କଟକ

ଆହାର କେନ୍ଦ୍ର ଆଗରେ ଲମ୍ବା ଧାଡି

କଟକ,୨୦।୬(ଶିଳ୍ପା ପ୍ରିୟଦର୍ଶିନୀ)ଏସ୍‌ସିବି ମେଡିକାଲରେ ଯୋଜନାରେ ସୀମିତ ରହିଛି ଦ୍ୱିତୀୟ ଆହାର କେନ୍ଦ୍ର। ମେଡିକାଲ ପରିସରରେ ଥିବା ଗୋଟିଏ ଆହାର କେନ୍ଦ୍ର ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଖାଦ୍ୟର ଚାହିଦା ପୂରଣ କରିପାରୁନାହିଁ। ଫଳରେ ଲମ୍ବା ଧାଡ଼ିରେ ସେମାନେ ଉକ୍ତ ଆହାର...

ପ୍ରକାଶ ପାଇଲା OSSTET ରେଜଲ୍ଟ, ଜାଣନ୍ତୁ କେମିତି କରିବେ ଡାଉନ୍‌ଲୋଡ୍‌

କଟକ,୧୯ା୬(କାର୍ତ୍ତିକ ସାହୁ): ବୁଧବାର ପ୍ରକାଶ ପାଇଛି ଓଏସ୍‌ଏସ୍‌ଟିଇଟି ରେଜଲ୍ଟ। (ODISHA SECONDARY SCHOOL TEACHER ELIGIBILITY TEST)। ଏହି ରେଜଲ୍ଟ ଜାଣିବା ପାଇଁ www.bseodisha.ac.inରେ ଲଗ୍‌ ଇନ୍‌ କରିବାକୁ କୁହାଯାଇଛି। ପରୀକ୍ଷାର୍ଥୀମାନେ ଓ୍ବେବ୍‌ସାଇଟ୍‌ରୁ ଡିଜିଟାଲ ସାର୍ଟିଫିକେଟ ବି ପାଇପାରିବେ ।...

ଶୁଟିଂ ସାରି ଫେରୁଥିବାବେଳେ ଅଘଟଣ: ଟ୍ରକ୍‌କୁ ପିଟିଲା କାର୍‌, ଜଣେ ମୃତ

କଟକ,୧୯।୬(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଜିଲା ତ୍ରିଶୁଳିଆ କାଜିପାଟଣା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଟ୍ରକ୍‌କୁ ପିଟିଦେଇଛି କାର୍‌। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ କଟକ...

କାଠଯୋଡ଼ିରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

କଟକ,୧୫ା୬(କାର୍ତ୍ତିକ ସାହୁ): କାଠଯୋଡ଼ି ନଦୀରେ ଗାଧୋଇବା ବେଳେ ପାଣିରେ ବୁଡ଼ିଯାଇ ନିଖୋଜ ଯୁବକଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଲେ ବାଦାମବାଡ଼ି ଥାନା ଅନ୍ତର୍ଗତ ପାଲାମଣ୍ଡପ ଅଞ୍ଚଳର ବିଶ୍ୱଜିତ୍‌ ପଲେଇ(୨୧)। ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନରେ ...

ବାଣ ବିସ୍ଫୋରଣରେ ହାବିଲଦାର ମୃତ ଘଟଣା: ୫୦ ଲକ୍ଷ କ୍ଷତିପୂରଣ ଦେବାକୁ ଓଏଚ୍‌ଆର୍‌ସିରେ ମାମଲା

କଟକ,୧୫ା୬(କାର୍ତ୍ତିକ ସାହୁ): କଟକ ସଦର ଥାନାର କାର୍ଯ୍ୟରତ ହାବିଲଦାର ପ୍ରଦୀପ କୁମାର ମଲ୍ଲିକ ଗତ ୧୪ ତାରିଖରେ ବାଣ ନିଷ୍କ୍ରିୟ କରୁଥିବା ବେଳେ ବିସ୍ଫୋରଣରେ ମୃତ୍ୟୁବରଣ କରିବା ଘଟଣାକୁ ନେଇ ଓଡ଼ିଶା ମାନବ ଅଧିକାର କମିଶନ(ଓଏଚ୍‌ଆର୍‌ସିରେ )ଙ୍କ ନିକଟରେ ଶନିବାର...

ନିଷ୍କ୍ରିୟ ବେଳେ ଫୁଟିଲା ବୋମା, ହାବିଲଦାର ମୃତ

କଟକ/ଫୁଲନଖରା,୧୪ା୬(କାର୍ତ୍ତିକ ସାହୁ/ସତ୍ୟ ରଞ୍ଜନ ଦାସମହାପାତ୍ର): କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ବ୍ରିଜ ନିକଟରେ ବୋମା ନିଷ୍କ୍ରିୟ ଦଳ ବୋମା ନିଷ୍କ୍ରିୟ କରୁଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ କଟକ ରିଜର୍ଭ ପୋଲିସର ବାଣ ନିଷ୍କ୍ରିୟ ଟିମ୍‌ର...

ପିଠା ଖିଆ, ଦୋଳିଖେଳରେ ମନ

କଟକ,୧୪ା୬(ଶିଳ୍ପା ପ୍ରିୟଦର୍ଶିନୀ): ଆନନ୍ଦ ଉଲ୍ଲାସର ପର୍ବ ‘ରଜ’। ଯାହାକୁ ପ୍ରତ୍ୟେକ ଓଡ଼ିଆ ଅପେକ୍ଷା କରି ରହିଥାନ୍ତି। ପୋଡପିଠାଠାରୁ ଆରମ୍ଭ କରି ରଜ ପାନ ଖିଆ ଓ ଦୋଳି ଖେଳ ପର୍ବକୁ ଆହୁରି ଆକର୍ଷଣୀୟ କରିଥାଏ। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ...

ବିଧାୟକ, ଏମ୍‌ପିଙ୍କ ବିରୋଧରେ ୪୩୪ ମାମଲା ବିଚାରାଧୀନ

କଟକ,୧୪ା୬ (କାର୍ତ୍ତିକ ସାହୁ): ହାଇକୋର୍ଟ ୱେବ୍‌ସାଇଟ୍‌ରେ ସଦ୍ୟ ପ୍ରକାଶିତ ସୂଚନା ଅନୁସାରେ ଓଡ଼ିଶାର ବିଭିନ୍ନ କୋର୍ଟରେ ଏମ୍‌ପି ଓ ବିଧାୟକଙ୍କ ବିରୋଧରେ ୪୩୪ଟି ମାମଲା ବିଚାରାଧୀନ ରହିଛି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୮୨ଟି ମାମଲା ବିଚାରାଧୀନ ରହିଛି। ଏଥିସହ...

କଟକରେ ନିର୍ବାଚନୀ ସଙ୍ଗୀତ ପ୍ରସ୍ତୁତି କରିଥିଲେ ମୋହନ

କଟକ, ୧୨ା୬(ଶିଳ୍ପା ପ୍ରିୟଦର୍ଶିନୀ):କେନ୍ଦୁଝରର ବିଧାୟକ ମୋହନ ଚରଣ ମାଝିଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରାଯିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି। ବୁଧବାର ବିଧିବଦ୍ଧ ଭାବେ ସେ ଶପଥ ଗ୍ରହଣ କରିବେ। ଏଥିପାଇଁ ରାଜ୍ୟର କୋଣ ଅନୁକୋଣରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।...

‘ପାକିସ୍ତାନ ଜିନ୍ଦାବାଦ ନାରା’ ଅଭିଯୋଗକୁ ନେଇ ମୁହଁ ଖୋଲିଲେ ସୋଫିଆ

କଟକ, ୧୧ା୬: ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀର ନବନିର୍ବାଚିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ସେ ମତ ରଖିଛନ୍ତି। ଏକ ଭିଡିଓ ଶେୟାର କରି ସେ କହିଛନ୍ତି, ବାରବାଟୀ-କଟକରେ ଏକ ନିନ୍ଦନୀୟ ଘଟଣା ଘଟିଛି। ୧୩...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କର: ହାଇକୋର୍ଟ

କଟକ,୧୦ା୬(କାର୍ତ୍ତିକ ସାହୁ): ବେଆଇନ ଭାବେ ଗାଡ଼ିରେ ନାଲିବତୀ ବ୍ୟବହାରକୁ ବିରୋଧ କରି ରୁଜୁ ଜନହିତ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି। ଭାରତୀୟ ବିକାଶ ପରିଷଦ ପକ୍ଷରୁ  ରୁଜୁ ମାମଲାର  ଶୁଣାଣି କରି...

ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ: ସ୍ନାତକ, ସ୍ନାତକୋତ୍ତର, ବିଏଡ୍‌ ପରୀକ୍ଷାଫଳ ପ୍ରକାଶ

କଟକ,୧୦ା୬(କାର୍ତ୍ତିକ ସାହୁ): ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକ, ସ୍ନାତକୋତ୍ତର ଓ ବିଏଡ୍‌ ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ସ୍ନାତକ ଶ୍ରେଣୀରେ ମୋଟ ୩୮୨ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୩୭ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସ୍ନାତକୋତ୍ତରରେ ୨୫୮ ଜଣ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri