ବାଲେଶ୍ୱର

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗଲେ ୨୩ ଶ୍ରମିକ: ଚାଲି ଚାଲି ଯାଉଥିଲେ ପଶ୍ଚିମବଙ୍ଗ

ରସାଳପୁର,୨୭।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ସଦର ଥାନା ପୋଲିସ ସୋମବାର ପୂର୍ବାହ୍ନରେ ପଶ୍ଚିମବଙ୍ଗର ୨୩ଜଣ ଶ୍ରମିକଙ୍କୁ ସ୍ଥାନୀୟ ପଞ୍ଚାୟତର ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖିଛି। ସେମାନଙ୍କର ଖାଇବା ପିଇବା ସହିତ ସମସ୍ତ ସୁବିଧା ପଞ୍ଚାୟତ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଦାୟିତ୍ୱରେ...

ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୬

ବାଲେଶ୍ୱର ଅଫିସ,୨୭ା୪ : ଜିଲାରେ ସୋମବାର ଅପରାହ୍ନରେ ଆଉଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ବୟସ ୩୨ ବର୍ଷ ଏବଂ ସେ କଲିକତା ଫେରନ୍ତା ବୋଲି...

ଆଖି ସାମ୍ନାରେ ପୁଅର ମୃତ୍ୟୁ ଦେଖି ଚାଲିଗଲା ମା’ଙ୍କ ଜୀବନ

ସଜନାଗଡ଼,୨୭ା୪(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ନୀଳଗିରି ବରହମପୁର ଥାନା ଅଧୀନ ଗରଡିହି ପଞ୍ଚାୟତର ବାଲିଚୁଆ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ୰ ଶ୍ୟାମସୁନ୍ଦର ସିଂଙ୍କ ପୁଅ ରବୀନ୍ଦ୍ର ସିଂ ଦୀର୍ଘଦିନ ଧରି କିଡ୍‌ନୀ ରୋଗରେ ପୀଡ଼ିତ ଥାଇ...

ଜିଲାରେ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ: ୪ ମହିଳା, ଜଣେ ପୁରୁଷ; ୧୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ବାଲେଶ୍ୱର ଅଫିସ,୨୭ା୪ : ଜିଲାରେ ସୋମବାର ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ୪ ଜଣ ମହିଳା ଏବଂ ଜଣେ ପୁରୁଷ ରହିଥିବା ରାଜ୍ୟ...

୮୧ଜଣଙ୍କ ସ୍ବାବ ସଂଗ୍ରହ

ଖଇରା,୨୭।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ବିଭିନ୍ନ ପଞ୍ଚାୟତର କ୍ୱାରାଣ୍ଟାଇନ କେନ୍ଦ୍ରରେ ରହୁଥିବା ମୋଟ ୮୧ ଜଣଙ୍କ ନିକଟରୁ ସ୍ବାବ ସଂଗ୍ରହ କରାଯାଇଛି। ପୂର୍ବରୁ ୨୧ଜଣଙ୍କର ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ରବିବାର ସୁଦ୍ଧା ଆଉ ୬୦ଜଣଙ୍କର...

CORONAVIRUS UPDATE: ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିନ୍ହଟ, ସଂଖ୍ୟା ଛୁଇଁଲା ୧୦୮

ଭୁବନେଶ୍ୱର,୨୭।୪: (ବ୍ୟୁରୋ)- ରାଜ୍ୟରେ ପୁଣି ୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଛି। ଏହି ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି। ଏମାନେ ବାଲେଶ୍ୱର ଜିଲାର...

ଭୂଲିଗଲେ ସାମାଜିକ ଦୂରତା

ଖଇରା,୨୭।୪(ଡି.ଏନ.ଏ.)- ୩ଦିନର ଶଟଡାଉନ ପରେ ପ୍ରଶାସନର ନିର୍ଦ୍ଦେଶକ୍ରମେ ରବିବାର ୧୦ଟା ପରଠାରୁ ଏଥିରେ ସାମାନ୍ୟ କୋହଳ କରାଯାଇ କିଛି ନିର୍ଦ୍ଦିଷ୍ଟ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ରବିବାର ପୂର୍ବାହ୍ନ ୧୦ଟା ବାଜିବା ପୂର୍ବରୁ ଆହୁରି କିଛି ସମୟ ବାକିଥିବା ବେଳେ...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆର୍ଥତ୍କ ସହାୟତା

ଖଇରା,୨୭।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଅଗ୍ନିପୁର ଗ୍ରାମବାସୀ ଓ ମହିଳା ଗୋଷ୍ଠୀଙ୍କ ତରଫରୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆର୍ଥତ୍କ ସହାୟତା ପ୍ରଦାନ କରାଯାଇଛି ା ଗ୍ରାମବାସୀ ନିଜ ସାମର୍ଥ୍ୟ ଅନୁଯାୟୀ ୬ହଜାର ୮୦ଟଙ୍କା ଆଦାୟ କରିବା ପରେ...

ଗୁଣିଆ ପାଖକୁ ଯାଇ ରୋଗୀ ହଟହଟା

ସଜନାଗଡ଼, ୨୬।୪(ଡି.ଏନ.ଏ.)-କରୋନା ଏବେ ସାରା ବିଶ୍ୱରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଏହାର ମୁକାବିଲା ଲାଗି ଲୋକେ ସଚେତନ ହେବାକୁ ଲାଗିଲେଣି। ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧିନ ବାଉଁଶବଣିଆ ପଞ୍ଚାୟତର ଜୁଣିଆ ଗ୍ରାମକୁ ପଶି ଆସିଥିବା ଏକ...

ଯୌତୁକ ପାଇଁ ବଧୂହତ୍ୟା: ସ୍ବାମୀ ଗିରଫ

ରେମୁଣା, ୨୬।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମରେ ଜଣେ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ତାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ...

ଶଟ୍‌ଡାଉନ ପ୍ରତ୍ୟାହାର ପରେ ଲକ୍‌ଡାଉନ କଡାକଡି: ୬୭ ଗାଡି ଜବତ, ୭୩ ହଜାର ଜରିମାନା ଆଦାୟ

ବାଲେଶ୍ୱର ଅଫିସ,୨୬।୪-ମହାମାରୀ କରୋନା ସାରା ବିଶ୍ୱରେ ଭୟାବହ ପରିସ୍ଥିତି ସୃଷ୍ଟି କରିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ନଜରରେ ରଖି ଗତ ୨୩ ତାରିଖ ରାତି୧୦ଟାରୁ ରବିବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଦୀର୍ଘ...

ନେଳିଆବାଗରେ କଣ୍ଟେନମେଣ୍ଟ ଅବଧି ଆଉ ୭ଦିନ ବଢିଲା

ବାଲେଶ୍ୱର ଅଫିସ,୨୬।୪-ବାଲେଶ୍ୱର ପୌରାଞ୍ଚଳର ନେଳିଆବାଗ ଅଞ୍ଚଳରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ଜିଲା ପ୍ରଶାସନ ତରଫରୁ ସଂକ୍ରମଣ ପ୍ରତିରୋଧ ଅଞ୍ଚଳ (କଣ୍ଟେନମେଣ୍ଟ ଜୋନ) ଭାବେ ଘୋଷଣା କରାଯାଇଥିଲା। ସେହି ଅଞ୍ଚଳରେ ଲୋକମାନଙ୍କ ଯିବା ଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri