ମନ୍ଦିରରୁ ଫେରୁଥିବାବେଳେ ମହିଳାଙ୍କୁ ଚାପି ଦେଲା ଟମାଟୋ ବୋଝେଇ ପିକ୍ଅପ୍
ବଲାଙ୍ଗୀର ଅଫିସ,୬ା୮: ଶୁକ୍ରବାର ସକାଳୁ ବଲାଙ୍ଗୀର ସହରର ଦୁର୍ଗାମନ୍ଦିର ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି। ମୃତ ମହିଳା ଜଣକ ବଲାଙ୍ଗୀର ବ୍ରାହ୍ମଣପଡ଼ାର ପ୍ରମିଳା ମହାପାତ୍ର...