କରୋନା ଭାଇରସ୍‌

ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଯାଇ ଗଛ ଉପରେ ବସିଲେ ବ୍ୟକ୍ତି: ଭିଡ଼ିଓ ଭାଇରାଲ

କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପକ୍ଷରୁ କିଛି ଗାଇଡଲାଇନ୍ସ ଜାରି କରାଯାଇଛି। ଯେପର୍ଯ୍ୟନ୍ତ ଭ୍ୟାକସିନ୍‌ ନ ଆସିଛି ସେପର୍ଯ୍ୟନ୍ତ ବାହାରକୁ ବାହାରିଲେ ମୁହଁରେ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ...

ବରଗଡ଼ରୁ ୨୩ ନୂଆ କରୋନା ପଜିଟିଭ ଚିହ୍ନଟ, ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୬ରେ ପହଞ୍ଚିଲା

ବରଗଡ଼ ଅଫିସ,୨୭।୭: ବରଗଡ଼ ଜିଲାରୁ ସୋମବାର ୨୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଆତାବିରା ଏନ୍‌ଏସିର କଣ୍ଟେନ୍‌ମେଣ୍ଟ ଅଞ୍ଚଳରୁ ୨୧ଜଣ ରହିଥିବା ବେଳେ ଅନ୍ୟ ୨ ଜଣ ବରଗଡ଼ ବ୍ଲକ କଟାପାଲି ଅବରୋଧ ଅଞ୍ଚଳର।...

ଏହି ଦେଶରେ ଚିହ୍ନଟ ହେଲେ ପ୍ରଥମ କରୋନା ପଜିଟିଭ: ମାସ୍କ ନ ପିନ୍ଧିଲେ ମିଳୁଛି ଏପରି ଦଣ୍ଡ…

ସିଓଲ, ୨୭।୭: ସମଗ୍ର ଦେଶରେ ମହାମାରୀ କରୋନା ସଂକ୍ରମଣ ବଢ଼ିଚାଲିଛି। ଆମେରିକା ଭଳି ଏକ ଶକ୍ତିଶାଳୀ ଦେଶଠାରୁ ଆରମ୍ଭ କରି ଆଫ୍ରିକା ପର୍ଯ୍ୟନ୍ତ ଏହା ବିପଦ ସୃଷ୍ଟି କରିସାରିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ...

ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ କରୋନା: ମେଡିସିନ, ଓପିଡି, ରେଜିଷ୍ଟ୍ରେଶନ କାଉଣ୍ଟର ବନ୍ଦ

ଝାରସୁଗୁଡ଼ା ଅଫିସ,୨୭ା୭: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ ବିଭାଗରେ ଚିକିତ୍ସିତ ଜଣେ ରୋଗୀ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଛି। ଏହା ପରେ ତୁରନ୍ତ ମେଡିସିନ ବିଭାଗ, ରେଜିଷ୍ଟ୍ରେଶନ କାଉଣ୍ଟର ଏବଂ ଓପିଡି ବନ୍ଦ କରାଯାଇଛି। ୩ ଦିନ ପାଇଁ...

ସମ୍ପୂର୍ଣ୍ଣ ସୁସ୍ଥ ନ ହେଲେ କରୋନା ଫେରିବାର ଭୟ ଅଧିକ !

ନୂଆଦିଲ୍ଲୀ,୨୭।୭: ଏବେ ଅଡୁଆରେ ପଡିଛନ୍ତି ଚିକିତ୍ସକ। କାରଣ ହେଉଛି କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କଠାରେ ପୁଣିଥରେ ସଂକ୍ରମଣ ଦେଖାଯାଇଛି। ଦିଲ୍ଲୀ ସମେତ ଅନ୍ୟ କିଛି ରାଜ୍ୟରେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ଏହା ଚିନ୍ତାର କାରଣ ପାଲଟି...

ଭଦ୍ରକରେ ଆଉ ୨୫ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୫୪୭ରେ ପହଞ୍ଚିଲା

ଭଦ୍ରକ ଅଫିସ,୨୭ା୭: ସୋମବାର ଭଦ୍ରକ ଜିଲାରୁ ଆଉ ୨୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।...

ଆଜି ଆଉ ୭ ଜୀବନ ନେଲା କରୋନା: ମୃତ୍ୟୁସଂଖ୍ୟା ୧୪୭କୁ ବୃଦ୍ଧି

ଭୁବନେଶ୍ୱର,୨୭ା୭(ବ୍ୟୁରୋ) : ସୋମବାର ରାଜ୍ୟରେ କରୋନା ଆଉ ୭ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୪୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ...

କରୋନା ସଂକ୍ରମିତଙ୍କ ଆଉ ଏକ କରୁଣ ଦୃଶ୍ୟ

ହାଇଦ୍ରାବାଦ,୨୭।୭: ତେଲେଙ୍ଗାନାର କରିମନଗରରେ ଜଣେ କରୋନା ସଂକ୍ରମିତଙ୍କ ବେଡ୍‌ରୁ ଖସିପଡି ମୃତ୍ୟୁ ହେବା ଘଟଣା ଏବେ ଆସିଛି ଚର୍ଚ୍ଚାକୁ। ଜିଲା ହସ୍ପିଟାଲରେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଜଣେ ୭୦ ବର୍ଷ ବୟସର ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଏବେ...

ଲୋକେ ଭକୁଆ: କରୋନା ଟୀକାର ଦେଖାନାହିଁ, ଅଫିସରଙ୍କ ପକେଟ ଗରମ

ଓ୍ବାଶିଂଟନ, ୨୭।୭: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। କରୋନା ପ୍ରତିଷେଧକ ଟୀକା ଆଶାରେ ସାଧାରଣ ଲୋକଙ୍କ ଜୀବନ ବିତୁଛି। କେବେ ଟୀକା ଆସିବ ମଣିଷ ମହାମାରୀ ସମସ୍ୟାରୁ ମୁକ୍ତି ପାଇବ, ସେନେଇ ଲୋକେ ଆଶାବାନ୍ଧି...

ସାମାନ୍ୟ ସତର୍କତା ଅଭାବରୁ ସଂକ୍ରମିତ ହେଲେ ୪୩ ଜଣ

କାସରଗଡ଼,୨୭।୭: କରୋନା ଭାଇରସ ଏବେ ସାରା ବିଶ୍ୱର ମେରୁଦଣ୍ଡକୁ ଏକ ପ୍ରକାର ଭାଙ୍ଗି ପକାଇଛି କହିଲେ ଚଳେ। ତେବେ କରୋନାଠାରୁ ଦୂରେଇ ରହିବାକୁ ହେଲେ ସରକାର ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା କିଛି ଗାଇଡ୍‌ଲାଇନକୁ ପାଳନ କରିବାକୁ...

CORONAVIRUS UPDATE: ରାଜ୍ୟରେ ୨୬,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୧୫୦୩

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ସୋମବାର ଆଉ ୧୫୦୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୬,୮୯୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୦୦୨...

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ଟପିଲା

ନୂଆଦିଲ୍ଲୀ, ୨୭।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛିି। ସୋମବାର ସୁଦ୍ଧା ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୩୫ ହଜାର ୪୫୩ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୩୨ ହଜାର ୭୭୧ ଛୁଇଁଛି। ଗତ ୨୪...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri