ବାଲେଶ୍ୱର

ଧରାପଡିଲେ ଚୋରଗ୍ୟାଙ୍ଗ: ୯ ଗିରଫ, ୩୯ ମୋବାଇଲ, ୩ ବାଇକ ଜବତ

ବାଲେଶ୍ୱର ଅଫିସ, ୧୬।୭-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଏକ ଚୋରଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗରେ ୯ଜଣ ଚୋର ଅଛନ୍ତି। ସେମାନଙ୍କଠାରୁ ୩୯ ମୋବାଇଲ, ୩ ବାଇକ୍‌ ଜବତ କରାଯାଇଥିବା ମଙ୍ଗଳବାର ଅପରାହ୍ନରେ ଆୟୋଜିତ ଖବରଦାତା...

ଲକ୍ଷାଧିକ ଟଙ୍କାର ଜିଞ୍ଜର ସହ ପିକଅପ୍‌ ଜବତ, ଜଣେ ଗିରଫ

ବାଲେଶ୍ୱର ଅଫିସ, ୧୬।୭-ବାଲେଶ୍ୱର ଭ୍ରାମ୍ୟମାଣ ଅବକାରୀ ବିଭାଗ ସୋମବାର ପୂର୍ବାହ୍ନ ସମୟରେ ଶିଳ୍ପାଞ୍ଚଳ ଥାନା ବାମପଦା ଛକରେ ଗୋଟିଏ ପିକଅପ୍‌ ଭ୍ୟାନ୍‌ (ନଂ. ଓଡ଼ି୦୧ୟୁ୪୨୨୨)ରେ ଯାଉଥିବା ୨୫ପେଟି ଜିଞ୍ଜର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ଦେଢଲକ୍ଷ ଟଙ୍କା ହେବ।...

ଦଧିବାମନଜୀଉ ମନ୍ଦିରରୁ ରାଧାକୃଷ୍ଣଙ୍କ ମୂର୍ତ୍ତି ଚୋରି: ବର୍ଷକ ତଳେ ମୁଖ୍ୟ ମନ୍ଦିରରୁ ଚୋରି ସୁନା ଚିତାର ଟେର ପାଇନି ପୋଲିସ

ଆନନ୍ଦପୁର,୧୬। ୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁରର ପୁରାତନ ଦଧିବାମନଜୀଉ ମନ୍ଦିର ବେଢ଼ାରୁ ପିତ୍ତଳ ନିର୍ମିତ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ମଙ୍ଗଳବାର ପୂର୍ବାହ୍ନରେ ଚୋରି ହୋଇଯାଇଛି। ଗତ ବର୍ଷ ଜୁନ୍‌ ୧ ତାରିଖରେ ମୁଖ୍ୟ ମନ୍ଦିରରୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ୩ ସୁନା...

ଅଧିକ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତି ଦେବାକୁ ଦାବି

ହାଟଡିହୀ, ୧୬ା ୭ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନରେ ରହିଛି ୩୧ଟି ପଞ୍ଚାୟତ । ବିଭିନ୍ନ ଦୃଷ୍ଟି କୋଣରୁ ଏହି ବ୍ଲକ ଏକ ସମସ୍ୟା ବହୁଳ ଓ ଆଦିବାସୀ ଅଧ୍ୟୁସିତ ବ୍ଲକ ଭାବେ ଜଣାଶୁଣା ା ୩୧ଟି...

ବିଦ୍ୟାଳୟରେ ସିଆରସିସି, ଶିକ୍ଷକ ମୁହାଁମୁହିଁ

ହାଟଡିହୀ, ୧୬ା ୭ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାଳକଣିଆଁ ସ୍କୁଲରେ ସିଆରସିସି ଓ ଶିକ୍ଷକ ମଙ୍ଗଳବାର ମୁହାଁମୁହିଁ ହୋଇଛନ୍ତିା ସୂଚନାଯୋଗ୍ୟ, ଗତ ସୋମବାର ଜଣେ ଛାତ୍ର ସ୍କୁଲ ଆଗରେ ଥିବା ରାସ୍ତା ପାର ହେଉଥିବା ବେଳେ ଏକ...

ସ୍କୁଲ ଗାଡି ବ୍ୟାଟେରି ଫାଟି ଛାତ୍ରୀ ଗୁରୁତର

ହାଟଡିହୀ, ୧୬ା ୭ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ କାନପୁର ସରସ୍ବତୀ ଶିଶୁ ମନ୍ଦିରର ଜଣେ ଛାତ୍ରୀ ସ୍କୁଲ ଗାଡ଼ିରେ ଯାଉଥିବା ବେଳେ ଗାଡ଼ିର ବ୍ୟାଟେରି ଫାଟି ଯିବାରୁ ଛାତ୍ରୀ ଜଣକ ଆହତ ହୋଇଛନ୍ତି । ଶିଶୁ...

ଅଗ୍ନିକାଣ୍ଡ: ୩ ବଖରା ଜଳିଗଲା

ହାଟଡିହୀ, ୧୬ା ୭ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହାବଳେଶ୍ୱର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ ବଖରା ଜଳିଯାଇଛି । ଏଥିରେ ଲମ୍ବୋଦର ସିଂ ଓ ପ୍ରତାପ ସିଂ କ୍ଷତିଗ୍ରସ୍ତ ହୋଇଛନ୍ତି ା ଖବରପାଇ ଯାଜପୁର ଜିଲା ବୈତରଣୀ...

ଗନ୍ଧମାର୍ଦ୍ଦନ ଖଣି ପରିସରରେ ଦୁର୍ଘଟଣା: ଟ୍ରକ ଚାଳକ ମୃତ, କ୍ଷତିପୂରଣ ଦାବିରେ ଓଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

କେନ୍ଦୁଝର,୧୬।୭(ସ୍ବ.ପ୍ର.):କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଶୁଆକାଠି ଗନ୍ଧମାର୍ଦ୍ଦନ ଖଣି ପରିସରରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଗାଡି ଚାଳକ ତଥା ଟ୍ରକ ମାଲିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଟମକା ଅଞ୍ଚଳର ସନାତନ ସାହୁ (୪୫)। ସୂଚନାଯୋଗ୍ୟ,...

ଚମ୍ପୁଆରେ ଫୁଟିଲା ବ୍ରହ୍ମକମଳ

ଚମ୍ପୁଆ, ୧୬।୭(ଡି.ଏନ.ଏ)-ଚମ୍ପୁଆ ଏନଏସି ଅନ୍ତର୍ଗତ ୬ନଂ ୱାର୍ଡର ଡାକ୍ତର ଭବାନୀ ଶଙ୍କର ମହାନ୍ତଙ୍କ ବାଡିରେ ବ୍ରହ୍ମ କମଳ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି। ୬ନଂ ପିଏଚଡି କଲୋନୀରେ ରହି ଆସୁଥିବା ଭବାନୀ ଶଙ୍କର ମହାନ୍ତଙ୍କ ବାଡିରେ ଏହି ଦୁର୍ଲଭ ଫୁଲ...

ରାସ୍ତା ଅବସ୍ଥା ଶୋଚନୀୟଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଝୁମ୍ପୁରା ୧୬।୭(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଫକିରପୁର, ପଦ୍ମକେଶରପୁର, ବାଘିଆନଶା, କଙ୍କଡାଯୋଡି ଗାଁ ଲୋକେ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି କରିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିଲା। ଏହାକୁ କେନ୍ଦ୍ର କରି ଗାଁ ଲୋକେ...

ବେଧଡ଼କ ଚାଲିଛି ପାଣି ପାଇପ ଚୋରି

କେନ୍ଦୁଝର, ୧୬ା୭ (ସ୍ବ.ପ୍ର.)- ସଦର ଥାନା ଅନ୍ତର୍ଗତ ବଡଘାଗରା ଜଳଭଣ୍ଡାରକୁ ଯାଇଥିବା ରାସ୍ତାକଡରେ ଜଳ ଯୋଗାଣ ପାଇଁ ବିଛାଯାଇଥିବା ପୁରୁଣା ପାଇପ ବେଧଡକ ଚୋରି ହେଉଛି। ସୋମବାର ଦୁର୍ବୃତ୍ତମାନେ ମାଟି ଖୋଳି ପାଇପ ଚୋରି କରୁଥିବା ଘଟଣା ଚର୍ଚ୍ଚାର ବିଷୟ...

ବର୍ଷା ନାହିଁ, ଚାଷ କାର୍ଯ୍ୟରେ ବାଧା ଚାଷୀକୂଳ ହତାଶ

ତେଲକୋଇ, ୧୬।୭(ଡି.ଏନ.ଏ.)-ତେଲକୋଇ ବ୍ଲକର ଚାଷୀ ମାନେ ମୌସୁମୀ ବର୍ଷା ଉପରେ ନିର୍ଭର କରି ଚାଷ କାର୍ଯ୍ୟ କରିଥାନ୍ତି। ତେବେ ମୌସୁମୀ ବର୍ଷାର ଅଭାବ ଯୋଗୁଁ ୯୦ପ୍ରତିଶତ ଚାଷ ଜମି ପଡିଆ ପଡିରହିଛି । ଏପରିକି ଧାନ ତଳି ହଳଦିଆ ହୋଇଯାଇଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri