କରୋନା ଭାଇରସ୍‌

ରାଜଧାନୀରୁ ଆଉ ୯୩ କରୋନା ପଜିଟିଭ ଚିହ୍ନଟ: ସୁସ୍ଥ ହେଲେ ୨୫୪

ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଗୁରୁବାର ଆଉ ୯୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୨୧ ଜଣ ରହିଥିବା ବେଳେ ୭୨ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୯୮୫ରେ ପହଞ୍ଚିଛି।...

ଘରେ ବସି ଦେଖିପାରିବେ ନନ୍ଦନକାନରର ଜୀବଜନ୍ତୁଙ୍କୁ

ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): ମହାମାରୀ କରୋନା ପାଇଁ ଦୂରଦୂରାନ୍ତରୁ ନନ୍ଦନକାନନ ଆସିପାରୁ ନ ଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଯଦି କେହି ନନ୍ଦନକାନନ ଆସିପାରୁ ନାହାନ୍ତି , ତେବେ ସେମାନେ ଘରେ ବସି ନନ୍ଦନକାନରର ସମସ୍ତ ଜୀବଜନ୍ତୁଙ୍କୁ ଦେଖିପାରିବେ। ନନ୍ଦନକାନନର...

ରାଜଧାନୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ !

ନୂଆଦିଲ୍ଲୀ, ୨୯।୧୦: ପାର୍ବଣରେ ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣ ବଢ଼ିବା ଆରମ୍ଭ କରିଛି। ଏଠାରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଥିବାର ଅନୁମାନ କରାଯାଉଥିବା ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି। ତେବେ ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ...

ବରଗଡ଼ରେ ଖସୁଛି କରୋନା ଗ୍ରାଫ୍‌: ଆଜି ମାତ୍ର ୩୫ ପଜିଟିଭ୍‌ ଚିହ୍ନଟ, ୮୫୩୪ରେ ପହଞ୍ଚିଲା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ବରଗଡ଼ ଅଫିସ,୨୯ା୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଗୁରୁବାର ଜିଲାରେ ମାତ୍ର ୩୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳରେ ଜଣେ, ବରଗଡ଼ ବ୍ଲକର ୨, ଅତାବିରା ବ୍ଲକର ୪, ପଦ୍ମପୁର...

ଶୁକ୍ରବାରଠାରୁ ପୁଣି ଲକ୍‌ଡାଉନ ଆରମ୍ଭ

ପ୍ୟାରିସ୍‌, ୨୯।୧୦: ଫ୍ରାନ୍ସ୍‌ରେ କରୋନା ମହାମାରୀ ସଂକ୍ରମଣ ପୁଣି ଥରେ ଫେରିଛି। ଏହାକୁ ଦୃଷ୍ଟିରେ ରଖି ଏଠାରେ ଶୁକ୍ରବାରଠାରୁ ପୁଣି ଲକ୍‌ଡାଉନ୍‌ ଆରମ୍ଭ ହେବ। ଏ ସମ୍ପର୍କରେ ରାଷ୍ଟ୍ରପତି ଏମାନୁଏଲ୍‌ ମାର୍କନ ଘୋଷଣା କରିଛନ୍ତି। ଏଠାରେ ବର୍ତ୍ତମାନ ସୁଦ୍ଧା କରୋନା...

ପୁଣି ରାଜ୍ୟରେ ୧୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୧୩ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୯୭ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ରାଜ୍ୟରେ...

CORONAVIRUS UPDATE: ରାଜ୍ୟରେ ୧୬୧୭ ନୂଆ ପଜିଟିଭ୍‌ ଚିହ୍ନଟ, କମୁଛି ସଂଖ୍ୟା

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ରାଜ୍ୟରେ ଗୁରୁବାର ୧୬୧୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭୦୯୯କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ...

ସମସ୍ତ ଦେଶବାସୀଙ୍କୁ ମିଳିବ କରୋନା ଟିକା: ମୋଦି

ନୂଆଦିଲ୍ଲୀ,୨୯ ।୧୦: କରୋନା ଭାଇରସ ସଂକ୍ରମଣ ଦେଶଠାରୁ ବିଦେଶ ପର୍ଯ୍ୟନ୍ତ ସବୁଠାରେ ବୃ୍‌ଦ୍ଧି ପାଇବାରେ ଲାଗିଛି । ଇତିମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଖ୍ୟା ୮୦ ଲକ୍ଷ ଅତିକ୍ରମ କରିଥିବା ବେଳେ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟି...

ଦେଶରେ ୮୦ ଲକ୍ଷ ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨୯ ।୧୦: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବଢିପାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୯,୮୮୧ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୦,୪୦,୨୦୩ରେ ପହଞ୍ଚିଥିବା ଗୁରୁବାର ସୂଚନା...

କରୋନା ପଜିଟିଭ ହେବା ପରେ ବି ପ୍ରଚାର କରୁଛନ୍ତି ବିଧାୟକ

ପାଟନା,୨୯ ।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି । ବିଭିନ୍ନ ଦଳର ଷ୍ଟାର ପ୍ରଚାରକମାନେ ସେଠାରେ ଏକ ପ୍ରକାର ଡେରା ପକାଇଛନ୍ତି କହିଲେ ଚଳେ । କିଛିଦିନ ହେବ ଭାରତୀୟ ଜନତା ପାର୍ଟି(ଭଜପା) ପକ୍ଷରୁ...

ସ୍ମୃତି ଇରାନୀଙ୍କୁ କରୋନା, ଟୁଇଟ୍‌ କରି ଦେଲେ ସୂଚନା

ନୂଆଦିଲ୍ଲୀ,୨୮ା୧୦: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ବୁଧବାର ସନ୍ଧ୍ୟାରେ ସ୍ମୃତି ନିଜେ ଟୁଇଟ୍‌ କରି  ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏକ କଥା ଘୋଷଣା କରିବା ସମୟରେ ଶବ୍ଦ ଖୋଜିବା ମୋ’ ପାଇଁ ବିରଳ।...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୨୦୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛଇ। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୧୨ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୋଳରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri