ଅନ୍ୟଜାତିରେ କରିଥିଲେ ବିବାହ: ମୃତ୍ୟୁ ପରେ ଅନ୍ତିମ ଦର୍ଶନ କଲେନି ପରିବାର
ବରଗଡ଼,୧।୬(ପ୍ରେମାନନ୍ଦ ଖମାରୀ): ଜାତି ପ୍ରଥାର ଘୃଣ୍ୟରୂପ। ଅନ୍ୟଜାତିରେ ବାହା ହୋଇଥିଲେ ବୋଲି ମୃତ୍ୟୁ ପରେ ବି ନିଜ ରକ୍ତ ସମ୍ପର୍କୀୟ ପର କଲେ। ଅନ୍ତିମ ଦର୍ଶନ କଲେ ନାହିଁ। ଶବ ସତ୍କାର ପାଇଁ କେହି ଆସିଲେ ନାହିଁ। ଶେଷରେ ସତ୍କାର...
କାଳ ସାଜିଲା ଅଦିନିଆଁ ବର୍ଷା: କ୍ଷେତ, ମଣ୍ଡି ସବୁଠି ଧାନ ଗଜା
ବରଗଡ଼,୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତ ମେ ମାସ ଶେଷ ସପ୍ତାହରେ ହୋଇଥିବା ଅଦିନିଆଁ ବର୍ଷା ଚାଷୀଙ୍କ ଆର୍ଥିକ, ମାନସିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। କ୍ଷେତ, ଖଳାରେ ରହିଥିବା ଧାନ କେବଳ ବର୍ଷାପାଣିରେ ଓଦା ହୋଇଛି, ତାହା ନୁହେଁ। କ୍ଷେତ,...
ଅଫିସ ଯିବା ବେଳେ ଟ୍ରକ୍ ପଛରେ ପିଟିହେଲା କାର୍, ଚାଲିଗଲା ଇଞ୍ଜିନିୟରଙ୍କ ଜୀବନ
ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାସ୍ତାରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍କୁ ଅନ୍ୟ ଏକ କାର୍ ପଛପଟୁ ଧକ୍କା ଦେବରୁ କାର୍ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ, ବରଗଡ଼ ଗଙ୍ଗାଧର ନଗର ନିବାସୀ ଇଞ୍ଜିନିୟର...
କ୍ଷେତରେ ଧାନ ଅମଳ କରୁଥିଲେ, ହେଲା ବଜ୍ରପାତ; ଟଳିପଡ଼ିଲେ ମହିଳା
ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବଜ୍ରପାତ ଯୋଗୁ ଶୁକ୍ରବାର ବରଗଡ଼ ଜିଲା ବାଲିଯୁରୀ ପଞ୍ଚାୟତ ବାନ୍ଦେନବାହାଲ ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ଉକ୍ତ ଗ୍ରାମର ରାଜେନ୍ଦ୍ର ସାଙ୍କ ସ୍ତ୍ରୀ ପଦ୍ମାଳୟା (୫୦) । କ୍ଷେତରେ ସେ ଧାନ...
ବରଗଡ଼ ପ୍ରଶାସନର ନିଆରା କାର୍ଯ୍ୟକ୍ରମ: ସହରରେ ଖୋଲିଲା ଗାଁ ଆମ୍ବ ପସରା
ବରଗଡ଼,୩୦।୫ ପ୍ରେମାନନ୍ଦ ଖମାରୀ): ବରଗଡ଼ ପ୍ରଶାସନ ପକ୍ଷରୁ ଏକ ନିଆରା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଆମ୍ବ ପସରା, ଏକ ପଦକ୍ଷେପ ଯାହାର ଉଦ୍ଦେଶ୍ୟ ଗ୍ରାମାଞ୍ଚଳରେ ବସବାସ କରୁଥିବା ଆମ୍ବ ଚାଷୀ ମାନଙ୍କୁ କିପରି ଭାବରେ ପ୍ରୋତ୍ସାହନ ଦେଇ ସେମାନଙ୍କ ଆମ୍ବର...
ବିଧାୟିକାଙ୍କ ଉଦ୍ଘାଟନକୁ ଭାଜପା କାଉନ୍ସିଲରଙ୍କ ବିରୋଧ
ପଦ୍ମପୁର,୩୦।୫(ପ୍ରଦୀପ୍ତ ଦାଶ): ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ବିଜ୍ଞାପିତ ପରିଷଦ ଦ୍ୱାରା ନିର୍ମିତ ପଦ୍ମପୁରର ଆଧୁନିକ ଶ୍ମଶାନଘାଟ ଓ ଆମ୍ବେଦକର ଛକର ସୌନ୍ଦର୍ଯ୍ୟକରଣକୁ କେତେକ ଦଳୀୟ କର୍ମୀଙ୍କୁ ନେଇ ଉଦ୍ଘାଟନ କରିଥିଲେ। ଏନଏସି ନିର୍ବାହୀ ଅଧିକାରୀଙ୍କ ବିନା ଉପସ୍ଥିତିରେ...
ମଣ୍ଡିରେ ଜୋର୍ ଧରିଲା କଟନୀଛଟନୀ: ଧାନକେଣ୍ଡା ଧରି ଜିଲାପାଳଙ୍କ ଅଫିସରେ ପହଞ୍ଚିଲେ ଚାଷୀ
ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ଜୋର୍ ଧରିଛି। ଅନ୍ୟପଟେ ଚଳିତ ସପ୍ତାହରେ ତୁହାକୁ ତୁହା ବର୍ଷା ହେଉଛି। କ୍ଷେତ, ଖଳାଠାରୁ ଆରମ୍ଭ କରି ବିଭିନ୍ନ ଖୋଲାମଣ୍ଡିରେ ରହିଥିବା ଧାନ ଏଥିରେ ପ୍ରଭାବିତ ହେଉଛି। କ୍ଷେତରେ...
ସ୍ବାମୀଙ୍କ ପାଇଁ ଭାତ ନେଇ ବିଲକୁ ଯାଉଥିଲେ ମହିଳା, ପଡ଼ିଲା ଘଡଘଡ଼ି: ଚାଲିଗଲା ୨ ଜୀବନ
ଅତାବିରା,୨୯।୫(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅଞ୍ଚଳରେ ବଜ୍ରପାତରେ ଗୁରୁବାର ମଧ୍ୟାହ୍ନରେ ୨ ଜଣ ମହିଳାଙ୍କ ଜୀବନ ଯାଇଛି l ଗତ ପାଞ୍ଚ ଦିନ ହେଲା ଅତାବିରା ଅଞ୍ଚଳରେ ଅଦିନିଆ ବର୍ଷା ସାଙ୍ଗକୁ ଘଡଘଡି, ବଜ୍ରପାତ ଝଡ଼ ବତାସ...
ପଦ୍ମପୁର ବନ୍ଦ ଡାକରା ସ୍ଥଗିତ: ଶୀତଳଷଷ୍ଠୀ ପାଇଁ ନିଆଗଲା ନିଷ୍ପତ୍ତି, କିନ୍ତୁ…
ପଦ୍ମପୁର,୨୯।୫ (ପ୍ରଦୀପ୍ତ ଦାଶ): ସିବିଏସଇ ପରୀକ୍ଷା ଫଳ ବିବାଦ ପ୍ରତିବାଦରେ ଅଭିଭାବକ ସଂଘ ତରଫରୁ ଗତକାଲି ପଦ୍ମପୁର ଉପଖଣ୍ଡ ବନ୍ଦ ବୋଲି ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ପଦ୍ମପୁରରେ ଚାଲୁଥିବା ଶୀତଳଷଷ୍ଠୀ ଯାତ୍ରାକୁ ଆଖି ଆଗରେ ରଖି କେତେକ ଅନୁଷ୍ଠାନ ବନ୍ଦ...
ସିବିଏସ୍ଇ ପରୀକ୍ଷା ଫଳାଫଳ ବିବାଦ:୩୦ରେ ପଦ୍ମପୁର ବନ୍ଦ ଡାକରା
ପଦ୍ମପୁର, ୨୯।୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ଉପଖଣ୍ଡର ୬ଟି ବିଦ୍ୟାଳୟର ସିବିଏସ୍ଇ ପରୀକ୍ଷା ଫଳ ନେଇ ଅଭିଭାବକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଏନେଇ ଅଭିଭାବକମାନେ ଏକ ବୈଠକ କରି ଆସନ୍ତା ୩୦ରେ ପଦ୍ମପୁର ଉପଖଣ୍ଡ...
ସିବିଏସଇ ପରୀକ୍ଷା ପରିଚାଳନାରେ ଅନିୟମିତତା: ୨ଅଧ୍ୟକ୍ଷଙ୍କ ସମେତ ୫ନିଲମ୍ବିତ, ୩୩ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ
ବରଗଡ଼,୨୯।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡର ୨ସିବିଏସଇ ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ପରିଚାଳନାରେ ଅନିୟମିତତା ହୋଇଥିବା ଦର୍ଶାଇ ୨ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ୫ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଏହା ସହିତ ଅନ୍ୟ ୩୩ଶିକ୍ଷୟିତ୍ରୀ, ଶିକ୍ଷକ ମାନଙ୍କୁ କାରଣ...
ବରଗଡ଼ରେ ତେଜିଲା ଚାଷୀ ଆନ୍ଦୋଳନ, ସମସ୍ୟା ସମାଧାନ ନହେଲେ …
ବରଗଡ଼,୨୮ା୫ (ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ନେଇ ଅସନ୍ତୋଷ ବଢି ଚାଲିଥିବାବେଳେ ଆନ୍ଦୋଳନ ମଧ୍ୟ ତେଜି ଉଠିଛି। ବୁଧବାର ବରଗଡ଼ ଜିଲାପାଳ ଅଫିସରେ ଏହା ପ୍ରତିଫଳିତ ହୋଇଥିଲା। ରେଶମ, ସିଂହେନପାଳି, ପଧାନପାଲି, ସାଲ୍ହେପାଲି, ଅରେଇଗୁଡ଼ି,...
Archives


