ଅନୁଗୋଳ

ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଯାଞ୍ଚ କଲେ ବିଧାୟକ

ବଇଣ୍ଡା,୧୪।୮(ଡି.ଏନ.ଏ.)-ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ମଙ୍ଗଳବାର କିଶୋରନଗର ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ବଇଣ୍ଡା ରାମଦେଓ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସି ବିଧାୟକ ମଧ୍ୟାହ୍ନଭୋଜନ ଯାଞ୍ଚ କରିଥିଲେ। ପରେ ବିଦ୍ୟାଳୟର ସମସ୍ତ କାଗଜପତ୍ର ଓ ଶିକ୍ଷକମାନଙ୍କ...

ବଦଳିବ ଅନୁଗୋଳ ଷ୍ଟାଡିୟମ ରୂପ:ଭିତ୍ତିଭୂମି ପରଖିଲେ ଆର୍କିଟେକଚର୍‌

ଅନୁଗୋଳ ଅଫିସ, ୧୩।୮ ବଦଳିବ ଅନୁଗୋଳ ଷ୍ଟାଡିୟମ ରୂପରେଖ। ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହାର ନବକଳେବର କରାଯିବ। ଏଥିସହ ବିଭିନ୍ନ ଖେଳ ସୁବିଧାରେ ଏଠାରେ ଯେପରି ଆୟୋଜନ ହୋଇପାରିବ ସେ ନେଇ ମଧ୍ୟ ବିଚାର କରାଯିବ। ଏ ନେଇ ଭିତ୍ତିଭୂମି ପରଖିବା...

ବାଗେଡିଆ-ପୁରୁଣାଗଡ ରାସ୍ତାରେ ଗର୍ତ୍ତ

ଛେଣ୍ଡିପଦା,୧୩।୮(ଡି.ଏନ.ଏ.) ଛେଣ୍ଡିପଦା ବ୍ଲକ ବାଗେଡିଆ ଗ୍ରାମଠାରୁ ପୁରୁଣାଗଡ ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତାର ପୁରୁଣାସାହି ନିକଟରେ ଏକ ବଡ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଜନସାଧାରଣ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଉପରୋକ୍ତ ସ୍ଥାନ ବିପଦସଙ୍କୁଳ...

ବ୍ୟବଚ୍ଛେଦ ପୂର୍ବରୁ ପୁଣି ମୃତଦେହରେ କ୍ଷତ ନେଇ ବିବାଦ:ମେଡିକାଲ ପରିସରରେ ଚାପା ଉତ୍ତେଜନା

ଅନୁଗୋଳ ଅଫିସ, ୧୩।୮ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରେ ଥିବା ଏକ ମୃତଦେହରେ କ୍ଷତ ନେଇ ସୋମବାର ମେଡିକାଲ ପରିସରରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ମୃତଦେହ ସଂରକ୍ଷଣରେ କର୍ତ୍ତୃପକ୍ଷଙ୍କ ଏପରି ଅବହେଳା ନେଇ ପରିବାର...

ପଞ୍ଚାୟତସ୍ତରରେ ଚାଲିଛି କାଳିଆ ଫର୍ମ ଯାଞ୍ଚ:୨୫ ହଜାରରୁ ୨ ହଜାର ଅଯୋଗ୍ୟ

ଅନୁଗୋଳ ଅଫିସ, ୧୩।୮ କାଳିଆ ଯୋଜନାରେ ଥିବା ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଶନିବାରଠାରୁ ଅନୁଗୋଳ ଜିଲାରେ ଆରମ୍ଭ ହୋଇଛି। ପଞ୍ଚାୟତସ୍ତରରୁ ଏହି ଯାଞ୍ଚ କରାଯାଉଥିବା ବେଳେ ଏବେ ବିଭିନ୍ନ ବ୍ଲକରୁ ରିପୋର୍ଟମାନ ଆସିବାରେ ଲାଗିଛି। ୩ ଦିନ ମଧ୍ୟରେ...

ବଢୁଛି ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା

ପାଲଲହଡ଼ା, ୧୩ା୮(ଡି.ଏନ.ଏ.) ଅନୁଗୋଳ ଜିଲା ପାଲଲହଡ଼ା ଉପକଣ୍ଠରେ ବଢିଚାଲିଛି ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା। କେତେଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବାବେଳେ ଆଉ କେତେକ ବାହାର ଜିଲାରୁ ଏଠାକୁ ଆସି ଏଣେତେଣେ ବୁଲୁଥିବା ଦେଖିବାକୁ ମିଳିଛି। ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଥଇଥାନ...

ଉଦ୍‌ଘାଟିତ ହେଲା ନାଲ୍‌କୋ ଭୀମ ଭୋଇ ବାଟିକା:ସୌନ୍ଦର୍ଯ୍ୟ ବଢ଼ାଇଲା ଟ୍ରାଇବାଲ୍‌ ମ୍ୟୁଜିୟମ୍‌

ହେଲା ନାଲ୍‌କୋ ଭୀମ ଭୋଇ ବାଟିକା ସୌନ୍ଦର୍ଯ୍ୟ ବଢ଼ାଇଲା ଟ୍ରାଇବାଲ୍‌ ମ୍ୟୁଜିୟମ୍‌ ବଅଁରପାଳ, ୧୩।୮- ନାଲ୍‌କୋ ସେଣ୍ଟ୍ରାଲ ମାର୍କେଟ ଟାଉନଶିପ କଲୋନୀର ୩ ନମ୍ବର ଫାଟକ ନିକଟରେ ସୋମବାର ସନ୍ଧ୍ୟାର ସନ୍ଥକବି ଭୀମ ଭୋଇ ବାଟିକା ଉଦ୍‌ଘାଟିତ ହୋଇଯାଇଛି। ନାଲ୍‌କୋ...

ସରକାର, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା:କଅଁଳ ପିଠିରୁ କମୁନି ବସ୍ତାନି ବୋଝ

ଅନୁଗୋଳ ଅଫିସ, ୧୩।୮ ସରକାରଙ୍କ ସ୍ପଷ୍ଟ ଗାଇଡ୍‌ଲାଇନ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଅନୁଗୋଳ ଜିଲାର କେତେକ ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀଛାତ୍ରଙ୍କ ପିଠିରୁ ବସ୍ତାନି ବୋଝ କମ୍‌ କରୁନାହାନ୍ତି। ଏହାର କୁପ୍ରଭାବ ଶିଶୁମାନଙ୍କ କୋମଳ ଶରୀର ଉପରେ ପଡ଼ୁଥିବାରୁ...

ପୂର୍ତ୍ତ ରାସ୍ତାରେ ଏନ୍‌ଟିପିସି ଆଶ୍‌ପଣ୍ଡ ପାଣି

କଣିହାଁ,୧୩।୮(ଡି.ଏନ.ଏ.) କଣିହାଁ ବ୍ଲକ ସ୍ଥିତ ଏନଟିପିସି ବିଦ୍ୟୁତ୍‌ ପ୍ରକଳ୍ପର ଆଶପଣ୍ଡ ପାଣି ସାମାନ୍ୟ ବର୍ଷାରେ ରାସ୍ତାରେ ପ୍ରବାହିତ ହେଉଛି। ଏଥିଯୋଗୁ ପିଚୁ ରାସ୍ତା କ୍ଷୟକ୍ଷତି ହୋଇ ଖାଲଖମାରେ ପରିଣତ ହୋଇଛି। ଫଳରେ ପଥଚାରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ...

ଗୋଟିଏ ରାତିରେ ୩ ଘରୁ ଚୋରି

ବଇଣ୍ଡା,୧୨।୮(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ସଙ୍ଗେ ୩ଟି ଘରୁ ଟଙ୍କା, ସୁନା ଗହଣା, ରୂପା ସହ ଆସବାବପତ୍ର ଚୋରି ହୋଇଥିବା ସୋମବାର ଠାକୁରଗଡ଼ ଥାନାରେ ଅଭିଯୋଗ ହୋଇଛି। ଠାକୁରଗଡ଼ ଗ୍ରାମରେ ଧଣ୍ଡାତୋପା...

ଶ୍ରାବଣ ଶେଷ ସୋମବାର: ଛେଣ୍ଡିପଦାର ସମସ୍ତ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଛେଣ୍ଡିପଦା,୧୨।୮(ଡିଏନଏ): ଅନୁଗୋଳ ଜିଲାର ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଥିବା ସମସ୍ତ ଶୈବପୀଠ ତଥା ଶିବ ମନ୍ଦିରରେ ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା। ପ୍ରତ୍ୟୁଷରୁ ସା ପର୍ଯ୍ୟନ୍ତ ବିଭିନ୍ନ ପ୍ରାନ୍ତରୁ ତଥା ଦୂରଦୂରାନ୍ତରୁ...

ବିଭିନ୍ନ ଦାବିନେଇ ଜିନ୍ଦଲ କ୍ଷତିଗ୍ରସ୍ତ ପ୍ରଜାଙ୍କ ଜନ ଆନ୍ଦୋଳନ: ଜାତୀୟ ରାଜପଥ ଅବରୋଧ

ଛେଣ୍ଡିପଦା,୧୨।୮(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ଜରଡ଼ାଠାରେ ସୋମବାର ଜିନ୍ଦଲ କ୍ଷତିଗ୍ରସ୍ତ ପ୍ରଜା ସଂଘ ପକ୍ଷରୁ ଜନ ଆନ୍ଦୋଳନ ଦେଖିବାକୁ ମିଳିଛି। ବିଭିନ୍ନ ମୌଳିକ ସୁବିଧାନେଇ କ୍ଷତିଗ୍ରସ୍ତ ପ୍ରଜା ସଂଘ ପକ୍ଷରୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri