ଅପରାଧ

ବ୍ୟବସାୟୀଙ୍କୁ ଡକାୟତି ଘଟଣାର ପର୍ଦ୍ଦାଫାଶ: ନଗଦ ୧ ଲକ୍ଷ ୧୨ ହଜାର ଟଙ୍କା ଜବତ, ୬ ଗିରଫ

କେସିଙ୍ଗା,୧୮ା୬(ତୁମେଶ୍ୱର ସାହୁ): କେସିଙ୍ଗାର ଜଣେ ବ୍ୟବସାୟୀ ଡକାୟତି ଘଟଣାରେ କେସିଙ୍ଗା ପୋଲିସକୁ ସଫଳତା ମିଳିଛି। ୬ଜଣ ଡକାୟତକୁ ଗିରଫ କରିବା ସହ ସେମାନଙ୍କଠାରୁ ୧ ଲକ୍ଷ ୧୨ ହଜାର ଟଙ୍କା, ଡକାୟତିରେ ବ୍ୟବହାର ହୋଇଥିବା ୨ଟି ମୋଟରସାଇକେଲ, ୪ଟି ଫୋନ,...

ଯୁବତୀଙ୍କୁ ହାତଗୋଡ଼ ବାନ୍ଧି ହତ୍ୟା

ପାଟନା,୧୭ା୬: ବିହାରର ଗୋପାଳଗଞ୍ଜରେ ଅପରାଧୀମାନେ ଜଣେ ଯୁବତୀଙ୍କୁ ହାତଗୋଡ଼ ବାନ୍ଧି ହତ୍ୟା କରିଛନ୍ତି। ଏହି ଘଟଣା ପରେ ଯୁବତୀଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ଅପରାଧୀମାନେ ତାଙ୍କ ମୁହଁକୁ ଏସିଡ୍‌ରେ ପୋଡ଼ି ଦେଇଛନ୍ତି। ମହମ୍ମଦପୁର ଥାନା ଅନ୍ତର୍ଗତ ପାକଡ଼ି ଏବଂ ସୁପୌଲି...

ଦୁଇଭାଇଙ୍କୁ ବିବାହ କରି ୪ ଦିନରେ ସବୁ ଲୁଟିନେଲେ ଦୁଇ କନ୍ୟା

ଭୋପାଳ,୧୭ା୬: ମଧ୍ୟପ୍ରଦେଶର ଗ୍ବାଲିଅର୍‌ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଜାଣିବାକୁ ମିଳିଛି। ଉତ୍ତରପ୍ରଦେଶର ଦୁଇ ଲୁଟେରା କନ୍ୟା ଗ୍ବାଲିଅରର ଦୁଇ ଭାଇଙ୍କୁ ବିବାହ କରିଥିଲେ। ୩ ଲକ୍ଷ ଟଙ୍କାର ସୁନାଗହଣା ଏବଂ ନଗଦ ଦେଢ଼ ଲକ୍ଷ ଟଙ୍କା ନେଇ ମାତ୍ର...

ସାଢ଼େ ୪ ମାସରେ ୧୧ ପିସ୍ତଲ ଜବତ

ଢେଙ୍କାନାଳ,୧୬ା୬ (ରତନ ନାୟାର): କଥା କଥାରେ ଫୁଟୁଛି ଗୁଳି। ଅପରାଧୀମାନେ ଆପରାଧିକ କାର୍ଯ୍ୟ ଘଟାଇ ଛୁ’ ମାରୁଛନ୍ତି। ସେମାନେ କେଉଁଠାରୁ ଆସୁଛନ୍ତି, କୁଆଡ଼େ ଯାଉଛନ୍ତି ତାହାର ଟେର୍‌ କେହି ପାଇପାରୁନାହାନ୍ତି। ଗତ ସାଢ଼େ ୪ ମାସ ମଧ୍ୟରେ ଢେଙ୍କାନାଳ ଜିଲାରୁ...

ଆନ୍ତଃରାଜ୍ୟ ଲୁଟେରାଙ୍କୁ ଧରିଲା ପୋଲିସ, ନଗଦ ୯୨ ହଜାର ଟଙ୍କା ଜବତ

ଗଞ୍ଜାମ,୧୫ା୬(ବିଦ୍ୟାଧର ସାହୁ): ରମ୍ଭା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ରାଜ୍ୟ ତଥା ଆନ୍ଧ୍ର ଓ ଓଡ଼ିଶାର ବିଭିନ୍ନ ଜିଲାରେ ଏଟିଏମ୍‌ଗୁଡିକରୁ ଲୁଟୁଥିଲେ। ବୁଧବାର ରମ୍ଭା ଥାନା ପୋଲିସ ଦୁଇ ଆନ୍ତଃ ରାଜ୍ୟ ଏଟିଏମ୍‌ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ...

ପୁଅର ଠେଙ୍ଗାମାଡ଼ରେ ବାପା ମୃତ, ମା’ ଗୁରୁତର

ଦେବଗଡ଼,୧୨ା୬(ଡି.ଏନ୍‌.ଏ.): ପୁଅର ଠେଙ୍ଗା ମାଡ଼ରେ ବାପାଙ୍କର ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଲଇମୁରା ଥାନା ଅନ୍ତର୍ଗତ ଭାଲୁଗୁହା ଗ୍ରାମରେ। ମୃତକ ହେଲେ ଗୁରୁଚରଣ କିଷାନ(୫୦)। ରବିବାର ବିଳମ୍ବିତ ରାତିରେ ପୁଅ ତଥା...

ଓଡ଼ିଶାରୁ ବଢ଼ୁଛି ଆଇଏସ୍‌ଆଇ ଲିଙ୍କ୍‌

ଭୁବନେଶ୍ୱର(ବ୍ୟୁରୋ),୧୨ା୬: ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆତଙ୍କବାଦୀ, ଅନ୍ତଃରାଷ୍ଟ୍ରୀୟ ଅପରାଧୀଙ୍କ ସହ ଲିଙ୍କ୍‌ ରହୁଥିବା କ୍ରମାଗତ ଭାବେ ଦେଖିବାକୁ ମିଳିଲାଣି। ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆର୍‌ର କେତେଜଣ କର୍ମଚାରୀ ହନିଟ୍ରାପ୍‌ର ଶିକାର ହୋଇ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ପ୍ରତିରକ୍ଷା ସମ୍ପର୍କିତ...

ଚୋର ସନ୍ଦେହରେ ଯୁବକଙ୍କୁ ପିଟି ମାରିଦେବା ଘଟଣା: ମୁଖ୍ୟ ଅଭିଯୁକ୍ତ ସୁରଟରୁ ଗିରଫ

ପୁରୁଷୋତ୍ତମପୁର,୧୦ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇ ଗ୍ରାମରେ ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ସୁରଟରୁ ଗିରଫକରି ଶନିବାର କୋର୍ଟ ଚାଲାଣ କରିଛି ପୁରୁଷୋତ୍ତମପୁର ପୋଲିସ। ସେ ହେଲେ ବିଷ୍ଣୁ...

ଓଡ଼ିଶାରୁ ଆଇଏସ୍‌ଆଇକୁ ଓଟିପି ଶେୟାରିଂ ଘଟଣା: ନୟାଗଡ଼ରୁ ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୯ା୬ (ବ୍ୟୁରୋ): ପାକିସ୍ତାନର ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍‌ସ (ଆଇଏସ୍‌ଆଇ)ର ଏଜେଣ୍ଟଙ୍କୁ ସିମ୍‌ କାର୍ଡର ଓଟିପି ଶେୟାରିଂ ମାମଲାରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ଆଉ ଜଣେ ଅଭିଯୁକ୍ତଙ୍କୁ ନୟାଗଡ଼ରୁ ଗିରଫ କରିଛି। ସେ ହେଲେ ନୂଆଗାଁ ଥାନା...

ଝିକିଝିକି ଗଣହତ୍ୟା ମାମଲା: ଆଖିବୁଜିଲେ ବିଚାରାଧୀନ ମୁଖ୍ୟ ଅଭିଯୁକ୍ତ, ୪ ଜଣଙ୍କୁ ମାରି ଜେଲ୍‌ ଯାଇଥିଲେ

ବରଗଡ଼ ଅଫିସ,୭ା୬: ବରଗଡ଼ ଜିଲା ଭଟଲି ଥାନା ନାରଙ୍ଗପୁର ପଞ୍ଚାୟତ ଝିକିଝିକି ଗ୍ରାମରେ ଗତ ମେ’ ୨୩ରେ ସଂଘଟିତ ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ବାଗ୍‌(୫୮)ଙ୍କ ବୁଧବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି। ବରଗଡ଼ ସବ୍‌ଜେଲରେ ବିଚାରାଧୀନ କଏଦୀ ଭାବେ...

ଖଣ୍ଡାରେ ହାଣି ବେପାରୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ନିରାକାରପୁର,୨ା୬(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ଡିଆ ପଞ୍ଚାୟତ ନିରାକାରପୁର ଭୂଷଣ୍ଡପୁର ମୁଖ୍ୟ ରାସ୍ତା କୋଲସାହି ଗାଁ ନିକଟରେ ଶୁକ୍ରବାର ସକାଳେ ଜଣେ ବୁଲା ବେପାରୀଙ୍କୁ ଖଣ୍ଡାରେ ହାଣି ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର ଦୁର୍ବୃତ୍ତମାନେ ଲୁଟି...

ଧରାପଡ଼ିଲେ ମହିଳା ଲୁଟେରା ଗ୍ୟାଙ୍ଗ: ଶାଢ଼ି ଭିତରେ ଦାମୀ ସାମଗ୍ରୀ ପୂରାଇ କରୁଥିଲେ ଲୁଟ୍‌

ଭୁବନେଶ୍ୱର,୨ା୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ୮ ଜଣିଆ ମହିଳା ଲୁଟେରା ଗ୍ୟାଙ୍ଗକୁ ଧରିଛି ନୟାପଲ୍ଲୀ ଥାନା ପୋଲିସ। ଏହି ଲୁଟେରା ଗ୍ୟାଙ୍ଗ ରାଜଧାନୀର ବଡ଼ବଡ଼ ଶପିଂ ମଲ୍‌କୁ ଟାର୍ଗେଟ କରି ବିଭିନ୍ନ ଦାମୀ ସାମଗ୍ରୀ ଲୁଟୁଥିଲେ। ବେଶ ଚତୁରତାର ସହ ଶାଢ଼ି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri