ଅନୁଗୋଳ

ବଜ୍ରପାତରେ ୨୩ ଗୋରୁ ମୃତ

ପାଲଲହଡ଼ା, ୧୮ା୭(ଡି.ଏନ.ଏ.) – ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ନଗିରା ପଞ୍ଚାୟତ ବାଲିବାହାଳ ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତ ଘଟି ୨୩ ଗୋରୁଙ୍କ ମୃତ୍ୟୁ ଘଟିଛି। ଅପରାହ୍ନ ପ୍ରାୟ ୨ଟାରେ ପାଲଲହଡ଼ାର ବିଭିନ୍ନ ଅଞ୍ଚଳରେ ଝିପିଝିପି ବର୍ଷା ସାଙ୍ଗକୁ ପ୍ରବଳ...

ଅନୁଗୋଳ ବଜାରରେ କେଟିଏମ୍‌ ଆର୍‌ସି ୧୨୫

ଅନୁଗୋଳ ଅଫିସ, ୧୮।୭ – କେଟିଏମ୍‌ ପକ୍ଷରୁ ନୂଆ ଆର୍‌ସି ୧୨୫ ମଡେଲ ଅନୁଗୋଳ ବଜାର ପ୍ରବେଶ କରିଛି। ଏହି ମଡେଲ ଆର୍‌ସି ୧୬ କେଟିଏମ୍‌ ମୋଟୋ ଜିପି ମେଶିନରୁ ଅନୁପ୍ରାଣିତ ହୋଇ ନିର୍ମାଣ ହୋଇଛି। ଏଥିରେ ଷ୍ଟିଲ ଟ୍ରେଲିସ୍‌...

ଅନୁଗୋଳ କୃଷି ବିଜ୍ଞାନ କେନ୍ଦ୍ର ପୁରସ୍କୃତ

ଅନୁଗୋଳ ଅଫିସ, ୧୮।୭ – ଅନୁଗୋଳ କୃଷି ବିଜ୍ଞାନ କେନ୍ଦ୍ରକୁ ପୂର୍ବ ଜୋନାଲରେ ଶ୍ରେଷ୍ଠ କୃଷି ବିଜ୍ଞାନ କେନ୍ଦ୍ର ଭାବେ ବିବେଚିତ କରାଯାଇ ପଣ୍ଡିତ ଦୀନଦୟାଲ କୃଷି ବିଜ୍ଞାନ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯାଇଛି। କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ...

କଚ୍ଛପ ଗତିରେ ଚାଲିଛି ଟିକିରା ସେତୁ ନିର୍ମାଣ : ୧୫ ମାସରେ ୧୦ ପ୍ରତିଶତ କାର୍ଯ୍ୟ

ତାଳଚେର, ୧୮ା୭(ନି.ପ୍ର.) – କଣିହଁ। ବ୍ଲକର ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତବାସୀଙ୍କ ଲାଇଫ୍‌ ଲାଇନ କୁହାଯାଉଥିବା ଟିକରା ସେତୁ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି। ନିର୍ମାଣ ଦାୟିତ୍ୱ ନେଇଥିବା ଠିକାସଂସ୍ଥା ୨ ବର୍ଷରେ ଏହା ଶେଷ କରିବାକୁ ଚୁକ୍ତି କରିଥିଲେ ବି...

୨୫ରୁ ଊର୍ଦ୍ଧ୍ୱ ଦିନ ହେବ ଏଟିଏମ୍‌ ଅଚଳ: ୬ ପଞ୍ଚାୟତ ଲୋକେ ହନ୍ତସନ୍ତ

ମାଧପୁର, ୧୭।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ବଜାର ଉପକଣ୍ଠରେ ଥିବା ଏକମାତ୍ର ଗ୍ରାମ୍ୟବ୍ୟାଙ୍କ ଏଟିଏମ୍‌ ଦୀର୍ଘ ୨୫ ଦିନରୁ ଊର୍ଦ୍ଧ୍ୱ ହେବ ଖରାପ ହୋଇପଡ଼ିଛି। ଫଳରେ ଅଞ୍ଚଳବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।...

ଅନୁଗୋଳ ସହରରେ ପରୀକ୍ଷାମୂଳକ ସିସିଟିଭି କାର୍ଯ୍ୟ ଆରମ୍ଭ: ଥାନା ଛକ ହେବ ଜିରୋ ଟଲରେନ୍ସ ଜୋନ

ଅନୁଗୋଳ ଅଫିସ, ୧୭।୭-ଅନୁଗୋଳ ସହରକୁ ସିସିଟିଭି ନଜରରେ ରଖିବା କାର୍ଯ୍ୟ ଆରମ୍ଭ ହୋଇଛି। ବର୍ତ୍ତମାନ ପରୀକ୍ଷା ମୂଳକ ଭାବେ ଏହା କାର୍ଯ୍ୟକାରୀ କରାଯାଇଛି। ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଏହାକୁ ଉଦ୍‌ଘାଟନ କରିବା ପରେ ସହରରେ ସିସିଟିଭି ଜରିଆରେ ଟ୍ରାଫିକ ନିୟନ୍ତ୍ରଣ...

କଣିହାଁ ବ୍ଲକ ଅଞ୍ଚଳରେ ହାତୀ ଆତଙ୍କ

କଣିହାଁ,୧୭।୭(ଡି.ଏନ.ଏ.)-ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ଦୀର୍ଘ ୧୫ ଦିନ ହେବ ଦେବଗଡ ଜିଲା ଅଞ୍ଚଳରୁ ଆସିଥିବା ୩ ହାତୀ ବ୍ଲକ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି। କଣିହାଁ ବନାଞ୍ଚଳ ଅଧୀନ ଜଙ୍ଗଲ ଛାଡ଼ି ଉକ୍ତ...

ମହିଳାଙ୍କୁ ଦୁର୍ବ୍ୟବହାର ସହ ଲୁଟ୍‌: ଅଭିଯୁକ୍ତଙ୍କୁ କାବୁ କରି ଛେଚିଲେ ଲୋକେ

ଅନୁଗୋଳ ଅଫିସ, ୧୭।୭-ଅନୁଗୋଳ ରେଳ ଷ୍ଟେଶନରେ ଟ୍ରେନ୍‌କୁ ଅପେକ୍ଷା କରିଥିବା ଜନୈକା ମହିଳାଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ସୋମବାର ବିଳମ୍ବିତ ରାତିରେ ଦୁର୍ବ୍ୟବହାର କରିବା ସହ ତାଙ୍କଠାରୁ ଟଙ୍କା ଲୁଟି ନେଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଷ୍ଟେଶନରେ ଥିବା...

ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ: ପରେଡ୍‌ରେ ଅଂଶଗ୍ରହଣ କରିବେ ୫୦ ଦଳ

ଅନୁଗୋଳ ଅଫିସ, ୧୭।୭- ଅନୁଗୋଳ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ମଙ୍ଗଳବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ...

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ନେଇ ଭୁବନେଶ୍ୱରରେ ବୈଠକ: ବର୍ଷେ ପରେ ବଦଳିବ ସୁନ୍ଦରୀ ଠିକଣା 

ବନ୍ତଳା,୧୬ା୭(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ନେଇ ସୋମବାର ଭୁବନେଶ୍ୱରର ଅରଣ୍ୟ ଭବନରେ ଅନୁଷ୍ଠିତ ହୋଇଥିଲା ଏକ ଉଚ୍ଚସ୍ତରୀୟ ବୈଠକ। ଏଥିରେ ପ୍ରଥମ ଆନ୍ତଃ ରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା ପ୍ରାଥମିକ ପର୍ଯ୍ୟାୟରେ ଅସଫଳ ହୋଇଥିବା କୁହାଯିବା ସହ...

ବର୍ଷା ନାହିଁ, ଅଟକିଯାଇଛି ଚାଷ କାର୍ଯ୍ୟ:ବୁଣା ସରିଲାଣି, ରୁଆ ମନ୍ଥର

ଅନୁଗୋଳ ଅଫିସ, ୧୬।୭ ଜୁନ ଯାଇ ଜୁଲାଇ ଅଧା ହେଲାଣି। ଏପରି ସମୟରେ ଚାଷ କାର୍ଯ୍ୟ ଜୋର ଧରିବା କଥା। ହେଲେ ଜୁନ ପରି ଜୁଲାଇରେ ଆବଶ୍ୟକ ବର୍ଷା ଅଭାବରୁ ଅନୁଗୋଳ ଜିଲାରେ ଚାଷ ଜୋରଦାର ହୋଇପାରୁ ନାହିଁ। ବିଶେଷକରି...

ଆଠମଲ୍ଲିକରେ କେନ୍ଦ୍ରୀୟ ବିଦ୍ୟାଳୟ ଦାବି :କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ଏମ୍‌ପି

ଛେଣ୍ଡିପଦା,୧୬।୭(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ଏବଂ ଆଠମଲ୍ଲିକ ବ୍ଲକରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ ସମ୍ବଲପୁର ଏମ୍‌ପି ନୀତୀଶ ଗଙ୍ଗଦେବ ଦାବି କରିଛନ୍ତି। ଏ ନେଇ ସେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲଙ୍କୁ ସାକ୍ଷାତ କରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri