ବାଲେଶ୍ୱର

ବେଦିରେ ବସିବା ପୂର୍ବରୁ ବନ୍ଧାହେଲା କୋକେଇ

କେନ୍ଦୁଝର,୧୧।୭( ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା କେନ୍ଦୁଆ ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସନ୍ଧ୍ୟାରେ ବରବେଶ ହେବାକୁ ଥିବା ଜଣେ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ଆସିଯିବାରୁ ତାଙ୍କର ମୃତ୍ୟୁଘଟିଛି। ମୃତକ ହେଲେ ଲୋକନାଥ ମହାନ୍ତ। ସନ୍ଧ୍ୟାରେ...

ବଦଳିଲେ ଟାଉନ ଥାନାଧିକାରୀ

ବାରିପଦା ଅଫିସ,୧୧।୭: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନାଧିକାରୀ ଅଶୋକ କୁମାର ନାୟକଙ୍କର ଅନୁଗୋଳ ଜିଲାକୁ ବଦଳି ହୋଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟ ପତ୍ରସଂଖ୍ୟା ୬୫୮(୧୦/୭/୨୦୧୯)ରେ ଏହି ବଦଳି ଆଦେଶ ଦିଆଯାଇଛି। ସେହିପରି କପ୍ତିପଦା ଥାନା ଅଧିକାରୀ ରୀନା ବେହେରାଙ୍କ...

ବେଆଇନ ଟ୍ରକ ପାର୍କିଂବେଳେ ଦୁର୍ଘଟଣା: ବୃଦ୍ଧାଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଚାପା ଉତ୍ତେଜନା

ବଡ଼ବିଲ,୧୧।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଟଣ୍ଟସ୍ଥିତ ଏୟାରଷ୍ଟ୍ରିପ ନିକଟରେ ଟ୍ରକ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୁକାମତି ସାହୁ(୭୦)। ବେଆଇନ ଟ୍ରକ ପାର୍କିଂ ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ୧୪ଚକିଆ ଟ୍ରକ୍‌...

ଲକ୍ଷାଧିକ ଟଙ୍କାର ଚୋରା ଶାଳ ଚୌକାଠ ସହ ପିକ୍‌ଅପ ଜବତ

ପାଟଣା,୧୧।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ସଦର ବ୍ଲକ ଡୁମୁରିଆରୁ ବୁଧବାର ବିଳମ୍ବିତ ରାତିରେ ଏକ ପିକଅପ୍‌ ଭ୍ୟାନ ଯୋଗେ ୧୩୧ ଖଣ୍ଡ ଚୋରା ଶାଳ ଚୌକାଠ ଚାଲାଣ ହେଉଥିବାବେଳେ ପାଟଣା ବନ କର୍ମଚାରୀ ଓ କେନ୍ଦୁଝର...

ଦନ୍ତା ଆକ୍ରମଣରେ ଶିଶୁର ପ୍ରାଣଗଲା, ଦୁଇ ଗୁରୁତର

ଝୁମ୍ପୁରା,୧୧।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଫରେଷ୍ଟ ଅନ୍ତର୍ଗତ ମଲଦା ଗ୍ରାମ ମୁଣ୍ଡା ସାହିରେ ଗୁରୁବାର ଭୋର୍‌ରୁ ଗୋଠଛଡ଼ା ଦନ୍ତା ଆକ୍ରମଣରେ ସିନି ମୁଣ୍ଡା ନାମକ ଜଣେ ୭ ବର୍ଷ ଶିଶୁର ପ୍ରାଣହାନି ଘଟିଥିବାବେଳେ ଆଉ ଦୁଇ ଶିଶୁ ଗୁରୁତର ହୋଇଛନ୍ତି।...

୬ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଚୋରା ବେପାରୀ ଗିରଫ

ବାଲେଶ୍ୱର ଅଫିସ,୧୧।୭- ବାଲେଶ୍ୱର ଜିଲା ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ବସ୍‌ଷ୍ଟାଣ୍ଡ ନିକଟରେ କଟକରୁ ଆସିଥିବା ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ବାଡ ବୁଧବାର ପୂର୍ବାହ୍ନରେ ଚଢାଉ କରି ୮୦କେଜି ଗଞ୍ଜେଇ ଜବତ କରିଛି। ଏ ନେଇ...

‘ଓଡ଼ିଆ ଭାଷାରେ ଅଦାଲତ କାର୍ଯ୍ୟ କରାଯାଉ’

ବାଲେଶ୍ୱର ଅଫିସ,୧୧।୭- ଓଡ଼ିଆ ଭାଷାରେ ଅଦାଲତ କାର୍ଯ୍ୟ ପରିଚାଳନା କରାଯାଉ ବୋଲି ବାଲେଶ୍ୱର ଉତ୍କଳ ସମ୍ମିଳନୀ ଶାଖା ପକ୍ଷରୁ ଦାବି କରାଯାଇଛି। ବୁଧବାର ପୂର୍ବାହ୍ନ ୧୦ଟା ସମୟରେ ଶାଖା ସଭାପତି ପଣ୍ଡିତ ସୁରେନ୍ଦ୍ର ନାଥ କରଙ୍କ ତତ୍ତ୍ୱାବଧାନରେ ଏକ ପ୍ରତିନିଧି...

ବଳକା ଧାନର ଅଭାବୀ ବିକ୍ରି

ବାଲିଆପାଳ,୧୧।୭(ସ୍ବ.ପ୍ର.)-ସେବା ସମବାୟ ସମିତି ଗତ ମାସ ୩୦ ତାରିଖରୁ ଡାଳୁଅ ଧାନ କିଣା ବନ୍ଦ କରିଦେବାରୁ ଚାଷୀମାନେ ବଳକା ଧାନ ବିକି ନ ପାରି ହଇରାଣ ହେଉଛନ୍ତି। ଏହି ସୁଯୋଗରେ ଆନ୍ଧ୍ର , ପଶ୍ଚିମବଙ୍ଗର ବେପାରୀ ଓ ଦଲାଲ ଏଠାରେ...

ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତେଜନା: ରୋଗୀଙ୍କୁ ଦିଆଗଲା ଏକ୍ସପାଏରି ସାଲାଇନ

ଚମ୍ପୁଆ, ୧୦ା୭(ଡି.ଏନ.ଏ.): ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟର ସମସ୍ୟା ବଢିବାରେ ଲାଗିଛି। କିଛିଦିନ ତଳେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା କମି ନ ଥିବା ବେଳେ ଗତ ମଙ୍ଗଳବାର ରାତିରେ ସ୍ଥାନୀୟ ଏକ ମହିଳା ରୋଗୀଙ୍କୁ ଡାକ୍ତରଖାନା ପକ୍ଷରୁ...

ଟଳୁନି ବୈତରଣୀ ସେତୁ ବିପଦ

ଆନନ୍ଦପୁର,୧୦। ୭(ସ୍ବ.ପ୍ର.): ଆନନ୍ଦପୁର ବୈତରଣୀ ସେତୁ ପ୍ରତି ବିପଦ ଟଳିବାର ନାଁ ଧରୁନି। ବର୍ଷକ ତଳେ ଏକ ପିଲାରରୁ ବିୟରିଂ ଖସି ବିପଦ ସୃଷ୍ଟି ହୋଇଥିବାବେଳେ ଜୁନ୍‌ ମାସ ୧୨ ତାରିଖ ମରାମତି କାର୍ଯ୍ୟ କରାଯାଇଥିଲା। ହେଲେ ଏବେ ବାଲି...

ପୋତି ହୋଇପଡ଼ିଛି ଡ୍ରେନ: ପୌରନିର୍ବାହୀ ଅଧିକାରୀଙ୍କୁ ଭେଟିଲେ ମହିଳା

ବାସୁଦେବପୁର, ୧୦।୭ (ଡି.ଏନ.ଏ.): ବାସୁଦେବପୁର ପୌରପାଳିକାର ବିଭିନ୍ନ ଡ୍ରେନ ପୋତି ହୋଇପଡ଼ିଛି। ବର୍ଷାଦିନ ପୂର୍ବରୁ ଏହି ଡ୍ରେନଗୁଡ଼ିକ ସଫା କରାଯାଇ ନ ଥିବାରୁ ଚଳିତବର୍ଷ ସହରାଞ୍ଚଳବାସୀ ନାନା ଅସୁବିଧାରେ ପଡ଼ିବାର ଆଶଙ୍କା ରହିଛି। ବାସୁଦେବପୁର ପୌରପାଳିକାର ୧୨ ନମ୍ବର ୱାର୍ଡ...

ପିଡିଏସ୍‌ ଚାଉଳ ବଣ୍ଟନକୁ ନେଇ ହଟଗୋଳ

କୋଳିମାଟି,୧୦।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତରେ ପିଡିଏସ୍‌ ଚାଉଳ ବଣ୍ଟନକୁ ନେଇ ବୁଧବାର ଅପରାହ୍ନରେ ହଟଗୋଳ ହୋଇଛି। ପ୍ରଥମ ଦିନ ଚାଉଳ ବଣ୍ଟନ କରାଯାଇଥିବାବେଳେ ଦ୍ୱିତୀୟ ଦିନରେ ଗଣ୍ଡଗୋଳ ହୋଇଛି। ସୂଚନାନୁଯାୟୀ, କୋଳିମାଟି ପଞ୍ଚାୟତ ସୂଚନାଫଳକରେ କୁମଡ଼,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri