କଟକ

ସ୍ବାମୀଙ୍କ ଇକ୍‌ମୋ ଚିକିତ୍ସା ଲାଗି ସ୍ତ୍ରୀ କରିଥିଲେ ଗୁହାରୀ; ହେଲେ ଆଖି ବୁଜିଲେ ଦିବ୍ୟରଞ୍ଜନ

ଆଠଗଡ଼,୧୩।୭(ସ୍ବ.ପ୍ର.): ବିବାହର ମାତ୍ର ବର୍ଷେ ପରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି କଟକର ଦିବ୍ୟରଞ୍ଜନ ବେହେରା। ସ୍ତ୍ରୀ ପ୍ରତିଭା ପ୍ରୀୟଦର୍ଶୀନୀ ଓ ୩ ମାସର ପୁଅକୁ ଏକା କରି ସେ ଚାଲିଯାଇଛନ୍ତି। ତେବେ କରୋନା ସଂକ୍ରମିତ ହୋଇ ଗୁରୁତର ହୋଇଥିଲେ ସେ।...

ହାତୀ ଆକ୍ରମଣରେ ବୃଦ୍ଧା ମୃତ

ଚୌଦ୍ୱାର,୧୧ା୭(ଡି.ଏନ୍‌.ଏ): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ମହିଷାଲଣ୍ଡା ଗ୍ରାମରେ ରବିବାର ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସରସ୍ବତୀ ଜେନା। ସକାଳେ ହାତୀ ଆକ୍ରମଣରେ ସରସ୍ବତୀ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ...

ଭିମସାରରେ ଚିକିତ୍ସା ଅବହେଳା ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ ଅଫିସ, ୧୦।୭: କରୋନାର ଦ୍ୱିତୀୟ ଲହର ସମୟରେ ବୁର୍ଲା ଭିମସାରରେ ସଂକ୍ରମିତଙ୍କ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ତଦନ୍ତ ପାଇଁ ଶନିବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର...

କମିଶନରେଟ୍‌ ପୋଲିସ କବ୍‌ଜାରେ ୨ ଆନ୍ତଃ ରାଜ୍ୟ ସାଇବର ଠକ

କଟକ ଅଫିସ, ୧୧ା୭:କମିଶନରେଟ୍‌ ପୋଲିସର ସ୍ବତନ୍ତ୍ର ଟିମ୍‌ ୨ଜଣ ଆନ୍ତଃରାଜ୍ୟ ସାଇବର ଠକଙ୍କୁ ଗିରଫ କରିଛି। ସେମାନେ ହେଲେ ବିହାର ଦରଭଙ୍ଗା ଅଞ୍ଚଳର ଅନିଳେଶ ଆନନ୍ଦ(୨୩) ଓ ପଶ୍ଚିମବଙ୍ଗ ପଶ୍ଚିମ ବର୍ଦ୍ଧମାନ ଅଞ୍ଚଳର ଅଙ୍କିତ ରୟ(୨୩)। ସେମାନଙ୍କଠାରୁ ପୋଲିସ ୨୫...

ବର୍ଷାଙ୍କ ବିରୋଧରେ ପୁଣି ଅଭିଯୋଗ

କଟକ ଅଫିସ, ୯ା୭:ପାରିବାରିକ ବିବାଦ ମାମଲାରେ କେନ୍ଦ୍ରାପଡା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଗୁରୁବାର କଟକ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି, ଅଭିନେତ୍ରୀ ତଥା ସ୍ତ୍ରୀ ବର୍ଷା ତାଙ୍କ ବିରୋଧରେ ଷଡଯନ୍ତ୍ର କରିବା ସହ...

ମାଟ୍ରିକ ଫଳକୁ ନେଇ ଅଭିଭାବକ ଅସନ୍ତୁଷ୍ଟ

କଟକ ଅଫିସ,୮।୭: ଚଳିତବର୍ଷ ମାଟ୍ରିକ ଫଳକୁ ନେଇ ଝାରସୁଗୁଡାର ଜଣେ ଅଭିଭାବକ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କ ପୁତ୍ରଙ୍କ ସାନି ମୂଲ୍ୟାୟନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆବେଦନକାରୀ ନିରାକାର ପାରୁୱାଙ୍କ ପକ୍ଷରୁ ଆଇନଜୀବୀ ଆଶିଷ ମିଶ୍ର ଏ...

ଏସ୍‌ସିବିରେ ୯ ଇକ୍‌ମୋ ମେଶିନ ଲାଗିବ

ଭୁବନେଶ୍ୱର, ୮।୭(ବ୍ୟୁରୋ): କଟକ ଏସ୍‌ସିବି ମେଡିକାଲ ଓ କଲେଜରେ ୯ଟି ଇକ୍‌ମୋ ମେଶିନ ଲାଗିବ। ଏନେଇ ବୁଧବାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ...

ବର୍ଷାରେ କଟକ ଜଳମଗ୍ନ

କଟକ ଅଫିସ, ୭ା୭:ମଙ୍ଗଳବାର ସନ୍ଧ୍ୟାରେ ପ୍ରବଳ ବର୍ଷାଯୋଗୁ କଟକର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି। ବର୍ଷା ପୂର୍ବରୁ ସହରରେ ନାଳରୁ ପଙ୍କୋଦ୍ଧାର କାର୍ଯ୍ୟ ଶେଷ ହୋଇ ନ ଥିବାରୁ ଏଭଳି ଜଳବନ୍ଦୀ ସ୍ଥିତି ଉପୁଜିଥିଲା। ବିଶେଷକରି ସହରର ମୁଖ୍ୟ ରାସ୍ତାରେ...

ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା ଫର୍ମ ପୂରଣ ଆରମ୍ଭ

କଟକ ଅଫିସ,୬।୭: ଚଳିତବର୍ଷ ମାଟ୍ରିକ ଫଳ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରୀଛାତ୍ରମାନେ କରୋନା କଟକଣା ମଧ୍ୟରେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବେ। ଏଥିପାଇଁ ସୋମବାରଠାରୁ ଫର୍ମ ପୂରଣ ଆରମ୍ଭ ହୋଇଛି। ଛାତ୍ରୀଛାତ୍ରମାନେ ବୋର୍ଡ ୱେବ୍‌ସାଇଟ୍‌(www.bseodisha.ac.in)ରେ ଆସନ୍ତା ୧୪ ତାରିଖ ମଧ୍ୟରେ ଫର୍ମ...

୨୦ ସୁଦ୍ଧା ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କର: ହାଇକୋର୍ଟ

କଟକ ଅଫିସ,୬।୭: କୋଭିଡ୍‌ଜନିତ ମୃତ୍ୟୁର ଅଡିଟ୍‌ ପ୍ରସଙ୍ଗରେ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ସୋମବାର ହାଇକୋର୍ଟରେ ହୋଇଥିଲା। ଏଥିରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଥିଲେ। ହେଲେ କୋଭିଡ୍‌ ମୃତ୍ୟୁ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିପାରି ନ ଥିଲେ।...

ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଆଜିଠାରୁ ଅନ୍‌ଲାଇନ୍‌ ଆବେଦନ

କଟକ ଅଫିସ,୫ା୭: ଆଜିଠାରୁ ମାଟ୍ରିକ ଅଫ୍‌ଲାଇନ ପରୀକ୍ଷା ପାଇଁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହେଉଛି। ପରୀକ୍ଷାଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରୀଛାତ୍ର ଏହାର ସୁଯୋଗ ନେଇପାରିବେ। ଚଳିତ ବର୍ଷ ଫର୍ମ ପୂରଣ ଲାଗି କୌଣସି ଫି’ ଦେବାକୁ ପଡ଼ିବ ନାହିଁ...

ସାପୁଆ ନଦୀ ପ୍ରଦୂଷଣ ମୁକ୍ତ ଦାବି

ଆଠଗଡ,୪ା୭(ସ୍ବ.ପ୍ର.): ସାପୁଆ ନଦୀକୁ ପ୍ରଦୂଷଣ ମୁକ୍ତ ଓ ଗୋଡ଼ିଝରିଆ ଜଳ ଯୋଗାଣ ପ୍ରକଳ୍ପରୁ ପାନୀୟଜଳ ଯୋଗାଇବାକୁ ଆଠଗଡ କଂଗ୍ରେସ ପକ୍ଷରୁ ଶନିବାର ଦାବି କରାଯାଇଛି। ଏନେଇ ଦଳୀୟ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ବିଧାୟକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri