ବାଲେଶ୍ୱର

ରାସ୍ତା କାମ ବିଳମ୍ବ ନେଇ ଅସନ୍ତୋଷ

ବାଲେଶ୍ୱର ଅଫିସ, ୭।୩-ବାଲେଶ୍ୱର ପୌରପାଳିକା ଅଧୀନ ୪୦ ରାସ୍ତା କାର୍ଯ୍ୟ ଆରମ୍ଭରେ ଅହେତୁକ ବିଳମ୍ବ କରାଯାଉଛି। ଏନେଇ ଶୁକ୍ରବାର ଜିଲା ଭାଜପା କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରି ସଦର ବିଧାୟକ ମଦନମୋହନ ଦତ୍ତ ଉଦ୍‌ବେଗ ପ୍ରକାଶ କରିଛନ୍ତି।...

ସ୍ବାସ୍ଥ୍ୟସେବା ଉପରୁ ତୁଟୁଛି ଭରସା

ଭୋଗରାଇ, ୭।୩(ଡି.ଏନ.ଏ.)-ରାଜ୍ୟରେ ସର୍ବବୃହତ ବ୍ଲକ ଭାବେ ପରିଚିତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପଛୁଆ ହୋଇରହିଛି। ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାଠାରୁ ଏହାର ଦୂରତା ୧୦୦ କି.ମି.। ଏହି ଉପାନ୍ତ ଇଲାକାରେ ଉନ୍ନତ ସ୍ବାସ୍ଥ୍ୟସେବା ମିଳୁ ନ ଥିବାବେଳେ...

‘ନଁ। ପଛରେ ଲୁଚିଛି କିମ୍ବଦନ୍ତୀ’

ଲଙ୍ଗଳେଶ୍ୱର, ୭।୩(କମଳାକାନ୍ତ ଦାସ)-ବିଭିନ୍ନ ଗ୍ରାମ ବା ଜନପଦର ନାମକରଣକୁ ନେଇ ରହିଛି ଅନେକ ଜନଶ୍ରୁତି। ବାଲେଶ୍ୱର ଜିଲା ସଦର ମହକୁମାଠାରୁ ୫୦ କି.ମି.ଦୂର ଗଲେ ପଡ଼େ ଲଙ୍ଗଳେଶ୍ୱର ବଜାର। ସେଠାରୁ ଅନତି ଦୂରରେ ପୁରାତନ ଶୈବପୀଠ ଲଙ୍ଗଳେଶ୍ୱର। ମନ୍ଦିର ପଛପଟେ...

କୁଲଡିହା ଅଭୟାରଣ୍ୟରେ ଶିକାରୀଙ୍କ ପ୍ରାଦୁର୍ଭାବ: ଜଣେ ଗିରଫ, ଦୁଇ ଫେରାର

ସଜନାଗଡ଼,୬।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟ ଭିତରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ଗୁରୁବାର ବିଳମ୍ବିତ ରାତିରେ ଶିଆଡ଼ିମାଳ ପଞ୍ଚାୟତର ବଡ଼ନାଳ ଗ୍ରାମର ନାଲୁ ସିଂ ଓ ତାଙ୍କର ଦୁଇ ସହଯୋଗୀ କୁଲଡିହାକୁ ଶିକାର...

ଏମାନେ କଲେଜ ବେଳର ବନ୍ଧୁ

ରୂପ୍‌ସା, ୬।୩(ବାଞ୍ଛାନିଧି ଦେ)-ସେମାନେ ଥିଲେ କଲେଜ ବେଳର ବନ୍ଧୁ। ବିଏ ପାସ୍‌ ପରେ ଚାକିରି କରିବାକୁ ମନ ବଳାଇଥିଲେ। ମାତ୍ର ପରିବାରର ଅଭାବ, ଅନଟନ ସେମାନଙ୍କୁ ରୋଜଗାର କରିବାକୁ ବାଧ୍ୟ କଲା। ସେମାନେ ପ୍ରଥମେ କଦଳୀ ଚାଷ କରିବାକୁ ସ୍ଥିର...

ଜିଲାସ୍ତରୀୟ ବିଜ୍ଞାନଭିତ୍ତିକ ଗବେଷଣା, ଅନ୍ବେଷଣ ପ୍ରତିଯୋଗିତା: ଏଫଏମ୍‌ କଲେଜର ପ୍ରିୟା, ଅନନ୍ୟା ପ୍ରଥମ

ବାଲେଶ୍ୱର ଅଫିସ, ୬।୩-ବାଲେଶ୍ୱର ସହରସ୍ଥିତ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟରେ ବିଜ୍ଞାନ ଭିତ୍ତିକ ଗବେଷଣା ଓ ଅନ୍ବେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ପ୍ରଦର୍ଶନୀ ପ୍ରତିଯୋଗିତାରେ ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟାପିକା ମନସ୍ବିନୀ ବେହେରାଙ୍କ ତତ୍ତ୍ୱାବଧାନରେ ଯୁକ୍ତ ୨...

ଅପହୃତା ନାବାଳିକାଙ୍କୁ ଉଦ୍ଧାର ପାଇଁ ସୋର ଥାନାରେ ଧାରଣା

ସୋର, ୬ା୩(ଡି.ଏନ୍‌.ଏ.)-ଅପହୃତ ନାବାଳିକାଙ୍କୁ ଉଦ୍ଧାର ପାଇଁ ମା’, ବାପା ସମ୍ପର୍କୀୟଙ୍କ ସହ ଥାନା ଆଗରେ ଧାରଣା ଦେଇଥିଲେ। ତୁରନ୍ତ କାଯର୍‌ୟାନୁଷ୍ଠାନ ଗ୍ରହଣ କରି ଝିଅକୁ ଫେରାଇ ଦେବାକୁ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଯାଇଛି। ସୋର ଥାନା ଅଞ୍ଚଳର ଯୁକ୍ତ...

ପାଲା ମାଧ୍ୟମରେ ବିକାଶର ବାର୍ତ୍ତା

ଖଇରା, ୫।୩(ଡି.ଏନ.ଏ.)-ଗୁରୁବାର ଖଇରା ବ୍ଲକ ପରିସରରେ ବିଜୁ ପଟ୍ଟନାୟକ ଜୟନ୍ତୀ ଓ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ପାଲା ପରିବେଷଣ କରାଯାଇଥିଲା। ଯୁବ ପାଲାଗାୟକ ଛାୟାକାନ୍ତ ମହାନ୍ତି ଓ ସାଥୀ ଏହି ପାଲା ପରିବେଷଣ କରି କଳିଙ୍ଗ ବୀର ବିଜୁ...

ଦେଶୀ ବନ୍ଧୁକ ସହ ଶିକାରୀ ଗିରଫ

ସଜନାଗଡ଼, ୫।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡ଼ିହା ଅଭୟାରଣ୍ୟ ଭିତରେ ଦିନକୁ ଦିନ ଶିକାରୀମାନଙ୍କ ପ୍ରାର୍ଦୁଭାବ ବଢିବାରେ ଲାଗିଛି। ଏହାକୁ ରୋକିବା ପାଇଁ କୁଲଡ଼ିହା ରେଞ୍ଜର ବିଜୟ ମହାପାତ୍ରଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ବୁଧବାର ରାତି ୮ଟା ବେଳେ...

କୋଇଲା ବୋଝେଇ ବଗି ଛାଡ଼ି ଚାଲିଗଲା ଇଞ୍ଜିନ୍‌

ବସ୍ତା,୫।୩(ଡି.ଏନ.ଏ.)- ଦକ୍ଷିଣ-ପୂର୍ବ ରେଳପଥର ବସ୍ତା ଷ୍ଟେଶନ ନିକଟରେ ବୁଧବାର ସନ୍ଧ୍ୟା ୫ଟା ୫୦ ମିନିଟ୍‌ ସମୟରେ ଏକ କୋଇଲା ବୋଝେଇ ଟ୍ରେନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । କୋଇଲା ନେଇ ଯାଉଥିବା ଏହି ଟ୍ରେନ୍‌(ନଂ. ୩୨୪୨୧ )ରେ ମୋଟ...

ଡେକାନ ୱାରିୟର୍ସ ଓ ଝାଡ଼େଶ୍ୱର ୱାରିୟର୍ସ ବିଜୟୀ

ବାଲେଶ୍ୱର ଅଫିସ,୫।୩- ବାଲେଶ୍ୱର ସହର ସ୍ଥାନୀୟ ପରମିଟ୍‌ ପଡ଼ିଆରେ ବାଲେଶ୍ୱର ପ୍ରିମିୟର ଲିଗ୍‌ ସିଜନ୍‌-୧୧ର ବୁଧବାର ସପ୍ତମ ଦିନରେ ଦୁଇଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚ୍‌ଟି ଡେକାନ ୱାରିୟର୍ସ ଓ ବାଲେଶ୍ୱର ଲାୟନ୍ସ ଏବଂ ଦ୍ୱିତୀୟ ମ୍ୟାଚ୍‌ଟି ଝାଡ଼େଶ୍ୱର...

ଫକୀରମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ: ‘ରାଜନୀତି, ପ୍ରଶାସନଠାରୁ ଶିକ୍ଷାନୁଷ୍ଠାନ ମୁକ୍ତ ରହୁ’

ବାଲେଶ୍ୱର ଅଫିସ,୪।୩: ବାଲେଶ୍ୱର ଜିଲା ରେମୁଣା ସ୍ଥିତ ବ୍ୟାସବିହାର ଠାରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବ ବୁଧବାର ପୂର୍ବାହ୍ନ ୧୦ଟା ସମୟରେ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ପୂର୍ବତନ ଅଧ୍ୟକ୍ଷ ତଥା କିଟ୍‌ର ଭାଇସ୍‌ ଚାନ୍ସଲର ପ୍ରଫେସର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri