ଭଦ୍ରକ

ଗ୍ୟାସ୍‌ ଟାଙ୍କି ଫାଟି ଅଗ୍ନିକାଣ୍ଡ: ୬ ବଖରା ଜଳିଗଲା

ପଦ୍ମପୁର,୨୧।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଲକ୍ଷ୍ମୀଦାସପୁର ପଞ୍ଚାୟତ ଶ୍ରୀବତ୍ସପୁର ଗ୍ରାମର କାର୍ତ୍ତିକ ଚନ୍ଦ୍ର ନାୟକଙ୍କ ଘରେ ଶନିବାର ଅପରାହ୍ନରେ ଗ୍ୟାସ୍‌ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬ ବଖରା ଘର ଜଳିଯାଇଛି। ସୂଚନା ଅନୁଯାୟୀ, କାର୍ତ୍ତିକଙ୍କ...

କମ୍‌ ଦରରେ ସାମଗ୍ରୀ ଦେବା ଆଳରେ ୨ କୋଟିରୁ ଊର୍ଦ୍ଧ୍ୱ ଠକେଇ: ରାତାରାତି ଦୋକାନୀ ଫେରାର

ବାସୁଦେବପୁର,୨୧।୧୨: ଭଦ୍ରକ ଜିଲା ବାସୁଦେବପୁର ବଜାର ନିକଟସ୍ଥ ବ୍ଲକ ରୋଡ୍‌ରେ ଗତ ଏକ ମାସ ତଳେ ଦୁର୍ଗା ଏଜେନ୍ସି ନାମରେ ଏକ ସଂସ୍ଥା ଦୋକାନ ଖୋଲିଥିଲା। ତେବେ ଉକ୍ତ ଦୋକାନୀ ଲୋକଙ୍କୁ ସାମଗ୍ରୀ ଦେବା ଆଳରେ ପ୍ରାୟ ୨ କୋଟି...

ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ

ଭଦ୍ରକ ଅଫିସ, ୨୧।୧୨- ଭଦ୍ରକରେ ଚାଲିଥିବା ରାଜ୍ୟସ୍ତରୀୟ ଯୁବ ମହୋତ୍ସବର ଶୁକ୍ରବାର ଥିଲା ୩ୟ ଦିବସ। ଏଥିପାଇଁ ନେହେରୁ ଷ୍ଟାଡିୟମ, ଶହୀଦ ସ୍ମୃତି ଭବନ, ସଂସ୍କୃତି ଭବନ ସମେତ ଜିଲା ସ୍କୁଲ ପରିସର ବେଶ୍‌ ଚଳଚଞ୍ଚଳ ହୋଇଥିଲା। ମୁଖ୍ୟତଃ ନେହେରୁ...

ଅଙ୍ଗଦାନ କରିବେ ୭୦ କିନ୍ନର

ଭଦ୍ରକ ଅଫିସ, ୨୧।୧୨- ମୃତ୍ୟୁ ପରେ ସେମାନଙ୍କ ଅଙ୍ଗ ସମାଜର ଯେକୌଣସି ବର୍ଗର ଲୋକଙ୍କ ପାଇଁ ଦାନ କରିବେ। ଭଦ୍ରକ ଚରମ୍ପାସ୍ଥିତ ହୋଟେଲ ମୁନ୍‌ଲାଇଟ ପରିସରରେ ଶୁକ୍ରବାର ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଅର୍ଦ୍ଧନାରୀଶ୍ୱର କିନ୍ନର ମହାସଂଘର ୭୦ ଜଣ ସଦସ୍ୟ...

ବୃଦ୍ଧଙ୍କଠାରୁ ଲୁଟିନେଲେ ୫୦ ହଜାର ଟଙ୍କା

ତିହିଡ଼ି, ୨୦।୧୨ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା କଁାପଡ଼ା ପଞ୍ଚାୟତ ଅଧୀନ ମଠସାହି ଗ୍ରାମର ଧନୀ ମଳିକ ନାମକ ଜଣେ ବୃଦ୍ଧ ଶୁକ୍ରବାର ମଧ୍ୟାହ୍ନରେ ଲୁଟ୍‌ର ଶିକାର ହୋଇଛନ୍ତି। ଲୁଟେରାମାନେ ତାଙ୍କଠାରୁ ୫୦ହଜାର ଟଙ୍କା ଲୁଟି ନେଇଛନ୍ତି।...

ରାତିଅଧିଆ ବିଧାୟକଙ୍କ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ଭଦ୍ରକ ଅଫିସ,୨୦।୧୨: ଭଦ୍ରକ ବିଧାୟକ ସଞ୍ଜୀବ ମଲିକ ଗୁରୁବାର ବିଳମ୍ବିତ ରାତିରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ସେ ରାତିରେ ରୋଗୀସେବା ନିରୀକ୍ଷଣ କରିବା ସହ ରୋଗୀଙ୍କୁ କିଭଳି ସେବା ଦିଆଯାଉଛି, ଖାଦ୍ୟ ଠିକ୍‌ ଭାବେ ଦିଅଯାଉଛି...

ସହରବାସୀଙ୍କୁ ଘାରିଛି ସୁରକ୍ଷା ଚିନ୍ତା

ଭଦ୍ରକ ଅଫିସ, ୨୦।୧୨- ଭଦ୍ରକ ସହର ଏକ ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ। ବିଭିନ୍ନ ଜିଲା ଓ ରାଜ୍ୟ ବାହାରୁ ବ୍ୟବସାୟୀମାନେ ଏଠାକୁ ଆସି ବ୍ୟବସାୟ କରିବାକୁ ପସନ୍ଦ କରିଥାନ୍ତି। ସହରର ଚରମ୍ପା ଷ୍ଟେଶନଠାରୁ ଆରମ୍ଭ କରି ଗେଲପୁର ଛକ ପର୍ଯ୍ୟନ୍ତ...

ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଉଦ୍‌ଘାଟିତ

ଭଦ୍ରକ ଅଫିସ, ୧୯।୧୨- ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଆନୁକୂଲ୍ୟରେ ଭଦ୍ରକ ନେହେରୁ ଷ୍ଟାଡିୟମରେ ବୁଧବାର ସନ୍ଧ୍ୟାରେ ୨୫ତମ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଉଦ୍‌ଘାଟିତ ହୋଇଛି। ମୁଖ୍ୟଅତିଥି ଭାବେ ରାଜ୍ୟ ଉଚ୍ଚଶିକ୍ଷା, କୃଷି ଓ କୃଷକ ସଶକ୍ତୀକରଣ,...

ବିଇଓଙ୍କ ହସ୍ତକ୍ଷେପ ପରେ ହଟିଲା ଧାରଣା

ଭଣ୍ଡାରିପୋଖରୀ,୧୮।୧୨(ଡି.ଏନ.ଏ.): ଭଣ୍ଡାରିପୋଖରୀ ବ୍ଲକ ଜଗନ୍ନାଥପ୍ରସାଦ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କ ଡେପୁଟେଶନ ବାତିଲ ଦାବିରେ ଗତ ଶନିବାରଠାରୁ ୫ ଦିନ ଧରି ତାଲା ପଡ଼ି ରହିଥିଲା। ଅଭିଭାବକ, ସ୍କୁଲ କମିଟି ସଦସ୍ୟ ଓ ଛାତ୍ରୀଛାତ୍ର ଜିଦ୍‌ରେ ଅଟଳ ରହି...

ଜିଲା ଯୋଗାଣ ବିଭାଗର ଚଢ଼ାଉ: ବେଆଇନ ଗଚ୍ଛିତ ୧୩୮ ବସ୍ତା ଚାଉଳ ଜବତ

ଭଦ୍ରକ ଅଫିସ, ୧୮।୧୨: ଭଦ୍ରକ ଜିଲା ଯୋଗାଣ ବିଭାଗର ଏକ ଚାରିଜଣିଆ ଟିମ୍‌ ବୁଧବାର ଅପରାହ୍ନରେ ସଦର ବ୍ଲକ ଅଧୀନ ଦୈସିଂ ପଞ୍ଚାୟତ ଚଢ଼େୟା ଜେନାସାହିର ଏକ ଘରେ ଅଚାନକ ଚଢ଼ାଉ କରି ବେଆଇନ ଭାବେ ଗଚ୍ଛିତ ଥିବା ୧୩୮...

ବିରଳ ବୋଡ଼ା ସାପ ଉଦ୍ଧାର

ପଦ୍ମପୁର,୧୮ା୧୨(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ରାଜଘରପୋଖରୀ ପଞ୍ଚାୟତର ବୁଢ଼ା ନାୟକ ନାମକ ଜଣେ ବ୍ୟକ୍ତିଙ୍କ ବାଡ଼ିରୁ ଏକ ବିରଳ ଜାତିର ବୋଡ଼ା ସାପ ମଙ୍ଗଳବାର ଉଦ୍ଧାର କରାଯାଇଛି। ସାପଟି ବାଡ଼ିରେ ବୁଲୁଥିବାବେଳେ ଘରଲୋକେ ଦେଖି ତାକୁ କୌଶଳକ୍ରମେ...

‘ଗ୍ରାମାଞ୍ଚଳ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରାଯିବ’

ଭଦ୍ରକ ଅଫିସ, ୧୮ା୧୨- ଗ୍ରାମାଞ୍ଚଳରେ ଶିକ୍ଷା ଭିତ୍ତିଭୂମିକୁ ଅଧିକ ସୁଦୃଢ କରାଯିବ। ଏଥିଲାଗି ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଗ୍ରାମାଞ୍ଚଳ ଶିଶୁଙ୍କୁ ଶିକ୍ଷାଭିମୁଖୀ କରିବା ସକାଶେ ଅଧିକ ସ୍କୁଲ ଖୋଲିବା ସହ ଗରିବ ପିଲାଙ୍କ ପାଇଁ ଆଦର୍ଶ ବିଦ୍ୟାଳୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri