ବାଣିଜ୍ୟ

ଜେଟ୍‌ ଏୟାରଓ୍ବେଜର ନିୟନ୍ତ୍ରଣ ନେବାକୁ ଅଣ୍ଟା ଭିଡ଼ିଲେ କର୍ମଚାରୀ

ନୂଆଦିଲ୍ଲୀ,୩୦-୪: ବୁଡ଼ି ଯାଇଥିବା ଏୟାରଲାଇନ କମ୍ପାନୀ ଜେଟ୍‌ ଏୟାରଓ୍ବେଜକୁ ପୁନର୍ବାର ଛିଡା କରିବା ଲାଗି ଏବେ କର୍ମଚାରୀମାନେ ଅଣ୍ଟା ଭିଡ଼ିଛନ୍ତି। ବାହାର ନିବେଶକଙ୍କଠାରୁ ୩ ହଜାର କୋଟି ଟଙ୍କା ଏବଂ କର୍ମଚାରୀ ଷ୍ଟକ୍‌ ଅପ୍‌ସନ ମାଧ୍ୟମରେ ୪ ହଜାର କୋଟି...

ଜେଟ୍‌ ଏୟାରଓ୍ବେଜ ପରେ ସଙ୍କଟରେ ପଓ୍ବନହଂସ, ଦେଇ ପାରିଲାନି ଏପ୍ରିଲ ବେତନ

ନୂଆଦିଲ୍ଲୀ,୨୯-୪: କିଙ୍ଗଫିଶର ଏବଂ ଜେଟ୍‌ ଏୟାରଓ୍ବେଜ ପରେ ପଓ୍ବନହଂସ ହେଲିକପ୍ଟର କମ୍ପାନୀ ଉପରେ ଏବେ ସଙ୍କଟ ଦେଖାଦେଇଛି। ବିଏସ୍‌ଏନ୍‌ଏଲ, ଏମ୍‌ଟିଏନ୍‌ଏଲ, ଏୟାର ଇଣ୍ଡିଆ, ଇଣ୍ଡିଆ ପୋଷ୍ଟ ପରେ ଏବେ ଉକ୍ତ ରାଷ୍ଟ୍ରାୟତ୍ତ କମ୍ପାନୀର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ହୋଇଛି।...

ବେବି ଶାମ୍ପୁରେ ନାହିଁ ହାନିକାରକ ପଦାର୍ଥ: ଜନସନ ଆଣ୍ଡ ଜନସନ

ନୂଆଦିଲ୍ଲୀ,୨୯-୪: ଆମେରିକା କମ୍ପାନୀ ଜନସନ ଆଣ୍ଡ ଜନସନ ନିଜର ଲୋକପ୍ରିୟ ବେବି ଶାମ୍ପୁରେ ହାନିକାରକ ପଦାର୍ଥ ଥିବା ଅଭିଯୋଗକୁ ଖଣ୍ଡନ କରିଛି। ରାଜସ୍ଥାନ ସରକାରଙ୍କ ଜୟପୁରସ୍ଥିତ ଔଷଧ ପରୀକ୍ଷଣ ପ୍ରୟୋଗଶାଳା କମ୍ପାନୀର ବେବି ଶାମ୍ପୁରେ ଫର୍ମାଲଡିହାଇଡ(କ୍ୟାନସରକାରକ) ମିଳିଥିବା ଅଭିଯୋଗ କରିଥିଲା।...

ମୋଦିଙ୍କୁ ଜେଟ୍‌ କର୍ମଚାରୀଙ୍କ ଅନୁରୋଧ: ଗୋଟିଏ ମାସ ବେତନ ଦେବାକୁ ଏସ୍‌ବିଆଇକୁ କୁହନ୍ତୁ

ମୁମ୍ବାଇ,୨୯-୪:ସଙ୍କଟରେ ଅନିର୍ଦ୍ଧିଷ୍ଟ ସମୟ ଲାଗି ବିମାନ ସେବା ବନ୍ଦ କରି ଦେଇଥିବା ଜେଟ୍‌ର କର୍ମଚାରୀ ମାନେ ଗୋଟିଏ ମାସର ବେତନ ପାଇବା ପାଇଁ ପ୍ରଧାନୀମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ପାଇଲଟ୍‌ ମାନଙ୍କ ଜାତୀୟ ସଂଘ ନ୍ୟାଶନାଲ ଆଭିଏଟର୍‌ସ ଗିଲ୍‌ଡ(ଏନ୍‌ଏଜି)...

ଫେସ୍‌ବୁକ୍‌ରେ ଆସନ୍ତା ୫୦ ବର୍ଷ; ଜୀବିତଙ୍କଠୁ ଅଧିକ ହେବ ମୃତକଙ୍କ ପ୍ରୋଫାଇଲ

ନୂଆଦିଲ୍ଲୀ,୨୯-୪: ଫେସ୍‌ବୁକରେ ମୃତ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବ୍ରିଟେନସ୍ଥିତ ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଆସନ୍ତା ୫୦ ବର୍ଷ ଅର୍ଥାତ୍‌ ୨୦୭୦ ସୁଦ୍ଧା  ଫେସ୍‌ବୁକ୍‌ରେ ଜୀବିତ ଲୋକଙ୍କଠାରୁ ଅଧିକ ମୃତ ଲୋକଙ୍କ ଫ୍ରୋଫାଇଲ...

ସର୍ଭରରେ ତ୍ରୁଟି ପାଇଁ ଦ୍ୱିତୀୟ ଦିନ ଏୟାର ଇଣ୍ଡିଆର ୧୩୭ ବିମାନ ଉଡାଣ ପ୍ରଭାବିତ

ନୂଆଦିଲ୍ଲୀ,୨୯-୪: ଏୟାର ଇଣ୍ଡିଆ ଯାତ୍ରୀଙ୍କ ଅସୁବିଧା ଦୂର ହେଉନାହିଁ। ଶନିବାର ସର୍ଭର ସଫ୍ଟଓ୍ବେରରେ ଦେଖାଦେଇଥିବା ତ୍ରୁଟିର ପ୍ରଭାବ ଯୋଗୁ ୧୪୯ ବିମାନ ଯାତ୍ରା ପ୍ରଭାବିତ ହୋଇଥିବା ବେଳେ ରବିବାର ୧୩୭ ଯାତ୍ରାରେ ଅସୁବିଧା ହୋଇଛି। ରବିବାର ଉଡ଼ାଣରେ ୧୯୭ ମିନିଟ...

୬ଘଣ୍ଟା ଅଚଳ ରହିଲା ଏୟାର ଇଣ୍ଡିଆ ସର୍ଭର: ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ,୨୮-୪: ଏୟାର ଇଣ୍ଡିଆ ଫ୍ଲାଇଟ୍ସ ସର୍ଭର ଶନିବାର ୬ ଘଣ୍ଟା ଅଚଳ ହୋଇଯିବା ପରେ ୧୫୫ଟି ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ ପ୍ରଭାବିତ ହୋଇଥିଲା। ଫଳରେ ଏଥିରେ ଯାତ୍ରୀଙ୍କୁ ଅଯଥା ହଇରାଣ ହେବାକୁ ପଡ଼ିଥିଲା। ସର୍ଭରକୁ ପ୍ରାୟ ୯ଟାରେ ଠିକ୍‌...

ରାଜନୀତିକୁ ଆସିଲେ ସ୍ତ୍ରୀ ମୋତେ ଛାଡ଼ି ଦେବେ: ରାଜନ

ଚେନ୍ନାଇ,୨୮-୪: ରାଜନୀତିରେ ପ୍ରବେଶ କରିବାର ସମ୍ଭାବନାକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛନ୍ତି ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଆର୍‌ବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ। ସେ ଜଣେ ଶିକ୍ଷାବିତ ଭାବେ ନିଜର ଦାୟିତ୍ୱ ତୁଲାଇବାକୁ ପସନ୍ଦ କରିବେ। ରାଜନୀତି ପ୍ରତି ତାଙ୍କର କୌଣସି...

ଚାଇନାରୁ ଭାରତକୁ ଆସିବେ ୨୦୦ ଆମେରିକୀୟ କମ୍ପାନୀ

ନୂଆଦିଲ୍ଲୀ,୨୮-୪: ସାଧାରଣ ନିର୍ବାଚନ ପରେ ଆମେରିକାର ପ୍ରାୟ ୨୦୦ କମ୍ପାନୀ ନିଜର ମାନୁଫାକଚରିଂ ସେଣ୍ଟରକୁ ଭାରତକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଆମେରିକା ଓ ଭାରତର ସମ୍ପର୍କ ସୁଦୃଢ଼ୀକରଣ ଲାଗି କାର୍ଯ୍ୟରତ ଆଡଭୋକେସୀ ଗ୍ରୁପ୍‌ ୟୁଏସ୍‌-ଇଣ୍ଡିଆ ଷ୍ଟ୍ରାଟେଜିକ ଆଣ୍ଡ ପାର୍ଟନରସିପ୍‌...

ଆସୁଛି ହାଲ୍‌କା ହଳଦିଆ ରଙ୍ଗର ୨୦ ଟଙ୍କିଆ ନୋଟ୍‌

ମୁମ୍ବାଇ,୨୮-୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବଶୀଘ୍ର ୨୦ ଟଙ୍କିଆ ନୂଆ ନୋଟ୍‌ ବଜାରକୁ ଛାଡ଼ିବାକୁ ଯାଉଛି। ମହାତ୍ମା ଗାନ୍ଧୀ  ସିରିଜର ଏହି ନୂଆ ନୋଟ୍‌ରେ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ସ୍ବାକ୍ଷର ରହିବ। ଆର୍‌ବିଆଇ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ,...

ବକେୟା ସ୍ପେକ୍ଟ୍ରମ ଫି ଦେବାରେ ଆର୍‌କମ୍‌ ପୁଣି ବିଫଳ

ନୂଆଦିଲ୍ଲୀ,୨୮-୪: ରିଲାଏନ୍ସ କମ୍ୟୁନିକେଶନ(ଆର୍‌କମ୍‌) ପୁଣି ଥରେ ଟେଲିକମ୍‌ ବିଭାଗ(ଡିଓଟି)କୁ ବକେୟା ୪୯୨ କୋଟି ଟଙ୍କା ଫି ଦେବାରେ ବିଫଳ ହୋଇଛି। ଜଣେ  ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଅନିଲ ଅମ୍ବାନୀଙ୍କ କମ୍ପାନୀ କ୍ରମାଗତ ତୃତୀୟଥର ବକେୟା...

ଦରମା ନ ପାଇ ଜେଟ୍‌ କର୍ମଚାରୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୮-୪: ଜେଟ୍‌ ଏୟାରଓ୍ବେଜର ଜଣେ ସିନିୟର ଟେକ୍ନିସିଆନ ଦରମା ନ ପାଇବା କାରଣରୁ ଆତ୍ମହତ୍ୟା  କରିଛନ୍ତି। ମହାରାଷ୍ଟ୍ରର ପାଲଘର ଜିଲାର ୪୫ ବର୍ଷୀୟ ଶୈଳେଶ ସିଂହଙ୍କୁ କ୍ୟାନ୍‌ସର ହୋଇଥିଲା। ସେ ନାଲାସୋପାଡା ପୂର୍ବରେ ସ୍ଥିତ ନିଜର ୪ ମହଲା ବାସଭବନରୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri