ବାଲେଶ୍ୱର

ସଫେଇ କର୍ମଚାରୀଙ୍କୁ ପ୍ରତାରଣା: ୨୬ରୁ କାର୍ଯ୍ୟ ବନ୍ଦ ଚେତାବନୀ

ବାଲେଶ୍ୱର ଅଫିସ, ୧୫।୯-ବାଲେଶ୍ୱର ପୌରପରିଷଦ ଅଧୀନ ୩୧ ୱାର୍ଡ଼ର ରାସ୍ତାଘାଟ ଓ ନାଳ ସଫେଇ କାର୍ଯ୍ୟରେ ୨ଜଣ ଠିକାଦାରଙ୍କ ମାଧ୍ୟମରେ ୩୧୦ଜଣ ସଫେଇ କର୍ମଚାରୀ ୨୦୧୫-୧୬ ମସିହାରୁ କାର୍ଯ୍ୟ କରିଆସୁଥିଲେ ମଧ୍ୟ ସେମାନଙ୍କ ପ୍ରାପ୍ୟରୁ ଭବିଷ୍ୟତ ପାଣ୍ଠି ବାବଦରେ ୧୨...

ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଷୀ ମେଳି

ସଜନାଗଡ଼, ୧୫।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ଆରବନ୍ଧ ପଡ଼ିଆରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଦୁଇ ଶହ ଚାଷୀଙ୍କୁ ନେଇ ଏକ ମେଳି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆରବନ୍ଧ ପଞ୍ଚାୟତରେ ଚାଷୀ କମିଟି ଗଠିତ...

ବାଲେଶ୍ୱରରେ ଗୁଳିମାଡ: ଯୁବକ ଗୁରୁତର

ବାଲେଶ୍ୱର ଅଫିସ, ୧୫ା୯-ବାଲେଶ୍ୱର ଜିଲା ରେମୁଣା ଶିଳ୍ପାଞ୍ଚଳ ଥାନା ଅଧୀନ ଫକୀରମୋହନ ମେଡିକାଲ କଲେଜ ସମ୍ମୁଖରେ ଶନିବାର ରାତି ପ୍ରାୟ ୯ଟା ୪୫ ମିନିଟ୍‌ରେ ବାଦଲ ସାହୁ(୩୦) ନାମକ ଯୁବକଙ୍କୁ ଗୁଳି କରାଯାଇଛି। ୫ଜଣ ଦୁର୍ବୃତ୍ତ ବାଇକରେ ଆସି ଏହି...

୩ ବେଆଇନ ସ’ ମିଲରେ ଚଢ଼ାଉ : ୧୧ ଲକ୍ଷ ଟଙ୍କାର ଯନ୍ତ୍ରାଂଶ, କାଠ ଜବତ

ରୂପ୍‌ସା/ବସ୍ତା, ୧୪।୯(ସ୍ବ.ପ୍ର.)-ବାଲେଶ୍ୱର ଜିଲା ସଦର ଓ ବସ୍ତା ଥାନା ଅଞ୍ଚଳରେ ଚାଲିଥିବା ୩ଟି ବେଆଇନ୍‌ ସ’ ମିଲ ଉପରେ ଶନିବାର ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢାଉ ବେଳେ ୧୧ଲକ୍ଷ ଟଙ୍କାର ମୂଲ୍ୟବାନ କାଠ ସହ ଯନ୍ତ୍ରାଂଶ ଜବତ ହୋଇଛି।...

ଏମ୍‌ଭିଆଇ ପରିଚୟ ଦେଇ ତୀର୍ଥଯାତ୍ରୀ ବସ୍‌ରୁ ଲୁଟ୍‌ପାଟ : ୫ଜଣଙ୍କୁ କାବୁ କଲେ ଯାତ୍ରୀ

ଜଳେଶ୍ୱର, ୧୪ା୯-ବାଲେଶ୍ୱର ଜିଲା ଜଳେଶ୍ୱର ନିକଟସ୍ଥ ୬୦ନଂ. ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ୍‌ ନିକଟରେ ବେଆଇନ ଭାବେ ଚାନ୍ଦା ଆଦାୟ ଚାଲିଛି। ନକଲି ଏମ୍‌ଭିଆଇ, ଆରଟିଓ, ପୋଲିସ ନାମରେ କେତେକ ଯୁବକ ବିଳମ୍ବିତ ରାତିରେ ଆସୁଥିବା ଗୋରୁ ବୋଝେଇ ଟ୍ରକ୍‌,...

ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟିଲା କାର୍‌: ଜଣେ ମୃତ, ୩ ଗୁରୁତର

ବାହାନଗା,୧୪।୯(ଡି.ଏନ.ଏ.): ବାଲେଶ୍ବର ଜିଲା ବାହାନଗା ବ୍ଲକ ୧୬ ନମ୍ବର ଜାତୀୟ ରାଜପଥ ଓଳିଆପାଟଣା ଠାରେ ଏକ କାର୍‌ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଛି। ଫଳରେ କାରରେ ଥିବା ୬ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଗୁରୁତର ଆହତ...

୨୦ ହଜାର ଟଙ୍କାରେ ୭ ଦିନର ପୁଅ ବିକ୍ରି

ବାଲେଶ୍ୱର ଅଫିସ,୧୪।୯-ଦାରିଦ୍ର୍ୟର ତାଡନା ସହି ନ ପାରି ଏକ ଦମ୍ପତି ତାଙ୍କ ୭ଦିନର ପୁଅକୁ ୨୦ହଜାର ଟଙ୍କାରେ ବିକ୍ରି କରିଦେବା ଘଟଣା ବାଲେଶ୍ୱର ଜିଲା ଦରଘାପଡିଆ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମୂଲମଜୁରି ଲାଗୁଥିବା ଅସହାୟ ପିତା ଓ ପର...

ପ୍ରେମିକାଙ୍କୁ ଭେଟିବାକୁ ଆସିି ପ୍ରେମିକ ହଟହଟା: ରାତାରାତି ବିବାହ କରାଇଲେ ଗ୍ରାମବାସୀ

ସୋର, ୧୩ା୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଥାନା ମାଣିପୁର ଗୁଲୁଣିଆ ଗ୍ରାମରେ ଗୁରୁବାର ଏକ ନାଟକୀୟ ଘଟଣା ଘଟିଛି। ଫେସ୍‌ବୁକ୍‌ରୁ ପ୍ରେମ ସମ୍ପର୍କ ସ୍ଥାପନ କରିଥିବା ଜଣେ ଯୁବକ ପ୍ରେମିକାଙ୍କୁ ଭେଟିବାକୁ ଆସିଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ଧରାପଡି ହଟହଟା ହୋଇଛନ୍ତି।...

ରାସ୍ତାରେ ଧାନଗଛ ପୋତିଲେ ଗ୍ରାମବାସୀ

ରୂପ୍‌ସା, ୧୩।୯(ଡି.ଏନ.ଏ.)-ବର୍ଷାଦିନେ ଯିବାଆସିବାରେ ହୀନସ୍ତା ହେବାକୁ ପଡୁଛି। ଚାଲି ଚାଲି ହେଉ କି ସାଇକେଲ କି ବାଇକ୍‌ରେ ହେଉ ଏହି କାଦୁଅ ପଚପଚ ରାସ୍ତାରେ ଯା’ଆସ କରିବାର କଷ୍ଟକର ହୋଇପଡୁଛି। ୧୦ବର୍ଷ ଧରି ଉକ୍ତ ରାସ୍ତାରେ ମୋରମ ମୁଠାଏ ପଡ଼ିନି...

ଜୁନିୟର ମଡେଲ ପ୍ରତ୍ୟାଶା: ଲକ୍ଷ୍ୟ ଆଇଆଇଟି ଇଞ୍ଜିନିୟର, ସଫଳ ମଡେଲ

ବାଲେଶ୍ୱର ଅଫିସ- ବାଲେଶ୍ୱର ସହରର ଝିଅ ପ୍ରତ୍ୟାଶା ପରିଜା। ମାତ୍ର ୧୨ବର୍ଷ ବୟସରୁ ସେ ପାଇସାରିଲେଣି ୭୦ରୁ ଊର୍ଦ୍ଧ୍ୱ ପୁରସ୍କାର। ମଡେଲିଂ ହେଉ କି ଡ୍ୟାନ୍ସ, ଚିତ୍ରାଙ୍କନ, ବକ୍ତୃତା, ରଚନା ସେ ସବୁଥିରେ ନିଜର ପ୍ରତିଭା ଦେଖାଇ ସାରିଛନ୍ତି। ଚଳିତବର୍ଷ...

ଦିନେ ଥିଲା ସବୁଜ ବନାନୀ, ଆଜି ଶ୍ରୀହୀନ: ବିତିଗଲା ୫ବର୍ଷ, ଲାଗିପାରିଲାନି ଗଛଟିଏ

ଖଇରା, ୧୩।୯-ବାଲେଶ୍ୱର ଜିଲାର ୨ ପ୍ରମୁଖ ବ୍ଲକ ଖଇରା ଓ ସୋରକୁ ସଂଯୋଗ କରୁଥିବା ସୋର-କୁପାରୀ ରାଜ୍ୟ ରାଜପଥର ଦୁଇ ପାର୍ଶ୍ୱରୁ ଗଛ କଟାଯିବାର ୫ ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଗୋଟିଏ ବି ଗଛ ଲାଗି ପାରିଲାନି।...

ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ସ୍କୁଲରେ ତାଲା, ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ବାଲେଶ୍ୱର ଅଫିସ,୧୩-୯:ବାଲେଶ୍ୱର ସହର ମଠସାହି ମହାବୀର ନୋଡ଼ାଲ ଉ.ପ୍ରା. ବିଦ୍ୟାଳୟରେ ଜଣେ ପ୍ରଥମଶ୍ରେଣୀ ଛାତ୍ର ଶୌଚାଳୟ ଯାଇଥିବା ବେଳେ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ଠିକ୍‌ ଭାବେ ଯାଞ୍ଚ ନ କରି ସ୍କୁଲ ବନ୍ଦ କରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri