ବାଲେଶ୍ୱର

‘ଜିଲାକୁ ମରୁଡ଼ି ଘୋଷଣା କରାଯାଉ’:ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସିଭିଲ ସୋସାଇଟିର ଦାବିପତ୍ର

ବାଲେଶ୍ୱର ଅଫିସ, ୭।୮-ବାଲେଶ୍ୱର ଜିଲାରେ ଉତ୍କଟ ମରୁଡ଼ି ଯୋଗୁ ଜିଲାରେ କୃଷି ନଷ୍ଟ ହେବାକୁ ବସିଲାଣି। ତେଣୁ ଜିଲାକୁ ମରୁଡ଼ିଗସ୍ତ ଜିଲା ଭାବେ ଘୋଷଣା କରି ଯୁଦ୍ଧକାଳୀନ ଭିତ୍ତିରେ ପାଣିପଞ୍ଚାୟତଗୁଡ଼ିକ କାର୍ଯ୍ୟକାରୀ କରିବା, କୃଷକମାନଙ୍କୁ କୃଷି ଋଣ ଛାଡ଼ କରିବା...

ନିର୍ଯାତୀତା ମହିଳାଙ୍କ ଭିଡିଓ ଭାଇରାଲ ନେଇ ପୋଲିସର ତନାଘନା

ବାହାନଗା, ୭ା୮(ଡି.ଏନ.ଏ.)-ଜଣେ ବିବାହିତ ମହିଳା ନିଜ ଉପରେ ହୋଇଥିବା ନିର୍ଯାତନା ସମ୍ପର୍କିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ପରେ ବାହାନଗା ବ୍ଲକ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଖବର ଖନ୍ତାପଡା ଥାନା ଅଧିକାରୀଙ୍କ ନିକଟରେ ପହଞ୍ଚିବା ପରେ...

ସତ୍କାର ପାଇଁ ଶ୍ମଶାନରେ ମିଳିଲାନି ଜାଗା

ଜଳେଶ୍ୱର, ୬।୮-ମଣିଷ ବଞ୍ଚିଥିବା ବେଳେ ଯେତେ ବାଦବିବାଦ ଥାଉ ନା କାହିଁକି ମୃତ୍ୟୁ ପରେ ସମସ୍ତେ ତାହାକୁ ଭୁଲିଯାଇଥାନ୍ତି। ଏହାକୁ କୁହାଯାଏ ମଣିଷପଣିଆ। ହେଲେ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ନଶ୍ଚିମପୁର ପଞ୍ଚାୟତ ଆମ୍ବୁଳିଅଠା ଗ୍ରାମରେ ପୂର୍ବ ବିବାଦକୁ କେନ୍ଦ୍ର...

୬ ଆନ୍ତଃରାଜ୍ୟ ଲୁଟେରା ଗିରଫ

ବାଲେଶ୍ୱର ଅଫିସ, ୬।୮-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥର ନହରପାଟଣା ଛକରେ ଗୋଟିଏ ଟ୍ରକ୍‌ ଅଟକାଇ ୬ ଆନ୍ତଃରାଜ୍ୟ ଲୁଟେରାମାନେ ଟ୍ରକ୍‌ରେ ଥିବା କମ୍ବଳକୁ ଲୁଟିନେବାକୁ ଉଦ୍ୟମ କରିଥିଲେ। ପୋଲିସ ପହଞ୍ଚତ୍ ସମସ୍ତଙ୍କୁ କାବୁ କରିଛି।...

ଅବ୍ୟବସ୍ଥାରେ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର:ଡାକ୍ତର ନ ଥିବାରୁ ଉତ୍ତେଜନା

ବାହାନଗା, ୬ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକରେ ଥିବା ଏକମାତ୍ର ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନାନା ଅବ୍ୟବସ୍ଥା ଦେଇ ଗତି କରୁଛି। ଏଠାରେ ଡାକ୍ତର ନ ଥିବାରୁ ଡେପୁଟେଶନରେ ଆସୁଥିବା ଜୁନିୟର ଡାକ୍ତରଙ୍କ ଦ୍ୱାରା ରୋଗୀସେବା କରାଯାଉଛି। ଅନେକ ସମୟରେ ଜୁନିୟର...

ବଜ୍ରପାତରେ ଚାଷୀଙ୍କ ପ୍ରାଣ ଗଲା

ଭୋଗରାଇ, ୫।୮(ଡି.ଏନ.ଏ.)-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ସୋମବାର ଅପରାହ୍ନରୁ ଉତ୍ତର ବାଲେଶ୍ୱରରେ ମଧ୍ୟମ ଧରଣର ବର୍ଷା ହୋଇଛି। ଭୋଗରାଇ ବ୍ଲକ କଲ୍ୟାଣପୁର ଗ୍ରାମରେ ବଜ୍ରପାତ ହେବାରୁ ଚାଷଜମିରେ କାମ କରୁଥିବା ସୁଜୟ ଦାସ (୩୫) ଗୁରୁତର ହୋଇପଡିଥିଲେ। ତାଙ୍କୁ ତୁରନ୍ତ...

୩୨ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଅଭିଯୁକ୍ତ ଗିରଫ

ନୀଳଗିରି, ୫।୮(ଡି.ଏନ.ଏ.)-କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ତଥା ନୀଳଗିରି ଅବକାରୀ ବିଭାଗ ପକ୍ଷରୁ ସ୍ଥାନୀୟ ସହରର ଘାଟଘରସାହି ଗାଁର ମୁନା ନାଥ(୩୨)ଙ୍କ ଘରେ ଚଢ଼ାଉ କରାଯାଇ ୩୨ଗ୍ରାମ ଓଜନର ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୩ଲକ୍ଷରୁ...

ଶିକ୍ଷାନୀତିର ପରିବର୍ତ୍ତନ ଜରୁରୀ: ଅନନ୍ତ

ଭୋଗରାଇ, ୫।୮(ଡି.ଏନ.ଏ.)- ଶିକ୍ଷାନୀତିର ପରିବର୍ତ୍ତନ କରାଯାଇ ସାରାଦେଶରେ ଏକକ ପରୀକ୍ଷା କରାଯିବା ଜରୁରୀ ହୋଇପଡ଼ିଛି। ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ପ୍ରାଥମିକ ସ୍ତରରେ ଛାତ୍ରୀଛାତ୍ରଙ୍କ ଗୁଣାତ୍ମକ ଶିକ୍ଷା ଦିଆଯାଇ ପାରୁ ନାହିଁ । ଅନେକ ଛାତ୍ରୀଛାତ୍ର ବିଷୟବସ୍ତୁକୁ କେବଳ ମୁଖସ୍ତ କରି...

ଆଖୁବାଡ଼ିରେ ନିଆଁ ଲଗାଇବା ସମୟରେ ଜୀବନ୍ତ ଦଗ୍ଧ

ବସ୍ତା,୫।୮(ସ୍ବ.ପ୍ର) : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତ ଗିଲାଜୋଡ଼ି ଗ୍ରାମରେ ସୋମବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏହି ଗ୍ରାମର କାଳୀଚରଣ ଜେନା(୬୭) ନିଜ ଆଖୁବାଡ଼ିକୁ ଯାଇ ଅମଳ ପରେ ଥିବା ଆଖୁପାଳରେ ନିଆଁ...

‘ମଣ୍ଡାପିଠାର ମଜା’ ବାଟ ଦେଖାଇଲା

ସିମୁଳିଆ, ୫ା୮(ସନ୍ତୋଷ କୁମାର ନାୟକ): ଗାଁ ମାଟିର ବାସ୍ନା, ପାଣି ପବନର ଆକର୍ଷଣ ତାଙ୍କ ଜୀବନକୁ ପରିଷ୍‌ୃଷ୍ଟ କରିଛି। ଗ୍ରାମୀଣ ପରିବେଶରେ ଶିକ୍ଷାଲାଭ, ଶିକ୍ଷକ ଓ ପରିବାରର ପ୍ରେରଣା ତାଙ୍କୁ ବାଟ ଦେଖାଇଛି। ଚାକିରି ଜୀବନରେ ଗାଁ ଲୋକଙ୍କ ସହ...

ବ୍ୟାପୁଛି ଝାଡ଼ାବାନ୍ତି :ଜଣେ ମୃତ, ୧୫ରୁ ଊର୍ଦ୍ଧ୍ୱ ଗୁରୁତର

ସଜନାଗଡ/ବାହାନଗା, ୫।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ଔପଦା ବ୍ଲକ ବାଇଗଡ଼ିଆ ଗ୍ରାମରେ ଜଣଙ୍କ ଶୁଦ୍ଧିକ୍ରିୟା ଭୋଜି ଖାଇ ୧୫ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ ଜଣକର ମୃତ୍ୟୁ ହୋଇଛି। ଏନେଇ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି। ସେମାନଙ୍କୁ ପ୍ରଥମେ ଖନ୍ତାପଡ଼ା...

ଚାନ୍ଦିପୁର ଆଇଟିଆରରେ ବ୍ୟବହାରିକ ପରୀକ୍ଷଣ:‘ବଂଶୀ’କୁ ଭେଦ କଲା ‘କ୍ୟୁଆର୍‌ଏସ୍‌ଏମ୍‌’

ବାଲେଶ୍ୱର ଅଫିସ, ୪।୮-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ ରେଞ୍ଜ(ଆଇଟିଆର୍‌)ରୁ ଭ୍ରାମ୍ୟମାଣ ଟ୍ରକ ସାହାଯ୍ୟରେ ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଉଥିବା ‘କ୍ୟୁଆର୍‌ଏସ୍‌ଏମ୍‌’ (କୁଇକ୍‌ ରିଆକଶନ୍‌ ସର୍ଫେସ୍‌-ଟୁ-ଏୟାର ମିଶାଇଲ୍‌)ର ସଫଳ ପରୀକ୍ଷଣ କରାଯାଇଛି। ରବିବାର ପୂର୍ବାହ୍ନ ୧୦ଟା ୫୮ ମିନିଟ୍‌ରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri