ଅପରାଧ

ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍‌ ମାମଲା: ପୂର୍ବତନ ଏଜିଙ୍କୁ ସିବିଆଇର ପଚରାଉଚରା

ଭୁବନେଶ୍ୱର,୧୪।୩(ବ୍ୟୁରୋ): ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍‌ ମାମଲାରେ ଛନ୍ଦି ହୋଇଥିବା ଓଡ଼ିଶାର ପୂର୍ବତନ ଆଡ୍‌ଭୋକେଟ୍‌ ଜେନେରାଲ୍‌ (ଏଜି) ଅଶୋକ ସେଠୀଙ୍କୁ ସିବିଆଇ ପଚରାଉଚରା କରିଛି। ଭୁବନେଶ୍ୱରସ୍ଥିତ ସିବିଆଇ କାର୍ଯ୍ୟାଳୟରେ ୩୦ ମିନିଟ୍‌ରୁ ଅଧିକ ସମୟ ଧରି ତାଙ୍କୁ ପଚରାଉଚରା କରାଯାଇଥିଲା। ତେବେ ଗିରଫ...

ଅନ୍ତରୀଣ ଜାମିନରେ ଜେଲରୁ ବାହାରିଲେ ପିଣ୍ଟୁ ଦାସ

ବ୍ରହ୍ମପୁର ଅଫିସ,୧୧ା୩: ଜମି ହଡପ ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିବା ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ପିଣ୍ଟୁ ଓରଫ ଶିବ ଶଙ୍କର ଦାସ ଗୁରୁବାର ଜେଲରୁ ବାହାରିଛନ୍ତି। ହାଇକୋର୍ଟରୁ ପିଣ୍ଟୁଙ୍କୁ...

୧.୩୨ କୋଟି ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର (ବ୍ୟୁରୋ)/ଖୋର୍ଦ୍ଧା ଅଫିସ,୧୧।୩: ରାଜଧାନୀ ଉପକଣ୍ଠ ଜଟଣୀ ଅଞ୍ଚଳ ଏବେ ବ୍ରାଉନସୁଗାର କାରବାରର ହବ୍‌ ପାଲଟିଛି। ବାଲେଶ୍ୱରର ଜଳେଶ୍ୱର ଓ ଅନ୍ୟ କେତେକ ଅଞ୍ଚଳରୁ ବିଭିନ୍ନ ଗଳାବାଟ ଦେଇ ଏଠାକୁ ବ୍ରାଉନସୁଗାର ଅଣାଯାଇ ସହର ଓ ତଳି ଅଞ୍ଚଳକୁ ଚାଲାଣ...

ହନୁମାନ ପଇସା ପାଇଁ ଯୁବକଙ୍କୁ ଅପହରଣ

ଭୁବନେଶ୍ୱର,୧୦ା୩(ବ୍ୟୁରୋ): ହନୁମାନ ପଇସା ରାଜଧାନୀରେ ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। ଅପହୃତ ଯୁବକ ହନୁମାନ ପଇସା ଦେବାକୁ କହି ସାଢ଼େ ତିନି ଲକ୍ଷ ଟଙ୍କା ଠକି ନେଇଥିଲେ। ଏହି ଯୁବକଙ୍କ ନାମ ବିବେକାନନ୍ଦ ମହାଲି। ଖବର ପାଇ ତମାଣ୍ଡୋ ପୋଲିସ...

ସ୍ତ୍ରୀଙ୍କ ପ୍ରେମିକଙ୍କୁ ହତ୍ୟା ପାଇଁ ୨୦ ହଜାର ସୁପାରି

କଟକ ଅଫିସ,୧୦ା୩: କଟକ ବିଡ଼ାନାସୀ ଥାନା ଅଧୀନ ଭୁଆସୁଣୀ ନିକଟ ମହାନଦୀ ପଠାରେ ଘଟିଥିବା ଆଜାଦ ଯାଦବ ହତ୍ୟା ଘଟଣାର ରହସ୍ୟ ବୁଧବାର ଉନ୍ମୋଚନ ହୋଇଛି। ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ...

ଅଭିଯୁକ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ

କେନ୍ଦୁଝର,୯ା୩(ସ୍ବ.ପ୍ର.): କେନ୍ଦୁଝର ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ ରଞ୍ଜୁଲତା ଲେଙ୍କା ଏକ ମରଣାନ୍ତ୍ରକ ଆକ୍ରମଣ ଘଟଣାର ବୁଧବାର ରାୟ ଶୁଣାଇ ଜଣେ ଅଭିଯୁକ୍ତ ଲଛମନ ପରିଡ଼ାଙ୍କୁ ୫ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ପ୍ରକାଶ, ୨୦୧୪ ମେ ୨୮ ଅପରାହ୍ନ ୧ଟାରେ ପଣ୍ଡାପଡ଼ା...

ଏଏସ୍‌ପି ତ୍ରିନାଥଙ୍କ ସ୍ତ୍ରୀଙ୍କୁ ଆଗୁଆ ଜାମିନ

କଟକ ଅଫିସ,୮ା୩- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ସ୍ତ୍ରୀ ଦୀପ୍ତିମୟୀ ମିଶ୍ରଙ୍କୁ ହାଇକୋର୍ଟ ମଙ୍ଗଳବାର ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ଭିଜିଲାନ୍ସ ପକ୍ଷରୁ ଉଭୟଙ୍କ ନାମରେ ମାମଲା(ନଂ.୧୩/୨୨)...

ପ୍ରିନ୍ସପାଲଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର/ଲାଞ୍ଜିଗଡ଼,୭ା୩(ବ୍ୟୁରୋ/ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବିଶ୍ୱନାଥପୁର ହୀରାନୀଳା କଲେଜର ପ୍ରିନ୍ସପାଲଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରିନ୍ସପାଲ ରମେଶ ଚନ୍ଦ୍ର ସାହୁଙ୍କ ଘରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି।...

ଘରେ ପଶି ଆଖିବୁଜା ଗୁଳି ଚଳାଇଲେ, ସ୍ବାମୀ ମୃତ; ସ୍ତ୍ରୀ-ପୁଅ ଆହତ

ମହାକାଳପଡ଼ା,୫ା୩(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଅଳାଇଲୋ ପଞ୍ଚାୟତ ବବକରପୁର ଗ୍ରାମର ଅରବିନ୍ଦ ମିଶ୍ରଙ୍କ ଘରେ ଶନିବାର ଅପରାହ୍ନର ଦୁଇ ଦୁର୍ବୃତ୍ତ ଅତର୍କିତ ଗୁଳି ଚାଳନା କରିଥିଲେ। ଏଥିରେ ଅରବିନ୍ଦଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ମୀନତି...

ଦିବଙ୍ଗତ ଖବରଦାତା ଅରିନ୍ଦମଙ୍କ ଘରୁ ଲୁଟ୍‌; ଗ୍ରୀଲ ତାଡ଼ି ସୁନାଗହଣା ନେଇଗଲେ

ପାଟଣା,୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ରାଇକଳା ଗ୍ରାମର ଦିବଙ୍ଗତ ଖବରଦାତା ଅରିନ୍ଦମ ଦାସଙ୍କ ପୈତୃକ ଘରୁ ବୁଧବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ଘରର ଗ୍ରୀଲ ତାଡି ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୁତ୍ତ।...

ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ପ୍ରତାରଣା: ଅଭିଯୁକ୍ତ ଗଲେ ଜେଲ୍‌

କୋକସରା,୨ା୩(ଡି.ଏନ୍‌.ଏ.): ପ୍ରଥମେ ପ୍ରେମ ପରେ ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଘରୁ ଫେରାର କରି ତା’ସହ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି କୋକସରା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି...

ସଟର ତାଡ଼ି ଦୋକାନରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଲୁଗାପଟା

କର୍ଲାମୁଣ୍ଡା,୨ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ପୁଟିଗାଁ ଚିନାବାଡ଼ିଠାରେ ଥିବା ମା’ ତ୍ରିପୁରା କ୍ଲଥ ଷ୍ଟୋର୍‌ରୁ ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ସଟର ଲକ୍‌ କାଟି ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କାର ଦାମୀ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri