ବାଲେଶ୍ୱର

ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର

କେନ୍ଦୁଝର,୧୯ା୪(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଦେଉଳଡିହାଠାରେ ରବିବାର ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ତେଲକୋଇ ଡାକ୍ତରଖାନା ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।...

ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟେନ୍‌ମେଣ୍ଟ କଟକଣା: ବାଲେଶ୍ୱରର ୩ ଅଞ୍ଚଳ ସିଲ୍‌ କଲା ପ୍ରଶାସନ

ବାଲେଶ୍ୱର ଅଫିସ,୧୯।୪: ରାଜ୍ୟରେ ଶନିବାର ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଜଣଙ୍କ ବାଲେଶ୍ୱରର। ଏହା ଜଣାପଡ଼ିବା ପରେ ଜିଲା ପ୍ରଶାସନ ପକ୍ଷରୁ ମ୍ୟୁନିସିପାଲିଟି ଅଧୀନ ୨୭ ଏବଂ ୨୮ ନଂ ଓ୍ବାର୍ଡ ସହ ୨୯ନଂ ଓ୍ବାର୍ଡର ଆଶିଂକ ଅଞ୍ଚଳକୁ ୭ ଦିନ...

ଜୀବନବିନ୍ଦୁରେ ୪୦ ୟୁନିଟ୍‌ ରକ୍ତ ସଂଗ୍ରହ

ଖଇରା, ୧୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଡୁଙ୍ଗୁରାସ୍ଥିତ ଦର୍ଶନ ପ୍ରସାଦ ହାଇସ୍କୁଲ ପରିସରରେ ଶୁକ୍ରବାର ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହାକୁ ଉଦ୍‌ଘାଟନ କରିଥିଲେ। ଡୁଙ୍ଗୁରା, ନହଙ୍ଗ, ଝିଙ୍କିରିଆ,...

ରକ୍ତଦାନ କଲେ ପଞ୍ଚାୟତବାସୀ

ଖଇରା,୧୯।୪(ଡି.ଏନ.ଏ.)-ଏବେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରକ୍ତ ଆବଶ୍ୟକତା ରହିଛି। ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦୂର ପାଇଁ ଆଗେଇ ଆସିଛନ୍ତି ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁରୁଣ୍ଟା ପଞ୍ଚାୟତବାସୀ। ଶନିବାର କୁରୁଣ୍ଟା ହାଇସ୍କୁଲ ପରିସରରେ ଆୟୋଜିତ ଜୀବନବିନ୍ଦୁ...

ଅସହାୟଙ୍କୁ ପରିବା, ମାସ୍କ ବାଣ୍ଟିଲା ବ୍ରହ୍ମାନନ୍ଦ ଟ୍ରଷ୍ଟ

ଖଇରା,୧୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ପଳସା ଗ୍ରାମର ବ୍ରହ୍ନାନନ୍ଦ ହସ୍ତଶିଳ୍ପ ଓ ସମାଜକଲ୍ୟାଣ ଟ୍ରଷ୍ଟ ପୂର୍ବରୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅସହାୟମାନଙ୍କୁ ସହାୟତାର ହାତ ବଢେଇ ସଙ୍ଗଠନର ମହତ ଉଦ୍ଦେଶ୍ୟକୁ ପ୍ରତିପାଦିତ କରିଆସିଛନ୍ତି। ପୁଣି ଥରେ କରୋନା ମହାମାରୀ...

ପୂଜ୍ୟପୂଜା ସଂସଦ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ସଜନାଗଡ,୧୯ା୪(ଡି.ଏନ.ଏ.)-ବାଲେଶର ଜିଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଶନିବାର ପୂଜ୍ୟପୂଜା ସଂସଦ ଓ ନୀଳଗିରିର ବିଧାୟକ ଇଂ. ସୁକାନ୍ତ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସାମ୍ପ୍ରତିକ ପରିସ୍ଥିତିରେ ରକ୍ତର ଅଭାବ ପୂରଣ...

ଲକ୍‌ଡାଉନ ଉଲ୍ଲଂଘନ: ୪ଜଣଙ୍କ ନାମରେ ମାମଲା

ସିମୁଳିଆ, ୧୯ା୪(ଡି.ଏନ.ଏ.)-କରୋନାକୁ ଖାତର ନ କରି ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ କେଳାପଲି ଛକ ନିକଟରେ ଖଟି କରୁଥିବା ୪ଜଣ ଯୁବକଙ୍କ ନାମରେ ପୋଲିସ ମାମଲା (ନଂ.୯୪/୨୦) ରୁଜୁ କରିଛି। ଶୁକ୍ରବାର କେଳାପଲି ଛକ ନିକଟରେ ଅଶୋକ ବେହେରା,...

ଦ୍ୱିତୀୟ ପର୍ଯ୍ୟାୟରେ ୭୨ହଜାର ୪୭ଟଙ୍କା ସହାୟତା ରାଶି ପ୍ରଦାନ

ସିମୁଳିଆ,୧୯ା୪(ଡି.ଏନ.ଏ.)-କରୋନା ସହାୟତା ପାଇଁ ବାଲେଶ୍ୱର ଜିଲା ସିମୁଳିଆବାସୀ ପ୍ରୟାସ ଜାରି ରଖିଛନ୍ତି। ଶନିବାର ସିମୁଳିଆ ବ୍ଲକର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୨୨ହଜାର ୫ଶହ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ପ୍ରଦାନ କରାଯାଇଛି ।  ବରିଷ୍ଠ ମଞ୍ଚର ସଭାପତି ଚତୁର୍ଭୂଜ...

ବଜ୍ରପାତ ନେଲା ୨ ଜୀବନ

ବସ୍ତା,୧୮।୪(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଆଳୁମେଦା ଗ୍ରାମରେ ଶନିବାର  କାଳବୈଶାଖୀ ତାଣ୍ଡବ ରଚିଛି। ପ୍ରବଳ ଝଡ଼ ବର୍ଷା ସାଙ୍ଗକୁ ବଜ୍ରପାତ ଯୋଗୁ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ବିମଳ ପ୍ରଧାନଙ୍କ ପୁଅ ଜଗନ୍ନାଥ...

ଶିକାରୀଙ୍କୁ ସୁହାଉଛି ଲକ୍‌ଡାଉନ

ସଜନାଗଡ, ୧୮ା୪(ଡି.ଏନ.ଏ.)- କରୋନା ସଂକ୍ରମଣକୁ ରୋକିବା ଲାଗି ଲକଡାଉନ ଜାରି ରହିଥିବା ବେଳେ ଏହାର ଅବଧିକୁ ସରକାର ବୃଦ୍ଧି କରିଛନ୍ତି। ଏହି ଲକ୍‌ଡାଉନ ଏବେ ବନ୍ୟଜନ୍ତୁ ଶିକାରୀଙ୍କ ପାଇଁ ଅନୁକୂଳ ସମୟ ପାଲଟିଛି। ଏହାର ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର...

ଓଡ଼ିଶାର ଆଉ ଏକ ଜିଲାକୁ ଡେଇଁଲା କରୋନା: ୬୧ ନଂ ଆକ୍ରାନ୍ତ ବାଲେଶ୍ୱରର

ଭୁବନେଶ୍ୱର,୧୮ା୪(ବ୍ୟୁରୋ) : ଶନିବାର ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ବାଲେଶ୍ୱର ଜିଲାର। ତାଙ୍କର ବୟସ ୫୮ ବର୍ଷ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକାଶଯୋଗ୍ୟ, ଶନିବାର ରାଜ୍ୟରେ ୩ କରୋନା...

ବାଲେଶ୍ୱରରେ ଗ୍ରୋସରୀ ଦୋକାନୀଙ୍କ ଅଭିନବ ପଦକ୍ଷେପ: ଲଗାଇଲେ ‘ମାସ୍କ ନାହିଁ ତ ଜିନିଷ ନାହିଁ’ ପୋଷ୍ଟର

ବାଲେଶ୍ବର ଅଫିସ, ୧୮।୪-ରାଜ୍ୟରେ କରୋନା ମୁକାବିଲା ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। କରୋନାଠାରୁ ସୁରକ୍ଷା ଲାଗି ବିଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରାଯାଉଛି। ମାସ୍କ ନାହିଁ ତ ଜିନିଷ ନାହିଁ ବୋଲି କେତେକ ଗ୍ରୋସରୀ (...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri