ବାଲେଶ୍ୱର

ପୋଖରୀ ହୁଡ଼ାରେ ସ୍କୁଟି, ଜୋତା, ଠେଙ୍ଗା, ଲୁଗା

ସଜନାଗଡ଼, ୧୨ା୩ (ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଈଶ୍ୱରପୁର ପଞ୍ଚାୟତର ବାଙ୍କିପଦାଠାରେ ଥିବା ପଞ୍ଚଲିଙ୍ଗେଶ୍ୱର କଲେଜ ନିକଟସ୍ଥ ଏକ ପୋଖରୀ ହୁଡ଼ାରେ ସ୍କୁଟି, ଜୋତା, ଠେଙ୍ଗା ଓ ଲୁଗା ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ...

ବେଆଇନ ମଦ ଦୋକାନ ଭାଙ୍ଗିଲେ ଅସନ୍ତୁଷ୍ଟ ମହିଳା

ଖଇରା, ୧୨।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତ ଅଧୀନ ରାଇଗଢିଆ ଗ୍ରାମରେ ଗତ ୫ବର୍ଷରୁ ଊର୍ଦ୍ଧ୍ୱ ହେଲା ବେଆଇନ ମଦ ବିକ୍ରୟ କେନ୍ଦ୍ର ଚାଲିଥିବା ଅଭିଯୋଗ ହୋଇଥିଲା। ଧୀରେ ଧୀରେ ଗ୍ରାମ ପରିବେଶ ଅଶାନ୍ତ ହୋଇ ପଡିଥିଲା। ପ୍ରତ୍ୟେକ...

ପଥର ଶିଳ୍ପକଳାର ନିଖୁଣ କାରିଗର ଭରତ

ବାହାନଗା,୧୨।୩(ଡି.ଏନ.ଏ.)-କୌଳିକ ବୃତ୍ତିକୁ ଆଦରି କାଠକାମ କରୁ କରୁ ସେ ପାଲଟିଗଲେ ଜଣେ ପଥର ଶିଳ୍ପୀ। ପାରମ୍ପରିକ କଳା ସହିତ ନିଜ ସୃଜନଶୀଳତାକୁ ମିଶାଇ ସେ ଆଜି ନଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ବାଲେଶ୍ୱର ଜିଲା ପୋଲିସ୍‌...

ଦେବଗିରି ବୁଦ୍ଧ ବିହାର ବିକାଶ ପରିଷଦ ଗଠିତ

ଔପଦା,୧୧।୩(ଡି.ଏନ.ଏ.)- ବାଲେଶ୍ୱର ଜିଲା ଔପଦା ବ୍ଲକ ବଡ଼ଗୋପଖରୀ ପଞ୍ଚାୟତର ଦେବଗିରି ପର୍ବତମାଳା ପାଦଦେଶରେ ଅବସ୍ଥିତ ଚମ୍ପାଗଡ଼ ଠାରେ ଗତ ୧୦ ତାରିଖ ମଧ୍ୟାହ୍ନରେ ଦେବଗିରି ବିକାଶ ପରିଷଦ ଗଠନ ଲାଗି ଏକ ସାଧାରଣ ବୈଠକ ବସିଥିଲା। ବିଶିଷ୍ଟ ସାମାଜିକ କର୍ମୀ...

ଡେକାନ ୱାରିୟର୍ସ ଚାମ୍ପିୟନ, ସି ଟାଇଗର୍ସ ରନର୍ସଅପ୍‌: ବାଲେଶ୍ୱର ପ୍ରିମିୟର ଲିଗ୍‌ ୧୧ ଉଦ୍‌ଯାପିତ

ବାଲେଶ୍ୱର ଅଫିସ,୧୧।୩- ବାଲେଶ୍ୱର ପ୍ରିମିୟର ଲିଗ୍‌-୧୧ର ଫାଇନାଲ ମ୍ୟାଚ୍‌ ଡେକାନ ୱାରିୟର୍ସ ଓ ସି ଟାଇଗର୍ସ ମଧ୍ୟରେ ସ୍ଥାନୀୟ ପରମିିଟ୍‌ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଡେକାନ ୱାରିୟର୍ସ ବ୍ୟାଟିଂ କରି ୧୨୦ ରନ୍‌ ସଂଗ୍ରହ କରିଥିବାବେଳେ...

ଚା’ପତି ବଦଳରେ କୀଟନାଶକ: ଚା’ ପିଇ ୧୧ ଗୁରୁତର

ଭୋଗରାଇ,୧୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ରଣସିଙ୍ଗପୁର ଗ୍ରାମର ଏକ ବିବାହ ଭୋଜିରେ ଚା’ ପିଇ ବୁଧବାର ୧୧ ଜଣ ଗୁରୁତର ହୋଇଛନ୍ତି l ସେମାନଙ୍କୁ ପ୍ରଥମେ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ...

ମଦ ଦୋକାନ ଆଗରେ ଗଣ୍ଡଗୋଳ: ଆକ୍ରମଣରେ ୨ ପୋଲିସ ଅଧିକାରୀ ସମେତ ୭ ଗୁରୁତର

ବାହାନଗା, ୧୦।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁରଠାରେ ଥିବା ଏକ ସରକାରୀ ମଦ ଦୋକାନ ଆଗରେ ମଙ୍ଗଳବାର ଅପରାହ୍ନରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳରେ ଗୋପାଳପୁର ଫାଣ୍ଡି ପୋଲିସ ପହଞ୍ଚି ଦୁଇଗୋଷ୍ଠୀଙ୍କୁ ବୁଝାଶୁଝା କରୁଥିବା ବେଳେ ଗୋଟିଏ...

ରଙ୍ଗ ଖେଳି ବୁଗାଳି ଡ୍ୟାମରେ ଗାଧୋଉଥିବା ବେଳେ ଯୁବକ ମୃତ

ସଜନାଗଡ, ୧୦ା୩(ଡି.ଏନ.ଏ.)-ବାଲେଶ୍ବର ଜିଲା ନୀଳଗିରି ବ୍ଲକ ଅଧୀନ ଶିଆଡିମାଳ ପଞ୍ଚାୟତ ସୀତାପତିପୁର ଗ୍ରାମର ବୁଗାଳି ଡ୍ୟାମରେ ମଙ୍ଗଳବାର ମଧ୍ୟାହ୍ନରେ ନିଶିକାନ୍ତ ସାଏବାବୁ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିଲେ। ନୀଳଗିରି ଓ ବାଲେଶ୍ୱରରୁ ଅଗ୍ନିଶମ ବିଭାଗ ପହଞ୍ଚତ୍ ଖୋଜାଖୋଜି କରିଥିଲେ। ଉପଜିଲାପାଳ...

ଇମାମି ପେପର ମିଲ୍‌ ଗୋଦାମରେ ଅଗ୍ନିକାଣ୍ଡ

ବାଲେଶ୍ୱର ଅଫିସ,୧୦।୩: ବାଲେଶ୍ୱର ରେମୁଣାସ୍ଥିତ ଇମାମି ପେପର ମିଲ୍‌ ଗୋଦାମରେ ମଙ୍ଗଳବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭା କାର୍ଯ୍ୟରେ ୫ଟି ଦମକଳବାହିନୀ ସହ ଏନ୍‌ଡିଆର୍‌ଏଫ୍‌ର ଟିମ୍‌ ନିୟୋଜିତ ହୋଇଛନ୍ତି। ତେବେ ଖବର ଲେଖାଯିବା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇପାରିନାହିଁ।

ଷଣ୍ଢ ଲଢେଇ ବେଳେ ଦୁର୍ଘଟଣା: ଯୁବକଙ୍କ ଉପରେ ଚଢିଗଲା ଟ୍ରକ

ସୋର, ୧୦ା୩(ଡି.ଏନ.ଏ.)-ବାଲେଶ୍ବର ଜିଲା ସୋର ଥାନା ଅନ୍ତର୍ଗତ ସୋର-ମଙ୍ଗଳପୁର ରାସ୍ତା ବାଗୁଡି ବଜାର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଟ୍ରକ ତଳେ ଚାପି ହୋଇ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳେ ମହୁମୁହାଣ ଗ୍ରାମର...

ଆରମ୍ଭ ହେଲା ଐତିହାସିକ ପତିରାଜପୁର ମେଳା: ୫୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ସୋର, ୧୦ା୩(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ବ୍ଲକର ଐତିହାସିକ ପତିରାଜପୁର ଦୋଳମେଳନ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ସୋମବାର ରାତିରେ ଆରମ୍ଭ ହୋଇଛି। ମେଳାର ଚତୁଃପାର୍ଶ୍ୱରୁ ୮୦ରୁ ଊର୍ଦ୍ଧ୍ୱ ଦୋଳ ବିମାନ ବାଜା ରୋଷଣି ଶଙ୍ଖ ହୁଳହୁଳି...

ଛାତ୍ରୀଙ୍କ ଆତ୍ମହତ୍ୟା

ରୂପସା, ୧୦ା୩(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ସାର୍ଥା ଫାଣ୍ଡି ଅନ୍ତର୍ଗତ ସାଉଡି ଗ୍ରାମର ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ସେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ଗତ ୮ ତାରିଖ ସନ୍ଧ୍ୟାରେ ଘରେ କେହି ନ ଥିବା ବେଳେ ସେ ରଶି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri