ବାଲେଶ୍ୱର

ପାଇପଲାଇନ କାଟି ତେଲ ଚୋରି

ରୂପସା, ୧୦ା୩(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ମଧୁସୂଦନ ଗ୍ରାମ ନିକଟ ଦେଇ ଯାଉଥିବା ହଳଦିଆ-ପାରାଦ୍ୱୀପ ପାଇପ ଲାଇନ କାଟି ଦୁର୍ବୃତ୍ତ ନିୟମିତ ତେଲ ଚୋରି କରୁଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଏକ ମାମଲା(ନଂ.୬୫/୨୦) ରୁଜୁ କରି ପୋଲିସ ତଦନ୍ତ...

ବାଇକ୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ଖଇରା, ୧୦ା୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ମାର୍କୋଣା-ଗଣ୍ଡିବେଡ଼ ରାସ୍ତାର କଲିହା ଛକ ନିକଟରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳେ ନନ୍ଦୋର ଗ୍ରାମର ୬୫ ବର୍ଷୀୟ ବୃଦ୍ଧ ଗାନ୍ଦସା ସିଂ କୁରୁଣ୍ଟା ଦୋଳ ମେଳଣ...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାପଝିଅଙ୍କୁ ଆକ୍ରମଣ, ୩ ଗିରଫ

ଖଇରା, ୯।୩(ଡି.ଏନ.ଏ.)-ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ରୁଢିଙ୍ଗିଆ ଗ୍ରାମର କୈଳାସ ବରାଳ ଓ ତାଙ୍କ ଝିଅଙ୍କୁ ଆକ୍ରମଣ କରାଯାଇଛି। ଗ୍ରାମର ଅଙ୍ଗନୱାଡି କର୍ମୀ ଓ ତାଙ୍କ ପରିବାର ଲୋକ ସେମାନଙ୍କୁ ମରଣାନ୍ତକ ଆକ୍ରମଣ...

ଅଟୋକୁ ଧକ୍କା ଦେଲା ଟ୍ରକ, ଜଣେ ମୃତ

ସୋର, ୯ା୩(ଡ଼ି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଥାନା ୧୬ ନଂ. ଜାତୀୟ ରାଜପଥ କଲେଜ ଛକ ନିକଟରେ ସୋମବାର ସକାଳେ ଏକ ଟ୍ରକ ଓ ମାଲ ବୋଝେଇ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଅଟୋରେ ଥିବା ଗୋପୀନାଥପୁର ଗ୍ରାମର...

‘ମହିଳାଙ୍କ ସମ୍ମାନ ଅକ୍ଷୁର୍ଣ୍ଣ ରହୁ’

ରୂପସା, ୯ା୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅନ୍ତର୍ଗତ ବସ୍ତା ଭାଜପା ମହିଳା ମୋର୍ଚ୍ଚ ପକ୍ଷରୁ ବିଶ୍ୱ ମହିଳା ଦିବସ ଅବସରରେ ‘ମହିଳାଙ୍କ ସମ୍ମାନ ଅକ୍ଷୁର୍ଣ୍ଣ ରହୁ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମଣ୍ଡଳ ସଭାପତି ମିଲିରାଣୀ ବେହେରା ଅଧ୍ୟକ୍ଷତା କରି ମହିଳା...

ନୀଳରକ୍ତ କଙ୍କଡା ସୁରକ୍ଷା ପାଇଁ ବେଳାଭୂମି ସଫେଇ

ରୂପସା, ୯ା୩(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ବାହାବଳପୁର ସାମୁଦ୍ରିକ ଥାନା ଅନ୍ତର୍ଗତ ବଗଦା ବେଳାଭୂମିରେ ସୋମବାର ସଫେଇ ଅଭିଯାନ ଆରମ୍ଭ ହୋଇଛି। ସମୁଦ୍ରରେ ନୀଳରକ୍ତ କଙ୍କଡାର ସୁରକ୍ଷା ପାଇଁ ବାଲେଶ୍ୱରର ଆସୋସିଏଶନ ଫର ବାୟୋଡାଇଭରସିଟି କଞ୍ଜରଭେଶନ(ଏବିସି), ବଗଦ୍‌ାର ମମତା ଜଙ୍ଗଲ ସୁରକ୍ଷା...

ପୂର୍ବଭାରତର ତ୍ରିବେଣୀ ବଳଙ୍ଗ, ଶୋଣ, ଗଙ୍ଗାହାର

ବାଲେଶ୍ୱର ଅଫିସ,୯।୩ – ବାଲେଶ୍ୱର ଜିଲା ସଦର ମହକୁମାରୁ ୫ କି.ମି. ଦୂରରେ ବଳଙ୍ଗ, ଶୋଣ, ଗଙ୍ଗାହାର ତିନୋଟି ନଦୀର ସଙ୍ଗମ ସ୍ଥଳ ଅବସ୍ଥିତ। ଉତ୍ତରରୁ ବଳଙ୍ଗ, ଦକ୍ଷିଣରୁ ଶୋଣ ଓ ଦକ୍ଷିଣ ଓ ଉତ୍ତର ମଧ୍ୟରୁ ଗଙ୍ଗାହାର ରେମୁଣା...

ଝଲସିଲାଣି ପତିରାଜପୁର ମେଳା ମଣ୍ଡପ: ବିରାଜିବେ ଦୋଳଗୋବିନ୍ଦ

ଖଇରା, ୯।୩-କଳା, ସଂସ୍କୃତି, ଆଧ୍ୟାତ୍ମିକତା ଓ ଐତିହ୍ୟର ପ୍ରତୀକ ଭାବେ ବାଲେଶ୍ୱର ଜିଲାର ପତିରାଜପୁର ମେଳା ପ୍ରସିଦ୍ଧ। ସୋମବାର ରାତିରୁ ମେଳା ପଡିଆରେ ଦୋଳମେଳନ ଆରମ୍ଭ ହେଉଥିବାରୁ ସମଗ୍ର ଖଇରା ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ସୁସଜ୍ଜିତ ଆଲୋକ ସାଜସଜ୍ଜା, ଠାକୁରଙ୍କ...

ସଚେତନତାର ବାର୍ତ୍ତା ନେଇ ଶୋଭାଯାତ୍ରା : ପାଳିଲେ ‘ବିଶ୍ୱ ମହିଳା ଦିବସ’

ସିମୁଳିଆ, ୮।୩(ଡି.ଏନ.ଏ.)-ନାରୀମାନଙ୍କୁ ସମ୍ମାନ ଓ ସଶକ୍ତୀକରଣର ବାର୍ତ୍ତା ଦେଇ ରବିବାର ପୂର୍ବାହ୍ନରେ ‘ବିଶ୍ୱ ମହିଳା ଦିବସ’ ପାଳିତ ଅବସରରେ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ପ୍ରୟାସ ଅନୁଷ୍ଠାନର ଜିଲା ସଭାପତି ତଥା ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ...

ରାସ୍ତା ତିଆରି କଲେ ଗ୍ରାମବାସୀ

ଭଣ୍ଡାରିପୋଖରୀ, ୮।୩(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ କୁରିଗଁା ପଞ୍ଚାୟତ ଅଧୀନ ୧୨ ନଂ. ୱାର୍ଡ ସୁନିଗ୍ରାମ ରାସ୍ତା ଅବସ୍ଥା ଶୋଚନୀୟ। ୧୦ ବର୍ଷ ତଳେ ଏହି ରାସ୍ତାରେ ମୋରମ ବିଛାଯାଇଥିଲା। ଏବେ ଶୋଚନୀୟ ହୋଇପଡ଼ିଥିବାରୁ ଗ୍ରାମବାସୀ ଯାତାୟାତରେ ହଇରାଣ ହେଉଛନ୍ତି। ଏ ସମ୍ପର୍କରେ...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଲିଭିଗଲା ୩ ଜଣଙ୍କ ଜୀବନଦୀପ

ବାଲିଆପାଳ,୮।୩(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଖାଳମୁହାଣି ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ତିନି ଜଣଙ୍କ ଜୀବନଦୀପ ଲିଭିଯାଇଛି। ମୃତକମାନେ ହେଲେ ଜଳେଶ୍ୱର ଥାନା ଅନ୍ତର୍ଗତ ଶାଳୀକୋଠା...

ଆନ୍ତର୍ଜାତିକ ମହିଳା ଦିବସ ଆଜି: ସୁପର ମଡେଲ ଆଶାରେ ସ୍ବୀକୃତି

ଖଇରା, ୮।୩(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ଅଞ୍ଚଳର ଗଁ। ମାଟିର ଝିଅ ସ୍ବୀକୃତି ମଡେଲିଂ ଦୁନିଆର ଆକର୍ଷଣରେ ଏବେ ବାନ୍ଧି ହୋଇପଡିଛନ୍ତି। ର଼୍ୟାମ୍ପ ଓ୍ବାକ ଓ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସେ ସୃଷ୍ଟି କରୁଛନ୍ତି କିଛି ଭିନ୍ନ ଚମକ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri