ଅନୁଗୋଳ

ଶାଳ କାଠ ବୋଝେଇ ଟ୍ରାକ୍ଟର ଜବତ

ବଇଣ୍ଡା,୨୪।୮(ଡି.ଏନ.ଏ.)- କିଶୋରନଗର ବ୍ଲକ ହଣ୍ଡପା ଥାନା ଲୁହାମୁଣ୍ଡା ବାରିକ ସାହିରୁ ଶୁକ୍ରବାର ସାରେ ଏକ ଚୋରା ଶାଳ କାଠ ବୋଝେଇ ହୋଇଥିବା ଟ୍ରାକ୍ଟରକୁ ବନବିଭାଗ ଜବତ କରିଛି। ଏଥିରେ ୨୨ ସିପ୍ଟ କାଠ ଥିବାବେଳେ ୩୦ ହଜାର ଟଙ୍କା ହେବ...

ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ ଅନୁଗୋଳ ଛାତ୍ର ନେତାଙ୍କ ମଧ୍ୟରେ ଅସନ୍ତୋଷ: ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଅନୁଗୋଳ ଅଫିସ, ୨୪।୮: ଆଗାମୀ ଛାତ୍ର ସଂସଦ ନିର୍ବାଚନକୁ ରାଜ୍ୟ ସରକାର ବାତିଲ କରିବା ପରେ ଅନୁଗୋଳ ଛାତ୍ରନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏ ନେଇ ଅନୁଗୋଳ ଜିଲା ଛାତ୍ର କଂଗ୍ରେସ କମିଟି ପକ୍ଷରୁ ଶନିବାର ଉଚ୍ଚ ଶିକ୍ଷାମନ୍ତ୍ରୀ...

ଲୋକଙ୍କ ପାଇଁ ମୋ ଦୁଆର ସର୍ବଦା ଖୋଲା ରହିବ

୨୦୧୩ ବ୍ୟାଚ ଆଇପିଏସ୍‌ ଅଫିସର ଜଗମୋହନ ମୀନା ଶୁକ୍ରବାର ଅନୁଗୋଳ ଜିଲାର ୧୪ତମ ଏସ୍‌ପି ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି। ରାଜସ୍ଥାନର ଆଲୱାରଠାରେ ୧୯୮୯ରେ ଜନ୍ମଗ୍ରହଣ କରିଥିବା ମୀନା ଆଇଆଇଟି କାନପୁରରେ ବି.ଟେକ୍‌ ଓ ଏମ୍‌. ଟେକ୍‌ କରିବା ପରେ ୨୦୧୩ରେ...

ଅନୁଗୋଳର ନୂତନ ଏସ୍‌ପି ଭାବେ କାର୍ଯ୍ୟରେ ଯୋଗଦେଲେ ଜଗମୋହନ ମୀନା: କହିଲେ ଲୋକଙ୍କ ପାଇଁ ମୋ ଦୁଆର ୨୪ଘଣ୍ଟା ଖୋଲା

ଅନୁଗୋଳ ଅଫିସ,୨୩।୮: ଅନୁଗୋଳର ନୂତନ ଏସ୍‌ପି ଭାବେ ୨୦୧୩ ବ୍ୟାଚର ଆଇପିଏସ୍‌ ଅଫିସର ଜଗମୋହନ ମୀନା ଶୁକ୍ରବାର କାର୍ଯ୍ୟରେ ଯୋଗଦେଇଛନ୍ତି। ଜିଲା ପୋଲିସ ମୁଖ୍ୟାଳୟରେ ବିଦାୟୀ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଜିଲାରେ...

ସରସ୍ବତୀ ଶିଶୁମନ୍ଦିରରେ ଜନ୍ମାଷ୍ଟମୀ ପାଳନ: ଶ୍ରୀକୃଷ୍ଣଙ୍କ ବେଶରେ ସହର ପରିକ୍ରମା

ଛେଣ୍ଡିପଦା,୨୩।୮(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଥିବା ସରସ୍ବତୀ ଶିଶୁମନ୍ଦିରରେ ଶୁକ୍ରବାର ଜନ୍ମାଷ୍ଟମୀ ପାଳନ ହୋଇଯାଇଛି । ଏହି ଅବସରରେ ଶିଶୁମନ୍ଦିର ପରିସରରେ ଶ୍ରୀକୃଷ୍ଣଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା କରାଯାଇଥିଲା। ପରେ ବାଳଗୋପାଳ କୃଷ୍ଣଙ୍କୁ ଝୁଲଣ କରାଯାଇଥିଲା।...

ଖୁଡ଼ୀ ହତ୍ୟାକାରୀ ପୁତୁରାଙ୍କୁ ଆଜୀବନ ଜେଲ

ଅନୁଗୋଳ ଅଫିସ, ୨୩।୮-ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଜଳତାପ ଗ୍ରାମରେ ୨୦୧୮ରେ ହୋଇଥିବା ଏକ ହତ୍ୟା ମାମଲାର ବିଚାର କରି ଗୁରୁବାର ଅନୁଗୋଳ ଆଡିଶନାଲ ଡିଷ୍ଟ୍ରିକ୍ଟ ଆଣ୍ଡ ସେସନ୍‌ ଜଜ୍‌ କମ୍‌ ସ୍ପେଶାଲ ଜଜ୍‌ ଭିଜଲାନ୍ସ ରୂପଶ୍ରୀ ଚୌଧୁରୀ ଅଭିଯୁକ୍ତ...

କୁଲାଡ଼ରେ ୩ ଶହ ବର୍ଷର ପରମ୍ପରା: ଗାଁର ମଙ୍ଗଳ ପାଇଁ ଜନ୍ମାଷ୍ଟମୀ

ବଅଁରପାଳ, ୨୩।୮ (ଡି.ଏନ୍‌.ଏ.)-ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମରେ ଧୁମ୍‌ଧାମରେ ଜନ୍ମାଷ୍ଟମୀ ପାଳନ ପାଇଁ ଚାଲିଛି ଆୟୋଜନ। ୩ଶହ ବର୍ଷର ପରମ୍ପରା ଅନୁଯାୟୀ ଗ୍ରାମର ମଙ୍ଗଳକାମନା ନିମନ୍ତେ ଶୁକ୍ରବାର ଗ୍ରାମବାସୀ ଜନ୍ମାଷ୍ଟମୀ ପାଳନ କରିବେ। ଏଥିପାଇଁ ଗଁା ଚଳଚଞ୍ଚଳ...

ଜିଲାରେ ସ୍ବାସ୍ଥ୍ୟସେବା ଅନୁଧ୍ୟାନ କଲେ ୫ ଜଣିଆ ଟିମ୍‌

ଅନୁଗୋଳ ଅଫିସ, ୨୩।୮-ଜାତୀୟ ସ୍ବାସ୍ଥ୍ୟ ମିଶନର ଏକ ୫ ଜଣିଆ ଟିମ୍‌ ଗୁରୁବାର ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ସହ ଜିଲାର ଅନ୍ୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଚିକିତ୍ସାଳୟଗୁଡ଼ିକରେ ସରକାରୀ ଯୋଜନା କିପରି କାର୍ଯ୍ୟକାରୀ ହେଉଛି ଉକ୍ତ ଟିମ୍‌...

ସଲାସୁତରାରେ ଚାଲିଛି ଦୋକାନ ଘର ଭଡ଼ା ବେପାର: ପ୍ରମାଣ ପାଉନି ପୌରପାଳିକା

ଅନୁଗୋଳ ଅଫିସ, ୨୨।୮ – ଅନୁଗୋଳ ପୌରପାଳିକା ପକ୍ଷରୁ ସହରରେ ଦୋକାନ ଗୃହ ନିର୍ମାଣ କରାଯାଇ ଭଡ଼ାରେ ଲଗାଯାଇଛି। ହେଲେ ଉକ୍ତ ଘର ନେଇଥିବା ବ୍ୟବସାୟୀମାନଙ୍କ ମଧ୍ୟରୁ କେତେଜଣ ସେଠାରେ ବେପାର ନ କରି ଚଢ଼ା ଦରରେ ଅନ୍ୟ ବ୍ୟବସାୟୀଙ୍କୁ...

୨୮ କୁଇଣ୍ଟାଲ ପଲିଥିନ ଜବତ, ହଜାରେ ଟଙ୍କା ଜରିମାନା

ଅନୁଗୋଳ ଅଫିସ, ୨୨।୮ – ଅନୁଗୋଳ ସହର ହରିମହୁରୀ ଛକରୁ ବୁଧବାର ପୌର କର୍ମଚାରୀମାନେ ୨୮ କୁଇଣ୍ଟାଲ ପଲିଥିନ ଜବତ କରିବା ସହ ୧ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ତେବେ ଏତେ ପରିମାଣର ପଲିଥିନ ଜବତ ହୋଇଥିଲେ...

ଅନୁଗୋଳ ଜିଲା ପରିଷଦର ୪୯ତମ ସାଧାରଣ ବୈଠକ: ଅଧାରୁ ଗୃହ ବର୍ଜନ କଲେ ସଦସ୍ୟ

ଅନୁଗୋଳ ଅଫିସ,୨୧।୮: ଅନୁଗୋଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ୪୯ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଠମଲ୍ଲିକ ବିଧାୟକ ରମେଶ ସାଏ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ଅନୁଗୋଳ ବିଧାୟକଙ୍କ ପ୍ରତିନିଧି, ସମ୍ବଲପୁର ଏମ୍‌ପିଙ୍କ ପ୍ରତିନିଧି,...

ଓଭରହେଡ୍‌ ଟାଙ୍କି କାର୍ଯ୍ୟ ନିମ୍ନମାନର ଅଭିଯୋଗ

ତାଳଚେର, ୨୧ା୮(ନି.ପ୍ର.)-ତାଳଚେର ବ୍ଲକ ଗୁରୁଜାଙ୍ଗୁଲି ପଞ୍ଚାୟତ ଚାଇଁପାଳ ବାଳିକା ଉଚ୍ଚବିଦ୍ୟାଳୟ ନିକଟରେ ନିର୍ମାଣ କରାଯାଇଥିବା ପାନୀୟଜଳ ପ୍ରକଳ୍ପ ଓଭରହେଡ ଟାଙ୍କି କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଗ୍ରାମବାସୀ ମଙ୍ଗଳବାର ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରାଙ୍କୁ ଅଭିଯୋଗ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri