ଅପରାଧ

ନୟାଗଡ଼ର ୪ ଜେଲ୍‌ରେ ବଡ଼ ଧରଣର ଚଢ଼ାଉ, ଜେଲ୍‌ ଭିତରେ ଯାହା ଚାଲିଥିଲା ପୋଲିସ ଦେଖି…

ନୟାଗଡ଼,୨୫ା୮(ଲୋକନାତ ମିଶ୍ର): ରବିବାର ନୟାଗଡ଼ ଜିଲାର ୪ ଜେଲ୍‌ରେ ବଡ଼ ଧରଣର ଚଢ଼ାଉ କରାଯାଇଛି। ମୁଖ୍ୟ ଜେଲ୍‌ ସମେତ ଜିଲାର ରଣପୁର, ଦଶପଲ୍ଲା, ଖଣ୍ଡପଡ଼ା ସବ୍‌ଜେଲ୍‌ରେ ଆଜି ଭୋର୍‌ ସମୟରୁ ଏହି ଚଢ଼ାଉ ହୋଇଛି। ଜେଲ୍‌ ଭିତରେ ବେଆଇନ କାର୍ଯ୍ୟ...

କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ସହ କାର୍‌ ଜବତ, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୨୪ା୮(ସୁବାସ ଚନ୍ଦ୍ର ପାଢ଼ୀ): ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ପାଇଁ ବ୍ରହ୍ମପୁରରେ ଥିବା ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଡିଏସ୍‌ପି ସ୍ନେହଲତା ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ ହୋଇଥିଲା। ଉକ୍ତ ଟିମ୍‌...

ଗିରଫ ହେଲେ କୁବେର ଓଏସ୍‌ଆର୍‌ଟିସି ସିଏଓ, କେରଳରେ ବି କରିଛନ୍ତି ଘର

ଭୁବନେଶ୍ୱର,୨୪ା୮: ଓଏସ୍‌ଆର୍‌ଟିସିର ଚିଫ୍‌ ଆକାଉଣ୍ଟ ଅଫିସର(ସିଏଓ) ବିଜୟ ମଙ୍ଗରାଜ ଶନିବାର ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଆଜି ତାଙ୍କୁ ଗିରଫ କରିଛି। ବିଜୟଙ୍କର ଖାଲି ଓଡ଼ିଶାରେ ନୁହେଁ କେରଳରେ ମଧ୍ୟ ଘର ରହିଥିବା...

କୋଲକାତା ବଳାତ୍କାର ମାମଲା: ଆଜି ୬ ଅଭିଯୁକ୍ତଙ୍କର ହେବ ପଲିଗ୍ରାଫ୍‌ ଟେଷ୍ଟ୍‌

କୋଲକାତା,୨୪ା୮: ଶନିବାର ସିବିଆଇ ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ପଚରାଉଚରା କରିବ। ବର୍ତ୍ତମାନ ପର୍ଯ୍ୟନ୍ତ ସନ୍ଦୀପ ଘୋଷଙ୍କୁ ପ୍ରାୟ ୧୦୦ ଘଣ୍ଟା ଧରି ପଚରାଉଚରା କରାଯାଇଛି। ସନ୍ଦୀପଙ୍କ ପଲିଗ୍ରାଫ ଟେଷ୍ଟ୍‌ ମଧ୍ୟ...

OSRTC ସିଏଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୨୩ା୮: ଓଏସ୍‌ଆର୍‌ଟିସି ଚିଫ୍‌ ଆକାଉଣ୍ଟ ଅଫିସର(ସିଏଓ)ଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ସିଏଓ ବିଜୟ ମଙ୍ଗରାଜଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। ଭୁବନେଶ୍ବରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ାଉ...

ଟଙ୍କରାମ ହତ୍ୟା ମାମଲା: ୨ ପୁଅଙ୍କ ସହ ବାପାଙ୍କୁ ଆଜୀବନ କାରାଦଣ୍ଡ

ଲୋଇସିଂହା,୨୩ା୮(ସୁଶାନ୍ତ ବାରିକ): ବଲାଙ୍ଗୀର ସଦର ଥାନା ତଥା ଲୋଇସିଂହା ବ୍ଲକ କୁଶଙ୍ଗ ପଞ୍ଚାୟତ ବଞ୍ଜାରି ଗ୍ରାମର ଟଙ୍କରାମ ପାଣ୍ଡେ ହତ୍ୟା ମାମଲାର ବଲାଙ୍ଗୀର ସେସନ କୋର୍ଟ ବିଚାର ପତି ଡ. ପବିତ୍ରମୋହନ ସାମଲ ଗୁରୁବାର ଶୁଣାଣି କରି ୩ ଅଭିଯୁକ୍ତଙ୍କୁ...

ଜେଲ୍‌ରେ ବଡ଼ ଧରଣର ଚଢ଼ାଉ, ଜେଲର୍‌ଙ୍କ ସହ ମିଶି ବନ୍ଦୀମାନେ କରୁଛନ୍ତି…

ବଲାଙ୍ଗୀର,୨୩ା୮(ସୁନୀଲ କୁମାର ମହାନ୍ତି): ଶୁକ୍ରବାର ସକାଳୁ ବଲାଙ୍ଗୀର ଜିଲା କାରାଗାରରେ ପୋଲିସ ପକ୍ଷରୁ ବଡ଼ଧରଣର ଚଢ଼ାଉ କରଯାଇଛି। ଜେଲ୍‌ ଭିତରେ ବନ୍ଦୀମାନେ ଗ୍ୟାଙ୍ଗଓ୍ବାର କରୁଥିବା ଓ ବିଭିନ୍ନ ଅପରାଧ ପାଇଁ ଯୋଜନା କରୁଥିବା ଖବର ଆସିବା ପରେ ଶୁକ୍ରବାର ବଲାଙ୍ଗୀର...

ଛାତ୍ରୀଙ୍କୁ ସଂସ୍କୃତ ଶିକ୍ଷକଙ୍କ ମାଡ଼, ଅସଦାଚରଣ ଅଭିଯୋଗ, ଥାନାରେ ପହଞ୍ଚିଲା ମାମଲା

ଦେବଗଡ଼,୨୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ତଥା ବାରକୋଟ ବ୍ଲକ ଅନ୍ତର୍ଗତ ଏକ ନିର୍ଦ୍ଦିଷ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ସମ୍ପୃକ୍ତ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ମାଡ଼ ମାରିବା ସହ ଅସଦାଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି ।...

ରେଞ୍ଜରଙ୍କ ଟଏଲେଟ୍‌ ଫ୍ଲସ୍‌ରୁ ମିଳିଲା ବିଡ଼ାବିଡ଼ା ଟଙ୍କା, ଭିଡିଓ ଦେଖିଲେ…

ଢେଙ୍କାନାଳ,୨୨ା୮: ଢେଙ୍କାନାଳ ସଦର ରେଞ୍ଜର ବିଭୂଦାନନ୍ଦ ମିଶ୍ରଙ୍କ ଘରେ ଗୁରୁବାର ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ ଚାଲିଥିବା ବେଳେ ତାଙ୍କ ଟଏଲେଟ୍‌ ଫ୍ଲସ ଟାଙ୍କିରୁ ବିଡ଼ାବିଡ଼ା ଟଙ୍କା ମିଳିଛି। ଭିଜିଲାନ୍ସକୁ...

ଗିରଫ ହେଲେ କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ

କେନ୍ଦ୍ରାପଡ଼ା,୧୭ା୮: କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ଗତକାଲି ପ୍ରଦୀପଙ୍କ ଘର, ଅଫିସ ସହିତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ ବିଭାଗ।...

ବିଧବାଙ୍କୁ ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କଲେ ଯୁବକ

ଆଠଗଡ଼,୧୭ା୮: କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚ ଗାଁରେ ଶନିବାର ଏକ ଅଭାବନୀୟ କାଣ୍ଡ ଘଟିଛି। ବିଧବାଙ୍କୁ ଜଣେ ଯୁବକ ହତ୍ୟା କରିବା ପରେ ଥାନାରେ ଅଭିଯୁକ୍ତ ଆତ୍ମସମର୍ପଣ କରିଛନ୍ତି। ତେବେ ଉକ୍ତ ଯୁବକ ଜଣକ ବିଧବା ମହିଳାଙ୍କ...

ରାଜଧାନୀରେ ୭ ସିମ୍‌ ବକ୍ସ ଠାବ, ଫ୍ରଡ୍‌ କଲ୍‌ ପାଇଁ ହେଉଥିଲା ବ୍ୟବହାର

ଭୁବନେଶ୍ୱର,୧୬ା୮: ରାଜଧାନୀ ଭୁବନେଶ୍ବରରେ ୭ଟି ସିମ୍‌ ବକ୍ସ ଠାବ କରାଯାଇଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ସନ୍ଦିଗ୍ଧ ଘରୁ ଏହାକୁ ଠାବ କରାଯାଇଛି। ସ୍ପେଶାଲ ସ୍କ୍ବାଡ ଓ ଲକ୍ଷ୍ମୀସାଗର ପୋଲିସର ମିଳିତ ଚଢ଼ାଉରେ ଏହି ବକ୍ସକୁ ଠାବ କରାଯାଇଥିବା ବେଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri