ବାଲେଶ୍ୱର

ବାହାନଗାରେ ଟ୍ରେନରେ କଟି ଚାଲିଗଲା ୨ ଯୁବକଙ୍କ ଜୀବନ

ବାହାନଗା ,୯।୭: ବାଲେଶ୍ୱର ଜିଲା ବାହାନଗା ଦାଣ୍ଡହରିପୁର ରେଳ ଫାଟକ ନିକଟରେ ଏକ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ପୁରୀ-ହାୱଡ଼ା ଏକ୍ସପ୍ରେସ ଟ୍ରେନ୍‌ ଧକ୍କାରେ ୨ଜଣଙ୍କ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରି ନ ଥିବା ବେଳେ ସେମାନେ...

ଗାନ୍ଧୀଛକରେ ବିକ୍ଷୋଭ: ରାହୁଲଙ୍କ ବିରୋଧରେ ଥାନାରେ ଏତଲା

ରୂପସା, ୬।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେବସେନା ପକ୍ଷରୁ ସ୍ଥାନୀୟ ଗାନ୍ଧୀଛକ ନିକଟରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।...

ନିଖୋଜର ୫ ଦିନ ପରେ ପାହାଡ଼ରୁ ୩ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

ବାଲେଶ୍ଵର ଅଫିସ (ମାନସ ବିଶ୍ୱାଳ)୪।୭: ବାଲେଶ୍ୱର ଜିଲା ଔପଦା ଥାନା ବଡ଼ପୋଖରୀ ପଞ୍ଚାୟତ ବଡ଼ପୋଖରୀ ରାଜସ୍ୱ ଗ୍ରାମର ଆଦିବାସୀ ବସ୍ତି ବରପଦା ଗ୍ରାମରେ ଚାରି ଦିନ ଧରି ନିଖୋଜ ଥିବା ୩ ଜଣ ଆଦିବାସୀଙ୍କର ମୃତ ଶରୀର ଗୁରୁବାର ବଡ଼ପୋଖରୀ...

ନିଜକୁ ଆର୍‌ଏଡବ୍ଲ୍ୟୁ ଏଜେଣ୍ଟର ପରିଚୟ ଦେଇ ଲୁଟୁଥିଲେ ଟଙ୍କା, ଏମିତି ପଡ଼ିଲେ ଧରା

ବାଲେଶ୍ୱର,୩ା୭(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ପୋଲିସ ଦ୍ବାରା ନିଜକୁ ରିସର୍ଚ୍ଚ ଆନାଲିସିସ୍‌ ଓ୍ବାଇନ୍‌ (RAW) ଏଜେଣ୍ଟର ଷ୍ଟେଟ୍‌ ହେଡ୍‌ କହୁଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ବ୍ୟକ୍ତି ଜଣକ ରେମୁଣା ଅଞ୍ଚଳର ସତ୍ୟ ନାରାୟଣ ନାୟକ ବୋଲି ପରିଚୟ...

ଆରମ୍ଭ ହେବ ‘ବୁଢ଼ାବଳଙ୍ଗ ସଂସ୍କାର ଯୋଜନା’

ବାଲେଶ୍ୱର, ୩।୭(ମାନସ ବିଶ୍ୱାଳ): ବାଲେଶ୍ୱର ନିର୍ବାଚନମଣ୍ଡଳୀ ଅଧୀନ ବନ୍ୟା ପ୍ରବଣ ଅଞ୍ଚଳ ଭାବେ ପରିଚିତ ବିଭିନ୍ନ ପଞ୍ଚାୟତରେ ବନ୍ୟାଜଳ ନିଷ୍କାସନ ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ନିୟନ୍ତ୍ରଣ ପାଇଁ ମଙ୍ଗଳବାର କ୍ଷେତ୍ର ପରିଦର୍ଶନ ସହ ଜଳସେଚନ ବିଭାଗ ପ୍ରସ୍ତୁତି ସମ୍ପର୍କରେ...

ଏସ୍‌ଏଚ୍‌ଜି କାର୍ଯ୍ୟକର୍ତ୍ତାଙ୍କୁ ଦୁର୍ବ୍ୟବହାର କଲେ ଇନଚାର୍ଜ, ତାତିଲେ ମହିଳା

ସିମୁଳିଆ, ୩।୭(ସନ୍ତୋଷ ନାୟକ): ସରକାର ଏସ୍‌ଏଚ୍‌ଜି ମହିଳାମାନଙ୍କୁ ମିଶନଶକ୍ତି ମାଧ୍ୟମରେ ସଶକ୍ତିକରଣ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ତେବେ ଗ୍ରୁପମାନଙ୍କ ଦାୟିତ୍ୱରେ ଥିବା ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ଇନଚାର୍ଜ ବିପିଏମ୍‌(ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର) ବିଭିନ୍ନ ଏସ୍‌ଏଚ୍‌ଜି...

ବାଲେଶ୍ୱର ସହରରୁ କର୍ଫ୍ୟୁ ହଟିଲା

ବାଲେଶ୍ୱର, ୩।୭(ମାନସ ବିଶ୍ୱାଳ): ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ନେଇ ଅଶାନ୍ତ ହୋଇପଡିଥିବା ବାଲେଶ୍ୱର ସହରରୁ ୧୫ଦିନ ପରେ କର୍ଫ୍ୟୁ ହଟାଯାଇଛି। ବିଶେଷ କରି ବାଲେଶ୍ୱର ଟାଉନ, ସହଦେବଖୁଣ୍ଟା ଓ ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ କର୍ଫ୍ୟୁ ଲଗାଯାଇଥିଲା। ପ୍ରଥମେ ଶିଳ୍ପାଞ୍ଚଳ...

ସିଆର୍‌ପିଏଫ୍‌ ଯବାନଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଖଇରା,୨।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ଗଗନଧୁଳି ଗ୍ରାମର ରାଘବାନନ୍ଦ ମାଝିଙ୍କ ଘରୁ ରାତିରେ ଚୋରି ହୋଇଥିବା ନେଇ ଖଇରା ଥାନାରେ ଅଭିଯୋଗ ହୋଇଛି। ଜମ୍ମୁରେ ସିଆର୍‌ପିଏଫ ଯବାନ ଭାବେ କାର୍ଯ୍ୟରତ ରାଘବାନନ୍ଦ ୭ଦିନ...

ନୂଆ ସରକାରରେ ପ୍ରଥମ ଜନଶୁଣାଣି: ୧୫୦ରୁ ଊର୍ଦ୍ଧ୍ୱ ଅଭିଯୋଗ

ବାଲେଶ୍ୱର ଅଫିସ,୧ା୭(ମାନସ ବିଶ୍ୱାଳ): ବାଲେଶ୍ବର ଜିଲାର ସଦର ବ୍ଲକ ସମ୍ମିଳନୀ କକ୍ଷରେ ରାଜ୍ୟର ନୂତନ ସରକାର ଗଠନ ପରେ ସୋମବାର ପ୍ରଥମ କରି ଆରମ୍ଭ ହୋଇଛି ଜିଲା ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣି। ଜିଲାପାଳ ଆଶିଷ ଠାକ୍‌ରେଙ୍କ ସମେତ ଏସ୍‌ପି...

ଇଚ୍ଛାମୃତ୍ୟୁ ପାଇଁ ନିବେଦନ କଲେ ନିରାଶ୍ରୟ ମହିଳା

ଜଳେଶ୍ୱର,୩୦ା୬(ନବୀନ ସାହୁ): ପଙ୍ଗୁ ଅବସ୍ଥାରେ ଜୀବନ ବିତାଉଥିବା ବାଲେଶ୍ୱର ଜିଲା ଜଳେଶ୍ୱର ପୌରାଞ୍ଚଳ ୯ନଂ. ୱାର୍ଡର ନିରାଶ୍ରୟ ମହିଳା କାଞ୍ଚନ ନାୟକ ଇଛା ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଟୁଇଟ୍‌ ମାଧ୍ୟମରେ ନିବେଦନ କରିଛନ୍ତି। ତାଙ୍କର ପ୍ରକୃତ ଘର ବସ୍ତା...

ଶିକ୍ଷକଙ୍କୁ ତାଲା ପକାଇଲେ ଅଭିଭାବକ

ନୀଳଗିରି,୨୯।୬: ବାଲେଶ୍ୱର ଜିଲା ନୀଳଗିରି ଥାନା ରାଉଳଖୁଣ୍ଟା ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ପ୍ରତିବାଦରେ ଶନିବାର ସ୍କୁଲରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ତାଲା ପକାଇ ଅଭିଭାବକ ଆନ୍ଦୋଳନ କରିଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ସ୍କୁଲ ପରିସର ଅପରିଷ୍କାର ରହୁଥିଲା। ଏନେଇ ଅଭିଭାବକଙ୍କ ମହଳରେ...

ପାଣିଟାଙ୍କି କାନ୍ଥ ଭୁଶୁଡ଼ି ଛାତ୍ରଙ୍କ ଜୀବନ ଗଲା

ବାଲେଶ୍ୱର,୨୮ା୬(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅଧୀନ ପଦ୍ମପୁରସ୍ଥିତ ବାଞ୍ଛାନିଧି ଇଂରାଜୀ ମିଡିୟମ ଘରୋଇ ସ୍କୁଲର ଜଣେ ଅନ୍ତେବାସୀ ଉପରେ ପାଣିଟାଙ୍କି ଭୁଶୁଡ଼ି ପଡ଼ିବାର ଶୁକ୍ରବାର ପୂର୍ବାହ୍ନରେ ଜଣେ ଛାତ୍ରଙ୍କ ଜୀବନ ଯାଇଛି। ଛାତ୍ର ଜଣକ ହେଲେ ନାରାୟଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri