ବାଲେଶ୍ୱର

ଜାତୀୟ ବରିଷ୍ଠ ପୁରୁଷ ବ୍ୟାଡମିଣ୍ଟନ ପ୍ରତିଯୋଗିତା: ଓଡ଼ିଶା ଦଳରେ ବାଲେଶ୍ୱର ଖେଳାଳି

ବାଲେଶ୍ୱର ଅଫିସ,୧୮।୨-ଆସନ୍ତା ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ଜୟପୁରଠାରେ ଅନୁଷ୍ଠିତ ହେବ ଜାତୀୟ ବରିଷ୍ଠ ପୁରୁଷ ବ୍ୟାଡମିଣ୍ଟନ ପ୍ରତିଯୋଗିତା। ଏଥିପାଇଁ ଓଡ଼ିଶା ପୁରୁଷ ଦଳ ଘୋଷିତ ହୋଇଯାଇଛି। ପ୍ରଥମଥର ଲାଗି ବାଲେଶ୍ୱରର ଖେଳାଳି ଜୟପ୍ରକାଶ ସିଂ ଓ ଗୋଲାମ...

ଜଳେଶ୍ୱରରୁ ୨୦ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ଜଳେଶ୍ୱର,୧୮।୨(ସ୍ବ.ପ୍ର)- ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପାନ୍ତରେ ଅବସ୍ଥିତ ଜଳେଶ୍ୱରକୁ ଦେଶର ବିଭିନ୍ନ ସ୍ଥାନରୁ ବ୍ରାଉନ୍‌ସୁଗାର ଅଣାଯାଇ ମହଜୁଦ କରିବା ପରେ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲଣ କରାଯାଇ ଆସୁଛି। ଏପରି ଘଟଣାର ସୁରାକ ପାଇ ଜଳେଶ୍ୱର ପୋଲିସ୍‌...

ସରକାରୀ ପ୍ରୋତ୍ସାହନ ନାହିଁ: ଦୁର୍ଦ୍ଦିନରେ ୭୦ ଚାଷୀ ପରିବାର

ଖଇରା, ୧୮।୨(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ନୂଆଗାଁ ପଞ୍ଚାୟତ ସଇଁ ଗ୍ରାମ ସବୁଜ ପନିପରିବା ଚାଷ ପାଇଁ ବେଶ୍‌ ଜଣାଶୁଣା। ଥରେ ଯଦି କେହି ଏହି ଗ୍ରାମକୁ ଆସେ ଏକର ଏକର ଜମିରେ ସବୁଜିମା ଦୃଶ୍ୟ ଉପରୁ ତା’ର...

ଭୋଗରାଇ କଲେଜରେ ତାଲା

ଭୋଗରାଇ, ୧୮।୨(ଡି.ଏନ.ଏ.)-ବାଲେଶ୍ୱର ଜିଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ର୍ରତିଷ୍ଠାନ (ଆର୍‌ଆଇଏଚ୍‌ଏସ୍‌) ମହାବିଦ୍ୟାଳୟ ଛାତ୍ରୀଛାତ୍ରମାନେ ନାଟ୍ୟ ସଂସଦ ବାର୍ଷିକ ଉତ୍ସବରେ ଓଲିଉଡ଼ର ନାମୀଦାମୀ ଷ୍ଟାର ଏବଂ ଆଧୁନିକ କଣ୍ଠଶିଳ୍ପୀ ଆଣିବା ଦାବି କରି ସୋମବାର ମହାବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା...

ବିଜୁଳି ଛାଟ: କଟିଲା ୮୩୨ ସଂଯୋଗ

ବାଲେଶ୍ୱର ଅଫିସ,୧୮।୨-ବାଲେଶ୍ୱର ନେସ୍କୋ ୟୁଟିଲିଟି ଗତ ୧୬ତାରିଖଠାରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଜିଲାର ସ୍ବତନ୍ତ୍ର ସ୍କ୍ବାଡ଼ ଦ୍ୱାରା ବିଦ୍ୟୁତ୍‌ ବିଲ୍‌ ଆଦାୟ କରିବା ସହ ବକେୟା ପଡ଼ିଥିବା ବିଦ୍ୟୁତ୍‌ ସଂଯୋଗ ପାର୍ଇ କଡ଼ା ଆଭିମୁଖ୍ୟ ଅବଲମ୍ବନ କରାଯାଇଛି।...

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ,୧୭।୨-ଏକ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ବାଲେଶ୍ୱର ଜିଲା ଅତିରିକ୍ତ ଦୌରାଜଜ୍‌ କମ୍‌ ପୋକ୍ସୋ ଅଦାଲତର ବିଚାରପତି ଗିରିଜା ପ୍ରସାଦ ମହାପାତ୍ର ସୋମବାର ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲଦଣ୍ଡ ସହ ୩୦ହଜାର ଟଙ୍କା ଜରିମାନା ଆଦେଶ...

ସ୍କୁଲ ଛାତ୍ରଙ୍କୁ ବହି ବୁହାଇବା ପଡ଼ିଲା ମହଙ୍ଗା: ପ୍ରଧାନଶିକ୍ଷକ ନିଲମ୍ବିତ

ବସ୍ତା,୧୭।୨(ଡି.ଏନ.ଏ): ସ୍କୁଲ ଛାତ୍ରଙ୍କୁ ସାଇକେଲରେ ବହି ବୁହାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏ ନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ହରିପଦ ଜେନାଙ୍କୁ ନିଲମ୍ବିତ କରାଯାଇଛି। ବସ୍ତା ବ୍ଲକ ମୂଳିଦା ସତ୍ୟବାଦୀ ଉ.ପ୍ରା. ବିଦ୍ୟାଳୟର ପ୍ରଧାନଶିକ୍ଷକ ହରିପଦ ଜେନା ବିଦ୍ୟାଳୟର ୩ଜଣ...

‘ଖାସ୍‌ ତୁମ ପାଇଁ’ ସାଂସ୍କୃତିକ ସନ୍ଧ୍ୟା

ବାଲେଶ୍ୱର ଅଫିସ,୧୭।୨-ବାଲେଶ୍ୱର ବାମପଦାସ୍ଥିତ ନୋସି ଉତ୍କଳା ମୁକ୍ତ ମଞ୍ଚରେ ସ୍ଥାନୀୟ ଉଦୀୟମାନ କଳାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତି ଶନିବାର ଓ ରବିବାର ସାପ୍ତାହିକ ସାଂସ୍କୃତିକ କାର୍ଯ୍ୟକ୍ରମ ନୋସି କଲଚୁରାଲ ଏକାଡେମୀ ପକ୍ଷରୁ ଆୟୋଜିତ ହୋଇଆସୁଛି। କଣ୍ଠଶିଳ୍ପୀ ଡା. ଅମିତାଭ...

ମାତାପିତାଙ୍କୁ ପୂଜା ମାଧ୍ୟମରେ ଭକ୍ତିର ବାର୍ତ୍ତା

ଖଇରା, ୧୭।୨(ଡି.ଏନ.ଏ.)-ପିଲାମାନଙ୍କ ମଧ୍ୟରେ ମା’ବାପାଙ୍କ ପ୍ରତି ଭକ୍ତି ଓ ସମ୍ମାନ ସୃଷ୍ଟି କରିବା ଲକ୍ଷ୍ୟରେ ଖଇରା ବ୍ଲକର ନହଙ୍ଗ ଗ୍ରାମରେ ସୃଷ୍ଟି ହୋଇଥିବା ଶ୍ରବଣ କୁମାର ସଙ୍ଗଠନ ଅଭିନବ ପ୍ରୟାସ କରିଛନ୍ତି। ଶୁକ୍ରବାର ଖଇରା ଦୁର୍ଗାମଣ୍ଡପଠାରେ ମାତା ପିତା ପୂଜନ...

୩ କର୍ମଚାରୀରେ ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର

ଭୋଗରାଇ, ୧୭।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ଆବଶ୍ୟକ କର୍ମଚାରୀ ନ ଥିବାରୁ ରୋଗୀସେବା ବ୍ୟାହତ ହୋଇଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଓ ସ୍ବାସ୍ଥ୍ୟକେନ୍ଦ୍ରକୁ ପାରିପାର୍ଶ୍ୱିକ ସବୁଜ ସୁନ୍ଦର ଗଢ଼ି ତୋଳିବା ନିମନ୍ତେ ସ୍ଥାନୀୟ ଜନସାଧାରଣଙ୍କ...

ବାର୍ଷିକ ଉତ୍ସବରେ ଛାତ୍ରୀଛାତ୍ରଙ୍କ ପାଲା ପରିବେଷଣ

ସିମୁଳିଆ, ୧୬।୨(ଡି.ଏନ.ଏ.)-ଗ୍ରାମାଞ୍ଚଳରେ ଲୋକକଳାର ଚାହିଦା କମି ଆସୁଥିବା ବେଳେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ଏହାକୁ ବଞ୍ଚାଇ ରଖିବାକୁ କରିଥିବା ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି। ମାର୍କୋଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ସାଂସ୍କୃତିକ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା।...

ପହଞ୍ଚିଲା ଶହୀଦ ଅଭିରାମ ରାମଙ୍କ ମରଶରୀର: ବସ୍ତାରେ ଶୋକାକୁଳ ପରିବେଶ

ବସ୍ତା, ୧୬।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ଥାନା ବ୍ରାହ୍ମଣଦା ପଞ୍ଚାୟତ ରଣାମୁଣ୍ଡଳି ଗ୍ରାମର ସେନାବାହିନୀରେ କାର୍ଯ୍ୟରତ ସୈନିକ ଅଭିରାମ ରାମ ଶହୀଦ ହେବା ପରେ ତାଙ୍କ ମରଶରୀର ବସ୍ତାରେ ପହଞ୍ଚିଛି। ତାଙ୍କ ମରଶରୀର ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri