କଟକ

ସରକାରୀ ତଥ୍ୟକୁ ଭରସା କର

କଟକ ଅଫିସ୍‌,୧୧ା୪: କରୋନା ଭୂତାଣୁ ସଂକ୍ରମଣକୁ ନେଇ ଏବେ ସାରା ବିଶ୍ୱରେ ଭୟ ଦେଖାଦେଇଛି। ଏହି ଭୟ ଦେଖାଇ ଅନ୍‌ଲାଇନ୍‌ରେ ଠକେଇ ମଧ୍ୟ ଚାଲିଛି । ବିଭିନ୍ନ ପ୍ରକାର ଲୋଭନୀୟ ଉପହାର ପ୍ରଲୋଭନ ଦେଖାଇ ଲୋକମାନଙ୍କ ତଥ୍ୟ ସଂଗ୍ରହ କରାଯାଉଛି।...

ହାଇକୋର୍ଟଙ୍କ ପକ୍ଷରୁ ସ୍ପଷ୍ଟୀକରଣ: ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟବହାର କରିବେ ଦୁଇ ଚକିଆ ଯାନ

କଟକ ଅଫିସ, ୧୦।୩: ପାଦ ଚଲା ଦୂରତାରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁ ନ ଥିବା ଯୋଗୁ ବାଇକ୍‌ ବ୍ୟବହାର କଟକଣାକୁ କୋହଳ କରିବା ପାଇଁ ଗୁରୁବାର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଡଭୋକେଟ୍‌ ଜେନେରାଲ ଏବଂ ସରକାରୀ...

ଲକ୍‌ଡାଉନ୍‌ରେ ନିର୍ମାଣ ଶ୍ରମିକ କ୍ଷତିଗ୍ରସ୍ତ: ସରକାରୀ ସହାୟତା ପ୍ରଦାନ

ଚୌଦ୍ୱାର,୧୦ା୪(ଡି.ଏନ୍‌.ଏ.): କରୋନା ପାଇଁ ଚାଲିଥିବା ଲକ୍‌ଡାଉନ୍‌ ଯୋଗୁ ଆର୍ଥିକସ୍ତରରେ କ୍ଷତିଗ୍ରସ୍ତ ନିର୍ମାଣ ଶ୍ରମିକମାନଙ୍କୁ ପ୍ରତ୍ୟେକ ୧୫୦୦ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି ଅନୁଯାୟୀ, କଟକ ଜିଲା କୋଠାବାଡ଼ି ନିର୍ମାଣ ଶ୍ରମିକମାନଙ୍କୁ ଚୌଦ୍ୱାରରେ ଅନୁଦାନ ଦେବା...

ମାଛ ମାର୍କେଟରେ ଲୋକେ ରଖୁନାହାନ୍ତି ସାମାଜିକ ଦୂରତ୍ୱ

କଣ୍ଟାପଡ଼ା,୧୦ା୪(ଡି.ଏନ୍‌.ଏ.): ମହାମାରୀ କରୋନା ଭୂତାଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ରକ୍ଷା କରିବା ଏକମାତ୍ର ବିକଳ୍ପ। ଏଥିପାଇଁ ସରକାର ସାରାଦେଶରେ ଲକ୍‌ଡାଉନ୍‌ କରି ଅତି ଜରୁରୀ କାମ ନ ଥିଲେ ବାହାରକୁ ନ ବାହାରିବା ପାଇଁ ବାରମ୍ବାର ସଚେତନ...

ବ୍ରତ ଉପହାର ଟଙ୍କାକୁ ପିଏମ୍‌ କେୟାର୍ସକୁ ଦାନ

କଟକ ଅଫିସ୍‌,୧୦ା୪: କରୋନା ମହାମାରୀରୁ ସୁରକ୍ଷା ନିମନ୍ତେ ଗଠନ କରାଯାଇଥିବା ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି ‘ପିଏମ କେୟାର’ କୁ ଦ୍ବିତୀୟ ଶ୍ରେଣୀରେ ପାଠ ପଢୁଥିବା ଛାତ୍ର ତାପସ ଷଡ଼ଙ୍ଗୀ ୩ହଜାର ଟଙ୍କା ପ୍ରଦାନ କରିଛନ୍ତି। ଫୁଲନଖରା ନିକଟବର୍ତ୍ତୀ ଜୋହଳ ଭୀମପୁର...

ସେବା କାର୍ଯ୍ୟରେ ସାମିଲ ପ୍ରଭାତଙ୍କ ଟିମ୍‌: ସ୍ବାସ୍ଥ୍ୟସେବା ଲୋଡ଼ୁଥିବା ଲୋକଙ୍କୁ ବଢାଉଛନ୍ତି ସହାୟତାର ହାତ

କଟକ ଅଫିସ,୧୦ା୪: ଲକ୍‌ଡାଉନ ବଳବତ୍ତର ଥିବାରୁ ସାଧାରଣରେ ଯାତାୟାତ ବନ୍ଦ ହୋଇଯାଇଛି । ବିନା କାରଣରେ ଲୋକଙ୍କୁ ରାସ୍ତାରେ ବୁଲୁଥିବା ଦେଖିଲେ ପୋଲିସ ଜରିମାନା ଲଦିବା ସହ ଗାଡ଼ି ଜବତ କରି ନେଉଛି। ଏଭଳି ସ୍ଥିତିରେ କଟକର ୮ଜଣ ଯୁବକ...

କରୋନା ମୁକାବିଲାର ଯୋଦ୍ଧା ଏସ୍‌ଆଇ ନାରାୟଣ: ‘ଆଗେ ରାଜସେବା, ପଛେ ପିତୃସେବା’

କଟକ ଅଫିସ,୧୦।୪: ‘ଯଦି କର୍ତ୍ତବ୍ୟକୁ ସମ୍ମାନ ଜଣାଇବ, ତାହେଲେ କାହାକୁ ସାଲ୍ୟୁଟ ମାରିବାକୁ ପଡ଼ିବନି.. କର୍ତ୍ତବ୍ୟରେ ହେଳା କଲେ, ସମସ୍ତଙ୍କୁ ସାଲ୍ୟୁଟ ମାରିବାକୁ ହୁଏ’। ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତଃ ଡ. ଏପିଜେ ଅବଦୁଲ କଲାମ୍‌ଙ୍କ ଅଭିଭାଷଣରୁ ଏହା ଏକ ଛୋଟିଆ...

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା ପ୍ରଦାନ

କଣ୍ଟାପଡ଼ା,୯ା୪(ଡି.ଏନ୍‌.ଏ.) : ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱ ଏକମାତ୍ର ବିକଳ୍ପ ହୋଇଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ସାଧାରଣ ଲୋକଙ୍କୁ ସହଯୋଗ ପାଇଁ ସରକାରଙ୍କ ଉପରେ ଆର୍ଥତ୍କ ବୋଝପଡୁଛି। ଏପରିସ୍ଥଳେ...

ଡାକ୍ତର, ସ୍ବାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ:ଡିଜି

କଟକ ଅଫିସ୍‌,୯ା୪: କରୋନା ମୁକାବିଲା ଦିଗରେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀମାନେ ଆଗ ଧାଡ଼ିର ଯୋଦ୍ଧା। ହେଲେ ସେମାନଙ୍କ ଉପରେ ହେଉଥିବା ଆକ୍ରମଣ ଏବଂ ଅଶୋଭନୀୟ ଆଚରଣ ନିନ୍ଦାଜନକ। ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ଓଡ଼ିଶା ପୋଲିସର ବଡ଼...

ହ୍ବାଟ୍‌ସ ଆପ୍‌, ଭିଡିଓ କଲିଂରେ ହେବ ଶୁଣାଣି

କଟକ ଅଫିସ୍‌,୯ା୪: ଲକ୍‌ଡାଉନ୍‌ର ପ୍ରଭାବ ନ୍ୟାୟିକ ବ୍ୟବସ୍ଥା ଉପରେ ପଡ଼ିଛି। ଅଦାଲତଗୁଡ଼ିକୁ ବନ୍ଦ ରଖାଯିବା ସହ ଶୁଣାଣିକୁ ମଧ୍ୟ ସ୍ଥଗିତ କରାଯାଇଛି। ଫଳରେ ଆବେଦନକାରୀ, ପ୍ରତିପକ୍ଷ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳିସ୍ଥିତରେ ଓଡ଼ିଶା ହାଇକୋର୍ଟ ତରଫରୁ ବୁଧବାର ଏକ...

ଶିଶୁଙ୍କ ପାଇଁ କୋଭିଡ଼ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା ଜରୁରୀ

କଟକ ଅଫିସ, ୯ା୪:  ଦେଶରେ ପ୍ରଥମ କରୋନାଜନିତ ଶିଶୁ ମୃତ୍ୟୁ ଖବର ମଙ୍ଗଳବାର ହସ୍ତଗତ ହୋଇଛି। ଗୁଜରାଟର ଜୁନାଗଡରେ ଏକ ୧୪ମାସର ଶିଶୁଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ତାକୁ ଲାଇଭ ସପୋର୍ଟିଂ ସିଷ୍ଟମରେ ରଖି ଚିକିତ୍ସା କରାଯାଇଥିଲା।...

ପଟାପୋଲରେ ଚାଲିଛି ସ୍ବାସ୍ଥ୍ୟ ପରୀକ୍ଷା

କଟକ ଅଫିସ୍‌,୯ା୪: ପଟାପୋଲ ଅଞ୍ଚଳକୁ ସିଲ୍‌ କରିବା ପରେ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଉକ୍ତ ଅଞ୍ଚଳକୁ ବିଶୋଧନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ନିୟମିତ ବିଶୋଧନ ସ୍ପ୍ରେ କରାଯାଉଛି। ସେହି ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୧୦ ହଜାରରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri