ଅମ୍ଫନର ପ୍ରଭାବ: ବୁଡିଯାଇଛି କୋଲକାତା ବିମାନ ବନ୍ଦରର ରନଓ୍ବେ କୋଲକାତା,୨୧।୫: ବାତ୍ୟା ଅମ୍ଫନର ପ୍ରଭାବ ଓଡ଼ିଶାା ଉପରେ ଯେତିକି ପଡିଛି ତା’ଠାରୁ ଯଥେଷ୍ଟ ଅଧିକ ପ୍ରଭାବ ପଡିଛି ପଶ୍ଚିମବଙ୍ଗ ଉପରେ। ଏଠାରେ ଘଣ୍ଟାକୁ ୧୬୦-୧୮୦ କିଲୋମିଟର ମଧ୍ୟରେ ପବନ ବହିବା ସହ ପ୍ରବଳ ବର୍ଷାରେ ବଡବଡ ଗଛ ଉପୁଡି ପଡିଛି...
ଅମ୍ଫନ୍ ବାତ୍ୟା ପ୍ରଭାବ: ବରୀ ପୋଲିସ ପ୍ରଶାସନ ପକ୍ଷରୁ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ରତ୍ନଗିରି,୨୧।୫(ଡି.ଏନ୍.ଏ): କରୋନା ସମୟରେ ମହାଯୋଦ୍ଧା ପାଲଟିଥିବା ପୋଲିସ ପ୍ରଶାସନ ଏବେ ଅମ୍ଫନ୍ ବାତ୍ୟାରେ ସଫେଇ କାର୍ଯ୍ୟକ୍ରମକୁ ନିଜ ହାତକୁ ନେଇଛି। ଗୁରୁବାର ବରୀ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ପୋଲିସ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ବରୀ ଥାନାଧିକାରୀ ମାର୍କଣ୍ଡ ଚନ୍ଦ୍ର...
ପଶ୍ଚିମବଙ୍ଗରେ ଅମ୍ଫନ କମ୍ପନ କୋଲକାତା,୨୧ା୫: ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଅମ୍ଫନ ବୁଧବାର ଅପରାହ୍ନରେ ପଶ୍ଚିମବଙ୍ଗର ଦୀଘାଠାରେ ସ୍ଥଳଭାଗ ଛୁଇଁବା ପରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଅମ୍ଫନ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ୧୬୦ରୁ୧୭୦ କି.ମି. ବେଗରେ ପବନ ବହିବା ସହ ମଝିରେ ମଝିରେ...
ଅଗ୍ନିଶମ ଗାଡ଼ିରେ ଜନ୍ମ ନେଲା ଶିଶୁକନ୍ୟା ମହାକାଳପଡ଼ା,୨୧।୫(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ବାତ୍ୟା ଅମ୍ଫନ୍ ସମୟରେ ବୁଧବାର ଅଗ୍ନିଶମ ବିଭାଗ ଗାଡ଼ିରେ ଏକ ଶିଶୁକନ୍ୟା ଜନ୍ମ ହୋଇଛି। ବାତ୍ୟା ପବନ ଚାଲିଥିବା ସମୟରେ ବ୍ଲକ ଅନ୍ତର୍ଗତ ଜହ୍ନରା ଗଁାର ଜାନକୀ ସେଠୀ(୨୦)ଙ୍କ ପ୍ରସବଜନିତ ଯନ୍ତ୍ରଣା ହୋଇଥିଲା।...
କାକଟପୁର ମଙ୍ଗଳା ମନ୍ଦିରରୁ ଉଡ଼ିଗଲା ବାନା କାକଟପୁର,୨୧।୫(ଡି.ଏନ.ଏ): ବାତ୍ୟା ଅମ୍ଫନ ପ୍ରଭାବରେ ବୁଧବାର କାକଟପୁରର ମା’ ମଙ୍ଗଳା ମନ୍ଦିର ଚୂଡ଼ରେ ଲାଗିଥିବା ବାନା ଉଡ଼ିଯାଇଛି। ମଙ୍ଗଳବାର ରାତିରୁ ବାତ୍ୟା ଯୋଗୁ ବର୍ଷା ପବନ ଲାଗିରହିଥିବାବେଳେ ମଙ୍ଗଳବାର ସକାଳେ ମନ୍ଦିର ପୂଜକ ଓ ସ୍ଥାନୀୟ ଲୋକେ ମା’ଙ୍କ ମନ୍ଦିରରେ...
୭ଶହ ହେକ୍ଟର ଧାନ ଫସଲ କ୍ଷତିଗ୍ରସ୍ତ ପୁରୀ ଅଫିସ/ କୋଣାର୍କ (ଡି.ଏନ୍.ଏ),୨୧।୫: ପୁରୀ ଜିଲାରେ ସାମୁଦ୍ରିକ ବାତ୍ୟା ଅମ୍ଫନର ପ୍ରଭାବ ପଡ଼ିଛି। ବଡ଼ଧରଣର କ୍ଷୟକ୍ଷତି ହୋଇ ନ ଥିଲେ ମଧ୍ୟ ଉପକୂଳବର୍ତ୍ତୀ ଅଞ୍ଚଳର ଅନେକ ଜାଗାରେ ଗଛ ଏବଂ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଛି। କେତେକ କଚ୍ଚାଘର ବି...
ଖୋର୍ଦ୍ଧା: ୩୧୭୨ ଲୋକ ପ୍ରଭାବିତ ଖୋର୍ଦ୍ଧା ଅଫିସ,୨୧।୫: ଅମ୍ଫନ୍ ପ୍ରଭାବରେ ଖୋର୍ଦ୍ଧା ଜିଲାରେ ବୁଧବାର ସକାଳଠାରୁ ଅପରାହ୍ନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଓ ପବନ ଲାଗିରହିଥିଲା। ଜିଲାରେ ୩୪.୯୪ ମି.ମି. ବର୍ଷା ରେକର୍ଡ କରାଯାଇଛି। ବାଲିଅନ୍ତାରେ ସର୍ବାଧିକ ୫୭ ଓ ବାଣପୁରରେ ସର୍ବନିମ୍ନ ୧୫ ମି.ମି...
ରାଜଧାନୀରେ ସାମାନ୍ୟ ପ୍ରଭାବ ଭୁବନେଶ୍ୱର,୨୧।୫(ବ୍ୟୁରୋ): ଭୁବନେଶ୍ୱରରେ ବାତ୍ୟା ଅମ୍ଫନ୍ର ପ୍ରଭାବ ସାମାନ୍ୟ ଅନୁଭୂତ ହୋଇଛି। ଏହା ପ୍ରଭାବରେ ମଙ୍ଗଳବାରଠାରୁ ଝିପିଝିପି ବର୍ଷା ହୋଇଥିବାବେଳେ ବିଳମ୍ବିତ ରାତିରୁ ବୁଧବାର ମଧ୍ୟାହ୍ନ ଯାଏ ବର୍ଷିଥିଲା। ୪୦ରୁ ୫୦ କି.ମି. ବେଗରେ ପବନ ବହିଥିଲେ ମଧ୍ୟ ରାଜଧାନୀରେ ସେପରି...
ଅମ୍ଫନ୍ ପାଇଁ ବନ୍ଦ ରହିଲା ହାଇକୋର୍ଟ କଟକ ଅଫିସ୍,୨୧।୫: ସାମୁଦ୍ରିକ ବାତ୍ୟା ‘ଅମ୍ଫନ୍’ ଯୋଗୁ ବୁଧବାର ହାଇକୋର୍ଟ ବନ୍ଦ ରହିଛି। ବୁଧବାର ପାଇଁ ଧାର୍ଯ୍ୟ ହୋଇଥିବା ମାମଲାଗୁଡ଼ିକର ଶୁଣାଣି ଗୁରୁବାର କରାଯିବ। ଏନେଇ ହାଇକୋର୍ଟ ରେଜିଷ୍ଟ୍ରାର୍ (ଜୁଡିସିଆଲ) ସୂଚନା ଦେଇଛନ୍ତି। ବାତ୍ୟା ଯୋଗୁ ବିଦ୍ୟୁତ୍ ସଂଯୋଗ ଓ...
ଲୁଣିଘେରି ଭାଙ୍ଗି କ୍ଷେତରେ ପଶିଲା ସମୁଦ୍ର ପାଣି କେନ୍ଦ୍ରାପଡ଼ା ଅଫିସ, ୨୦ା୫: ସାମୁଦ୍ରିକ ଝଡ ଅମ୍ଫନ୍ କେନ୍ଦ୍ରାପଡ଼ା ଜିଲାରେ ପ୍ରଭାବ ପକାଇଛି। ଗତ ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ସାମାନ୍ୟ ବର୍ଷା ପବନ ବୁଧବାର ଉଗ୍ରରୂପ ଧାରଣ କରିଛି। ଘଣ୍ଟାକୁ ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବା ସହ...
ଆଶ୍ରୟ ନେବାକୁ ଯିବାବେଳେ ପଡ଼ିଯାଇ ବୃଦ୍ଧ ମୃତ ର୍ତିତ୍ତୋଲ,୨୦ା୫(ଡି.ଏନ.ଏ.): ବାତ୍ୟା ସମୟରେ ଆଶ୍ରୟ ନେବାକୁ ଯିବାବେଳେ ପଡ଼ିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଜଗତ୍ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅଧୀନ ମାଣତିରି ଗ୍ରାମର ସିନ୍ଧୁ ସାମଲ(୭୫)। ବୁଧବାର ବାତ୍ୟା ସମୟରେ ସେ ତାଙ୍କ କଚ୍ଚାଘରୁ ପାଖରେ...
ପାରାଦୀପରେ ତାଣ୍ଡବ ରଚିଲା ଅମ୍ଫନ୍: ୨୪ ଘଣ୍ଟା ବର୍ଷା ପବନରେ ଲୋକେ ଆତଙ୍କିତ ପାରାଦୀପ,୨୦ା୫(ସ୍ବ.ପ୍ର.): ବଙ୍ଗୋପ ସାଗରରୁ ସୃଷ୍ଟ ବାତ୍ୟା ଅମ୍ଫାନ ପାରାଦୀପରେ ତାଣ୍ଡବ ରଚିଛି। ଏହାଦ୍ୱାରା ଅଞ୍ଚଳରେ ବ୍ୟାପକ କ୍ଷତି ଘଟିଛି। ଘଣ୍ଟାପ୍ରତି ୧୦୬ କି.ମି. ବେଗରେ ପବନ ବହିବା ସହ ବୁଧବାର ଦିନ ୧୦ଟା ସୁଦ୍ଧା ୨୦୮ ମି.ମି. ବର୍ଷା ହୋଇଥିବା...