ବାଲେଶ୍ୱର

ତେଜିଲେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ

ବାଲେଶ୍ୱର ଅଫିସ, ୧୪।୨: ବାଲେଶ୍ୱର ଜିଲାରେ ବିଭିନ୍ନ ଚିଟ୍‌ଫଣ୍ଡ କମ୍ପାନୀରେ ଟଙ୍କା ଜମା ରଖି କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀମାନେ ଟଙ୍କା ଫେରସ୍ତ ପାଇଁ ‘ଆର୍ଥତ୍କ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ’ ମାଧ୍ୟମରେ ୫ଦିନ ଧରି ଜିଲାର ବିଭିନ୍ନ ତହସିଲ...

ରାଜରାସ୍ତାକୁ ଓହ୍ଲାଇବେ ଜୁନିୟର ଶିକ୍ଷକ

ଜଳେଶ୍ୱର, ୧୩ା୨(ଡି.ଏନ୍‌.ଏ.): ଗତ ୪ ମାସ ତଳେ ମୁଖ୍ୟମନ୍ତ୍ରୀ ଓଡ଼ିଶା ମାଟିରୁ ଚୁକ୍ତିଭିତ୍ତିକ ଯୁଗ ଶେଷ ହେଲା ବୋଲି ଘୋଷଣା କରିଥିବା ବେଳେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡିକରେ କାର୍ଯ୍ୟରତ ପ୍ରାୟ ୧୩ହଜାର କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀ ଚୁକ୍ତିଭିତ୍ତିରେ ଓ ସ୍ବଳ୍ପ...

ବାକି ପଇସାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା

ବସ୍ତା, ୧୩।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ଅଞ୍ଚଳରେ ସାମାନ୍ୟ ବାକି ପଇସାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ହତ୍ୟା ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ସଦାନନ୍ଦପୁର ଗ୍ରାମର ଅଜୟ ବାରିକ(୩୦)। ପୋଲିସ ସୂଚନା...

ସୋରିଷ କ୍ଷେତ ବୁଲି ଦେଖିଲେ ମୁଖ୍ୟ ଶାସନ ସଚିବ

ବାଲେଶ୍ୱର ଅଫିସ, ୧୨।୨: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶନିବାର ଦୁଇ ଦିନିଆ ବାଲେଶ୍ୱର ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ସେ ସିମୁଳିଆ ବ୍ଲକର ମଇତାପୁର ପଞ୍ଚାୟତ ଗସ୍ତ କରି ସେଠାରେ ମିଶନଶକ୍ତି ମା’...

ସାର୍ଟିଫିକେଟ ଥାଇ ମିଳୁନି ଲାଇସେନ୍ସ

ବାଲେଶ୍ୱର ଅଫିସ, ୧୨।୨: ୨୦୧୭-୧୮ରେ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ଲ’ ବିଭାଗ ଅଧୀନରେ ୫ବର୍ଷୀୟା ଇଣ୍ଟିଗ୍ରେଟେଡ୍‌ ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରୀଛାତ୍ରମାନେ ଏବେ ଅଡ଼ୁଆରେ ପଡ଼ିଛନ୍ତି। ବିଶ୍ୱବିଦ୍ୟାଳୟର ତ୍ରୁଟି ପାଇଁ ଛାତ୍ରୀଛାତ୍ରମାନେ ସାର୍ଟିଫିକେଟ ପାଇ ମଧ୍ୟ ବାର୍‌ କାଉନ୍‌ସିଲ ଲାଇସେନ୍ସ...

ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେଲେ ଚରମ ନିଷ୍ପତ୍ତି

ଖଇରା,୧୧।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଟୋ ଗ୍ରାମର କିଛି ଅସାମାଜିକ ଯୁବକ ଗତ ୫ ଓ ୬ତାରିଖ ଦିନ ତୁଡ଼ିଗଡ଼ିଆ ବଜାରର ବ୍ୟବସାୟୀ, ବଜାର କମିଟିର କର୍ମକର୍ତ୍ତା ତଥା ଗ୍ରାହକମାନଙ୍କୁ ଆକ୍ରମଣ କରିବା ସହିତ ହତ୍ୟା ଧମକ ଦେଇଥିଲେ।...

ବିଦ୍ୟୁତ୍‌ ସଂସ୍ପର୍ଶରେ ଶିକ୍ଷକଙ୍କ ପ୍ରାଣଗଲା

ରୂପ୍‌ସା,୧୦।୨(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଅନ୍ତର୍ଗତ କାଟୁଳିଡ଼ିହା ଗ୍ରାମରେ ଶୁକ୍ରବାର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ମୃତ ଶିକ୍ଷକ ହେଲେ ଅନିରୁଦ୍ଧ ପାଣିଙ୍କ ପୁତ୍ର ହେମନ୍ତ କୁମାର ପାଣି (୪୪)। ଭୋର ସମୟରେ...

ଦୀଘା ଉପକୂଳ ଅଲିଭରିଡ୍‌ଲେଙ୍କ ମୃତ୍ୟୁ ଉପତ୍ୟକା

ଭୋଗରାଇ,୧୦।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସୀମାନ୍ତ ଦୀଘା ଉପକୂଳ ଏବେ ଅଲିଭ ରିଡ୍‌ଲେଙ୍କ ମୃତ୍ୟୁ ଉପତ୍ୟକା ପାଲଟିଛି। ଶତାଧିକ ଟ୍ରଲର ଓଡ଼ିଶା ଜଳରାଶି ମଧ୍ୟକୁ ଅବାଧରେ ପଶିବା ଓ ବାଲେଶ୍ୱର ଜିଲା କୀର୍ତ୍ତନିଆ ସହିତ ବାହାବଳପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ବହୁ...

ଚାଷୀଙ୍କୁ କଲବଲ କରୁଛି ପ୍ରଶାସନ

ଖଇରା,୧୦।୨ (ଉତ୍କଳବନ୍ଧୁ ପଣ୍ଡା): କେତେଜଣ ମିଲରଙ୍କ ଅସହଯୋଗ ତଥା ସରକାରୀ ଉଦାସୀନତା କାରଣରୁ ଚଳିତବର୍ଷ ବିଭିନ୍ନ ମଣ୍ଡିରେ ଧାନକିଣାରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଏଭଳିକି ପଶ୍ଚିମବଙ୍ଗ ଓ ଆନ୍ଧ୍ର ବ୍ୟବସାୟୀ ଲୋଲୁପ ଦୃଷ୍ଟିରୁ ବର୍ତ୍ତି ଯେତିକି ଚାଷୀ ଧାନ ଦେଉଛନ୍ତି...

ଜିଲା ଶିଶୁ ସୁରକ୍ଷା ଅଧିକାରୀ ବହିଷ୍କୃତ

ବାଲେଶ୍ୱର ଅଫିସ, ୧୦ା୨:ବାଲେଶ୍ୱର ସହର ସହଦେବଖୁଣ୍ଟା ବସ୍‌ଷ୍ଟାଣ୍ଡ ନିକଟସ୍ଥ ଉତ୍କଳ ବାଳାଶ୍ରମରେ ଆର୍ଥିକ ଅନିୟମିତତା ଅଭିଯୋଗରେ ଦାୟିତ୍ୱରେ ଥିବା ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ଯୁବକ ମାଝିଙ୍କୁ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ...

ପରଲୋକରେ ଯାତ୍ରା କିମ୍ବଦନ୍ତୀ ଯଦୁ ପଣ୍ଡା

ସୋର, ୯ା୨(ଡି.ଏନ.ଏ.): ଦୀର୍ଘ ୬ଦଶନ୍ଧି ଧରି ଓଡ଼ିଆ ଯାତ୍ରା ଜଗତର ଆଗଧାଡ଼ିର କଳାକାର ଭାବେ ନେତୃତ୍ୱ ନେଇଥିବା କିମ୍ବଦନ୍ତୀ ପୁରୁଷ ଯଦୁ ପଣ୍ଡା(୮୩)ଙ୍କର ବୁଧବାର ଅପରାହ୍ନରେ ସୋର ବ୍ଲକ ମହୁମୁହାଣ ଶାସନସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ସେ ଦୁର୍ଘଟଣାର ଶିକାର...

‘ଅପରେଶନ୍‌ ସ୍ୟାଣ୍ଡ୍‌ ଷ୍ଟର୍ମ’

ବାଲେଶ୍ୱର ଅଫିସ/ବସ୍ତା (ଡି.ଏନ.ଏ.),୭।୨: ବାଲେଶ୍ୱର ଜିଲା ପୋଲିସ ପକ୍ଷରୁ ବାଲିଚୋରାଚାଲାଣକାରୀଙ୍କ ବିରୋଧରେ ଆରମ୍ଭ ହୋଇଥିବା ‘ଅପରେଶନ୍‌ ସ୍ୟାଣ୍ଡ୍‌ ଷ୍ଟର୍ମ’ର ତୃତୀୟ ଦିନ ସୁଦ୍ଧା ନୀଳଗିରି ଅଞ୍ଚଳର ସୋନ ନଦୀରୁ ବେଆଇନ ବାଲି ଉତ୍ତୋଳନ କରି ୬ଟି ବାଲି ବୋଝେଇ ଟ୍ରାକ୍ଟର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri