ବାଲେଶ୍ୱର

ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ଗ୍ରାହକଙ୍କଠାରୁ ଲୁଟ୍‌: ୨ ଅଭିଯୁକ୍ତ ଅଟକ

ବସ୍ତା,୬।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ବସ୍ତା ଶାଖାରେ ଜଣେ ଗ୍ରାହକଙ୍କ ନିକଟରୁ ୫୦ ହଜାର ଲୁଟ୍‌ ଅଭିଯୋଗରେ ଦୁଇ ଦୁର୍ବୃତ୍ତଙ୍କୁ ଧରି ସ୍ଥାନୀୟ ଲୋକେ ପୋଲିସ ଜିମା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନରେ...

ପରେଡ୍‌ରେ ଅଣଛାତ୍ର ଟ୍ରଫି ହାତେଇନେବା ଘଟଣା: ଶିକ୍ଷକ ନିଲମ୍ବିତ

ବାଲେଶ୍ୱର ଅଫିସ,୬।୨ – ବାଲେଶ୍ୱର ପୋଲିସ ଲାଇନ୍‌ ପଡ଼ିଆରେ ଆୟୋଜିତ ଜିଲାସ୍ତରୀୟ ୭୧ତମ ଜନରାଜ୍ୟ ଦିବସରେ ଚଳିତବର୍ଷ ହାଇସ୍କୁଲସ୍ତରରେ ପୋଲିସ ହାଇସ୍କୁଲ ପକ୍ଷରୁ ଏନ୍‌ସିସି ଟିମ୍‌ ପରେଡ୍‌ ପ୍ରତିଯୋଗିତାରେ ପ୍ରଥମ ବିବେଚିତ ହୋଇଥିଲେ। ଉକ୍ତ ଦଳରେ ୭ଜଣ ପିଲା(ପୂର୍ବତନ ଛାତ୍ର...

ବିଦେଶରୁ ମୃତଦେହ ଆଣିବା ପାଇଁ ଅଣ୍ଟା ଭିଡ଼ିଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ,୬।୨- କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିଦେଶରେ ମୃତ୍ୟୁବରଣ କରିଥିବା ଦୁଇ ଓଡ଼ିଆ ଯୁବକଙ୍କ ମରଶରୀରକୁ ଆଣିବା ପାଇଁ ଅଣ୍ଟା ଭିଡ଼ିଥିବାର...

ନାବାଳିକାଙ୍କୁ ଅପହରଣ କରି ବିବାହ ଘଟଣା: ଜେଲ ଗଲେ ଅଭିଯୁକ୍ତ ସ୍ବାମୀ

ରୂପ୍‌ସା,୫।୨(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ସାର୍ଥା ଫାଣ୍ଡି ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରି ବିବାହ କରିଥିବା ଅଭିଯୋଗରେ ସିଂଲା ଥାନା ପୋଲିସ ଶୁକଦେବ ମଲିକ (୩୦)ଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ଜାମିନ...

ଜଳେଶ୍ୱରରେ ଥମୁନି ଧଳା ଜହର କାରବାର: ୫୦ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ

ଜଳେଶ୍ବର,୫।୨(ଡି.ଏନ୍‌.ଏ.): ପୁଣି ଜଳେଶ୍ବରରେ ଜବତ ହେଲା ଧଳା ଜହର। ବୁଧବାର ଜଳେଶ୍ୱର ପୋଲିସ ୫୦ ଗ୍ରାମର ବ୍ରାଉନ ସୁଗାର ସହ ଦୁଇଟି ମୋବାଇଲ,ଗୋଟିଏ ବାଇକ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି। ତେବେ ଜବତ ବ୍ରାଉନ ସୁଗାରର...

ଭିଜିଲାନ୍ସ ଜାଲରେ ସୋର ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ

ସୋର,୫।୨(ଡି.ଏନ୍‌.ଏ.): ସୋର ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ବାସୁଦେବ ପ୍ରସାଦ ସାହୁଙ୍କୁ ବାଲେଶ୍ୱର ଭିଜିଲାନ୍ସ ବିଭାଗ ବୁଧବାର ଗିରଫ କରିଛି। ସନ୍ତୋଷ କୁମାର ନାୟକ ନାମକ ଜଣେ ଠିକାଦାରଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ...

କୃଷି ଯନ୍ତ୍ରପାତି ଉଦ୍ଭାବକ କୁନି ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧନା

ରୂପ୍‌ସା, ୫।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକର ୭ମ ଶ୍ରେଣୀ ଅଧ୍ୟୟନରତ କୁନି ବୈଜ୍ଞାନିକ ବିପ୍ଳବ କୁମାର ଘୋଷଙ୍କୁ ବେଣାପୁରା ‘ଜୀବନ ସାଥି’ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସଙ୍ଗଠନର ପ୍ରତିଷ୍ଠାତା ସମ୍ପାଦକ ଇଂ. ଦୀପ୍ତିମାନ ପତିଙ୍କ ସମେତ...

ବାଲେଶ୍ୱରରେ ପୋଲିସ ମହାନିର୍ଦ୍ଦେଶକ: ‘ଆପରାଧିକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖ’

ବାଲେଶ୍ୱର ଅଫିସ, ୫।୨-ଓଡ଼ିଶା ପୋଲିସ ବିଭାଗର ମହାନିର୍ଦ୍ଦେଶକ (ଡିଜିପି) ଅଭୟ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ବାଲେଶ୍ୱରରେ ପହଞ୍ଚତ୍ ପୂର୍ବାଞ୍ଚଳ ଆଇଜିଙ୍କ ଅଫିସ୍‌୍‌ରେ ୫-ଟି ଓ ମୋ ସରକାର ସହିତ ବିଭିନ୍ନ ଆପରାଧିକ ମାମଲାର ସମୀକ୍ଷା କରିଛନ୍ତି। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ...

ଧାନର ଅଭାବୀ ବିକ୍ରି ଅଭିଯୋଗ: ଜିଲା ଯୋଗାଣ ଅଧିକାରୀଙ୍କଠାରେ ଅଭିଯୋଗ କଲେ ଚାଷୀ

ବାଲେଶ୍ୱର ଅଫିସ, ୫।୨-ବାଲେଶ୍ୱର ଜିଲା ସଦର ବ୍ଲକ ଅଧୀନ ରୂପ୍‌ସା ଅଞ୍ଚଳର କସିପଦା ସେବା ସମବାୟ ଅଧୀନରେ ଥିବା ଚାଷୀମାନେ ଧାନ ବିକ୍ରି କରି ନ ପାରି ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଏହାର ପ୍ରତିବାଦ କରି ମଙ୍ଗଳବାର ଚାଷୀମାନେ...

ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ବାଲେଶ୍ୱର ଗସ୍ତ: ‘ମୋ ସରକାରକୁ’ କ୍ରିୟାଶୀଳ ଲାଗି ସମୀକ୍ଷା

ବାଲେଶ୍ୱର ଅଫିସ,୪।୨: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ମଙ୍ଗଳବାର ବାଲେଶ୍ୱର ଗସ୍ତ କରିଛନ୍ତି। ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲାରେ ଅପରାଧ ହ୍ରାସକରିବା ବିଶେଷ କରି ‘ମୋ ସରକାରକୁ’ ଅଧିକ କ୍ରିୟାଶୀଳ କରିବା ସହ ଜନସାଧାରଣଙ୍କୁ ସେବା ଯୋଗାଇଦେବା ଉପରେ...

ସରସ୍ବତୀ ମୂର୍ତ୍ତି ଭସାଣି ବେଳେ ଗଣ୍ଡଗୋଳ, ୪ ଆହତ

ସୋର, ୪।୨(ଡି.ଏନ.ଏ.)-ସରସ୍ବତୀଙ୍କ ମୂର୍ତ୍ତି ଭସାଣକୁ କେନ୍ଦ୍ର କରି ସୋର ଥାନା ଅଧୀନ ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଈଶ୍ୱରପୁର ଓ ମାଟିଆପଲା ଗ୍ରାମର ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ସୋର ପୋଲିସ ପହଞ୍ଚତ୍ବା ପରେ ଗଣ୍ଡଗୋଳ ଶାନ୍ତ ପଡ଼ିଥିଲା। ଅନ୍ୟପକ୍ଷରେ ସୋର...

ବେଆଇନ କାଠପୋଲ ଉଚ୍ଛେଦକୁ ବିରୋଧ

ଜଳେଶ୍ୱର, ୪।୨(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ପୌରପରିଷଦ ଅନ୍ତର୍ଗତ ୭ ଓ ୮ ନଂ. ୱାର୍ଡ଼ ସନ୍ନିକଟ ସୁବର୍ଣ୍ଣରେଖା ନଦୀରେ ନିର୍ମିତ ହୋଇଥିବା ବେଆଇନ କାଠପୋଲକୁ ଉଚ୍ଛେଦ କରିବାକୁ ଯାଇ ପ୍ରଶାସନକୁ ହଟହଟା ହେବାକୁ ପଡ଼ିଛି। ଜଳେଶ୍ୱର ସହରର ପଞ୍ଚୁଘଣ୍ଟା ଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri