ଶ କରନ୍ତୁ: ମନମୋହନ

ନୂଆଦିଲ୍ଲୀ,୧୫-୯: ମୋଦି ସରକାର ୧୫ତମ ଅର୍ଥ କମିଶନଙ୍କ ବିଷୟ ଓ ସର୍ତ୍ତରେ ପରିବର୍ତ୍ତନ କରିବା ଲାଗି ଏକତରଫା ପଦକ୍ଷେପ ନେଉଛନ୍ତି ବୋଲି ଅଭିଯୋଗ କରି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡ.ମନମୋହନ ସିଂ କହିଛନ୍ତି ଯେ, ଏଭଳି ନିଷ୍ପତ୍ତି...

ରିଏଲ ଇଷ୍ଟେଟ, ରପ୍ତାନି ବୃଦ୍ଧିକୁ ପ୍ରୋତ୍ସାହନ; ମାନ୍ଦାବସ୍ଥା ଦୂର ପାଇଁ ୭୦ ହଜାର କୋଟିର ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ,୧୫-୯: ଆର୍ଥିକ ମାନ୍ଦାବସ୍ଥାକୁ ଦୂରକରିବା ଉଦ୍ଦେଶ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶନିବାର ରିଏଲ ଇଷ୍ଟେଟ କ୍ଷେତ୍ରରେ ନିବେଶ ଓ ରପ୍ତାନି ବୃଦ୍ଧି ଲାଗି ୭୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଅର୍ଦ୍ଧନିର୍ମିତ ହୋଇ ପଡିରହିଥିବା ଶସ୍ତା ଘରଗୁଡ଼ିକୁ...

ପିଏନ୍‌ବି ମହାଦୁର୍ନୀତି;ନୀରବ ମୋଦିଙ୍କ ଭାଇ ବିରୋଧରେ ରେଡକର୍ନର ନୋଟିସ

ନୂଆଦିଲ୍ଲୀ,୧୪-୯: ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତି ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି ଏବେ ଲଣ୍ଡନ ଜେଲ୍‌ରେ ବନ୍ଦୀ ରହିଛନ୍ତି। ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଅନୁରୋଧ କ୍ରମେ...

ଆର୍‌ବିଆଇ ହ୍ରାସ କଲା ରିସ୍କ ଓ୍ବେଟ୍‌;ଶସ୍ତା ହେବ କଞ୍ଜ୍ୟୁମର, ପର୍ସନାଲ ଲୋନ

ଓ୍ବାଶିଂଟନ,୧୪-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପାର୍ବଣ ଋତୁରେ ଖର୍ଚ୍ଚ ବଢ଼ାଇବା ଲାଗି ପଦକ୍ଷେପ ନେଇଛନ୍ତି। କଞ୍ଜ୍ୟୁମର ଲୋନ୍‌ ପାଇଁ ଆବଶ୍ୟକ ହେଉଥିବା ରିସ୍କ ଓ୍ବେଟ୍‌କୁ ୧୨୫ରୁ ୧୦୦ ପ୍ରତିଶତକୁ ହ୍ରାସ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ନିଷ୍ପତ୍ତି ନେଇଛନ୍ତି। ଫଳରେ...

ଚିନ୍ତାବ୍ୟକ୍ତ କଲା ଆଇଏମ୍‌ଏଫ୍‌;ଆଶାଠାରୁ ଅନେକ କମ୍‌ ରହିଛି ଭାରତର ବିକାଶ ହାର

ଓ୍ବାଶିଂଟନ,୧୪-୯: ଭାରତର ଆର୍ଥିକ ବିକାଶର ଅସ୍ପଷ୍ଟ ଚିତ୍ରକୁ ନେଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଚିନ୍ତାବ୍ୟକ୍ତ କରିଛି। କର୍ପୋରେଟ ଓ ପରିବେଶ ସହ ଜଡ଼ିତ ନିୟାମକ ସଂସ୍ଥାଗୁଡ଼ିକରେ ଦେଖାଦେଇଥିବା ଅନିଶ୍ଚିତତା ଏବଂ କେତେକ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା ଦୁର୍ବଳ ହେବା...

ହମ୍‌ସଫର ଏକ୍ସପ୍ରେସରୁ ଫ୍ଲେକ୍ସିଫେୟାର ଭଡ଼ା ହଟିଲା

ନୂଆଦିଲ୍ଲୀ,୧୪-୯: ଭାରତୀୟ ରେଲଓ୍ବେ ଯାତ୍ରୀଙ୍କୁ ଆଶ୍ୱସ୍ତ କରି ପ୍ରିମିୟମ ହମ୍‌ସଫର ଏକ୍ସପ୍ରେସରୁ ଫ୍ଲେକ୍ସିଫେୟାର ଭଡ଼ା ଯୋଜନାକୁ ହଟାଇ ଦେଇଛି। ଏଥିସହିତ ଏହି ଗାଡ଼ିରେ ସ୍ଲିପର କୋଚ୍‌ ଲଗାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଶୁକ୍ରବାର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri