କଟକ

ପୁଣି ଘାରିଲା ଦାଦାବଟି ଡର

କଟକ ଅଫିସ,୨୫।୮: କଟକ ସହରର ବ୍ୟବସାୟୀଙ୍କୁ ଏବେ ପୁଣି ଘାରିଛି ଦାଦାବଟି ଡର। ଗତ କିଛି ଦିନ ଭିତରେ ଦାଦାବଟି ଆଦାୟ ନେଇ ଅଭିଯୋଗର ତାଲିକା ବଢ଼ିବାରେ ଲାଗିଛି। ସୋମବାର ସମାନ ଅଭିଯୋଗରେ ବାଦାମବାଡ଼ି ଥାନା ପୋଲିସ ୩ ଜଣଙ୍କୁ...

ଡିଏସ୍‌ପି ସ୍ତରରେ ଅଦଳବଦଳ

କଟକ ଅଫିସ,୨୫।୮: ଓଡ଼ିଶା ପୋଲିସର ଡିଏସ୍‌ପି ସ୍ତରରେ ସୋମବାର ବଡ଼ ଧରଣର ଅଦଳବଦଳ ହୋଇଛି। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ (ବିପିଏସ୍‌ପିଏ)ରେ ତାଲିମ୍‌ ପରେ ୮ଜଣ କ୍ୟାଡେଟ୍‌ ଡିଏସ୍‌ପିଙ୍କୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ନିଯୁକ୍ତି ଦିଆଯାଇଛି। ସଞ୍ଜୟ ମହାପାତ୍ରଙ୍କୁ...

ଗୋଟିଏ କୋଠାରୁ ୨୪ ପଜିଟିଭ ଚିହ୍ନଟ: ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କଲା ସିଏମ୍‌ସି

କଟକ ଅଫିସ,୨୫।୮: କଟକ ସହରର ୨୬ ନମ୍ବର ୱାର୍ଡ଼ସ୍ଥିତ କୁମ୍ଭାରସାହିର ଗୋଟିଏ କୋଠାରୁ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ସେହି କୋଠାକୁ ସୋମବାର ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏଠାରେ ସମସ୍ତଙ୍କ କରୋନା...

ସମୟସୀମା ସ୍ପଷ୍ଟ କରନ୍ତୁ ସରକାର

କଟକ ଅଫିସ,୨୫।୮: କରୋନା ମହାମାରୀ ଯୋଗୁ ଦୀର୍ଘ ୫ ମାସ ଧରି ବନ୍ଦ ପଡ଼ିଥିବା ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ୨ଟି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ଏହାର ଶୁଣାଣି କରି ମନ୍ଦିର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ...

ଡିସେମ୍ବର ୩୧ ଯାଏ ଗାଡ଼ି କାଗଜପତ୍ର ଅବଧି ବୃଦ୍ଧି

କଟକ ଅଫିସ,୨୫।୮: ସମସ୍ତ ପ୍ରକାର ଯାନବାହନ କାଗଜପତ୍ରର ବୈଧତାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏନେଇ ଘୋଷଣା କରିବା ପରେ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ସୋମବାର ବିଜ୍ଞପ୍ତି...

ନାମଲେଖା ନାଁରେ ଠକେଇ: ୨ ଦଲାଲଙ୍କୁ ବାନ୍ଧିଲା ପୋଲିସ

କଟକ ଅଫିସ,୨୪ା୮-ରାଜ୍ୟର ଏକ ପ୍ରତିଷ୍ଠିତ ସରକାରୀ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଦେବାର ପ୍ରଲୋଭନ ଦେଖାଇ ଜଣେ ବିଦ୍ୟାର୍ଥୀଙ୍କୁ ଠକିଥିବା ୨ ଜଣ ଦଲାଲ ଗିରଫ ହୋଇଛନ୍ତି। ଏହି ଘଟଣା ମର୍କତନଗର ଥାନା ଅଞ୍ଚଳରେ ଘଟିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଭୁବନେଶ୍ୱର...

ଆଜି ଖୋର୍ଦ୍ଧାକୁ ଟପିଲା କଟକ, ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୪ା୮(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। କିଛିଦିନ ଧରି ଗଞ୍ଜାମରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଖୋର୍ଦ୍ଧା ଦ୍ୱିତୀୟ ସ୍ଥାନରେ ରହୁଥିଲା। ମାତ୍ର ସୋମବାର ଆକ୍ରାନ୍ତ ଚିହ୍ନଟରେ ଖୋର୍ଦ୍ଧାକୁ ଟପିଯାଇଛି କଟକ। ଆଜି...

ସମ୍ବେଦନଶୀଳ ଅଞ୍ଚଳରେ ଟେଷ୍ଟିଂକୁ ଗୁରୁତ୍ୱ

କଟକ ଅଫିସ,୨୪।୮: କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସେଥିଲାଗି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ଜିଲାରେ ଆର୍‌ଟି-ପିସିଆର ଓ ଆଣ୍ଟିଜେନ୍‌ ଟେଷ୍ଟରେ ୬୯ ହଜାର ୨୧୭ ନମୁନା ପରୀକ୍ଷା କରାଯାଇଛି। ସେଥିରୁ ୫,୧୭୪...

ଆଜିଠୁ କାର୍ଯ୍ୟକ୍ଷମ ହେବ ସଦ୍‌ଗୁରୁ କୋଭିଡ୍‌ ହସ୍ପିଟାଲ

କଟକ ଅଫିସ୍‌,୨୪ା୮: କଟକ ସହରରେ କରୋନା ଆକ୍ରାନ୍ତଙ୍କ ପାଇଁ ଅଧିକ ସଂଖ୍ୟାରେ ଶଯ୍ୟା ଆବଶ୍ୟକ ଥିଲା। ଏହି ଅଭାବକୁ ପୂରଣ କରିବା ପାଇଁ ସୋମବାର କାର୍ଯ୍ୟକ୍ଷମ ହେବ ସଦ୍‌ଗୁରୁ କୋଭିଡ୍‌ ହସ୍ପିଟାଲ। ୧୫୦ ଶଯ୍ୟାବିଶିଷ୍ଟ ଏହି ହସ୍ପିଟାଲରେ ଡାୟାଲିସିସ୍‌ ଓ...

ମୃତବ୍ୟକ୍ତିଙ୍କ ନମୁନା ପଜିଟିଭ୍‌: ଗ୍ରାମବାସୀ ଭୟଭୀତ

ଚୌଦ୍ୱାର,୨୩।୮(ଡି.ଏନ୍‌.ଏ.): ଚୌଦ୍ୱାର ପୌରପାଳିକା ୨ନଂ. ୱାର୍ଡ କୁମ୍ଭାରସାହିରେ ଗୁରୁବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ସାହିପଡ଼ିଶାଙ୍କ ସହାୟତାରେ ତାଙ୍କର ଅନ୍ତିମ ସଂସ୍କାର ସ୍ଥାନୀୟ ଶ୍ମଶାନରେ କରିଥିଲେ। ଶନିବାର ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ...

କଟକ ମହାନଗର ନିଗମର ଦାୟିତ୍ୱହୀନତା: ରାସ୍ତାରେ ପଡୁଛି ବ୍ୟବହୃତ ପିପିଇ କିଟ୍‌

କଟକ ଅଫିସ,୨୩।୮: କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ (ପିପିଇ କିଟ୍‌) ବ୍ୟବହାର ହେଉଛି ସତ; କିନ୍ତୁ ଏହାପରେ ତାକୁ ରାସ୍ତା ଉପରେ ଫୋପାଡ଼ିଦେବା ଭଳି ଦାୟିତ୍ୱହୀନତା ଏବେ କଟକ ମହାନଗର ନିଗମ (ସିଏମ୍‌ସି)ରେ ଦେଖିବାକୁ ମିଳୁଛି।...

ବିଜୁ, ବିକାଶ ଭବନରେ ନିୟମକୁ ଫୁ: ଅଧିକାରୀଙ୍କ ଆଗରେ ଭାଙ୍ଗୁଛି କରୋନା ନିୟମ

କଟକ ଅଫିସ,୨୩।୮: କଟକ ସହରରେ ପ୍ରତିଦିନ ଶହ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କଟକ ମହାନଗର ନିଗମ (ସିଏମ୍‌ସି) ସହରରେ କରୋନା ନିୟନ୍ତ୍ରଣ ଓ ସଚେତନତା ପାଇଁ ଯେତିକି ସକ୍ରିୟ ଅଛି ବୋଲି କହୁଛି, ନିଜ କାର୍ଯ୍ୟାଳୟରେ ସେତିକି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri