କରୋନା ଭାଇରସ୍‌

ୟାସ୍‌ ପାଇଁ ୭୪ ଟ୍ରେନ୍‌ ବାତିଲ

ଭୁବନେଶ୍ୱର,୨୨ା୫: ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ କୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ପ୍ରାୟ ୭୪ ଟ୍ରେନ୍‌ ବାତିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବତଟ ରେଳପଥ ପରିସରରେ ଭୁବନେଶ୍ୱର ଏବଂ ପୁରୀ ଭଳି ସ୍ଥାନରୁ ଯାତ୍ରା ଆରମ୍ଭ କରୁଥିବା ଏବଂ...

ଅଙ୍ଗନଓ୍ବାଡି କର୍ମୀଙ୍କ ମାଧ୍ୟମରେ ଗାଁକୁ ସଂକ୍ରମଣମୁକ୍ତ କରାଯାଇପାରିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨ା୫ (ବ୍ୟୁରୋ): କେବଳ ଛୋଟପିଲା ଓ ଗର୍ଭବତୀ ମା’ଙ୍କ ପୋଷଣ ତଥା ସ୍ବାସ୍ଥ୍ୟରକ୍ଷା ପାଇଁ ନୁହେଁ, ବରଂ କୋଭିଡ୍‌ ପରିସ୍ଥିତି ମଧ୍ୟରେ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଅଙ୍ଗନଓ୍ବାଡି କାର୍ଯ୍ୟକର୍ତ୍ତାମାନେ ଆଗଧାଡିର ଯୋଦ୍ଧା ଭାବେ କାର୍ଯ୍ୟ...

ଦିନକୁ ଦିନ କମୁଛି ଟିକାଦାନ ସଂଖ୍ୟା: ଗତ ୭ ଦିନରେ ଦିଆଯାଇଛି ୭୮ ଲକ୍ଷ ଡୋଜ୍‌…

ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ଭାକ୍ସିନ୍‌ ଅଭାବକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କରୋନା ଦେଶରେ ତାଣ୍ଡବ ରଚିଥିବାବେଳେ ଲଗାତାର ୫ ଦିନ ଧରି ଟିକାଦାନ ସଂଖ୍ୟା ୧୫ ଲକ୍ଷରୁ କମ୍‌ ରହିଛି। ଦେଶର...

କୋଭିଡ୍‌ ହସ୍ପିଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୨୨ା୫: ପୁରୀର ଦ୍ୱିତୀୟ କୋଭିଡ୍‌ ହସ୍ପିଟାଲକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ଜରିଆରେ ଲୋକାର୍ପଣ କରିଛନ୍ତି। ପୁରୀ ବାଲିଗୁଆଳିସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର...

କମୁଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହେଲେ, ଶ୍ମଶାନ ଆଗରେ ଏବେ ବି ଧାଡ଼ିଧାଡ଼ି ମୃତଦେହ…

ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ଲକ୍‌ଡାଉନ୍‌ ପ୍ରଭାବରୁ ଧୀରେଧୀରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ମୃତକଙ୍କ ସଂଖ୍ୟା ପୂର୍ବପରି ରହିଛି।...

ଏନ୍‌ଏସି ପ୍ରଶାସନ ପକ୍ଷରୁ ଥର୍ମାଲ ସ୍କ୍ରିନିଂ ଟେଷ୍ଟିଂ ଆରମ୍ଭ

ବୁଗୁଡ଼ା,୨୨।୫(ଡି.ଏନ୍‌.ଏ): ରାଜ୍ୟରେ ମହାମାରୀ କରୋନାର ଦ୍ବିତୀୟ ଲହର ଅତି ଭୟଙ୍କର ହେବାରେ ଲାଗିଛି। ଏହାକୁ ମୁକାବିଲା କରିବା ପାଇଁ ଏନ୍‌ଏସି ପ୍ରଶାସନ ପକ୍ଷରୁ ଘରକୁ ଘର ବୁଲି ଲୋକଙ୍କ ଥର୍ମାଲ ସ୍କ୍ରିନିଂ ଟେଷ୍ଟ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ...

ବିଦେଶରେ ପ୍ରସ୍ତୁତ ହେବ କୋଭାକ୍ସିନ

ନୂଆଦିଲ୍ଲୀ, ୨୨।୫: ଭାରତରେ କୋଭିଡ୍‌ ଭାକ୍ସିନ ସଙ୍କଟ ଏଡ଼ାଇବା ପାଇଁ କେନ୍ଦ୍ର ସରକାର ବିଦେଶରେ ଟିକା ଉତ୍ପାଦନ ନିମନ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି। ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ କୋଭାକ୍ସିନ ଉତ୍ପାଦନ ବଢ଼ାଇବା ପାଇଁ ଭାରତ ବାହାରେ ଏହାର ପ୍ରଡକ୍ସନ ସେଣ୍ଟର...

କମୁନି ମୃତ୍ୟୁସଂଖ୍ୟା: ରାଜ୍ୟରେ ପୁଣି କରୋନା ନେଲା ୨୬ ଜୀବନ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାଜନିତ ୨୬ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୪୫୬କୁ ବୃଦ୍ଧି ପାଇଛି।...

ଦିନେ ବଢ଼ୁଛି ଦିନେ କମୁଛି: ରାଜ୍ୟରେ ପୁଣି ୧୧,୧୦୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜ୍ୟରେ ଶୁକବ୍ରାର କରୋନା ମିଟର ଉପରମୁହାଁ ହୋଇଥିବା ବେଳେ ଶନିବାର ଏଥିରେ ସାମାନ୍ୟ ହ୍ରାସ ଘଟିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୧,୧୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶନିବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬,୨୧୯ କ୍ୱାରାଣ୍ଟାଇନ୍‌ରୁ...

ଏଣିକି କଳାବଜାରକାରୀଙ୍କ ଉପରେ କଡ଼ା ନଜର

ଭୁବନେଶ୍ୱର, ୨୨ା୫(ବ୍ୟୁରୋ): କୋଭିଡ୍‌-୧୯ର ତାଲା ବନ୍ଦ ସ୍ଥିତିରେ ଏବଂ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଦୃଷ୍ଟିରୁ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରକାରୀ ଓ ବେଆଇନ ମହଜୁଦକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର...

ଭାଜପାର ‘ଓ୍ବାନ୍‌ ଡିଷ୍ଟ୍ରିକ୍ଟ ଓ୍ବାନ୍‌ କୋଭିଡ୍‌-୧୯ ହେଲ୍ପଡେସ୍କ’ ଆରମ୍ଭ

ଭୁବନେଶ୍ୱର, ୨୨ା୫(ବ୍ୟୁରୋ): କରୋନାକୁ ମୁକାବିଲା ପାଇଁ ଶୁକ୍ରବାର ଭାଜପା କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସ୍ତରରେ ଆଉ ଏକ ପାଦ ଆଗେଇଛି। ‘ୱାନ୍‌ ଡିଷ୍ଟ୍‌ରକ୍ଟ ୱାନ୍‌ କୋଭିଡ୍‌-୧୯ ହେଲ୍ପଡେସ୍କ’ ଆଧାରରେ ଦେଶର ସବୁ ଜିଲାରେ ୮୨୪ଟି ହେଲ୍ପଡେସ୍କ ଆରମ୍ଭ ହୋଇଛି। ଭାଜପା...

ଟିକା ଟେଣ୍ଡର ସର୍ତ୍ତାବଳୀ କୋହଳ

ଭୁବନେଶ୍ୱର,୨୨ା୫(ବ୍ୟୁରୋ): ମହାମାରୀ କୋଭିଡ୍‌-୧୯ର ମୁକାବିଲା ପାଇଁ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ। ଏହି ଲକ୍ଷ୍ୟ ହାସଲ କରିବାକୁ ରାଜ୍ୟ ସରକାର ବିଶ୍ୱ ବଜାରରୁ ଟିକା କ୍ରୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଡକାଯାଇଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri