ଭଦ୍ରକ

ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଉଛି ସୂଚନା ଫଳକ

ପଦ୍ମପୁର, ୩୧।୮ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର-ବିରସ ରାସ୍ତାରେ ଲଗାଯାଇଥିବା ସୂଚନା ଫଳକ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଉଛି। ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ୧୮ କି.ମି. ରାସ୍ତାର ଏବେ ପୁନଃନିର୍ମାଣ ଓ ମରାମତି...

ପୋଖରୀ, ନାଳ ପାଣି ଭରସା

ପଦ୍ମପୁର, ୩୧।୮(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ସାନକୃଷ୍ଣପୁର ପଞ୍ଚାୟତ ତେନ୍ତୁଳି ଆଡିଆ ଗ୍ରାମ ଲୋକଙ୍କୁ ଏବେ ଭରସା ପୋଖରୀ ଓ ନାଳ ପାଣି। ୮ ମାସ ଧରି ଗଁାରେ ଥିବା ସରକାରୀ ନଳକୂପରୁ ଲୁଣାପାଣି ବାହାରୁଛି। ଫଳରେ ଏଠାରେ...

ରାସ୍ତାକଡ଼ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ

ପଦ୍ମପୁର, ୩୦।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର-ବିରସ ରାସ୍ତାପାର୍ଶ୍ୱ ପାଇକ ସାହି ଛକ ନିକଟ ନାଳରୁ ଶୁକ୍ରବାର ସକାଳେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ। ଯୁବତୀ ସାଲଓ୍ବାର ପଞ୍ଜାବୀ ପିନ୍ଧିଥିବା...

ସରପଞ୍ଚ, ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭଦ୍ରକ ଅଫିସ,୩୦।୮: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ସରପଞ୍ଚ ଓ ସେବା ସମବାୟ ସମିତିର ସମ୍ପାଦକଙ୍କ ଘରେ ଶୁକ୍ରବାର ସକାଳୁ ବାଲେଶ୍ୱର ଭିଜିଲାନ୍ସର ଏକ ଟିମ୍‌ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି। ସଙ୍ଗୀତା ଖଣ୍ଡେଇ...

ଟୁଇଟ୍‌ ପରେ ଚାଉଳ ମିଳିବା ପ୍ରସଙ୍ଗ: ଭଗବାନପୁରରେ ସ୍ବତନ୍ତ୍ର ଟିମ୍‌ର ତଦନ୍ତ

ଭଦ୍ରକ ଅଫିସ, ୩୦।୮- ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଭଗବାନପୁର ପଞ୍ଚାୟତ ଅନହରପୁର ଗଁାରେ ପାଞ୍ଚାଳୀ ଜେନା ନାମ୍ନୀ ଜଣେ ରାଶନକାର୍ଡ ହିତାଧିକାରୀ ଦୀର୍ଘମାସ ଧରି ସାମଗ୍ରୀ ପାଉ ନ ଥିଲେ। ସେହି ଗଁାର ସନ୍ତୋଷ ମହାପାତ୍ର ନାମକ...

ପୋଖରୀରୁ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ

ତିହିଡ଼ି, ୨୯।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ସନ୍ଥପୁରା ଗ୍ରାମର ଜଣେ ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଗୁରୁବାର ପୋଖରୀରୁ ଉଦ୍ଧାର କରାଯାଇଛି। ମୃତ ଛାତ୍ର ହେଲେ ମିନାହାକ କାଦ୍ରି। ସେ ବୁଧବାର...

ତିହିଡ଼ିରେ ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା ଦାବି: ଓକିଲ ସଂଘର ଧାରଣା

ତିହିଡି,୨୯।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହଡ଼ି ଓକିଲ ସଂଘ ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ତିହିଡ଼ି ତହସିଲ କାର୍ଯ୍ୟାଳୟ ପରିସରରେ ଧାରଣା ଦିଆଯାଇଛି। ତିହିଡିରେ ସିଭିଲ୍‌ ଜଜ୍‌ ଜୁନିୟର ଡିଭିଜନ(ଜେଏମ୍‌ଏଫ୍‌ସି) କୋର୍ଟ ପ୍ରତିଷ୍ଠା ଦାବିରେ ଏହି ପଦକ୍ଷେପ ନିିଆଯାଇଛି। ସଂଘର ସଭାପତି ସୂର୍ଯ୍ୟ...

ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା, ଅପମୃତ୍ୟୁ ମାମଲା ରୁଜୁ କଲା ତିହିଡ଼ି ପୋଲିସ

ତିହିଡି,୨୯।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡି ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ବିଦ୍ୟାଧରପୁର ଗ୍ରାମର ଜଣେ ଯୁବକ ଗୁରୁବାର ସକାଳେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସୁଶାନ୍ତ ବେହେରା(୨୫)। ମାନସିକ ବିକୃତି ଯୋଗୁ ସେ ଆତ୍ମହତ୍ୟା କରିଥିବା ତାଙ୍କ...

ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଭଦ୍ରକ ଅଫିସ,୨୯।୮: ଭଦ୍ରକ ଟାଉନ ପୋଲିସ ଗୁରୁବାର ବାଇପାସ୍‌ ଛକ ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଜବତ କରିଛି। ଯୁବକଙ୍କ ଦୁଇ ହାତରେ ସାଲାଇନ ଦିଆଯାଉଥିବା ଭେନ ପ୍ଲାଗ ଲାଗିଥିବାରୁ ସେ ମେଡିକାଲରୁ ପଳାଇ ଆସିଥିବା ବେଳେ ରାସ୍ତାରେ...

ସ୍ବଚ୍ଛଭାରତ ମିଶନ: ୧୯,୧୬୧ ପାଇଖାନା ଅସମ୍ପୂର୍ଣ୍ଣ

ବାସୁଦେବପୁର, ୨୯।୮ (ଡି.ଏନ.ଏ.) – କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ବଚ୍ଛ ଭାରତ ମିଶନ(ଗ୍ରାମୀଣ)ରେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ ଲକ୍ଷ୍ୟ ଧାର୍ଯ୍ୟ ଥିବା ୩୯,୫୫୫ଟି ପାଇଖାନା ମଧ୍ୟରୁ ୨୦,୩୯୪ଟି ନିର୍ମାଣ ସରିଛି। ୧୯,୧୬୧ ପାଇଖାନା ନିର୍ମାଣାଧୀନ ରହିଥିବା ବେଳେ...

ବରପଦା-ଆଗରପଡ଼ା ରାସ୍ତା ପୁନଃନିର୍ମାଣ ନ ହେଲେ ଆନ୍ଦୋଳନ

ବନ୍ତ,୨୮।୮(ସ୍ବ.ପ୍ର.): ଭଦ୍ରକ ଜିଲା ବରପଦା-ଆଗରପଡ଼ା ପୂର୍ତ୍ତ ବିଭାଗ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଆଗାମୀ ୧୫ ଦିନ ମଧ୍ୟରେ ଏହି ରାସ୍ତା ପୁନଃନିର୍ମାଣ କରାଯିବାକୁ ଭାରତର କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦୀ) ପକ୍ଷରୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରାଯାଇଛି। ଦାବି ପୂରଣ ନ...

ପୋଲିସ ହସ୍ତକ୍ଷେପ ପରେ ସ୍କୁଲରୁ ଖୋଲିଲା ତାଲା

ଆରଡ଼ି,୨୮ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ବାପୁଜୀ ନୋଡାଲ ହାଇସ୍କୁଲ କ୍ଲଷ୍ଟର ଅଧୀନ ବାଙ୍କସାହି ପ୍ରାଥମିକ ବିଦ୍ୟାଳୟରେ ବୁଧବାର କିଛି ଛାତ୍ରଙ୍କ ଅଭିଭାବକ ତାଲା ପକାଇ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ବିଶ୍ବାଳ ଏ ନେଇ ଧୁଷୁରୀ ଥାନାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri