ଭଦ୍ରକ

ଲାଞ୍ଚ ନେଇ ଧରାପଡ଼ିଲେ ସମବାୟ ସମିତି ସମ୍ପାଦକ

ଭଦ୍ରକ ଅଫିସ,୧୪।୩: ଭଦ୍ରକ ଜିଲା ଚଣ୍ଡୀଗାଁ ସେବା ସମବାୟ ସମିତି ସମ୍ପାଦକ ତପନ କୁମାର ନାୟକ ସୋମବାର ରାତିରେ ଜଣେ ଚାଷୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ, ଚଣ୍ଡୀଗାଁ ପଞ୍ଚାୟତର ଚାଷୀ...

ଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ଭଦ୍ରକ ଅଫିସ, ୧୩।୩: ୧୬ ନଂ. ଜାତୀୟ ରାଜପଥର ହୋଟେଲ ଓରିଆନ ନିକଟରେ ସୋମବାର ସକାଳେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ମୃତକ ହେଉଛନ୍ତି ଗ୍ରାମାଞ୍ଚଳ ଥାନା ଅଧୀନ ଗଢ଼ିଆଳି ଗ୍ରାମର ଅଜୟ ସାହୁ...

ରାମନବମୀ ମହୋତ୍ସବ ଉପଲକ୍ଷେ ଗଣଦୌଡ଼

ଭଦ୍ରକ ଅଫିସ,୧୨।୩: ଶ୍ରୀରାମ ମହାଯଜ୍ଞ ସମିତି ଭଦ୍ରକ ପକ୍ଷରୁ ଶ୍ରୀରାମ ନବମୀ ମହୋତ୍ସବ ଉପଲକ୍ଷେ ରବିବାର ମାତୃଭୂମି ପାଇଁ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ତାରିଣୀ ମନ୍ଦିରରୁ ଗଣଦୌଡ଼ ଆରମ୍ଭ ହୋଇ ୨ କିମି ସହର...

ବେଆଇନ କୁକୁଡ଼ା ଫାର୍ମ ନିର୍ମାଣ ବନ୍ଦ ଦାବିରେ ଧାରଣା

ଭଦ୍ରକ ଅଫିସ,୧୦ା୩: ଭଦ୍ରକ ଜିଲା ଧାମନଗର ବ୍ଲକ ରଇପୁର ଗ୍ରାମରେ ଏକ ବେଆଇନ କୁକୁଡ଼ା ଫାର୍ମ ନିର୍ମାଣ ବନ୍ଦ ଦାବିରେ ଗ୍ରାମବାସୀ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ଗ୍ରାମର ଦକ୍ଷିଣ ପାର୍ଶ୍ୱରେ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି...

୩୧୮ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି ୨୧,୦୩୭ ଛାତ୍ରୀଛାତ୍ର

ଭଦ୍ରକ ଅଫିସ,୧୦ା୩: ଶୁକ୍ରବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା ବା ସମେଟିଭ୍‌-୨ ପରୀକ୍ଷା। ଜିଲାର ମୋଟ୍‌ ୩୧୮ଟି ଉଚ୍ଚ ବିଦ୍ୟାଳୟର ୨୧୦୩୭ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ୭ଟି ବ୍ଳକରେ ମୋଟ୍‌ ୧୧୫ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ...

ମେଳଣରେ ସାମିଲ ହେଲା ୬୦ରୁ ଊର୍ଦ୍ଧ୍ୱ ଦୋଳ ବିମାନ

ଭଦ୍ରକ ଅଫିସ,୮।୩: ଭଦ୍ରକ ଜିଲା ଅଗରପଡ଼ା ରାମଗଡ଼ ମେଳଣରେ ୬୦ରୁ ଊର୍ଦ୍ଧ୍ୱ ଦୋଳ ବିମାନ ସାମିଲ ହୋଇଛନ୍ତି। ବୁଧବାର ଭୋରରୁ ରାଜାଗଡ଼, ପୁରୁଷଣ୍ଢ, କାଣ୍ଡବା, ମହାନ୍ତିପଡ଼ା, ନୂଆପୋଖରୀ ଆଦି ବିଭିନ୍ନ ଗ୍ରାମରୁ ସୁସଜ୍ଜିତ ରାଧାକୃଷ୍ଣଙ୍କ ବିମାନ ରାଜାଗଡ଼ଠାରେ ଏକତ୍ରିତ ହୋଇଥିଲେ...

ଭଦ୍ରକ-ପୁରୀ ମେମୁ ଟ୍ରେନ୍‌ ଚଳାଇବା ଦାବିରେ ରେଲ୍‌ରୋକୋ

ଭଦ୍ରକ ଅଫିସ,୭।୩: ଭଦ୍ରକ-ପୁରୀ ମେମୁ ଟ୍ରେନ୍‌ ଚଳାଇବା ଦାବିରେ ମଙ୍ଗଳବାର ପୂର୍ବତନ ବିଧାୟକ ନରେନ ପଲେଇ ଓ ତାଙ୍କ ସମର୍ଥକ ଭଦ୍ରକଠାରେ ରେଳରୋକୋ କରିଛନ୍ତି l ସକାଳ ୭ଟାରେ ସମର୍ଥକମାନଙ୍କ ସହ ଭଦ୍ରକ ଚରମ୍ପା ଷ୍ଟେଶନର ଦକ୍ଷିଣ ପାର୍ଶ୍ୱ ୧୦୮...

‘ସରକାରୀ ଯୋଜନାର ସୁବିଧା ନେଇ ସ୍ବାବଲମ୍ବୀ ହୋଇପାରିବେ ମହିଳା’

ଭଦ୍ରକ ଅଫିସ,୭।୩: ବିଭିନ୍ନ ସରକାରୀ ଯୋଜନାର ସବ୍‌ସିଡି ବ୍ୟବସ୍ଥା ରହିଛି। ଏହାର ସୁଯୋଗ ନେଇ ସ୍ବୟଂସହାୟକ ଗୋଷ୍ଠୀ ମହିଳାମାନେ ଉଦ୍ୟୋଗୀ ହୋଇ ସ୍ବାବଲମ୍ବୀ ହୋଇପାରିବେ। ଏଥିସହ ଅନ୍ୟମାନଙ୍କୁ କର୍ମନିଯୁକ୍ତି ଦେଇ ରୋଜଗାରକ୍ଷମ କରିପାରିବେ ବୋଲି ଭଦ୍ରକ ଜିଲାସ୍ତରୀୟ ୫ଦିନିଆ ଉଦ୍ୟୋଗୀ...

ଯୌତୁକ ନିର୍ଯାତନା ମାମଲା: ସ୍ବାମୀଙ୍କୁ ବର୍ଷେ ସଶ୍ରମ କାରାଦଣ୍ଡ

ଭଦ୍ରକ ଅଫିସ,୬।୩: ଭଦ୍ରକ ଏସ୍‌ଡିଜେଏମ୍‌ ଚିନ୍ମୟ କୁମାର ପାଢ଼ୀ ସୋମବାର ଏକ ଯୌତୁକ ନିର୍ଯାତନା ମାମଲାର ବିଚାର କରି ତିହିଡ଼ି ଥାନା ଅଧୀନ ତଳବନ୍ଧ ଗ୍ରାମର ଅକ୍ଷୟ କୁମାର ବେହେରାଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡ ସହ ୩ ହଜାର...

‘ମୋ ଝିଅକୁ ହତ୍ୟା କରାଯାଇଛି’

ପଦ୍ମପୁର,୬।୩(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ପଞ୍ଚାୟତ ଖେଡୁଆଳପୁର ଗ୍ରାମରେ ପୂଜାରାଣୀ ପୁହାଣ ନାମ୍ନୀ ଯୁବତୀ ଗତ ୨ ତାରିଖରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏନେଇ ନାୟକାଣିଡିହୀ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୫/୨୩)...

ଗାଁରେ ବ୍ରାଇଡାଲ ମେକ୍‌ଅପ୍‌ ଦେବେ ଏସ୍‌ଏଚ୍‌ଜି ସଦସ୍ୟା

ଭଦ୍ରକ ଅଫିସ,୬ା୩:ଏବେ ଗଁାରେ ମିଳିବ ମେକ୍‌ଅପ୍‌ ସୁବିଧା। ବ୍ରାଇଡାଲ ମେକ୍‌ଅପ୍‌ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ପାର୍ଲର ସେବା ଗଁାର ଯୁବତୀ ଓ ମହିଳାମାନେ ପାଇପାରିବେ। ସ୍ବୟଂସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟାମାନଙ୍କ ଦ୍ୱାରା ଏହି ସୁବିଧା ପାଇଁ ମିଶନ ଶକ୍ତି...

ଶ୍ରମିକଙ୍କ ପାଇଁ ଦିନ ୧୧ରୁ ୩ କାର୍ଯ୍ୟ ବନ୍ଦ

ଭଦ୍ରକ ଅଫିସ,୫।୩: ସମ୍ଭାବ୍ୟ ଅଂଶୁଘାତ ମୁକାବିଲା ପାଇଁ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଜିଲା ଜରୁରୀକାଳୀନ ବିଭାଗ ସଂଯୋଜନାରେ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏଥିରେ ଅଧ୍ୟକ୍ଷତା କରିଥିଲେ। ଜିଲାରେ ପାନୀୟ ଜଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri