ଭଦ୍ରକ

ରେଳ କର୍ମଚାରୀଙ୍କୁ ବାନ୍ଧି ଲୁଟିନେଲେ ୭ ଲକ୍ଷ ଟଙ୍କାର ସାମଗ୍ରୀ

ଭଦ୍ରକ ଅଫିସ,୨୪।୨: ଭଦ୍ରକ ରେଳ ଷ୍ଟେଶନ ନିକଟ ୧୧୯ ନମ୍ବର ଗେଟ୍‌ ନିକଟ ବିଦ୍ୟୁତ ଅଫିସରୁ ଗୁରୁବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ରେଳ କର୍ମଚାରୀଙ୍କୁ ବାନ୍ଧି ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଦୁର୍ବୃତ୍ତ ଲୁଟି ନେଇଛନ୍ତି। ସୂଚନାମୁତାବକ,...

ୟୁଟ୍ୟୁବ୍‌ରୁ ସାପ ଧରା କୌଶଳ ଦେଖି ଓଡ଼ିଶାର ସାପ ଧରାଳିଙ୍କୁ ଭେଟିଲେ ବିଦେଶୀ ଦମ୍ପତି

ଭଦ୍ରକ ଅଫିସ,୨୪ା୨: ଜୀବଜନ୍ତୁମାନଙ୍କୁ ଭଲପାଉଥିବା ବିଦେଶୀ ଦମ୍ପତି ଭଦ୍ରକର ସାପ ଧରାଳି ମିର୍ଜା ଆରିଫଙ୍କୁ ଶୁକ୍ରବାର ଦେଖା କରି ତାଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ୟୁଟ୍ୟୁବ୍‌ରୁ ମିର୍ଜାଙ୍କର ସାପ ଧରିବାର କଳା କୌଶଳ ଦେଖିବା ପରେ ସୁଦୂର ଆମେରିକାରୁ ସ୍ବାମୀ...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ବିଧାୟକ

ଭଦ୍ରକ,୨୪ା୨: ଭଦ୍ରକରେ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ। ବାରମ୍ବାର ଧାରଣା ଓ ଦାବି କରାଯାଉଥିଲେ ମଧ୍ୟ ଭଦ୍ରକବାସୀଙ୍କୁ ସରକାର ଅବହେଳା କରୁଛନ୍ତି। ଉକ୍ତ ଦାବି ସମେତ...

୧୧ ଦିନ ପାଇଁ ୫୭ ଟ୍ରେନ୍‌ ବାତିଲ

ଭଦ୍ରକ ଅଫିସ,୨୪ା୨:ଦକ୍ଷିଣ-ପୂର୍ବ ରେଳପଥ ଖଡଗପୁର ଡିଭିଜନ ଅଧୀନ ଭଦ୍ରକ ରାଣୀତାଲ ରେଳଷ୍ଟେଶନ ନିକଟରେ ଭଦ୍ରକ-ନାରାୟଣଗଡ଼ ତୃତୀୟ ଲାଇନ ରେଳପଥ ନିର୍ମାଣ ଲାଗି ଆସନ୍ତା ୨୫ ତାରିଖଠାରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ୧୧ ଦିନ ପାଇଁ ୫୭ଟି ଟ୍ରେନ୍‌ ବାତିଲ କରାଯାଇଛି।...

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ

ଭଦ୍ରକ ଅଫିସ, ୨୧।୨: ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକ ପରିବାର ଆମରଣ ଅନଶନରେ ବସିଛନ୍ତି। ବିନା କବଲାରେ ଜମି ମାଲିକଙ୍କ ଅଗୋଚରରେ ଅନ୍ୟ ବ୍ୟକ୍ତିଙ୍କ ନାମକୁ ଜମି ଚାଲି ଯାଇଥିଲା। ଉକ୍ତ ଜମିକୁ ନିଜ ନାମକୁ ଫେରାଇ ଆଣିବା...

ନକଲି ଜର୍ଦା ଜବତ: ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଭଦ୍ରକ ଅଫିସ,୨୧।୨: ଭଦ୍ରକ ପୁରୁଣାବଜ଼ାର ଥାନା କାଯିମହଲାରୁ ପୋଲିସ ନକଲି ଜର୍ଦା ସହ ଏଥିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ସୋମବାର ଜବତ କରିଛି। ଘଟଣାରେ ସମ୍ପୃକ୍ତ ସେକ୍‌ ଅବଦୁଲ କୁମାରଙ୍କୁ ଗିରଫ କରାଯାଇଥିବା ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ସିଟି...

୫ ବର୍ଷ ବିତିଲା, ଦାବି ପୂରଣ ହେଲାନି

ଭଦ୍ରକ ଅଫିସ, ୨୧।୨: ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ପକ୍ଷରୁ ପ୍ରାଣୀଧନ ନିରୀକ୍ଷକମାନଙ୍କ ଦରମାରେ ଥିବା ଅସଙ୍ଗତି ଦୂର କରିବା, କ୍ୟାଡର ପୁନର୍ଗଠନ, ଦୁଇବର୍ଷିଆ ଡିପ୍ଲୋମା ଓ ତା’ର ନାମକରଣ, କାର୍ଯ୍ୟସାରଣୀର ସଂଶୋଧନ ଆଦି ଦାବି ହୋଇଛି। ଏନେଇ...

୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜର୍ଦ୍ଦା ଜବତ, ଜଣେ ଅଟକ

ଭଦ୍ରକ ଅଫିସ, ୨୦।୨: ଭଦ୍ରକ ପୁରୁଣାବଜାର ଥାନା ଅଧୀନ କାଜିସାହିରେ ପୋଲିସ ସୋମବାର ଚଢ଼ାଉ କରି ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ଜର୍ଦ୍ଦା ଓ ତିଆରି ସାମଗ୍ରୀ ଜବତ କରିଛି। ଉକ୍ତ ଗ୍ରାମରେ ଦୁଇଜଣ ବ୍ୟକ୍ତି ବେଆଇନ ଭାବେ...

ଚଳଚଞ୍ଚଳ ତପନେଶ୍ୱର ପୀଠ

ଧୁଷୂରୀ, ୧୮ା୨(ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଭଗବାନପୁର ପଞ୍ଚାୟତ ଇଛଦା ଗ୍ରାମରେ ଥିବା ତପନେଶ୍ୱର ପୀଠ ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି। ଶନିବାର ମହାଶିବରାତ୍ରି ଉପଲକ୍ଷେ ମନ୍ଦିର ପରିସର ସଜ୍ଜିତ କରାଯାଇଛି। ପ୍ରବଳ ଭିଡ଼କୁ ଦୃଷ୍ଟିରେ...

ଆଜି ମହାଶିବରାତ୍ରି: ସୁନାବେଶରେ ଦର୍ଶନ ଦେବେ ଆଖଣ୍ଡଳମଣି

ଆରଡି,୧୮।୨( ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡି ମହାଶିବରାତ୍ରି ପାଇଁ ଉତ୍ସବମୁଖର ହୋଇଉଠିଛି । ଭୋର ୪ଟାରୁ ବାବାଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି । ହରିବୋଲ, ହୁଳହୁଳି, ଓଁନମୋ ଶିବାୟ ଧ୍ବନିରେ ମନ୍ଦିର ପରିସର...

ମହାଶିବରାତ୍ରି: ଆଖଣ୍ଡଳମଣିରେ ବଢ଼ିଲା ସୁରକ୍ଷା

ଆରଡ଼ି,୧୭।୨(ଡି.ଏନ.ଏ.): ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠ ଦୁଇବର୍ଷ ପରେ ପୁଣି ମହାଶିବରାତ୍ରିରେ ଉତ୍ସବମୁଖର ହେବ। ଏନେଇ ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ଦ୍ୱାରା ଶିବରାତ୍ରି ନୀତିକାନ୍ତି ପ୍ରସ୍ତୁତ...

ଆଖଣ୍ଡଳମଣି ପୀଠରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଆରଡ଼ି,୧୭।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠର ଉନ୍ନତୀକରଣ ପାଇଁ ୬ବର୍ଷ ତଳେ ୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ତଦନୁଯାୟୀ କାର୍ଯ୍ୟ ମଧ୍ୟ ଚାଲୁ ରହିଥିଲା। ନଭେମ୍ବର ସୁଦ୍ଧା ମନ୍ଦିର ବେଢ଼ା ସମ୍ପ୍ରସାରଣ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri