ବାଲେଶ୍ୱର

ବଜ୍ରପାତରେ ଚିଙ୍ଗୁଡି ଚାଷୀଙ୍କ ପ୍ରାଣଗଲା

ରୂପ୍‌ସା, ୧୭ା୮(ଡ଼ି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ପରିଖି ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଚିଙ୍ଗୁଡି ଚାଷ କରୁଥିବା ପଞ୍ଚାନନ ରଣା (୬୨) ନାମକ ଚାଷୀଙ୍କ ଶୁକ୍ରବାର ବଜ୍ରପାତରେ ମୃତ୍ୟୁ ଘଟିଛି। ପଞ୍ଚାନନଙ୍କ ଘର ଟାଉନ ଥାନା ରାଜା ବଗିଚା ଅଞ୍ଚଳରେ।...

‘ଅଖଣ୍ଡ ଭାରତ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ବଦ୍ଧପରିକର’

ବାଲେଶ୍ୱର ଅଫିସ୍‌, ୧୭ା୮: ୩୭୦ ଧାରା ଉଚ୍ଛେଦ କରି କେନ୍ଦ୍ର ସରକାର କାଶ୍ମୀରବାସୀଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି। ଅଖଣ୍ଡ ଭାରତ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ବଦ୍ଧପରିକର ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲେଶ୍ୱର ଏକ ଘରୋଇ ହୋଟେଲ...

ନୀଳରକ୍ତ କଙ୍କଡ଼ା ସୁରକ୍ଷା ପାଇଁ ରକ୍ଷାବନ୍ଧନ ଉତ୍ସବ

ରୂପ୍‌ସା, ୧୭ା୮(ଡି.ଏନ୍‌.ଏ.)-ନୀଳରକ୍ତ କଙ୍କଡ଼ାର ସୁରକ୍ଷା ଦିଗରେ ସରକାର ଯତ୍ନବାନ ହେବାର ସମୟ ଆସିଛି। ବିରଳ ଓ ବିଲୁପ୍ତପ୍ରାୟ ଏହି କଙ୍କଡ଼ାର ସୁରକ୍ଷା ଓ ତା ସମ୍ପର୍କରେ ଗବେଷଣା ପାଇଁ ବାଲେଶ୍ୱରରେ ଏକ ଗବେଷଣାଗାର ପ୍ରତିଷ୍ଠା ଜରୁରୀ ବୋଲି ରକ୍ଷାବନ୍ଧନ ଉତ୍ସବରେ...

ଥମୁନି ଝାଡ଼ାବାନ୍ତି, ୯ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ସଜନାଗଡ଼, ୧୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକର ବାଇଗଡ଼ିଆ ପଞ୍ଚାୟତର ୩୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି। ନୀଳଗିରି ବ୍ଲକର ମହିଷାପଟା ପଞ୍ଚାୟତର ଶାଳବଣୀ ଓ କୁଆନାଳୀ ଗ୍ରାମର ୭ଜଣ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ...

ପାଣି ପିଇବା ବାହାନରେ ସୁନାଚେନ୍‌ ଲୁଟ୍‌ ଉଦ୍ୟମ: ଲୋକେ ନିର୍ଧୁମ ପିଟିବା ପରେ ପୋଲିସ ଜିମା ଦେଲେ

ବାହାନଗା, ୧୬ା୮(ଡି.ଏନ.ଏ.)-ବାହାନଗା ଦରଡିଆସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ଏକ ଘରକୁ ଜଣେ ଯୁବକ ପାଣି ପିଇବା ବାହାନାରେ ଯାଇ ଜଣେ ମହିଳାଙ୍କ ବେକରୁ ସୁନାଚେନ ଲୁଟ୍‌ କରି ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। ଶେଷରେ ଲୋକଙ୍କ...

ଜୀବିତ ବାଳକଙ୍କୁ ମୃତ ଘୋଷଣା : ଜଳେଶ୍ୱର ଡାକ୍ତରଖାନାରେ ଭଙ୍ଗାରୁଜା, ରାସ୍ତାରୋକ

ଜଳେଶ୍ୱର,୧୫ା୮: ବାଲେଶ୍ୱର ଜିଲା ଜଳେଶ୍ୱର ସ୍ଥିତ ଗୋପୀ କିଶନ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଜୀବିତ ବାଳକକୁ ଡାକ୍ତର ମୃତ ଘୋଷଣା କରିବା ନେଇ ଗୁରୁବାର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକେ ଡାକ୍ତରଖାନା ପରିସରରେ ଭଙ୍ଗାରୁଜା କରିବା...

ବାଲେଶ୍ୱରରେ ପତାକା ଉତ୍ତୋଳନ କଲେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ

ବାଲେଶ୍ୱର ଅଫିସ,୧୫।୮ : ବାଲେଶ୍ୱର ଜିଲା ପୋଲିସ ଲାଇନ ପଡ଼ିଆରେ ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ପତାକା ଉତ୍ତୋଳନ କରି ଉପସ୍ଥିତ ଜନତାଙ୍କୁ ଅଭିଭାଷଣ ପ୍ରଦାନ କରିଛନ୍ତି।...

ଚାଷୀଙ୍କୁ ମିଳୁନି ଫସଲ ବୀମା ଟଙ୍କା

ବାଲେଶ୍ୱର ଅଫିସ,୧୫।୮- ବାଲେଶ୍ୱର ଜିଲା ରେମୁଣା ବ୍ଲକ ଦୁର୍ଗାଦେବୀ ସେବା ସମବାୟ ସଂଘର ୪୫୮ ଜଣ ଚାଷୀଙ୍କୁ ମିଳୁନି ଫସଲ ବୀମା ଟଙ୍କ। ସଂଘର ସଭାପତିଙ୍କ ସମେତ ଚାଷୀମାନେ ଏ ନେଇ ଜିଲାପାଳ, ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ସମିତିର ସମ୍ପାଦକ...

ପ୍ରସିଦ୍ଧ ଚନ୍ଦନେଶ୍ୱର ପୀଠ ଉତ୍ସବମୁଖର

ଭୋଗରାଇ,୧୫।୮(ଡି.ଏନ.ଏ.)- ବାଲେଶ୍ୱର ଜିଲା ଭୋଗରାଇ ସ୍ଥିତ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଚନ୍ଦନେଶ୍ୱର ଶୈବପୀଠ ଶ୍ରାବଣ ପୂର୍ଣ୍ଣିମା ଉପଲକ୍ଷେ ଉତ୍ସବମୁଖର ହୋଇଉଠିଛି। ଗୁରୁବାର ଶ୍ରାବଣ ପୂର୍ଣ୍ଣିମା ପାଳିତ ହେଉଥିଲେ ମଧ୍ୟ ବୁଧବାର ତିଥି ପଡିବାରୁ ରାତି ୮ଟାରୁ ଚନ୍ଦନେଶ୍ୱରଙ୍କ ଜଳାଭିଷେକ ଆରମ୍ଭ...

ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା

ବାଲେଶ୍ୱର ଅଫିସ/ସଜନାଗଡ଼,୧୫।୮(ଡି.ଏନ.ଏ.)- ବାଲେଶ୍ୱର ଜିଲା ଶ୍ରୀରାମ ସେନା ପକ୍ଷରୁ ବୁଧବାର ସନ୍ଧ୍ୟା ୬ଟା ସମୟରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଗାନ୍ଧୀ ସ୍ମୃତି ଭବନଠାରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଶତାଧିକ ଯୁବକ ହାତରେ ତ୍ରିରଙ୍ଗା ପତାକା ଧରି...

ଯବାନଙ୍କ ପାଇଁ ରାଖୀ ପଠାଇଲେ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ,୧୫।୮-ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର କ୍ୟାମ୍ପସ ଛାତ୍ର କଂଗ୍ରେସ କମିଟି ପକ୍ଷରୁ ଦେଶର ସୁରକ୍ଷା ଦାୟିତ୍ୱରେ ଥିବା ଯବାନଙ୍କ ପାଇଁ ରାଖୀ ପଠାଇବା ଲାଗି ‘ରାଖୀ ଫର ଯବାନ’ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଗତ ୮ ତାରିଖରୁ...

ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ପଦଯାତ୍ରା

ସିମୁଳିଆ, ୧୪।୮(ଡି.ଏନ.ଏ.)-ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ପଦଯାତ୍ରାରେ ବାହାରିଥିବା ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ଭଗବାନସିନ୍ଦୋଳ ଅଞ୍ଚଳର ସତ୍ୟବ୍ରତ ଦାସ (୨୮) ମଙ୍ଗଳବାର ସିମୁଳିଆ ବ୍ଲକର ସଦର ମହକୁମା ମାର୍କୋଣାରେ ପହଞ୍ଚତ୍ଛନ୍ତି। ଗତ ଜୁଲାଇ ୧୦ ତାରିଖରୁ ଯାଜପୁର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri