ବାଲେଶ୍ୱର

ପୋଲ ତଳକୁ ଖସିଲା ପ୍ରବାସୀ ବସ୍‌, ୭ଆହତ

ବାଲେଶ୍ୱର ଅଫିସ, ୩୦।୫- ପ୍ରବାସୀ ଶ୍ରମିକଙ୍କୁ ନେଇ କେରଳରୁ ପଶ୍ଚିମବଙ୍ଗ ଯାଉଥିବା ଏକ ବସ ଶନିବାର ସକାଳ ସାଢ଼େ ୬ଟାରେ ବାଲେଶର ଶିଳ୍ପାଞ୍ଚଳ ଥାନା ୧୬ ନଂ ଜାତୀୟ ରାଜପଥ ମଙ୍ଗଳପୁରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ...

ଗ୍ୟାସ୍‌ ଲିକ୍‌ରୁ ଘରପୋଡ଼ି: ଲକ୍ଷ ଲକ୍ଷ ଟଙ୍କାର ଆସବାବପତ୍ର ଜଳିଗଲା

ଜଳେଶ୍ୱର, ୩୦।୫(ସ୍ବ.ପ୍ର.)-ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଶିଖରପୁର ଗାଁର ଗୋପାଳ ଓଝାଙ୍କ ଘରେ ଶନିବାର ପୂର୍ବାହ୍ନରେ ଗ୍ୟାସ୍‌ ସିଲଣ୍ଡର ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨ବଖରା ଘର ଓ ଗୁହାଳ ପୋଡ଼ିଯାଇଛି। ଦମକଳ କେନ୍ଦ୍ରକୁ ଖବର ଦିଆଯାଇଥିଲେ ମଧ୍ୟ...

‘ବନ୍ଦେ ଉତ୍କଳ ଜନନୀ’ର ଝଙ୍କାରରେ ଝୁମିଲା ଖଇରା

ଖଇରା,୩୦।୫(ଡି.ଏନ.ଏ)-କରୋନା ଯୋଦ୍ଧାଙ୍କ ମନୋବଳ ବୃଦ୍ଧି ଲାଗି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିବା ବେଳେ ବାଲେଶ୍ୱର ଜିଲା ଖଇରା ବ୍ଲକର ପୁରପଲ୍ଲୀରେ ପିଲା ଠାରୁ ବୁଢା ସମସ୍ତେ ଏଥିରେ ସାମିଲ ହୋଇଛନ୍ତି...

କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ଘଟଣା: ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଇନି ପୋଲିସ

ସଜନାଗଡ଼, ୩୦।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମ୍‌ପୁର ଥାନା ଅଧୀନ ତେଲିପାଳ ଆଶ୍ରମ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ଥିବା ଜଣେ ପ୍ରବାସୀ ଓଡ଼ିଆ ଯୁବତୀଙ୍କୁ ଗାଧୁଆଘରେ ଗତ ୨୬ତାରିଖରେ ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ମାମଲା (ନଂ....

ଲକ୍‌ଡାଉନ୍‌ ଦୁର୍ଦ୍ଦଶାକୁ ମାଇକ୍ରୋଫାଇନାନ୍ସ ଋଣ ଚାପ: ଜିଲାପାଳଙ୍କ ନିକଟରେ ମହିଳାଙ୍କ ଅଭିଯୋଗ

ବାଲେଶ୍ୱର ଅଫିସ, ୩୦।୫-ରାଜ୍ୟରେ ମହିଳାମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ବହୁ ମାଇକ୍ରୋ ଫାଇନାନ୍ସ ସଂସ୍ଥାକୁ ଅର୍ଥ କାରବାର କରିବା ପାଇଁ ଅନୁମତି ଦେଇଥିଲେ। କରୋନା ମହାମାରୀ ଯୋଗୁ ସାରା ଦେଶ ଲକ୍‌ଡାଉନ୍‌ ହେବା...

ବେଆଇନ ବାଲି ଚାଲାଣ, ୫ ଗାଡ଼ି ଜବତ

ଜଳେଶ୍ୱର, ୩୦।୫(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅଧୀନରେ ସୁବର୍ଣ୍ଣରେଖାର ପ୍ରାୟ ୨୨ଟି ବାଲିସୈରାତଗୁଡ଼ିକ ୫ବର୍ଷ ପୂର୍ବେ ନିଲାମ ଦିଆଯାଇଥିବା ବେଳେ ଏବେ ଅବଧି ପୂରିବାକୁ ଯାଉଛି। ଲକ୍‌ଡାଉନ୍‌ ପାଇଁ ବାଲି ପରିବହନ ଠପ୍‌ ଥିବା ବେଳେ ଏବେ ଗତ କିଛିଦିନ...

‘ବନ୍ଦେ ଉତ୍କଳ ଜନନୀ’ ଗାଇ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ଆହ୍ବାନ

ବାଲେଶ୍ୱର ଅଫିସ, ୩୦।୫- କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଓ କରୋନା ବିରୋଧରେ ସଂଗ୍ରାମ ଉଦ୍ଦେଶ୍ୟରେ ୩୦ ତାରିଖ ସନ୍ଧ୍ୟାରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି। ଏହି...

ଘରୋଇ କୋଚିଂ ସେଣ୍ଟର ଖୋଲିବା ପାଇଁ ଦାବି

ବାଲେଶ୍ୱର ଅଫିସ, ୩୦।୫-ବାଲେଶ୍ୱର ଜିଲା ତଥା ସହରରେ ଥିବା ଘରୋଇ କୋଚିଂ ସେଣ୍ଟର ଓ ଟ୍ୟୁଟୋରିଆଲଗୁଡ଼ିକ ଦୀର୍ଘଦିନ ଧରି ବନ୍ଦ ଥିବା କାରଣରୁ ଛାତ୍ରୀଛାତ୍ରଙ୍କର ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଶିକ୍ଷା ପ୍ରଦାନରେ ବ୍ୟାଘାତ ସୃଷ୍ଟି ହେବା ସହିତ ଉକ୍ତ...

ଅଭିନୟ ମାଧ୍ୟମରେ କରୋନା ସଚେତନତା

ଆରଡ଼ି,୨୯।୫(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ଶୁକ୍ରବାର କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ା ଯାଜପୁର ଜିଲା ମଙ୍ଗଳପୁରର ଚିନ୍ମୟ କଲ୍ୟାଣ ସାମାଜିକ ସଂଗଠନ ଦ୍ୱାରା ପରିଚାଳିତ ଡଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର କଳାକାର ମାନେ...

ପ୍ରବାସୀ ଶ୍ରମିକଙ୍କୁ ଦୁର୍ବ୍ୟବହାର ଘଟଣା: ବିଡିଓଙ୍କ ନିଲମ୍ବନ ଦାବି କଲେ ବିଭିନ୍ନ ଅନୁଷ୍ଠାନ

ବାଲେଶ୍ୱର ଅଫିସ, ୨୯।୫-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ଗତ ୧୩ ତାରିଖରେ ସୁରଟରୁ ଫେରିଥିବା ୪୦ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ପହଞ୍ଚତ୍ବା ପରେ ଦୀର୍ଘ ୨ଘଣ୍ଟା ଧରି ସେମାନଙ୍କର ସଙ୍ଗରୋଧ କେନ୍ଦ୍ରରେ ରହିବା ଲାଗି କୌଣସି ବ୍ୟବସ୍ଥା କରା ନ...

କୋଭିଡ୍‌ ହସ୍‌ପିଟାଲ ନର୍ସଙ୍କ ସ୍ବାବ ପରୀକ୍ଷା ଦାବିରେ ବିକ୍ଷୋଭ

ବାଲେଶ୍ୱର ଅଫିସ, ୨୯।୫-ବାଲେଶ୍ୱର ଜିଲା କୁରୁଡ଼ାସ୍ଥିତ କୋଭିଡ୍‌-୧୯ ହସ୍‌ପିଟାଲରେ କାର୍ଯ୍ୟରତ ନର୍ସମାନଙ୍କର ସ୍ବାବ ପରୀକ୍ଷା ନିମନ୍ତେ ଦାବି କରାଯାଇଛି। ଶୁକ୍ରବାର ହସ୍‌ପିଟାଲ ସମ୍ମୁଖରେ ନର୍ସମାନେ ୨ଘଣ୍ଟା କାମ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କିଛିଦିନ ପୂର୍ବରୁ ଉକ୍ତ ହସ୍‌ପିଟାଲରେ...

ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଚାଲିଚାଲି ଯାଉଥିଲେ, ସୋରଠାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ସୋର,୨୯।୫(ଡି.ଏନ.ଏ.): ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଜଣେ ପ୍ରବାସୀ ଶ୍ରମିକଙ୍କ ସୋର ଜାତୀୟ ରାଜପଥ ବରଫକଳ ଛକଠାରେ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ପଶ୍ଚିମବଙ୍ଗର ପଶ୍ଚିମପଡା ଅଞ୍ଚଳର ଆୟର ମହମ୍ମଦ(୫୨)। ସେ ସାନଭାଇ ସେକ୍‌ ଆଲିଙ୍ଗିରଙ୍କ ସହ ପଶ୍ଚିମବଙ୍ଗକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri