କଟକ

ସିଡିଏ ସେକ୍ଟର-୯ କଣ୍ଟେନ୍‌ମେଣ୍ଟ ଜୋନ୍‌: ବିପଦ ବଢ଼ାଇଲେ ଆକ୍ରାନ୍ତ ପୋଲିସ ଅଧିକାରୀ

କଟକ ଅଫିସ,୨୮ା୬-କଟକ ସିଡିଏ ସେକ୍ଟର-୯ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକ ମହାନନଗର ନିଗମ (ସିଏମ୍‌ସି) ରବିବାର ଏହି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅଞ୍ଚଳରେ ସମସ୍ତ ସରକାରୀ ଓ ବେସରକାରୀ...

କୋଭିଡ ଯୋଦ୍ଧାଙ୍କୁ କରୋନା: ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ୨ ନର୍ସ କରୋନା ପଜିଟିଭ୍‌

କଟକ ଅଫିସ,୨୮।୬-କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ରବିବାର ୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ହସ୍ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା ନର୍ସ ରହିଛନ୍ତି। ଗଞ୍ଜାମର ଚିକିତ୍ସାଧୀନ ଜଣେ ରୋଗୀଙ୍କଠାରେ ପଜିଟିଭ ଥିବା ଚିହ୍ନଟ...

ପୁଅଙ୍କୁ କବାଟ କିଳି ମା’ଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଶିକ୍ଷକ ଫେରାର

ମାହାଙ୍ଗା,୨୮ା୬(ସ୍ବ.ପ୍ର.): ମାହାଙ୍ଗା ଥାନା ପୋଡାମରାଇ ପଞ୍ଚାୟତରେ ୨ ନାବାଳକ ପୁଅଙ୍କୁ ଘରେ କବାଟ କିଳି ମା’ଙ୍କୁ ବଳାତ୍କାର ଉଦ୍ୟମ ହୋଇଛି। ଏନେଇ ପୀଡିତା ଶନିବାର ମାହାଙ୍ଗା ଥାନା ଓ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ହେଲେ ରାଜକିଶୋର ବେହେରା।...

ତ୍ୱରାନ୍ବିତ ହେବ ଏସ୍‌ସିବି ମେଡିକାଲ ସମ୍ପ୍ରସାରଣ

କଟକ ଅଫିସ,୨୬।୬: କଟକ ଏସ୍‌ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ସମ୍ପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମେଡିକାଲ କ୍ୟାମ୍ପସ ପରିସରରେ ରହିଥିବା ଆଉକିଛି ସରକାରୀ କ୍ବାର୍ଟର୍ସ ଖୁବଶୀଘ୍ର ଖାଲି କରାଯିବ। ଏଥିସହିତ ସମ୍ପ୍ରସାରଣ...

ଉଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କୁ ମିଳିଲା ଜାମିନ

କଟକ ଅଫିସ,୨୬।୬- ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ଶୁକ୍ରବାର ହାଇକୋର୍ଟରୁ ଜାମିନ ମିଳିଛି। ତାଙ୍କ ଆବେଦନର ଶୁଣାଣି କରି ବିଚାରପତି ସଙ୍ଗମ କୁମାର ସାହୁ ଏକ ମାସ ପାଇଁ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।...

କଟକରେ ୫୦୦ ଡେଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କଟକ ଅଫିସ,୨୫।୬: କଟକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ଡେଇଁଛି। ଗୁରୁବାର ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୧୦ରେ ପହଞ୍ଚିଛି। ସେଥିରୁ ୪୦୫ଜଣ ସୁସ୍ଥ ହୋଇଥିବା ବେଳେ ୧୦୧ଜଣ ଆକ୍ଟିଭ କେସ୍‌ ରହିଛି। ୪ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।...

ଆଇନ ସହାୟତା କ୍ଲିନିକ

କଟକ ଅଫିସ,୨୪ା୬: ଓଡ଼ିଶା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପରିସରରେ ବୁଧବାର ନୂତନ ଆଇନ୍‌ ସହାୟତା କ୍ଲିନିକ୍‌ କୋଠା ଉଦ୍‌ଘାଟିତ ହୋଇଛି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ବିଶ୍ୱବିଦ୍ୟାଳୟର ଚାନ୍‌ସେଲର ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର ପାଟ୍ରୋନ...

ଅଧାରେ ଥିଲା, ପୁଣି କାମ ଆରମ୍ଭ

କଟକ ଅଫିସ,୨୪ା୬: ଦୀର୍ଘଦିନ ଧରି ଅଧାପନ୍ତରିଆ ଭାବେ ପଡ଼ି ରହିଥିବା ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସ ନିର୍ମାଣ କାର୍ଯ୍ୟ ପୁଣିଥରେ ଆରମ୍ଭ ହୋଇଛି। ଛାତ୍ରୀ ନିବାସ ପରିସର ସଫା କରାଯାଇଛି। ବୁଧବାରଠାରୁ ବିଲ୍ଡିଂ ନିର୍ମାଣ କାମ ଆରମ୍ଭ କରାଯିବ।...

କୁପନ ଅଫର ଅଛି କହି ମହିଳାଙ୍କ ଆକାଉଣ୍ଟରୁ ୬୦ହଜାର ଠକେଇ

କଟକ ରୋଡ,୨୪ା୬(ଡି.ଏନ୍‌.ଏ): ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ମହିଳା ସାଇବର ଠକେଇର ଶିକାର ହୋଇ ୬୦ ହଜାର ଟଙ୍କା ହରାଇଥିବା ବୁଧବାର ଅଭିଯୋଗ ହୋଇଛି। ସୂଚନା ମୁତାବକ, ଏହି ଥାନା ଅଧୀନ ଜୟଦୁର୍ଗା ନଗରରେ ରହୁଥିବା ମଧୁମିତା ପଟ୍ଟନାୟକଙ୍କ ନିକଟକୁ...

କଟକ କ୍ୟାନ୍‌ସର ହସ୍ପିଟାଲରେ ରୋଗୀଙ୍କୁ କରୋନା

କଟକ ଅଫିସ, ୨୪।୬: ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରର ବୁଧବାର ଜଣେ ରୋଗୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବୁଧବାର ତାଙ୍କ ସ୍ବାବ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି। ସମ୍ପୃକ୍ତ ଆକ୍ରାନ୍ତଙ୍କ ଘର ଗଞ୍ଜାମ ଜିଲାରେ। ସେ ଏଠାରେ କେମୋ...

୪ ଘଣ୍ଟା ପାରୋଲରେ ଗଲେ ଅବଦୁର ରେହେମାନ

ଚୌଦ୍ୱାର,୨୪ା୬(ଡି.ଏନ୍‌.ଏ): ମା’ଙ୍କ ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ସଂଦିଗ୍ଧ ଆତଙ୍କବାଦୀ ଅବ୍‌ଦୁର ରେହେମାନ ଦିଲ୍ଲୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ବୁଧବାର ଚୌଦ୍ୱାର ଜେଲ୍‌ରୁ ଜଗତପୁର ପୋଲିସ ସହାୟତାରେ ତାଙ୍କ ଘର ଉକ୍ତ ଥାନା ଅନ୍ତର୍ଗତ...

ରାସ୍ତା ଉପରେ ଜଳିଗଲା କାର୍‌

ଚୌଦ୍ୱାର,୨୪ା୬(ଡି.ଏନ୍‌.ଏ.) : ଚୌଦ୍ୱାର ଚାରବାଟିଆ ଆଗ୍ରାହାଟ ମୁଖ୍ୟ ରାସ୍ତାରେ ବୁଧବାର ମଧ୍ୟାହ୍ନରେ ହଠାତ୍‌ ଏକ ଚଳନ୍ତା କାର୍‌ରେ ନିଆଁ ଲାଗିଯାଇଛି। କାର୍‌ ଚାଳକ ଭୟରେ ପଳାଇଯାଇଥିବା ଦେଖାଣାହାରୀ କହିଛନ୍ତି। ସୂଚନା ଅନୁଯାୟୀ, ଚାରବାଟିଆ ବଜାର ଆଡୁ ଆଗ୍ରାହାଟ ଆଡ଼କୁ ଏକ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri