ଅପରାଧ

୩ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ: ଜଣେ ଗିରଫ

ଖୋର୍ଦ୍ଧା ଅଫିସ,୧୧।୬: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ସ୍ବପ୍ନେଶ୍ୱରସାହି ଉପରେ ମଙ୍ଗଳବାର କଟକ ଓ ଖୋର୍ଦ୍ଧା ଫ୍ଲାଇଂ ସ୍କ୍ବାଡ୍‌ ପକ୍ଷରୁ ଚଢ଼ାଉ କରାଯାଇ ୩୦ ଗ୍ର୍ରାମ ବ୍ରାଉନସୁଗାର ଜବତ ହୋଇଛି, ଯାହାର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ...

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ: ଜଣେ ଗିରଫ

ବାଲେଶ୍ୱର ଅଫିସ, ୧୧।୬: ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ ଜାମୁଝାଡିଠାରେ ମଙ୍ଗଳବାର କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୩୨ କେଜି ଗଞ୍ଜେଇ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।...

ଭିଜିଲାନ୍ସ ଜାଲରେ ବାଲେଶ୍ୱର ଜିଲା ସହକାରୀ ପରିସଂଖ୍ୟାନ ଅଧିକାରୀ

ବାଲେଶ୍ୱର ଅଫିସ,୧୧।୬: ବାଲେଶ୍ୱର ଜିଲା ସହକାରୀ ପରିସଂଖ୍ୟାନ ଅଧିକାରୀଙ୍କ ଘରେ ମଙ୍ଗଳବାର ଜିଲା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସରକାରୀ ପରସଂଖ୍ୟାନ ଅଧିକାରୀ ପରମେଶ୍ୱର ରାଉତଙ୍କ ଘର ସମେତ ଏକକାଳୀନ ୪ ସ୍ଥାନରେ ଚଢ଼ାଉ କରାଯାଇଛି। ଆୟବହିର୍ଭୂତ ଅଭିଯୋଗରେ ଏହି...

ଝରକା ତାଡ଼ି ଘରେ ପଶିଲେ ଦୁର୍ବୃତ୍ତ: ଟଙ୍କା, ସୁନା ଅଳଙ୍କାର ଚୋରି

ବାରଙ୍ଗ, ୧୧।୬(ଡି.ଏନ୍‌.ଏ.): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଓସ୍ତପଡ଼ା ଗ୍ରାମରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଛି। ଗ୍ରାମର ସହଦେବ ସାମଲ ଏବଂ ଭଗବାନ ପୃଷ୍ଟିଙ୍କ ଘରୁ ଚୋରି ହୋଇଛି। ପରିବାର ଲୋକେ ରାତିରେ ଶୋଇଥିବା...

ଘରୋଇ କଳହ: ଦାଦାପୁଅ ଖଣ୍ଡା ଚୋଟରେ ବଡ଼ବାପା ପୁଅ ଗୁରୁତର

ପାଟଣାଗଡ଼,୧୧।୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଅନ୍ତର୍ଗତ ସାନବାବେଯୁରୀ ଗ୍ରାମରେ ସୋମବାର ରାତିରେ ଘରୋଇ କଳହକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ଦାଦା ପୁଅ ଖଣ୍ଡା ଚୋଟରେ ବଡ଼ବାପା ପୁଅ ଗୁରୁତର ହୋଇଛନ୍ତି। ଗୁରତର ଜଣକ...

ବାରଣ୍ଡାରେ ଶୋଇଥିବା ବେଳେ ବ୍ୟକ୍ତିଙ୍କ ମୁଣ୍ଡ କାଟି ନେଇଗଲେ ଦୁର୍ବୃତ୍ତ

ସମ୍ବଲପୁର,୧୧।୬(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ତିଲେଇମାଲ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି । ରାତିରେ ବାରଣ୍ଡାରେ ମଶାରି ଟାଙ୍ଗି ଶୋଇଥିବା ଜଣେ ବ୍ୟକ୍ତିଙ୍କ ମୁଣ୍ଡ କାଟି ଦୁର୍ବୃତ୍ତମାନେ ନେଇଯାଇଥିବା ଜଣାପଡିଛି। ସେ ହେଲେ ସତ୍ୟନାରାୟଣ...

ଚୋରି ଘଟଣାରେ ୪ଗିରଫ: ସୁନା ଅଳଙ୍କାର, ମାରଣାସ୍ତ୍ର ଜବତ

ହିଞ୍ଜିଳିକାଟୁ,୧୦।୬(ଡି.ଏନ୍‌.ଏ.)- ହିଞ୍ଜିଳି ଥାନା ଅଞ୍ଚଳରେ କିଛିଦିନ ଧରି ବିଭିନ୍ନ ଅଞ୍ଚଳରୁ ବାରମ୍ବାର ଚୋରି ହେଉଥିଲା। ରବିବାର ରାତିରେ ହିଞ୍ଜିଳି ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୨ ଜଣ ଲୁଟେରାଙ୍କ ସହ ଚୋରା ସୁନା ଅଳଙ୍କାର କିଣିଥିବା ଅଭିଯୋଗରେ ୨...

୩୫ଶହ ଲିଟର ପୋଚ, ୫୫ ଲିଟର ମଦ ଜବତ

ଗୋପାଳପୁର,୧୦।୬- ରଙ୍ଗେଇଲୁଣ୍ଡା ବ୍ଲକରେ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଉଥିବା ବେଳେ ବ୍ରହ୍ମପୁର ଷ୍ଟ୍ରାଇକିଂ ଫୋର୍ସ ଓ ଗୋଳନ୍ଥରା ଅବକାରୀ ବିଭାଗ ପକ୍ଷରୁ ରବିବାର ୨ଟି ସ୍ଥାନରେ ଚଢ଼ାଉ କରି ପୋଚ ଓ ମଦ ଜବତ ହୋଇଥିଲା। ଇନ୍ଦ୍ରାକ୍ଷୀ...

ଯୁବକଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ : ଡାକ୍ତରଖାନାରେ ଭର୍ତ୍ତି, ପୋଲିସର ଛାନ୍‌ଭିନ

ବୀରମହାରାଜପୁର,୧୦ା୬(ଡି.ଏନ୍‌.ଏ.) : ଗରମ ଯୋଗୁ ଘର ଛାତ ଉପରେ ଶୋଇଥିବା ଜଣେ ବିବାହିତ ଯୁବକଙ୍କ ଉପରେ ସଶସ୍ତ୍ର ଆକ୍ରମଣ ହୋଇଛି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅଧିନସ୍ଥ କର୍ଣ୍ଣପାଲି ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏଭଳିି ଘଟଣା ଘଟିଛି। ଦୁର୍ବୃତ୍ତଙ୍କ...

କଲେଜ ଛାତ୍ରୀଙ୍କ ଗଳିତ ଶବ ମିଳିବା ଘଟଣା : ପୋଲିସର ନିଷ୍କ୍ରିୟତା ନେଇ ରାସ୍ତା ଅବରୋଧ

ବସ୍ତା,୧୦ା୬(ସ୍ବ.ପ୍ର.) : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଜାମୁଶୁଳି କଲେଜ ଛାତ୍ରୀ ଲୋପାମୁଦ୍ରା ମହାନ୍ତି ୪ ମାସ ଧରି ନିଖୋଜ ହେବା ପରେ ଗଳିତ ଶବ ବିରିପଦାରୁ ମିଳିଛି। ମୃତ ଲୋପାଙ୍କ ମାତାପିତା ମୃତଦେହ ପାଖରୁ ମିଳିଥିବା ପୋଷାକପତ୍ର...

ଜମୁର୍ଡାରେ ଗୁଳିକାଣ୍ଡ : ଜଣଙ୍କ ଜୀବନ ଗଲା

ବରଗଡ଼ ଅଫିସ,୧୦ା୬: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମରେ ରବିବାର ବିଳମ୍ବିତ ରାତ୍ରିରେ ଗୁଳିକାଣ୍ଡ ଘଟିଛି । ଗୁଳିକାଣ୍ଡରେ ଜଣଙ୍କର ଜୀବନ ଯାଇଛି। ମୃତକ ଜଣକ ସମ୍ବଲପୁର ଜିଲା ଧମା ଥାନା ଅନ୍ତର୍ଗତ ବରଗାଁ ଗ୍ରାମର ମୂଳବାସିନ୍ଦା ବସନ୍ତ...

ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ ମାମଲା : ସିସିଟିଭି ଫୁଟେଜରୁ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର,୧୦।୬(ବ୍ୟୁରୋ) : ନୟାପଲ୍ଲୀ ଥାନା ସିଆର୍‌ପି ଏନ୍‌-୧ରେ ରହୁଥିବା ବ୍ୟବସାୟୀ ଶିବସୁନ୍ଦର ଦାଶଙ୍କୁ ଶୁକ୍ରବାର ରାତିରେ ୬ଜଣ ଦୁର୍ବୃତ୍ତ କାରରେ ଅପହରଣ ଉଦ୍ୟମ କରିଥିଲେ। ହେଲେ ବାଣୀବିହାର ଓଭରବ୍ରିଜ୍‌ ଉପରେ ଆର୍‌ଟିଓ ଚେକିଂ ହେଉଥିବାରୁ ଦୁର୍ବୃତ୍ତମାନେ କାର ବୁଲାଇ ଫେରିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri