ଅନୁଗୋଳ

୨୦ ଫୁଟ ଗଭୀର କୂଅରେ ଖସିପଡ଼ିିଥିବା ଭାଲୁ ଉଦ୍ଧାର

ଛେଣ୍ଡିପଦା,୧୨।୮(ସ୍ବ.ପ୍ର.) : ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳର କୋଶଳା ନିକଟସ୍ଥ ଭାଗଲାକଟା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ କୂଅ ଭିତରେ ଭାଲୁ ପଡ଼ିଥିଲା। ନିକଟସ୍ଥ କୋଶଳା ସଂରକ୍ଷିତ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ଆସିଥିବା ଭାଲୁଟି ଭାଗଲାକଟା...

ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ: ଅପ୍‌ଡେଟ ହେଉନି ନିରାମୟ ସୂଚନା

ଅନୁଗୋଳ ଅଫିସ, ୧୨।୮: ବିଭିନ୍ନ ସମୟରେ ଅନେକ କାରଣକୁ ନେଇ ବିବାଦରେ ରହୁଥିବା ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଏବେ ଅବ୍ୟବସ୍ଥା ଓ ଅବହେଳାକୁ ନେଇ ଚର୍ଚ୍ଚାରେ। ଉନ୍ନତମାନର ସେବା ପ୍ରଦାନ, ଭିତ୍ତିଭୂମି ସମସ୍ୟାକୁ ନେଇ ଅଭିଯୋଗର ତାଲିକା ଲମ୍ବା ହୋଇ...

ସିଡବ୍ଲ୍ୟୁସି ନିକଟରେ ନାବାଳିକାଙ୍କୁ ହାଜର କରାଇଲାନି ପୋଲିସ; ଡିଜିପି, ସରକାରଙ୍କୁ ଅବଗତ କରାଇବ ସମିତି

ଅନୁଗୋଳ ଅଫିସ, ୧୨।୮: ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟରେ ଜୁଲାଇ ୨୧ରେ ବଳାତ୍କାରର ଶିକାର ହୋଇଥିବା ନାବାଳିକାଙ୍କୁ ପୋଲିସ ଶନିବାର ତାଙ୍କ ବାପାଙ୍କ ଜିମା ଦେବାପରେ ପୀଡିତାଙ୍କ ସୁରକ୍ଷାକୁ ନେଇ ଜିଲା ଶିଶୁ ମଙ୍ଗଳ ସମିତି(ସିଡବ୍ଲ୍ୟୁସି) ପ୍ରଶ୍ନ ଉଠାଇଥିଲା। ଏଥିସହ ରବିବାର ପୂର୍ବାହ୍ନ...

ମହେନ୍ଦ୍ର ହାଇସ୍କୁଲରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ଗୋଟିଏ ହଲ୍‌ରେ ୧୫୦ ପିଲା

ଆଠମଲ୍ଲିକ,୧୧ା୮(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ସଦର ମହକୁମାସ୍ଥିତ ବହୁ ପୁରାତନ ମହେନ୍ଦ୍ର ହାଇସ୍କୁଲ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଏଠାରେ ପଢୁଥିବା ଛାତ୍ରୀଛାତ୍ରଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନରେ ସମସ୍ୟା ହେଉଥିଲେ ହେଁ ବିଭାଗୀୟ ଉଦସୀନତା ଯୋଗୁ ଏହାର...

ଅବ୍ୟବସ୍ଥା ଘେରରେ ବ୍ରିଟିଶ୍‌ ଅମଳର ହାଟ: ହେଉଛି ଶୁଳ୍କ ଆଦାୟ, ହେଉନି ବିକାଶ

ଛେଣ୍ଡିପଦା,୧୧।୮ – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ଥିବା ବ୍ରିଟିଶ ଅମଳର ବାଗଡ଼ିଆ ହାଟ ଏବେ ନାନା ଅବ୍ୟବସ୍ଥାରେ ଚାଲିଛି। ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଏହା ଥିଲେ ବି କ୍ରମାଗତ ଅବହେଳା କାରଣରୁ ଏହା ଧୀରେ ଧୀରେ ସ୍ଥାଣୁ...

ବଳାତ୍କାର ଶିକାର ନାବାଳିକାଙ୍କୁ ବାପାଙ୍କ ଜିମା: ପ୍ରଶ୍ନ ଉଠାଇଲା ଶିଶୁ ମଙ୍ଗଳ ସମିତି

ଅନୁଗୋଳ ଅଫିସ, ୧୧।୮ – ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟରେ ଜୁଲାଇ ୨୧ରେ ବଳାତ୍କାରର ଶିକାର ହୋଇଥିବା ନାବାଳିକାଙ୍କୁ ଅନୁଗୋଳ ପୋଲିସ ଶନିବାର ମେଡିକାଲ ପରିସରରେ ତାଙ୍କ ବାପାଙ୍କ ଜିମା ଦେଇଛି। ହେଲେ ପୋଲିସର ଏପରି କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛି...

ଉଦ୍‌ଘାଟନକୁ ୧୫ ବର୍ଷ ବିତିଲା: କାର୍ଯ୍ୟକ୍ଷମ ହୋଇପାରିନି ଉପଖଣ୍ଡ ଷ୍ଟାଡିୟମ

ତାଳଚେର,୧୧ା୮(ନି.ପ୍ର.) – କ୍ରୀଡା ଓ କ୍ରୀଡାବିତ୍‌ଙ୍କ ଉନ୍ନତି ନିମନ୍ତେ ରାଜ୍ୟ ସରକାର ବହୁ ମିନି ଷ୍ଟାଡିୟମ ନିର୍ମାଣ କରୁଛନ୍ତି। ହେଲେ ତାଳଚେର ରାଜବାଟୀ ନିକଟରେ ୨୦୦୪ରୁ ନିର୍ମାଣ ହୋଇଥିବା ସବ୍‌ଡିଭିଜନାଲ ଷ୍ଟାଡିୟମକୁ କାର୍ଯ୍ୟକ୍ଷମ କରିବାକୁ ସରକାର ଯେପରି ଭୁଲି ଯାଇଛନ୍ତି।...

ଏମିତି ଚାଲିଛି ପାଠପଢ଼ା: ୧୧୯ ଛାତ୍ରୀଛାତ୍ରଙ୍କୁ ୨ ଶିକ୍ଷୟିତ୍ରୀ

ମାଧପୁର,୧୦।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତ କୁନ୍ଦନାଳୀ ପ୍ରକଳ୍ପ ଉ.ପ୍ରା. ବିଦ୍ୟାଳୟରେ ବର୍ତ୍ତମାନ ଶିକ୍ଷକ ଅଭାବ ଦେଖାଦେଇଛି। ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୧୯ ଜଣ ଛାତ୍ରୀଛାତ୍ର ପଢ଼ୁଥିବା ବେଳେ ପଢ଼ାଇବାକୁ ୨ (କଳା)...

ଜିଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା: ବାଳିକା ବିଭାଗରେ ଦେସ୍ନା, ବାଳକରେ ଆୟୁଷ ଫାଇନାଲକୁ ପ୍ରବେଶ

ବଅଁରପାଳ,୧୦।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ୟୁନାଇଟେଡ ବ୍ୟାଡମିଣ୍ଟନ ଆସୋସିଏଶନ ପକ୍ଷରୁ ନାଲ୍‌କୋ ବ୍ୟାଡମିଣ୍ଟନ ହଲ୍‌ରେ ଆଯୋଜିତ ଜିଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଶନିବାର ଫାଇନାଲ ଦିବସ। ତେବେ ଏଥିରେ ତାଳଚେର, ଅନୁଗୋଳ, ନାଲ୍‌କୋ ଏନ୍‌ଟିପିସି ଟିପିସିପିଏସ୍‌ ଆଦି ଅଞ୍ଚଳର ୫୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ...

ଚାଷ ଦେଇଛି ପୁରସ୍କାର

ବଅଁରପାଳ, ୧୦।୮(ଡି.ଏନ୍‌.ଏ.) – ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲାରେ ବି ଚାଷକୁ କରିହେବ ପେସା। ଭଲ ଲାଭ ମିଳିପାରିବ ଏଥିରୁ। ଏହାକୁ ପ୍ରମାଣିତ କରିଛନ୍ତି ବଅଁରପାଳ ବ୍ଲକ କୁରୁଡୁଲୁ ଗ୍ରାମର ଦମ୍ପତି କୁମର ସାହୁ ଓ ତାଙ୍କ ସ୍ତ୍ରୀ ବିନୋଦିନୀ...

ଜିଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ସମାଧାନ ପାଇଁ ଦାବିପତ୍ର

ଅନୁଗୋଳ ଅଫିସ, ୧୦।୮ – ଜିଲାରେ ଦିନକୁ ଦିନ ଶିକ୍ଷାର ମାନ ହ୍ରାସ ପାଉଛି। ଶିକ୍ଷା ଭିତ୍ତିଭୂମି ମଧ୍ୟ ଦୁର୍ବଳ ଅବସ୍ଥାରେ ରହିଛି। କେଉଁଠି ଶିକ୍ଷକ ନାହାନ୍ତି ତ କେଉଁଠି ପର୍ଯ୍ୟାପ୍ତ ଶ୍ରେଣୀଗୃହ ନାହିଁ। ସରକାରୀ ଶିକ୍ଷା ବ୍ୟବସ୍ଥା ଏପରି...

ଅସୁରକ୍ଷିତ ଷ୍ଟାଡିୟମ ପୁରୁଣା ଗ୍ୟାଲେରି : ରକ୍ଷଣାବେକ୍ଷଣ କରିବାକୁ ଦାବିପତ୍ର

ଅନୁଗୋଳ ଅଫିସ, ୧୦।୮ – ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ସ୍ବାଧୀନତା ଦିବସ ପାଳନ ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି। କିନ୍ତୁ ମହାଆଡମ୍ବରରେ ପାଳନ ହେବାକୁ ଥିବା ଏହି ସ୍ବାଧୀନତା ଦିବସରେ ଲୋକମାନେ କେଉଁଠି ବସିବେ ତାହାକୁ ନେଇ ଚିନ୍ତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri