ବାଲେଶ୍ୱର

ଅମାନିଆଙ୍କୁ ରାସ୍ତାରେ ଆଣ୍ଠେଇଲେ ବାହାନଗା ତହସିଲଦାର

ବାହାନଗା, ୧୨।୪(ଡି.ଏନ.ଏ.): କରୋନା ମୁକାବିଲା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଲକ୍‌ଡାଉନ୍‌ ହେତୁ ଘରେ ରହିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ବାଇକ୍‌ର ବ୍ୟବହାର ଉପରେ ରୋକ ଲଗାଯାଇଛି। ଅନେକ ସ୍ଥାନରେ ଏଥିନେଇ...

ଘୁଷୁରିକିଳା ଗ୍ରାମରେ ଅଗ୍ନିକାଣ୍ଡ

ସଜନାଗଡ଼, ୧୨।୪(ଡି.ଏନ.ଏ.)-ନୀଳଗିରି ବ୍ଲକ ଅଧୀନ ଆରବନ୍ଧ ପଞ୍ଚାୟତର ଘୁଷୁରିକିଳା ଗ୍ରାମରେ ଶନିବାର ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟି ୨ ବଖରା ଜଳିଯାଇଛି। କ୍ଷତିଗ୍ରସ୍ତ ହୋଇଛନ୍ତି ଘୁଷୁରିକିଳା ଗ୍ରାମର ବାଈଧର ଟୁଡୁ। ଅଗ୍ନିକାଣ୍ଡରେ ତାଙ୍କର ଟଙ୍କାପଇସା, ଧାନଚାଉଳ, ଲୁଗାପଟା, ସମସ୍ତ ଆସବାବପତ୍ର ପୋଡ଼ି...

ଔପଦା ଡାକ୍ତରଖାନା ହେଲା ସାନିଟାଇଜ୍‌

ଔପଦା,୧୨।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ଔପଦା ବ୍ଲକ ସଦର ମହକୁମାର ୧୯୪୨ ମସିହା ଠାରୁ ସ୍ଥାପିତ ବହୁ ପୁରାତନ ଔପଦା ଡାକ୍ତରଖାନାରୁ ଦୀର୍ଘଦିନରୁ ପଡ଼ିରହିଥିବା ଅଳିଆ ଆବର୍ଜନାକୁ ସଫା କରାଯାଇଛି। ଅଳିଆ ସଫା ପରେ ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ଡାକ୍ତରଖାନାକୁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ବାଲେଶ୍ୱର ଅଫିସ,୧୨।୪- କରୋନା ସଂକ୍ରମଣ ଜନିତ ପରିସ୍ଥିତିର ମୁକାବିଲା ପାଇଁ ବାଲେଶ୍ୱର ଜିଲା ରେମୁଣା ସ୍ଥିତ ସିଦ୍ଧେଶ୍ୱର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ସ୍ବୟଂ ସହାୟିକା...

ନିରାଡମ୍ବରରେ ପାଳନ ହେଲା ମହାନୀଳପର୍ବ

ଭୋଗରାଇ, ୧୨।୪(ଡି.ଏନ.ଏ.)-କରୋନା ଯୋଗୁ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କ ମେଳା ଓ ଲକ୍‌ଡାଉନ ଅବଧି ବୃଦ୍ଧି ଯୋଗୁ ମହାଦେବଙ୍କ ମହାନୀଳପର୍ବ ପ୍ରଭାବିତ ହୋଇଛି। ହୁଗୁଳି ଗ୍ରାମର ଜଳଯନ୍ତ୍ର ଦେବତା ଚନ୍ଦନେଶ୍ୱରଠାରେ ଉପବୀତଧାରୀଙ୍କ...

ନିୟମ ଉଲ୍ଲଂଘନ ନେଇ ଗ୍ରସୋରି ଦୋକାନ ସିଲ୍‌

ସଜନାଗଡ଼, ୧୧।୪(ଡି.ଏନ.ଏ.): କରୋନା ଭୂତାଣୁକୁ ପ୍ରତିହତ କରିବା ଲାଗି ସାମାଜିକ ଦୂରତ୍ୱ ଓ ମୁହଁରେ ମାସ୍କ ଲଗାଇବା ଉପରେ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି। ମାତ୍ର ବିଭିନ୍ନ ସ୍ଥାନରେ ଏହାକୁ ଅମାନ୍ୟ କରାଯାଉଛି। ଫଳରେ କରୋନା ଭୂତାଣୁ ବ୍ୟାପିବାର ଯଥେଷ୍ଟ...

ଜିଲା ଯୋଗାଣ ଓ ଖାଉଟି ବିଭାଗ ପକ୍ଷରୁ ବିଭିନ୍ନ ଗୋଦାମରେ ଚଢ଼ାଉ

ବାହାନଗା,୧୧।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକର ବିଭିନ୍ନ ଗୋଦାମ ଉପରେ ଜିଲା ଯୋଗାଣ ଓ ଖାଉଟି ବିଭାଗ ପକ୍ଷରୁ ଶନିବାର ଚଢ଼ାଉ କରାଯାଇଛି। କରୋନା ଭାଇରସ୍‌ ସଂକ୍ରମଣ ନ ହେବା ପାଇଁ ସରକାର ଗତ ୨୨ତାରିଖଠାରୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।...

ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲା ପରିବାର

ବାଲେଶ୍ୱର ଅଫିସ, ୧୦।୪: ବାଲେଶ୍ବର ସଦର ଥାନା ଶୋଇପୁରରୁ ଶନିବାର ପୂର୍ବାହ୍ନରେ ଏକ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଶେଖପାଟଣା ଅଞ୍ଚଳର ଚକ୍ରଧର ବାରିକ। ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାରକରି ଜିଲା ମୁଖ୍ୟ ଚିକିତ୍ସାଳୟକୁ...

୯ ବିଦେଶ ଫେରନ୍ତାଙ୍କ ରକ୍ତ ନମୁନା ସଂଗ୍ରହ

ସୋର, ୧୧ା୪(ଡି.ଏନ୍‌.ଏ.)- କରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟ ତଥା ବିଦେଶରୁ ବାଲେଶ୍ୱର ଜିଲା ସୋର ଅଞ୍ଚଳକୁ ଫେରିଥିବା ୩୭ ଜଣ କ୍ୱାରାଣ୍ଟାଇନରେ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଏହି...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ବାଲେଶ୍ୱର ଅଫିସ, ୧୧।୪-କରୋନା ମହାମାରୀର ନିରାକରଣ ନିମନ୍ତେ ଇନ୍‌ଟାକ୍‌ ବାଲେଶ୍ୱର ଚାପ୍ଟରର ସଭ୍ୟବୃନ୍ଦଙ୍କ ବ୍ୟକ୍ତିଗତ ସାହାଯ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨୧ହଜାର ଟଙ୍କାର ଚେକ୍‌ ଶୁକ୍ରବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ପ୍ରଦାନ କରିଛନ୍ତି। ଉକ୍ତ ଚେକ୍‌ ପ୍ରଦାନ ସମୟରେ...

ଟ୍ରକ ଧକ୍କାରେ ନିର୍ବାହୀ ଅଧିକାରୀ ଗୁରୁତର: ଥାନାରେ ଘଣ୍ଟାଏ ଅପେକ୍ଷା କରି ଫେରିଲେ ବିଡିଓ

ଖଇରା, ୧୧ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକର ଜଣେ କର୍ମଚାରୀ ଟ୍ରକ ଧକ୍କାରେ ଗୁରୁତର ହେବା ଏବଂ ସମ୍ପୃକ୍ତ ଟ୍ରକ ବିରୋଧରେ ଥାନାରେ ଅଭିଯୋଗ କରିବାକୁ ଯାଇଥିବା ଖଇରା ବିଡିଓ ହଟହଟା ହୋଇ ଫେରିବା ମୋ ସରକାରର ବିଫଳତାକୁ ପ୍ରମାଣ କରିଛି...

ଲକ୍‌ଡାଉନ୍‌ ସମୟରେ ଗ୍ରାମରକ୍ଷୀଙ୍କୁ ମାଡ଼: ଯୁବକ ଗିରଫ

ସଜନାଗଡ଼, ୧୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଧୀନ ରାଧାକିଶୋରପୁର ପଞ୍ଚାୟତ ପରିବା ମାର୍କେଟ୍‌ରେ ବିନା କାରଣରେ ଜଣେ ଯୁବକ ବାଇକ୍‌ ନେଇ ଯାଉଥିବାରୁ ପୋଲିସ ତାଙ୍କୁ ଅଟକାଇଥିଲା। ଉକ୍ତ ଯୁବକ ଏଥିରେ ଉତ୍ତେଜିତ ହୋଇ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଜଣାପଡିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri