ବାଲେଶ୍ୱର

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାହାନଗା,୧୩।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତର ମହାରୁଦ୍ରପୁର ଗ୍ରାମର ହୋତା ପୋଖରୀରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଅଟାସପୁର ଗ୍ରାମର ଜଗନ ମଳିକଙ୍କ ପୁଅ ମନ୍ମଥ (୨୫)। ସକାଳେ ମୃତଦେହ ଭାସୁଥିବା...

ବସ୍‌ ଡ୍ରାଇଭର, କଣ୍ଡକ୍ଟରଙ୍କୁ ମାଡ଼ମାରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସଜନାଗଡ଼,୧୩।୧୦(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ ୧୯ ନଂ. ରାଜ୍ୟ ରାଜପଥ ସଜନାଗଡ଼ ନିକଟ ଜାବୁଢିସାହି ଛକଠାରେ ଶନିବାର ରାତିରେ ଏକ ଯାତ୍ରୀବାହୀ ବସ୍‌ ଡ୍ରାଇଭର, କଣ୍ଡକ୍ଟରଙ୍କୁ ମାରଣାସ୍ତ୍ର ଦେଖାଇବା ସହ ମାଡ଼ମାରି ଦୁର୍ବୃତ୍ତ ୧୦ ହଜାର ଟଙ୍କା...

ପାଗଳା କୁକୁର କାମୁଡାରେ ୧୫ ଆହତ

ଖଇରା, ୧୩।୧୦(ଡି.ଏନ.ଏ.)-ଖଇରା ବ୍ଲକରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। କୁକୁର କାମୁଡାରେ ୧୫ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ଆହତ ହୋଇଛନ୍ତି। ଡୁଙ୍ଗୁରା ପଞ୍ଚାୟତ ବାରାହାପୁର ଗ୍ରାମରେ କୁକୁର କାମୁଡାରେ ଶିଶୁ ସମେତ ୬ ଜଣ ଗୁରୁତର ହୋଇଛନ୍ତି। ପାଗଳ କୁକୁର...

ତହସିଲ, ବ୍ଲକ ଅଫିସରେ ଭିଜିଲାନ୍ସ: ଚାଲିଛି ରେକର୍ଡପତ୍ର ଯାଞ୍ଚ

ଖଇରା, ୧୩।୧୦(ଡି.ଏନ.ଏ.)-ବାଲେଶ୍ୱର ଭିଜିଲାନ୍ସ ବିଭାଗର ଏକ ଟିମ୍‌ ଶୁକ୍ରବାର ଖଇରା ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ପହଞ୍ଚତ୍ କାଗଜପତ୍ର ଯାଞ୍ଚ କରିଛନ୍ତି। ଭିଜିଲାନ୍ସ ଏସ୍‌ପି ସୁନୀଲ କୁମାର ସେନାପତିଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସ ଡିଏସ୍‌ପି ସନ୍ତୋଷ କୁମାର ସାମନ୍ତରାଏଙ୍କ ନେତୃତ୍ୱରେ ଇନ୍ସପେକ୍ଟର...

ଗାଡି ଧକ୍କାରେ ଜଣଙ୍କ ଜୀବନ ଗଲା

ବଡ଼ବିଲ, ୧୨।୧୦(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଏନ୍‌ଏଚ ୫୨୦ର ରୋଇଡା ଛକ ନିକଟରେ ଶନିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯଶବିନ୍ଦର ସିଂ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ତାଙ୍କ ଘର ବଲାଣି...

ନକଲି ବାଣ କାରଖାନା ଠାବ: ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

ସଜନାଗଡ଼,୧୨।୧୦(ଡି.ଏନ.ଏ.)-ନୀଳଗିରି ଥାନା ମଲ୍ୟାଣି ଗ୍ରାମର ଏକ ନକଲି ବାଣ କାରଖାନା ଉପରେ ଶନିବାର ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଏଥିରେ ସମ୍ପୃକ୍ତ ଭବେଶ ବାରିକ (୫୦)ଙ୍କୁ ମଧ୍ୟ ଗିରଫ କରାଯାଇଛି। ଭବେଶ ନିଜ...

ସଡ଼କ ଦୁର୍ଘଟଣାରେ ଯୁବ ଚିତ୍ରଶିଳ୍ପୀଙ୍କ ମୃତ୍ୟୁ: ପ୍ରତିବାଦରେ ରାସ୍ତାରୋକୋ

ବାଲେଶ୍ୱର ଅଫିସ/ରେମୁଣା, ୧୨।୧୦(ଡି.ଏନ.ଏ.)-ବାଲେଶ୍ୱର-ରେମୁଣା ରାସ୍ତାର ଗୋଲେଇ ଛକସ୍ଥିତ ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଶନିବାର ଅପରାହ୍ନ ସମୟରେ ଏକ ସଡକ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ଯୁବ ଚିତ୍ରଶିଳ୍ପୀ ଦେବେନ୍ଦ୍ର ଖଟୁଆ (୪୨)ଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ...

୨ ଗୋରୁ ବୋଝେଇ କଣ୍ଟେନର ଅଟକ: ୮ ଗିରଫ

ରେମୁଣା,୧୨ା୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଟୋଲ୍‌ଗେଟ୍‌ ଦେଇ ୭ ଗୋରୁବୋଝେଇ କଣ୍ଟେନର ଯାଉଥିବା ବେଳେ ଆର୍‌ଏସ୍‌ଏସ୍‌ର କେତେଜଣ ଯୁବକ ତାଙ୍କୁ ପିଛା କରି ଶେରଗଡ଼ ଛକ ବିସିଇଟି କଲେଜ ନିକଟ ଜାତୀୟ ରାଜପଥରେ ଅଟକାଇଥିଲେ। ସେଥିରୁ...

ବିଳମ୍ବିତ ବର୍ଷା, ବଢାଇଛି ଦୁର୍ଦ୍ଦଶା: ସହାୟତା ପାଇଁ ଜିଲାପାଳଙ୍କୁ ଦାବିପତ୍ର

ବାଲେଶ୍ୱର ଅଫିସ, ୧୨।୧୦-ଚଳିତବର୍ଷ ବିଳମ୍ବିତ ବର୍ଷା ଯୋଗୁ ଖରିଫ ଚାଷରେ ବ୍ୟାପକ କ୍ଷତି ହୋଇଛି। କୃଷି ଋଣ ଶୁଝି ନ ପାରି ଚାଷୀଙ୍କ ମେରୁଦଣ୍ଡ ଦୋହଲିଯାଇଛି। ଏହି ପରିପ୍ରେକ୍ଷୀରେ ଚାଷୀଙ୍କୁ ସହାୟତା ଯୋଗାଇ ଦେବା ଲାଗି ଅଖିଳ ଭାରତ କୃଷକ...

ଷ୍ଟେଶନରୁ ପିଲା ଚୋରି ଘଟଣା:  ଉଦ୍ଧାର ଶିଶୁ ମା’ଙ୍କୁ ହସ୍ତାନ୍ତର

ବାଲେଶ୍ୱର ଅଫିସ, ୧୨।୧୦- ବାଲେଶ୍ୱର ରେଳଷ୍ଟେଶନର ୧ ନଂ. ପ୍ଲାଟଫର୍ମରୁ ଗତ ୩ ତାରିଖ ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ମା’ କୋଳରେ ଶୋଇଥିବା ଏକ ୩ମାସର ଶିଶୁପୁତ୍ରକୁ ଚୋରି କରିନେଇଥିବା ରେଲଓ୍ବେ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଉକ୍ତ...

ଡାକ୍ତର ଅନୁପସ୍ଥିତି ନେଇ ଗ୍ରାମବାସୀଙ୍କ ଧାରଣା

ସଜନାଗଡ଼, ୧୨।୧୦(ଡି.ଏନ.ଏ.)-ନୀଳଗିରି ବ୍ଲକ ବରହମ୍‌ପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ପୂର୍ବାହ୍ନରେ କୌଣସି ଡାକ୍ତର ନ ଥିବାରୁ ରୋଗୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଥିଲା। ଏହାର ପ୍ରତିବାଦ କରି ଶତାଧିକ ଲୋକ ଡାକ୍ତରଖାନା ସମ୍ମୁଖରେ ଧାରଣାରେ ବସିଥିଲେ। ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଧିକାରୀ...

ପାଣିରେ ବୁଡ଼ି ଶିଶୁ ମୃତ

ବସ୍ତା, ୧୧।୧୦(ସ୍ବ.ପ୍ର.)-ବସ୍ତା ଥାନା ଧୋବଚକୁରାଇ ଗ୍ରାମର ପତିତପାବନ ଆଚାର୍ଯ୍ୟଙ୍କ ୩ବର୍ଷର ପୁଅ ସୋନୁ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ଶୁକ୍ରବାର ସେ ପରିବାର ଲୋକଙ୍କ ଦୃଷ୍ଟି ଅଗୋଚରରେ ଘରପାଖ ପୋଖରୀକୁ ଚାଲିଯାଇଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇ ବସ୍ତା ହସ୍‌ପିଟାଲକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri