ବାଲେଶ୍ୱର

ବିଦ୍ୟୁତ୍‌ ସଂସ୍ପର୍ଶରେ ଯୁବକଙ୍କ ପ୍ରାଣ ଗଲା

ବାଲେଶ୍ୱର ଅଫିସ, ୨୭।୯: ବାଲେଶ୍ୱର ଚାନ୍ଦିପୁର ଥାନା ବଡ଼କିଆ ଗ୍ରାମର ବସନ୍ତ ସାମଲ (୩୫) ଶୁକ୍ରବାର ପୂର୍ବାହ୍ନରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ବସନ୍ତ ବାଲେଶ୍ୱର କଚେରୀ ନିକଟରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଦୋକାନରେ କାର୍ଯ୍ୟ କରନ୍ତି। ସେ...

‘ସୀମାନ୍ତରେ ଥିବା ବିଦ୍ୟାଳୟକୁ ବନ୍ଦ କରା ନ ଯାଉ’

ଭୋଗରାଇ, ୨୭।୯(ଡି.ଏନ.ଏ.): ଓଡ଼ିଶା ସୀମାନ୍ତ ଓ ରାଜ୍ୟ ବାହାରେ ଓଡ଼ିଆ ଭାଷା ସାହିତ୍ୟକୁ ସୁରକ୍ଷା ଦେବା ନିମନ୍ତେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ଗଣଶିକ୍ଷା ବିଭାଗ ଗାଇଡ଼ଲାଇନ୍‌ ଅନୁଯାୟୀ ସୀମାନ୍ତରେ ଥିବା କେତେକ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିଦେବାକୁ...

ଖରାପ ରାସ୍ତା ହେଲା କାଳ: ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ଚାଲିଗଲା ଜୀବନ

ସୋର, ୨୭ା୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଥାନା ଅଧୀନ ପାଖର ପଞ୍ଚାୟତ ଗୋପୀନାଥପୁର ଗ୍ରାମର ନିରଞ୍ଜନ ମହାପାତ୍ର (୨୬) ଶୋଇଥିବା ବେଳେ ଗୁରୁବାର ସକାଳେ ସଂଜ୍ଞାହୀନ ହୋଇପଡିଥିଲେ। ପରିବାର ଲୋକେ ଜାଣିବା ପରେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଜଣାଇଥିଲେ। ସୋର କିମ୍ବା...

ଜିଲା ମୁଖ୍ୟ ଚିକିତ୍ସାଳୟରୁ ୩ ଦଲାଲ ଗିରଫ

ବାଲେଶ୍ୱରଅଫିସ୍‌, ୨୭।୯-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରୋଗୀଙ୍କୁ ନିର୍ଦ୍ଦିଷ୍ଟ ନର୍ସିଂହୋମ୍‌ରେ ପହଞ୍ଚାଇବା, କ୍ଲିନିକ୍‌ରେ ଡାକ୍ତରମାନଙ୍କ ନିକଟରେ ପହଞ୍ଚାଇବା ଏବଂ ନିର୍ଦ୍ଦିଷ୍ଟ ମେଡିଶିନ୍‌ ଦୋକାନରେ ପହଞ୍ଚାଇ ରୋଗୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଆସୁଥିଲା। ଅଭିଯୋଗକୁ ଭିତ୍ତି କରି ଗୁରୁବାର ସନ୍ଧ୍ୟାରେ...

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ଶିକ୍ଷକ ନିଲମ୍ବିତ

ଖଇରା, ୨୬।୯(ଡି.ଏନ.ଏ.)-ବହୁ ବାଦ ବିବାଦ ଆରୋପ ପ୍ରତ୍ୟାରୋପ ପରେ ଖଇରା ବ୍ଲକ ଶିକ୍ଷାଧିକାରୀ ଧରଣୀଧର ପାତ୍ର ବାଘୁଆ ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷକ ଗୋବିନ୍ଦ୍ର ସେଠୀଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ଛାତ୍ରୀଙ୍କୁ ଅସଦାଚରଣ ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା।...

ଅଶାନ୍ତ ସମୁଦ୍ର, ଲଗାଣ ବର୍ଷା: ପର୍ଯ୍ୟଟକ ଓ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୋଗରାଇ, ୨୬।୯(ଡି.ଏନ.ଏ.)- ଘୂର୍ଣ୍ଣିବଳୟ ପ୍ରଭାବରେ ମୌସୁମୀ ସକ୍ରିୟ ହୋଇଛି। ଏହାର ପ୍ରଭାବରେ ସୋମବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଭୋଗରାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗି ରହିଛି। ଗତ ବୁଧବାର ଭୋଗରାଇରେ ସର୍ବାଧିକ ୧୫୨.୩ ମି.ମି. ବର୍ଷା ହୋଇଥିବା...

ସାପକାମୁଡ଼ାରେ ନାବାଳକଙ୍କ ଜୀବନଗଲା

ବାହାନଗା,୨୬।୯(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ବାହାନଗା ବ୍ଲକ ଆରୁହାବାଡ଼ ପଞ୍ଚାୟତର ଦୋଳପୁର ଗ୍ରାମରେ ଗୁରୁବାର ସକାଳେ ଏକ ବିଷାକ୍ତ ସାପ କାମୁଡ଼ିଦେବାରୁ ଜଣେ ନାବାଳକଙ୍କ ଜୀବନ ଯାଇଛି। ଗ୍ରାମର ସୁଧାକର ସ୍ବାଇଁଙ୍କ ନାବାଳକ ପୁଅ ଚକ୍ରଧର(୧୩) ଘରୁ ବିଲକୁ ଯାଉଥିବା ବେଳେ...

କାନ୍ଥପଡ଼ି ନାବାଳିକାଙ୍କ ଜୀବନଗଲା, ୨ ଗୁରୁତର

ବାହାନଗା,୨୬।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତ ମଳଙ୍ଗ ଗ୍ରାମର ସଞ୍ଜୟ ନାୟକଙ୍କ ଘର ମାଟି କାନ୍ଥ ଓ ଆଟୁ ଭାଙ୍ଗିଯିବାରୁ ନାବାଳିକାଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ସୂଚନାଯୋଗ୍ୟ, ବୁଧବାର ରାତିରେ...

ସିଂଲା ଦୋଳବାଡ଼ ଗ୍ରାମରେ ୧୪୪ ଧାରା ଜାରି

ବସ୍ତା,୨୬।୯(ସ୍ବ.ପ୍ର)- ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ଦୋଳବାଡ଼ ଗାଁରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିବା ଜଣାପଡ଼ିଛ। ଜନୈକ ପରିବାର ଗ୍ରାମରେ ଥିବା ମନ୍ଦିର ପାଖ ସରକାରୀ ରାସ୍ତାକୁ ଘରୋଇ ଭାବେ ବ୍ୟବହାର କରିବାକୁ କେନ୍ଦ୍ର କରି...

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବାଲେଶ୍ୱର ଅଫିସ/ରେମୁଣା,୨୬।୯(ଡି.ଏନ.ଏ.)- ବାଲେଶ୍ୱର ଜିଲା ରେମୁଣା ବ୍ଲକ ବାମପଦା ସ୍ଥିତ ନୋସି ବିଜିନେସ୍‌ ପାର୍କ ପରିସରରେ ଥିବା ଏକ ପୋଖରୀ ଭିତରୁ ବୁଧବାର ସନ୍ଧ୍ୟା ୭ଟା ସମୟରେ ଜଣେ ଯୁବକଙ୍କ ମୃତଶରୀର ଭାସୁଥିବାର ଦେଖିବାକୁ ମିଳିଥିଲା। ଶିଳ୍ପାଞ୍ଚଳ ଥାନା ପୋଲିସ...

ଲଗାଣ ବର୍ଷାରେ କୃତ୍ରିମ ବନ୍ୟା

ବାଲେଶ୍ୱର ଅଫିସ,୨୬।୯- ବାଲେଶ୍ୱର ଜିଲାରେ ୩ ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ସହର ତଳି ଅଞ୍ଚଳରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଉପରମୁଣ୍ଡରେ ବର୍ଷା ଯୋଗୁ ଜଳକା ନଦୀ ବିପଦ ସଙ୍କେତ ଅତିକ୍ରମ କରି ପ୍ରବାହିତ...

ସାପ କାମୁଡାରେ ୩ ମୃତ

ଔପଦା/ଖଇରା/କୁଳିଅଣା, ୨୫ା୯(ଡି.ଏନ.ଏ./ସ୍ବ.ପ୍ର.)-ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ପୃଥକ ସ୍ଥାନରେ ସାପ କାମୁଡାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବାଲେଶ୍ୱର ଜିଲା ଔପଦା ଥାନା ଗଜାଆମ୍ବ ଗ୍ରାମର ମାଧବାନନ୍ଦ ମାରାଣ୍ଡି(୧୮), ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ଖଣ୍ଡପଡ଼ା ଗ୍ରାମର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri