ବାଲେଶ୍ୱର

ତାଳସାରୀ ମେରାଇନ୍‌ ଥାନାରେ ୨ ବଙ୍ଗୀୟ ଯୁବତୀ ଅଟକ, ବୟାନ ବଦଳାଉଥିବାରୁ ଫିଟୁନି ଗୁମର

ଭୋଗରାଇ,୧୦।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ସାହାବାଜିପୁରସ୍ଥିତ ଏକ ଗେଷ୍ଟହାଉସ୍‌ରୁ ୨ ବଙ୍ଗୀୟ ଯୁବତୀଙ୍କୁ ସ୍ଥାନୀୟ ଯୁବକମାନେ ଧରି ତାଳସାରୀ ମେରାଇନ ଥାନାରେ ଜିମା ଦେଇଛନ୍ତି। ଉକ୍ତ ଯୁବତୀଦ୍ୱୟଙ୍କୁ ଦିଘାରୁ ଦଲାଲମାନେ ହୋଟେଲ୍‌ରେ ରୁମ୍‌ ଦେବାକୁ କହି ନେଇ ଆସି...

ନୀଳଗିରି ଉପକାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ସଜନାଗଡ,୧୦।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଜେଲ ଉପକାରାଗାରରେ ବୁଧବାର ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ଘଟିଛି। ସେ ହେଲେ ହାଡ଼ିବନ୍ଧୁଙ୍କ ପୁଅ ପାଗୁଲୁ ଖଣ୍ଡେଇ(୨୫)। ସୂଚନା ମୁତାବକ, ପାଗୁଲୁ ସଜନାଗଡ଼ ପଞ୍ଚାୟତ ନୂଆସାହି ଗ୍ରାମରେ ଗତ ୮ତାରିଖରେ ଦେଶୀ ମଦ...

ଶିକ୍ଷକ ପଦବୀ ପୂରଣ ଦାବି: ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା

ବାହାନଗା,୧୦।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାହାସପୁରା ଗ୍ରାମର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନ ଥିବାରୁ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ତେଣୁ ଶିକ୍ଷକ ପଦବୀ ପୂରଣ ଦାବି ନେଇ ଗ୍ରାମବାସୀ, ଅବିଭାବକ ଓ ଛାତ୍ରୀଛାତ୍ର...

ଭାରସାମ୍ୟ ହରାଇ ଓଲଟିଲା ଟାଟା ଏସିଇ: ୨ ମହିଳା ଶ୍ରମିକ ମୃତ, ୫ ଗୁରୁତର

ସଜନାଗଡ଼, ୧୦।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ୧୯ନଂ. ରାଜ୍ୟ ରାଜପଥର ସତ୍‌ସଙ୍ଗବିହାର ନିକଟରେ ବୁଧବାର ଭାରସାମ୍ୟ ହରାଇ ଏକ ଟାଟା ଏସିଇ ଓଲଟି ପଡ଼ିବାରୁ ୨ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ୫ ଗୁରୁତର ହୋଇଛନ୍ତି। ପ୍ରକାଶ ଯେ, ନୀଳଗିରି ଥାନା...

ଛୁରି ଭୁସି ମହିଳାଙ୍କୁ ହତ୍ୟା

ଯୋଡ଼ା, ୯।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରି ଥାନା ଅନ୍ତର୍ଗତ ହାତିମରା ଗାଁର ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ମଙ୍ଗଳବାର ସନ୍ଧ୍ୟା ସାଢ଼େ ୬ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ...

ନୋ ପାର୍କିଂ ସ୍ଥାନରେ ଟ୍ରକ ପାର୍କିଂ

କେନ୍ଦୁଝର, ୧୦ା୭ (ସ୍ବ.ପ୍ର.)-କେନ୍ଦୁଝର ସହର ଦେଇ ଯାଇଥିବା ଏନଏଚ ୪୯ ରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ହେଁ ପ୍ରଶାସନର ଚେତା ପଶୁନି ା ସହର ମଧ୍ୟରେ ବହୁ ଦୁର୍ଘଟଣା ଘଟି ନିରୀହ ଜୀବନ ଗୋଟିଏ ପରେ ଗୋଟିଏ ଚାଲିଯାଉଥିଲେ ହେଁ...

ହଜି ଯାଉଛି ଅସନପାଟର ପରିଚୟ

କେନ୍ଦୁଝର, ୧୦ା୭ (ସ୍ବ.ପ୍ର.)- କେନ୍ଦୁଝର ଜିଲାର କଳା ସଂସ୍କୃତି ନିଆରା। ଏକଦା ଏଠାରେ ସାମରିକ କଳାର ପ୍ରତୀକ ସ୍ବରୂପ ଛଉ ନୃତ୍ୟର ପ୍ରସିଦ୍ଧି ରହିଥିଲା। ଝୁମ୍ପୁରା ବ୍ଲକ ଅଧୀନ ଅସନପାଟ ଗ୍ରାମ ଛଉ ଗ୍ରାମ ଭାବେ ପରିଚୟ ଲାଭ କରିଥିଲା।...

ହାର୍‌ ମାନିନାହାନ୍ତି କନକଲତା

ଭଦ୍ରକ ଅଫିସ, ୧୦।୭- ଭଦ୍ରକ ସହର ତଳିର ଏକ ଗଁା ଓକାଳ। ଗଁାରେ ରହିଛି ଏକ ୫ ଫୁଟ ଉଚ୍ଚର ବଖରାଏ ନୂଆଣିଆ ନଡ଼ା ଛପର ଘର। ରାତି ପାହିଲେ ମାଟିକାନ୍ଥ ଓ ଚଟାଣକୁ ଗୋବର ପାଣିରେ ଲିପାପୋଛା କରିଦିଅନ୍ତି...

ଦ୍ରୁତଗାମୀ ଟ୍ରେନ ରହଣି ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର

ବସ୍ତା, ୧୦।୭(ସ୍ବ.ପ୍ର.)-ବସ୍ତା ରେଳଷ୍ଟେଶନ ଉପରେ ଦୈନନ୍ଦିନ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ୫ଟି ବ୍ଲକର ହଜାର ହଜାର ଲୋକ ନିର୍ଭର କରୁଛନ୍ତି। ବସ୍ତା ରେଳଷ୍ଟେଶନ ଆଦର୍ଶ ରେଳଷ୍ଟେଶନର ମାନ୍ୟତା ପାଇଥିବା ସତ୍ତ୍ୱେ ଷ୍ଟେଶନଣ ଉନ୍ନତିକୁ ଅଣଦେଖା କରାଯାଇ ଆସୁଛି। ଦୀର୍ଘଦିନ...

ଗଛକଟା ବେଳେ ସ୍କୁଲ ୱାଚ୍‌ମ୍ୟାନ୍‌ଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଧାରଣା

ଜଳେଶ୍ୱର, ୧୦।୭(ଡି.ଏନ.ଏ.)-ଜଳେଶ୍ୱର ବ୍ଲକ ଆରୁହା ପଞ୍ଚାୟତର ଆରୁହା ଗ୍ରାମସ୍ଥିତ ହରପ୍ରସାଦ ଏକାଡ଼େମୀ ହାଇସ୍କୁଲରେ ମଙ୍ଗଳବାର ଗଛକଟା ଯାଉଥିବା ବେଳେ ଅସାବଧାନତା ବଶତଃ ୱାଚ୍‌ମ୍ୟାନ୍‌ କୁରେନ୍ଦ୍ର ପାତ୍ର(୪୮)ଙ୍କ ଉପରେ ପଡିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏହାର ପ୍ରତିବାଦ କରି ସ୍କୁଲ ପରିସରରେ...

ଅସ୍ଥିଶଲ୍ୟ ବିଭାଗରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା: ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଭେଟି ଅଭିଯୋଗ କଲେ ଛାତ୍ରନେତା

ବାଲେଶ୍ୱର ଅଫିସ, ୧୦।୭- ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ଅସ୍ଥିଶଲ୍ୟ ବିଭାଗରେ ଜଣେ ରୋଗୀଙ୍କୁ ତ୍ରୁଟିପୂର୍ଣ୍ଣ ଚିକତ୍ସା କରାଯିବା ଘଟଣା ନେଇ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଭେଟି ଛାତ୍ରନେତା ଜ୍ଞାନେନ୍ଦ୍ର ମହାନ୍ତି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ,...

ଗୃହଦାହ ସନ୍ଦେହରେ ମହିଳାଙ୍କୁ ଆକ୍ରମଣ

ତିହିଡି, ୯।୭ (ଡି.ଏନ.ଏ.) – ଭଦ୍ରକ ଜିଲା ମନ୍ଦାରମାଳ  ଥାନା ଅନ୍ତର୍ଗତ ତିହିଡ଼ି ଗ୍ରାମର ପଦୁ ସାମଲ ଓ ଜଗବନ୍ଧୁ ମସାଲଙ୍କ ଘର ସୋମବାର ରାତିରେ ଅଗ୍ନିକାଣ୍ଡ ଘଟି ଜଳିଯାଇଛି। ଗ୍ରାମର ମନସୀ ସାମଲ ନାମ୍ନୀ ଜଣେ ମହିଳା ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri