ବଲାଙ୍ଗୀର

ଓକିଲ-ପୋଲିସ ହାତାହାତି

ଲୋଇସିଂହା,୪।୪(ଡ଼ି.ଏନ.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ଆଗଲପୁର ଫାଣ୍ଡିରେ ଶନିବାର ପୂର୍ବାହ୍ନ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଜଣେ ଓକିଲ ଫାଣ୍ଡିକୁ ଯାଇ ସେ ପୂର୍ବରୁ କରିଥିବା ଏକ ଅଭିଯୋଗ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ କହି...

ଧରିତ୍ରୀ ପ୍ରଭାବ: ଗରିବ ପାଇଲେ ଖାଦ୍ୟ ସାମଗ୍ରୀ

ବଲାଙ୍ଗୀର ଅଫିସ, ୪ା୪- କରୋନା ଲକ୍‌ଡାଉନ୍‌କୁ ନେଇ ଗରିବ ଲୋକେ ବଡ ଅସୁବିଧାରେ ପଡିଛନ୍ତି । ଦିନମଜୁରିଆ ଭାବେ କାମ କରି ପରିବାର ପୋଷୁଥିବା ଲୋକେ ରୋଜଗାର ବନ୍ଦ ହୋଇଯିବା ପରେ ଖାଦ୍ୟ ଚିନ୍ତାରେ ପଡିଛନ୍ତି । ବିଶେଷକରି ମହିଳା...

ବଲାଙ୍ଗୀରରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପାଇଁ ସ୍ୱାକ୍ଷରିତ ହେଲା ତ୍ରିପାକ୍ଷିକ ବୁଝାମଣାପତ୍ର

ବଲାଙ୍ଗୀର ଅଫିସ,୪ା୪- ବଲାଙ୍ଗୀରରେ ହେବ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ । ଏନେଇ ଶୁକ୍ରବାର ବଲାଙ୍ଗୀର (କଳିଙ୍ଗ ଇଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍‌ସେସ୍‌) କିସ୍ କ୍ୟାମ୍ପସ ପରିସରରେ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । କଳିଙ୍ଗ ଇଷ୍ଟିଚ୍ୟୁଟ...

ବ୍ଲକ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

ଗୁଡଭେଲା,୩।୪(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଗୁଡଭେଲା ପ୍ରଶାସନ ପକ୍ଷରୁ ବ୍ଲକର ୧୩ଟି ପଞ୍ଚାୟତରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି। ବ୍ଲକ୍‌ ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା ଏହି ସବୁ ଖାଦ୍ୟ ରନ୍ଧା କେନ୍ଦ୍ରକୁ ଯାଇ ତଦାରଖ କରୁଛନ୍ତି। ଶୁକ୍ରବାର ୧୩ଟି ପଞ୍ଚାୟତର ପ୍ରାୟ ୯୭୪...

ସପ୍ତାହିକ ହାଟରେ ପୋଲିସ, ତହସିଲଦାର ନାକେଦମ

ଗୁଡଭେଲା,୩।୪(ଡି.ଏନ.ଏ.)-କରୋନା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରଦକ୍ଷେପ ଗ୍ରହଣ କରଯାଇଛି। ବଲାଙ୍ଗୀର ଜିଲା ତୁଷୁରା ସହରର ସାପ୍ତାହିକ ବଜାର ଶୁକ୍ରବାର ଏନ୍‌ଏସି ପକ୍ଷରୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପନି ପରିବା, ମାଛ, ମାଂସ ଦୋକାନ ବସିବାକୁ ଚୂନ...

ତୁଷୁରା ଏନ୍‌ଏସି ସବୁ ଡ୍ରେନ୍‌ରେ ବିଶୋଧକ ସିଞ୍ଚନ କରୁନି

ଗୁଡଭେଲା,୩।୪(ଡି.ଏନ.ଏ.)-ବର୍ତ୍ତମାନର ଭୟଙ୍କର କରୋନା ପରିସ୍ଥିତିର ମୁକାବିଲା କରିବା ପାଇଁ ବଲାଙ୍ଗୀର ଜିଲା ତୁଷୁରା ଏନ୍‌ଏସି ପକ୍ଷରୁ ସହରକୁ ସ୍ବଚ୍ଛ ଓ ସଂକ୍ରମଣ ମୁକ୍ତ ରଖିବାକୁ ସ୍ବଚ୍ଛତା ମିଶନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ତୁଷୁରା ସହରର ସମସ୍ତ ଡ୍ରେନ୍‌ରେ ବିଶୋଧକ ସିଞ୍ଚନ...

କେନ୍ଦୁ ଖାଇବାକୁ ଯାଇ ଗଛରୁ ପଡ଼ି ନାବାଳକଙ୍କ ଜୀବନ ଗଲା: ସରକାରୀ ସହାୟତା ଦାବି

ଲୋଇସିଂହା, ୩।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଝରଣୀପାଲି ଗ୍ରାମର ଜନୈକ ନାବାଳକ କେନ୍ଦୁ ଖାଇବାକୁ ଯାଇ ଗଛରୁ ପଡ଼ି ଗୁରୁବାର ମୃତ୍ୟୁ ଘଟିଛି। ସେ ହେଲେ ହରିଜନ ବସ୍ତିର ରାଜା ନାଗ। ପ୍ରକାଶ ଯେ, ଗୁରୁବାର ସକାଳେ...

କରୋନା ବେଳେ ସାହାସ ଦେଖାଇଲେ, ରକ୍ତଦାନ କଲେ

ବଲାଙ୍ଗୀର ଅଫିସ, ୨ା୪: କରୋନା ମହାମାରୀ ଏବେ ସମଗ୍ର ବିଶ୍ୱକୁ ଆତଙ୍କିତ କରି ରଖିଛି। ଏହାକୁ ନେଇ ସମଗ୍ର ଦେଶରେ ୨୧ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଅତ୍ୟାବଶ୍ୟକ କାମ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଏଭଳି ସନ୍ଦିକ୍ଷଣରେ...

ଗରିବଙ୍କୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ବଣ୍ଟନ

ଗୁଡଭେଲା,୨।୪(ଡି.ଏନ.ଏ.)-ବଲାଙ୍ଗୀର ଜିଲା ତୁଷୁରା ଓ ଗୁଡଭେଲା ସହର ସମେତ ଆଖ ପାଖ ଅଞ୍ଚଳ କରୋନା ପାଇଁ ଲକ୍‌ ଡାଉନ୍‌ ରହିଛି। ଲୋକେ ଖାଇବାକୁ ହଇରାଣ ହେଉଛନ୍ତି। ଏଣୁ ତୁଷୁରା ସହରର ମାରୱାଡି ଯୁବା ମଞ୍ଚ, ଜାଗୃତି ଶାଖା ଓ ରିହାଇ...

ବଲାଙ୍ଗୀରରେ ଫସି ରହିଛନ୍ତି ୩୦ ଅଣ ଓଡ଼ିଆ ଶ୍ରମିକ

ବଲାଙ୍ଗିର ଅଫିସ, ୨ା୪-ପଶ୍ଚିମବଙ୍ଗରୁ ବଲାଙ୍ଗୀରକୁ କାମ କରିବାକୁ ଆସିଥିବା ୩୦ ଜଣ ଅଣ ଓଡ଼ିଆ ଶ୍ରମିକ ଏଠାରେ ଫସି ରହିଛନ୍ତି। ସ୍ଥାନୀୟ ଆନନ୍ଦନଗର ନିକଟରେ ସେମାନେ ଏକ ଏକ ଭଡାଘରେ ରହୁଛନ୍ତି । ମହାମାରୀ କରୋନା ଭୂତାଣୁ ଜନିତ ଳକ୍‌ଡାଉନ...

ଘରେ ବସି କଳା ଦିବସ ପାଳନ କଲା କୋଶଲ ରାଜ୍ୟ ସମନ୍ବୟ ସମିତି

ବଲାଙ୍ଗୀର ଅଫିସ, ୧ା୪: କୋଶଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ ଏପ୍ରିଲ ୧କୁ କଳା ଦିବସ ପାଳନ କରାଯାଇଛି। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଚଳିତବର୍ଷ କୌଣସି ସଭା ସମିତି କରା ନ ଯାଇ ଘରେ ଘରେ କଳା...

ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ଅଟକି ରହିଛନ୍ତି ୩୩ଶ୍ରମିକ

ଖପ୍ରାଖୋଲ, ୧ା୪(ଡି.ଏନ.ଏ.): ସାରା ଦେଶରେ କରୋନା ଭୁତାଣୁ ସଂକ୍ରମଣ ରୋକିବାକୁ ଆଠ ଦିନ ହେଲା ଲକ ଡାଉନ। ଏହି ସମୟରେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳର ୩୩ ଜଣ ଶ୍ରମିକ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଇଟାଭାଟିରେ କାମ କରୁଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri