ଅପରାଧ

୧୯ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ମହିଳା ଗିରଫ

କଟକରୋଡ଼,୧୪।୬(ଡି.ଏନ୍‌.ଏ.): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ପଛପଟେ ଥିବା ହଳଦୀ ପଡ଼ିଆ ବସ୍ତରେ କମିଶନରେଟ ପୋଲିସ କୁଇକ ଆକ୍ସନ ଟିମ୍‌ (କ୍ୟୁଏଟି) ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଚଢ଼ାଉକରି ଜଣେ ମହିଳାଙ୍କୁ ଗିରଫ କରିଛି। ସେ ହେଲେ ସେହି ବସ୍ତିରେ ରହୁଥିବା କୁନି...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ : ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସତ୍ୟାସତ୍ୟ ଜଣାପଡ଼ିବ

ଅତାବିରା,୧୪ା୬(ଡି.ଏନ୍‌.ଏ.) : ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ତଲିଟାମ୍ପରସରା ଗ୍ରାମର ଜଣେ ଯୁବକଙ୍କ ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ହେଲା ବଳରାମ ସେଟ୍‌(୧୮)। ସେ ଗୁରୁବାର ସନ୍ଧ୍ୟାରେ ତଲିଟାମ୍ପରସରା ଗ୍ରାମର ରାଜୀବ ବିଶ୍ୱାଳଙ୍କ ଦୁଗ୍ଧ ନେଇ...

ହତ୍ୟା ଉଦ୍ୟମ ମାମଲା : ଜେଲ ଗଲେ ଅଭିଯୁକ୍ତ, ରକ୍ତଭିଜା ଛୁରି ଜବତ

ଦିଗପହଣ୍ଡି,୧୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଅନ୍ତର୍ଗତ ଦିଗପହଣ୍ଡି ପୋଲିସ ଦକ୍ଷିଣପୁର ଗ୍ରାମର ପି.ଜାଗିଲି ରେଡ୍ଡୀଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ପ୍ରକାଶ ଯେ, ମଙ୍ଗଳବାର ସକାଳେ ପୂର୍ବ ଶତୃତାକୁ କେନ୍ଦ୍ର କରି ପି.ଜାଗିଲି ତାଙ୍କ...

ଗ୍ରାମସଭାରେ ପୋଖରୀ ମାଛ ଧରା ଚାନ୍ଦାକୁ ନେଇ ଗଣ୍ଡଗୋଳ, ଜଣେ ମୃତ

ଛେଣ୍ଡିପଦା,୧୨।୬(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାହାଳସାହି ପଞ୍ଚାୟତର ଗୋହିରାପଶି ଗ୍ରାମରେ ମଙ୍ଗଳବାର ରାତି ୯ଟା ସମୟରେ ଗ୍ରାମସଭା ଚାଲିଥିବା ବେଳେ ଅଘଟଣ ଘଟିଛି। ପୋଖରୀ ମାଛଧରାକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ପରେ ମାରପିଟ୍‌ ଲାଗିବା ଯୋଗୁ ଜଣଙ୍କର...

କେନ୍ଦୁଝରରେ ଥମୁନି କଳା ପଲ୍‌ସର ଆତଙ୍କ: ପାଟଣାରେ ଦୁର୍ବୃତ୍ତ ଲୁଟି ନେଲେ ୧ ଲକ୍ଷ ୯୩ ହଜାର ଟଙ୍କା, ଲୁଟେରାଙ୍କ ଟେର୍‌ ପାଉନି ପୋଲିସ

ପାଟଣା,୧୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲାର ବିଭିନ୍ନ ଅଞ୍ଚଳରେ ଥମୁନି କଳା ପଲ୍‌ସର ଆତଙ୍କ। ବିଶେଷକରି ପର୍ବ ପର୍ବାଣୀ ସମୟରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇ ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳାଉଛନ୍ତି। ଏହି କ୍ରମରେ ପାଟଣା ଥାନା ପାଟଣା ସାହାରପଡା ଦେଇ ଯାଇଥିବା...

ବରଗଡ଼ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼ ଅଫିସ,୧୨।୬: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳୁ ବରଗଡ଼ ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ସେ ହେଲେ ଟଙ୍କଧର ମେହେର। ମେହେରଙ୍କ ବରଗଡ଼ ବାଲାଜୀ ସିଟି କୋଠାଘର ସମେତ ସର୍ଗିବାହାଲ...

ମଥୁରାରେ ଅଗ୍ନିକାଣ୍ଡ, ଜଳିଗଲା ୬ ବଖରା

ବ୍ରହ୍ମପୁର ଅଫିସ,୧୧।୬- ପୋଲସରା ବ୍ଲକ ମଥୁରା ଗ୍ରାମ ପାଇକ ସାହିରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ ପରିବାରର ୬ ବଖରା ଘର କ୍ଷତିଗ୍ରସ୍ତ ହୋଇଛି। ଝୁଲୁ ରାଉତ, ଶଙ୍କର ରାଉତ ଓ ମହରଗ ରାଉତଙ୍କ ୨...

ଲିଙ୍ଗରାଜ ହାଇସ୍କୁଲରୁ ଚୋରି

ବ୍ରହ୍ମପୁର ଅଫିସ,୧୧।୬- ପୋଲସରା ଥାନା ନିମିନା ଗ୍ରାମପଞ୍ଚାୟତ ସାନବରଗଁାସ୍ଥିତ ଲିଙ୍ଗରାଜ ହାଇସ୍କୁଲରୁ ରବିବାର ରାତିରେ ଚୋରି ହୋଇଛି। ସ୍କୁଲ ମୁଖ୍ୟ ଫାଟକ ଓ ଅଫିସ ଗୃହ ତାଲା ଭାଙ୍ଗି ୪ ହଜାର ଟଙ୍କା, ଗୋଟିଏ ଫ୍ୟାନ, ମାଇକ୍ରୋଫୋନ ୩ଟି, ପେନଡ୍ରାଇଭ୍‌...

ବଦାଙ୍ଗିରୁ ବିଦେଶୀ ମଦ ଜବତ

ଭଞ୍ଜନଗର,୧୧।୬(ଡି.ଏନ.ଏ.)- ତାରସିଂ ପୋଲିସ ବୁଧବାର ବଦାଙ୍ଗିରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି। ଏହି ମାମଲାରେ ଅଭିଯୁକ୍ତ ସଞ୍ଜୟ ସାହୁଙ୍କୁ ଗିରଫ କରି ଭଞ୍ଜନଗର କୋର୍ଟକୁ ଚାଲାଣ କରାଯାଇଛି। ନଂ.୮୧।୧୯ରେ ପୋଲିସ ଏକ ମାମଲା ରୁଜୁକରିବା ସହ ୯୭...

ମହିଳାଙ୍କୁ ଟାଙ୍ଗିଆରେ ଆକ୍ରମଣ, ଠାକୁରଗଡ଼ ଥାନାରେ ମାମଲା ରୁଜୁ

ବଇଣ୍ଡା,୧୧।୬(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ତାବଡ଼ା ଗ୍ରାମର ମହିଳା ଫୁଲ ବେହେରାଙ୍କୁ ସେହିଗ୍ରାମର ଜମ୍ବେଶ୍ୱର ନାୟକ, ଯତୀନ ନାୟକ ଓ ଚାନ୍ଦି ନାୟକ ଟାଙ୍ଗିଆରେ ଆକ୍ରମଣ କରିଥିବା ମଙ୍ଗଳବାର ଠାକୁରଗଡ଼ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ନଂ. ୫୦/୧୯ରେ...

ଡିକି ଭାଙ୍ଗି ୨ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଆନନ୍ଦପୁର,୧୧।୬(ସ୍ବ.ପ୍ର.) କେନ୍ଦୁଝର ଜିଲା ଆନନ୍ଦପୁର ଥାନା ୪ନଂ ଓ୍ବାର୍ଡ ଲକ୍ଷ୍ମୀବଜାରସ୍ଥିତ ଏକ ଜଳଖିଆ ଦୋକାନ ଆଗରେ ଥିବା ଏକ ବାଇକ୍‌ର ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୨ ଲକ୍ଷ ଟଙ୍କା ଲୁଟିନେଇଥିବା ଥାନାରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ନନ୍ଦିପଦା ଥାନା ବେତିରା...

ନେପାଳ ବସ୍‌ ଦୁର୍ଘଟଣା: ମଳିପଡ଼ାର ଜଣେ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ଖୋର୍ଦ୍ଧା ଅଫିସ,୧୧।୬: କାଠମାଣ୍ଡୁ ବୁଲିବାକୁ ଯାଇଥିବାବେଳେ ନେପାଳରେ ଦୁଇ ତୀର୍ଥ ଯାତ୍ରୀଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ଓଡ଼ିଆ ତୀର୍ଥଯାତ୍ରୀ। ଏଥିରୁ ଜଣେ ଖୋର୍ଦ୍ଧା ଜିଲା ଖୋର୍ଦ୍ଧା ବ୍ଲକ କଁପୁର ପଞ୍ଚାୟତ ମଳିପଡ଼ା ଉପରସାହିର ଚରଣ ବିଶ୍ୱାଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri