ବାଣିଜ୍ୟ

ଇଏସ୍‌ଆଇ ଅଂଶଦାନ ୪%କୁ ହ୍ରାସ

ନୂଆଦିଲ୍ଲୀ,୧୪-୬: କେନ୍ଦ୍ର ସରକାର କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସ୍‌ଆଇ)ର ସ୍ବାସ୍ଥ୍ୟ ବୀମା କାର୍ଯ୍ୟକ୍ରମରେ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ମୋଟ ଅଂଶଦାନକୁ ୬.୫%ରୁ ୪%କୁ ହ୍ରାସ କରିଛନ୍ତି। ଏହାଦ୍ୱାରା ୧୨.୮୫ ଲକ୍ଷ ନିଯୁକ୍ତିଦାତା ପ୍ରତିବର୍ଷ ୫ ହଜାର କୋଟି ଟଙ୍କା ସଞ୍ଚୟ...

୧୪ ଦିନ ଭିତରେ ମିଳିବ କିଷାନ କ୍ରେଡିଟ୍‌ କାର୍ଡ

ନୂଆଦିଲ୍ଲୀ,୧୪-୬: ବହୁ ଚାଷୀ ଏବେ ସୁଦ୍ଧା ସଂସ୍ଥାଗତ ଋଣରୁ ବଞ୍ଚତ୍ତ ହେଉଥିବାରୁ ଆବେଦନ ପାଇବାର ୧୪ ଦିନ ଭିତରେ ଯୋଗ୍ୟ ଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡ(କେସିସି) ପ୍ରଦାନ କରିବାକୁ କେନ୍ଦ୍ର ସରକାର ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଦେଶରେ ୬.୯୫...

ଜିଡିପି ବିବାଦ: ସୁବ୍ରମଣ୍ୟନ୍‌ଙ୍କୁ ଜବାବ ଦେବେ ସରକାର

ନୂଆଦିଲ୍ଲୀ,୧୩-୬: ଏନ୍‌ଡିଏ ସରକାର ଅମଳରେ ଜିଡିପି ହାର ଦର୍ଶାଇବାରେ ମିଥ୍ୟାର ଆଶ୍ରୟ ନିଆଯାଇଥିଲା ବୋଲି ପୂର୍ବତନ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟନ୍‌ ଏକ ରିପୋର୍ଟ ପ୍ରକାଶ କରି ଅଭିଯୋଗ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ଉପଦେଷ୍ଟା କମିଟି(ପିଏମ୍‌-ଇଏସି) ଏହାର ଜବାବ...

କର୍ପୋରେଟ ଜାଲିଆତି ରୋକିବା ଉଦ୍ୟମ: ପରୀକ୍ଷା ଦେବେ କମ୍ପାନୀର ସ୍ବାଧୀନ ଡାଇରେକ୍ଟର

ନୂଆଦିଲ୍ଲୀ,୧୩-୬: ଏନ୍‌ଡିଏ ସରକାରଙ୍କ ଦ୍ୱିତୀୟ ପାଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଦେଶର କର୍ପୋରେଟ ଗଭର୍ନାନ୍ସ ସିଷ୍ଟମକୁ ବଦଳାଇବାକୁ ଉଦ୍ୟମ କରୁଛନ୍ତି। ନିଜର ପ୍ରଥମ କାର୍ଯ୍ୟକାଳ ବେଳେ କର୍ପୋରେଟ ସେକ୍ଟରରେ ଏକାଧିକ ଜାଲିଆତି ଘଟଣା ଧରାପଡିଥିଲା। ଏବେ କର୍ପୋରେଟ ସିଷ୍ଟମରେ...

ଆର୍‌ବିଆଇର ବଳକା ଅର୍ଥ ପ୍ରଦାନ; ଜଲାନ କମିଟିରେ ହେଉନି ସହମତି

ନୂଆଦିଲ୍ଲୀ,୧୩-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ବଳକା ଅର୍ଥ ପ୍ରଦାନକୁ ନେଇ ଗାଇଡଲାଇନ ପ୍ରସ୍ତୁତ କରିବାକୁ ଗଠିତ ୬ ଜଣିଆ ବିମଳ ଜଲାନ କମିଟିରେ ସହମତି ପ୍ରକାଶ ପାଇପାରୁନାହିଁ। ଏହି କାରଣରୁ ରିପୋର୍ଟ ପ୍ରଦାନରେ ବିଳମ୍ବ ହେଉଛି। ଜଣେ ଅଧିକାରୀ କହିଛନ୍ତି...

୧୧ ବର୍ଷରେ ୨.୦୫ ଲକ୍ଷ କୋଟିର ବ୍ୟାଙ୍କ ଠକେଇ

ମୁମ୍ବାଇ,୧୩-୬: ଦେଶରେ ଗତ ୧୧ ବର୍ଷ ଭିତରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ୨.୦୫ ଲକ୍ଷ କୋଟି ଟଙ୍କାର ୫୦ ହଜାରରୁ ଅଧିକ ଠକେଇ ଓ ଜାଲିଆତି ମାମଲା ଦାଏର କରାଯାଇଛି। ଏ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ଏକ ରିପୋର୍ଟ...

ଔଦ୍ୟୋଗିତ ଉତ୍ପାଦନ, ମୁଦ୍ରାସ୍ଫୀତି ବୃଦ୍ଧି

ନୂଆଦିଲ୍ଲୀ,୧୩-୬: ଖଣି ଓ ବିଜୁଳି ଉତ୍ପାଦନରେ ସୁଧାର ହେବା କାରଣରୁ ଏପ୍ରିଲରେ ଔଦ୍ୟୋଗିକ ଉପତ୍ାଦନ ବିକାଶ ହାର ୩.୪% କୁ ବୃଦ୍ଧି ପାଇଛି, ଯାହା କି, ୬ ମାସର ସର୍ବୋଚ୍ଚ ସ୍ତର କୁହାଯାଉଛି। ଅନ୍ୟପକ୍ଷରେ ମେ’ରେ ଖୁଚୁରା ମୁଦ୍ରାସ୍ଫୀତି ହାର...

ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ଗର୍ଭନର ଦୌଡରେ ରାଜନ

ଲଣ୍ଡନ,୧୩-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନ(୫୬) ବ୍ରିଟେନର ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ଗଭର୍ନର ଦୌଡରେ ସର୍ବାଗ୍ରେ ରହିଛନ୍ତି। ସ୍ଥାନୀୟ ମିଡିଆରେ ଏ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି। ବ୍ୟାଙ୍କ ଅଫ୍‌ ଇଂଲଣ୍ଡରେ କାର୍ଯ୍ୟରତ ଗଭର୍ନର ମାର୍କ...

ଲଣ୍ଡନ ହାଇକୋର୍ଟରେ ଆବେଦନ ଖାରଜ;ଜାମିନ ପାଇବାରେ ନୀରବ ୪ର୍ଥ ଥର ବିଫଳ

ଲଣ୍ଡନ,୧୩-୬: ପିଏନ୍‌ବି ମହାଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ବୁଧବାର ଲଣ୍ଡନ ହାଇକୋର୍ଟରୁ ଜୋରଦାର ଝଟକା ଲାଗିଛି। ବିଚାରପତି ଇନଗ୍ରିଡ ସିମଲର ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ବିଚାରପତି ରାୟ ପ୍ରକାଶ...

ପ୍ରତ୍ୟାହାର ହୋଇପାରେ ଏଟିଏମ୍‌ ଚାର୍ଜ: ଆର୍‌ବିଆଇ ଗଠନ କଲା ସମୀକ୍ଷା କମିଟି

ମୁମ୍ବାଇ,୧୨-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏନ୍‌ଇଏଫ୍‌ଟି ଏବଂ ଆର୍‌ଟିଜିଏସ୍‌ ଉପରେ ଲାଗୁଥିବା ଶୁଳ୍କ ପ୍ରତ୍ୟାହାର କରିନେଇଛି। ତେବେ ଅଟୋମେଟେଡ ଟେଲର ମେଶିନ(ଏଟିଏମ୍‌) ବ୍ୟବହାର ଲାଗି ଲାଗୁଥିବା ଚାର୍ଜ ଆଦାୟର ସମୀକ୍ଷା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏକ କମିଟି ଗଠନ...

ଆଇବିଏମ୍‌ଠାରୁ ବଡ଼ କମ୍ପାନୀ ହେଲା ଟିସିଏସ୍‌

ନୂଆଦିଲ୍ଲୀ,୧୨ା୬: ଦେଶର ଶୀର୍ଷ ଆଇଟି ସେବା ପ୍ରଦାନକାରୀ କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସ(ଟିସିଏସ୍‌) ବିଶ୍ୱର ଶୀର୍ଷ କମ୍ପାନୀମାନଙ୍କ ମଧ୍ୟରେ ଅନ୍ୟତମ ଆଇବିଏମ୍‌କୁ ବଜାର ପୁଞ୍ଜୀକରଣରେ ପଛରେ ପକାଇ ଏକ ନମ୍ବର ସ୍ଥାନକୁ ଉଠିଆସିଛି। ସୋମବାର ଟିସିଏସ୍‌ର ବଜାର ପୁଞ୍ଜୀକରଣ ୮.୩୭...

ରିଲାଏନ୍ସ ଯୋଗାଇବ ସବ୍‌ସିଡିଯୁକ୍ତ ଏଲ୍‌ପିଜି

ନୂଆଦିଲ୍ଲୀ,୧୨-୬: ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଦେଶରେ ରୋଷେଇ ଗ୍ୟାସ୍‌ ଅର୍ଥାତ ଏଲ୍‌ପିଜି ସିଲିଣ୍ଡର ଯୋଗାଉଛନ୍ତି। ତେବେ ଘରୋଇ କମ୍ପାନୀଙ୍କୁ ସବ୍‌ସିଡିଯୁକ୍ତ ରୋଷେଇ ଗ୍ୟାସ୍‌ ଯୋଗାଇବା ଲାଗି ସୁଯୋଗ ଦେବାକୁ ଦେଶର ସର୍ବବୃହତ ଗ୍ୟାସ୍‌ ଉତ୍ପାଦନକାରୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଦାବି କରିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri