ଅନୁଗୋଳ

ବିଭାଗୀୟ ତଦନ୍ତ ଆରମ୍ଭ

ବଇଣ୍ଡା,୧୪।୩(ଡି.ଏନ.ଏ.) ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ପିତାବଳୀବାହାଳ ଛକ(କନ୍ତପଡ଼ା)ଠାରୁ ବିପ୍ରଡିହ ପର୍ଯ୍ୟନ୍ତ ଦୀର୍ଘ ୧୨ କିମି ମାଟି ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପକ୍କା ରାସ୍ତା ନିର୍ମାଣ କରାଯାଉଛି। ହେଲେ ଉକ୍ତ ରାସ୍ତା ଠିକାଦାର-ବିଭାଗୀୟ ଯନ୍ତ୍ରୀଙ୍କ ମଧ୍ୟରେ...

ମହାପ୍ରୟାଣ ଗାଡ଼ିରେ ପରିବା ବୁହା

ଅନୁଗୋଳ ଅଫିସ୍‌, ୧୩।୩  – ମେଡିକାଲରୁ ସମ୍ମାନର ସହ ମୃତଦେହ ପରିବହନ ପାଇଁ ସରକାର ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିଛନ୍ତି। ହେଲେ ପରିଚାଳନାରେ ଅବ୍ୟବସ୍ଥା ଯୋଗୁ ଜରୁରୀ ସେବାରେ ଲାଗିଥିବା ଏହି ଗାଡ଼ି ମଧ୍ୟରୁ କେତେକରେ କଦଳୀ, କଖାରୁ ଆଦି...

ଦକ୍ଷେଶ୍ୱର ଉପ୍ରା ବିଦ୍ୟାଳୟ : ୮ ଶ୍ରେଣୀକୁ ୫ କୋଠରି

ଆଠମଲ୍ଲିକ, ୧୩ା୩(ଡି.ଏନ.ଏ.) – ଶିକ୍ଷାର ବିକାଶ ପାଇଁ ସରକାର ଅଗ୍ରାଧିକାର ଭିତ୍ତିରେ ଯୋଜନା କରୁଥିବା ଡିଣ୍ଡିମ ପିଟୁଥିବାବେଳେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକରେ। ଏହି ବ୍ଲକର ଲିପିଲୋଇ ଗ୍ରାମରେ ଥିବା ଦକ୍ଷେଶ୍ୱର ସରକାରୀ...

୫ ଜଣିଆ ଡକାୟତ ଦଳ ଗିରଫ

ତାଳଚେର,୧୩ା୩(ନି.ପ୍ର.) – ତାଳଚେର ବ୍ଲକ ଡେରା ନିକଟସ୍ଥ ସୁଭଦ୍ରା ପେଟ୍ରୋଲ ପମ୍ପରୁ ଲୁଟ୍‌ ଯୋଜନା କରୁଥିବାବେଳେ ଏକ ୫ ଜଣିଆ ଡକାୟତ ଦଳକୁ ମଙ୍ଗଳବାର ସନ୍ଧ୍ୟାରେ କୋଲିୟରୀ ପୋଲିସ ଗିରଫ କରିଛି। ତେବେ ଅନ୍ୟ ଜଣେ ଡକାୟତ ଘଟଣାସ୍ଥଳରୁ ଫେରାର...

ଇସ୍ରୋ ଯିବେ ନବୋଦୟ ଛାତ୍ରୀ

ବନ୍ତଳା, ୧୩।୩(ଡି.ଏନ୍‌.ଏ)- ଅନୁଗୋଳ ସ୍ଥିତ ଚମ୍ପତିମୁଣ୍ଡା ଜବାହର ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ମନସ୍ବିନୀ ସାହୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦ୍ୱାରା ଆୟୋଜିତ ହେବାକୁ ଥିବା ଯୁବ ବିଜ୍ଞାନୀ କାର୍ଯ୍ୟକ୍ରମ-୨୦୨୦(ୱାଇୟୁଭିଆଇକେଏ-୨୦୨୦) ପାଇଁ ପ୍ରଥମ ପର୍ଯ୍ୟାୟରେ ସର୍ବଭାରତୀୟ...

ଜୁନ୍‌ରୁ ଜିଲାରେ ଇ-କାର୍ଯ୍ୟାଳୟ

ଅନୁଗୋଳ ଅଫିସ୍‌, ୧୩।୩ – ଅନୁଗୋଳ ଜିଲା କାର୍ଯ୍ୟାଳୟରେ ଲାଗୁ ହେବ ଇ-କାର୍ଯ୍ୟାଳୟ। ଏହି ବ୍ୟବସ୍ଥା ଫଳରେ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଚିଠି ଧରି ଆଉ ଏ ବିଭାଗରୁ ସେ ବିଭାଗ ବୁଲିବାକୁ ପଡ଼ିବ ନାହିଁ। ଫାଇଲ ବି ନାଲି...

ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୫ ଗିରଫ, ୪ ବାଇକ୍‌ ଜବତ

ତାଳଚେର,୧୨ା୩(ନି.ପ୍ର.)-ତାଳଚେର ଓକିଲ ସଂଘର ପୂର୍ବତନ ସଭାପତି ତଥା ଯୁବ ଆଇନଜୀବୀ ଦୟାସାଗର ମିଶ୍ରଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପୋଲିସ ୫ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ତାଳଚେର ସାମନ୍ତ ସାହିର ରାମ ମହାରଥୀ (୨୨), ମହାଦେବ ବିହାରର...

ଆମ୍ବୁଲାନ୍ସ, ରୋଗୀଙ୍କୁ ଛାଡ଼ିଲେନି ଆନ୍ଦୋଳନକାରୀ

ପାଲଲହଡ଼ା, ୧୨ା୩(ଡି.ଏନ.ଏ.): ୬ ଦଫା ଦାବି ନେଇ ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡର କେନ୍ଦୁପତ୍ର ତୋଳାଳିମାନେ ବୁଧବାର ୪୯ନଂ. ଜାତୀୟ ରାଜପଥର ଶିବ ମନ୍ଦିର ଛକ ଓ ୧୪୯ ନଂ. ବାଇପାସ୍‌ ରାସ୍ତା ଅବରୋଧ ବେଳେ ଏକ ଅଭାବନୀୟ ଘଟଣା...

ନାଲ୍‌କୋ ବସଲା ସାହି ହଟିଂ ନିକଟରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ବଅଁରପାଳ,୧୨।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ବସଲା ସାହି ନିକଟ ପଡ଼ିଆରୁ ଗୁରୁବାର ଏକ ନବଜାତ ଶିଶୁକନ୍ୟାକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। କେହି ଯୁବତୀ କିମ୍ବା ମହିଳା ଶିଶୁକୁ ଛାଡ଼ି ପଳାଇଯାଇଥିବା ସନ୍ଦେହ କରାଯାଉଛି। ସୂଚନାନୁଯାୟୀ,...

ମୁଖ୍ୟମନ୍ତ୍ରୀ ସଡ଼କ ନିର୍ମାଣ ନିମ୍ନମାନର

ବଇଣ୍ଡା, ୧୨ା୩(ଡି.ଏନ.ଏ.) ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳକୁ ଗମନାଗମନ ସୁବିଧା ପାଇଁ ସରକାର ପକ୍କା ରାସ୍ତା ନିର୍ମାଣର ଯୋଜନା କରିଥିଲେ ହେଁ କେତେଜଣ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଯୋଗୁ ଲୋକେ ଏହାର ସୁଫଳ ପାଇପାରୁ ନ ଥିବା ଅଭିଯୋଗ ହେଉଛି। ଅନୁଗୋଳ...

ଘୁମୁରା, ସାନ୍ତାଳୀ ନୃତ୍ୟରେ ଝୁମିଲେ ଦର୍ଶକ

ପାଲଲହଡ଼ା, ୧୨ା୩(ଡି.ଏନ.ଏ.) ପାଲଲହଡ଼ାରେ ଚାଲିଥିବା ମାଲ୍ୟଗିରି ମହୋତ୍ସବ-୨୦୨୦ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସାରେ ବିଭିନ୍ନ ସାଂସ୍କୃତିକ ଦଳର ଲୋକଗୀତ, ଲୋକନୃତ୍ୟରେ ବେଶ୍‌ ଜମିଥିଲା ସାଂସ୍କୃତିକ ଆସର I ଜିଲା ତଥା ଜିଲା ବାହାରୁ ଆସିଥିବା କଳାକାରମାନଙ୍କ ଦ୍ୱାରା ପରିବେଷିତ ଚାଙ୍ଗୁ ନୃତ୍ୟ,...

ଯୁବତୀଙ୍କୁ ନେଇ ବିବାହିତ ଯୁବକ ଫେରାର: ଅଭିଯୋଗ ଆଣିଲେ ସ୍ତ୍ରୀ

ବଅଁରପାଳ,୧୧।୩(ଡିଏନ୍‌ଏ): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଅଞ୍ଚଳ ଜଣେ ବିବାହିତ ଯୁବକ ହିନ୍ଦୋଳ ଅଞ୍ଚଳର ଜଣେ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଛନ୍ତି। ଏହା ନିଜେ ଯୁବକଙ୍କ ସ୍ତ୍ରୀ ବୁଧବାର ଥାନାରେ ଅଭିଯୋଗ କରିଛନ୍ତି। ୩ ବର୍ଷ ତଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri