ବାଲେଶ୍ୱରରେ ‘ଅମ୍ଫନ୍’ର ତାଣ୍ଡବ: ଅପରାହ୍ନରୁ ୧୧୦ କିମି ବେଗରେ ବହୁଛି ପବନ, ଭାଙ୍ଗିଲା କଚ୍ଚାଘର; ବିଦ୍ୟୁତ୍ ଖୁଣ୍ଟ ପଡ଼ି ମହିଳା ମୃତ ବାଲେଶ୍ୱର ଅଫିସ,୨୦।୫: ବାଲେଶ୍ୱର ଉପକୂଳ ଅତିକ୍ରମ କରୁଛି ବାତ୍ୟା ‘ଅମ୍ଫନ୍’। ଫଳରେ ଜିଲାରେ ବୁଧବାର ଅପରାହ୍ନରୁ ପବନର ବେଗ ବଢ଼ିବାରେ ଲାଗିଛି। ଖବର ଲେଖାଯିବା ବେଳେ ଘଣ୍ଟାପ୍ରତି ୧୦୦-୧୧୦ କିମି ବେଗରେ ପବନ ବହୁଛି। ସେହିଭଳି ବର୍ଷାର ପରିମାଣ ୨୯....
ବାତ୍ୟା ‘ଅମ୍ଫନ’ର ପ୍ରଭାବ: ଖଇରାରେ ଶତାଧିକ କଚ୍ଚାଘର ଭାଙ୍ଗିଲା ଖଇରା,୨୦।୫(ଡି.ଏନ୍.ଏ.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅମ୍ଫନ’ର ପ୍ରଭାବରେ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ବହୁ କ୍ଷତିଗ୍ରସ୍ତ ହୋଇଛି। ଝଡ଼ବର୍ଷା ସହ ପବନରେ ବେଗ ବଢ଼ିବାରେ ଲାଗିଛି। ବହୁ ଚାଳଛପର ଓ ଆଜବେଷ୍ଟସ୍ ଘର ଭାଙ୍ଗିପଡ଼ିଛି। ସେହିପରି ବହୁ...
ବରୀରେ ବାତ୍ୟା ‘ଅମ୍ପନ’ର ପ୍ରଭାବ: ଯୋଗାଯୋଗ ବିଚ୍ଛିନ୍ନ, ବିଦ୍ୟୁତ୍ ସରବରାହ ବନ୍ଦ ରତ୍ନଗିରି/ବରୀ, ୨୦।୫(ଡି.ଏନ୍.ଏ./ସ୍ବ.ପ୍ର.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅମ୍ଫନ’ର ପ୍ରଭାବ ଯାଜପୁର ଜିଲା ବରୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ପ୍ରବଳ ପବନ ବହିବା ସହ ବର୍ଷା ଲାଗିରହିଛି। ପ୍ରବଳ ପବନ ଯୋଗୁ ରାସ୍ତା ଉପରେ...
ବାତ୍ୟା ‘ଅମ୍ଫନ୍’ ପ୍ରଭାବ: ଭଦ୍ରକରେ ବଢୁଛି ପବନର ବେଗ, ୧୩ ହଜାର ଲୋକଙ୍କୁ ସ୍ଥାନାନ୍ତର କଲାଣି ପ୍ରଶାସନ ଭଦ୍ରକ ଅଫିସ,୨୦।୫- ଉପକୂଳ ଅତିକ୍ରମ କରୁଛି ବାତ୍ୟା ‘ଅମ୍ଫନ୍’। ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲାରେ ଝଡ଼ବର୍ଷା ଲାଗି ରହିଛି। ଭଦ୍ରକ ଜିଲାରେ ମଧ୍ୟ ଧିରେ ଧିରେ ପବନର ବେଗ ବଢ଼ିବାରେ ଲାଗିଛି। ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୨ଟାରୁ...
ଉପକୂଳ ଅତିକ୍ରମ କରୁଛି ‘ଅମ୍ଫନ୍’: ଉପକୂଳବର୍ତ୍ତୀ ଜିଲାରେ ପ୍ରବଳ ଝଡ଼ବର୍ଷା, ଅପରାହ୍ନ ସୁଦ୍ଧା ପବନର ବେଗ ଆହୁରି ବଢ଼ିବା ସମ୍ଭାବନା ଭୁବନେଶ୍ୱର,୨୦।୫(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅମ୍ଫନ୍’ ଉତ୍ତର, ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରୁଛି। ପାରାଦୀପଠାରୁ ୧୨୦ କିମି, ପାରାଦୀପର ଦକ୍ଷିଣ ପୂର୍ବ ଦିଗରୁ ୧୨୩ କିମି, ପଶ୍ଚିମବଙ୍ଗର ଦୀଘାଠାରୁ ଦକ୍ଷିଣ ପୂର୍ବ...
ରେଲଓ୍ବେକୁ ଅମ୍ଫନ୍ ବିପଦ: ଲୁହା ଚେନ୍ରେ ବନ୍ଧା ଗଲା କୋଚ୍ କୋଲକାତା,୨୦।୫: ମହାବାତ୍ୟା ଅମ୍ଫନ୍ ଯୋଗୁ ପଶ୍ଚିମବଙ୍ଗ ରେଲଓ୍ବେ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ବାତ୍ୟା ସମୟରେ ତୀବ୍ର ବେଗରେ ପବନ ବହିବାର ଆଶଙ୍କା ଥିବାରୁ ହାଓ୍ବଡ଼ାରେ ରେଲଓ୍ବେ ବିଭାଗ ପକ୍ଷରୁ କୋଚ୍ଗୁଡ଼ିକୁ ଲୁହା ଚେନ୍ରେ ରେଳ ଲାଇନ୍ରେ...
ଅମ୍ଫନ୍ ମୁକାବିଲା: କୋଲକାତା ବିମାନ ବନ୍ଦରରେ ଉଡ଼ାଣ ବନ୍ଦ କୋଲକାତା,୨୦।୫: ମହାବାତ୍ୟା ଅମ୍ଫନ୍ ଅପରାହ୍ନ ଅବା ସନ୍ଧ୍ୟାରେ ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗକୁ ଛୁଇଁବ। ସୁରକ୍ଷା ଦୃଷ୍ଟିରୁ କୋଲକାତା ବିମାନ ବନ୍ଦରରେ ସମସ୍ତ ଉଡ଼ାଣକୁ ଗୁରୁବାର ଭୋର୍ ୫ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।...
‘ଅମ୍ଫନ୍’ ମୁକାବିଲା ନିମନ୍ତେ ପହଞ୍ଚିଲେଣି ୩୧ ଟିମ୍: ମଧ୍ୟରାତ୍ର ସୁଦ୍ଧା ସୁରକ୍ଷିତ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଭୁବନେଶ୍ୱର,୧୯।୫(ବ୍ୟୁରୋ): ଘଣ୍ଟାକୁ ୧୮ କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି ‘ଅମ୍ଫନ’। ଏବେ ଏହା ପାରାଦୀପଠାରୁ ୩୫୦ କିମି ଏବଂ ଦୀଘାରୁ ୫୧୦ କିମି ଦୂରରେ ରହିଛି। ବାତ୍ୟା ଦକ୍ଷିଣ, ଦକ୍ଷିଣ-ପୂର୍ବକୁ ଗତି କରି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳଦେଇ ସୁନ୍ଦରବନ...
ଆସୁଛି ‘ଅମ୍ଫନ୍’: ବିଳମ୍ବିତ ରାତିରେ ବଢ଼ିପାରେ ପବନର ବେଗ; ବୁଧବାର ୧୨-୨ଟା ମଧ୍ୟରେ ଅତିକ୍ରମ କରିବ ଓଡ଼ିଶା ଭୁବନେଶ୍ୱର,୧୯।୫(ବ୍ୟୁରୋ): ‘ଅମ୍ଫନ୍’ ଏବେ ଅତିଭୀଷଣ ବାତ୍ୟାରେ ପରିଣତ ହୋଇସାରିଲାଣି। ଘଣ୍ଟାକୁ ୧୮ କିମି ବେଗରେ ଏହା ସ୍ଥଳଭାଗ ମୁହାଁ ହେଉଛି। ବୁଲବୁଲ୍ଠାରୁ ଏହାର ତିବ୍ରତା ଅଧିକ ରହିବ। ହେଲେ ସମାନ ଅଞ୍ଚଳରେ ଅମ୍ଫନର ପ୍ରଭାବ ପଡ଼ିବ। ମଙ୍ଗଳବାର ବିଳମ୍ବିତ ରାତିରୁ...
ଗତି ବଢ଼ାଇ ସ୍ଥଳଭାଗ ମୁହାଁ ଅମ୍ଫନ: ପାରାଦୀପଠାରୁ ୩୫୦ କିମି ଦୂରରେ; ଲ୍ୟାଣ୍ଡଫଲ୍ ବେଳେ ୧୮୫ କିମି ରହିବ ପବନର ବେଗ ଭୁବନେଶ୍ୱର,୧୯।୫(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅମ୍ଫନ୍’ ପ୍ରଥମେ ମହାବାତ୍ୟା ଏବଂ ଏବେ ଅତିଭୀଷଣ ବାତ୍ୟାରେ ପରିଣତ ହୋଇସାରିଲାଣି। ଏବେ ଏହା ପାରାଦୀପଠାରୁ ୩୫୦ କିମି ଏବଂ ଦୀଘାରୁ ୫୧୦ କିମି ଦୂରରେ...
ବହୁମୂଖୀ ବାତ୍ୟା ଆଶ୍ରୟ ସ୍ଥଳୀ ତଦାରଖ କଲେ ସଚିବ: ସମୂଦ୍ର ଉପକୂଳ ବର୍ତ୍ତୀ ୩୫୦୦ ଲୋକଙ୍କୁ କରାଗଲା ସ୍ଥାନାନ୍ତର ବାହାନଗା,୧୯ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଟାସପୁର ବହୂମୁଖି ବାତ୍ୟା ଆଶ୍ରୟ ସ୍ଥଳୀକୁ ମଙ୍ଗଳବାର ବାଲେଶ୍ୱର ଦାୟିତ୍ୱରେ ଥିବା ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢୀ ପରିଦର୍ଶନ କରିଛନ୍ତି। ଏହି ଅବସରରେ ବାତ୍ୟା ଆଶ୍ରୟ ସ୍ଥଳୀରେ ଥିବା ଲୋକମାନେ ପାଣିର...
ବାତ୍ୟା ଅମ୍ଫନ ମୁକାବିଲା: ଧାମରା ଅଞ୍ଚଳରୁ ସ୍ଥାନାନ୍ତର ହେବେ ୧୦ ହଜାର ଲୋକ ଚାନ୍ଦବାଲି,୧୯।୫(ଡି.ଏନ.ଏ.)-ବାତ୍ୟା ଅମ୍ଫାନ ମୁକାବିଲା ପାଇଁ ମଙ୍ଗଳବାର ମଧ୍ୟାହ୍ନରେ ଧାମରା ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ ଯୋଗଦେଇ ବାତ୍ୟା ଜନିତ ସାମ୍ଭାବ୍ୟ ପରିସ୍ଥିତି ପ୍ରତି ସଜାଗ ରହିବାକୁ ପରାମର୍ଶ ଦେଇଥିଲେ।...